ହୋଟେଲ ରୁମ୍‌ରେ ଚାଲିଥିଲା ଜୁଆଖେଳ: ଚଢ଼ାଉ କଲା ପୋଲିସ, ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ; ୯ ଅଟକ…

ସମ୍ବଲପୁର,୩ା୧(ପ୍ରମୋଦ ବହିଦାର): ସମ୍ବଲପୁର ଭିଏସ୍‌ଏସ୍‌ ମାର୍ଗସ୍ଥିତ ହୋଟେଲ ଉପହାର ପ୍ୟାଲେସରେ ଜୁଆଖେଳ ଚାଲିଥିବା ବେଳେ ପୋଲିସ ଚଢାଉ କରି ୯ ଜଣଙ୍କୁ ଅଟକ ରଖିଛି। ସେମାନଙ୍କ ନିକଟରୁ ପ୍ରାୟ ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଥିବା ଅନୁମାନ କରାଯାଉଛି। ଏହାସହ ୬ଟି ବାଇକ୍‌କୁ ମଧ୍ୟ ଧନୁପାଲି ଥାନା ପୋଲିସ ଜବତ କରିଥିବା ସୂଚନା ମିଳିଛି ।
ପ୍ରାଥମିକସ୍ତରରେ ମିଳିଥିବା ସୂଚନାରୁ ପ୍ରକାଶ ଯେ, ଆଜି ପଶ୍ଚିମ ଓ ଅନ୍ୟତମ ଗଣପର୍ବ ପୁଷପୁନୀ(ପୌଷ ପୂର୍ଣ୍ଣିମା) ଅବସରରେ ଭିଏସଏସ ମାର୍ଗସ୍ଥିତ ହୋଟେଲ ଉପହାର ପ୍ୟାଲେସ୍‌ର କକ୍ଷ ନମ୍ବର ୧୦୫ ଜୁଆଖେଳ ଚାଲିଥିଲା। ଏସମ୍ପର୍କରେ ଖବର ପାଇ ଧନୁପାଲି ଥାନା ପୋଲିସ ଶନିବାର ଅପରାହ୍ନରେ ଉକ୍ତ ହୋଟେଲ୍ରେ ଅତର୍କିତ ଚାଉ କରିଥିଲା। ହଠାତ ପୋଲିସକୁ ଦେଖି ଜୁଆ ଖେଳରେ ସମ୍ପୃକ୍ତ ବ୍ୟକ୍ତିମାନେ ଉକ୍ତ କକ୍ଷରେ ଥିବା ଶୌଚାଳୟ ଫ୍ଲସ୍‌ରେ ଜୁଆଖେଳରେ ବ୍ୟବହୃତ ସମସ୍ତ ଟଙ୍କାକୁ ଲୁଚାଇ ଦେଇଥିଲେ। ଅପରପକ୍ଷରେ ପୋଲିସ ଉକ୍ତ କକ୍ଷରେ ତନ୍ନତନ୍ନ କରି ଯାଞ୍ଚ କରିବା ପରେ ଶୌଚାଳୟ ଫ୍ଲସକୁ ମଧ୍ୟ ଯାଞ୍ଚ କରି ଏଥିରେ ଲୁଚାଇ ରଖିଥିବା ଲକ୍ଷାଧିକ ଟଙ୍କାକୁ ଜବତ କରିଥିଲା। ତେବେ ଉକ୍ତ ଟଙ୍କା ଗଣତି ହୋଇ ନ ଥିବାରୁ କେତେଟଙ୍କା ଜବତ ହୋଇଛି ତାହା ପୋଲିସ କହି ପାରି ନାହିଁ । ପୋଲିସ ଅଟକ ରଖିଥିବା ବ୍ୟକ୍ତିମାନଙ୍କୁ ପଚରା ଉଚରା କରୁଛି। ଏଥିରେ ହୋଟେଲ ମାଲିକଙ୍କ ସମ୍ପୃକ୍ତି ସିଧା ସଳଖ ନ ଥିଲେ ମଧ୍ୟ ନିଶ୍ଚିତ ରୂପେ ପରୋକ୍ଷ ସମ୍ପୃକ୍ତି ରହିଥିବା ପୋଲିସ ଅନୁମାନ କରୁଛି । ତେବେ ଫ୍ଲସ ମଧ୍ୟରେ ରହିଥିବା ଟଙ୍କା ଓଦା ହୋଇ ଯାଇଥିବାରୁ ତାକୁ ବର୍ତ୍ତମାନ ଶୁଖାଇବା ପ୍ରୟାସ ଚାଲିଛି ।
ଏହାକୁ ନେଇ ହୋଟେଲ ମାଲିକ ଗୋପକୃଷ୍ଣ ସାମନ୍ତରାୟ ତାଙ୍କ ହୋଟେଲ ରୁମ୍‌ରେ ଜୁଆଖେଳ ଚାଲିଥିବା ସେ ଆଦୌ ଜାଣି ନ ଥିଲେ। ତିନିଜଣ ବ୍ୟକ୍ତି ଆସି ଏଠାରେ ରୁମ ବୁକ୍‌ କରିଥିଲେ । ଏପରିକି ରୁମ ସର୍ଭିସ ଜରିଆରେ ଖାଇବା ଅର୍ଡର ମଧ୍ୟ କରିଥିଲେ । ତେବେ ତିନିଜଣ ବୁକ କରିଥିବା ରୁମ୍‌ରେ ୯ ଜଣ ଲୋକ କିଭଳି ଆସିଲେ ସେ ସମ୍ପର୍କରେ ମଧ୍ୟ ସେ ଆଦୌ ଜାଣି ନାହାନ୍ତି ବୋଲି କହିଛନ୍ତି ହୋଟେଲ ମାଲିକ ସାମନ୍ତରାୟ ।
ଏସ୍‌ଡିପିଓ ତୋଫାନ ବାଗ କହିଛନ୍ତି ଯେ, ଉକ୍ତ ହୋଟେଲ୍‌ରେ ଜୁଆଖେଳ ଚାଲିଥିବା ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ଆରକ୍ଷୀ ଅଧିକ୍ଷକ ଉକ୍ତ ହୋଟେଲ୍‌ରେ ଚଢାଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆରକ୍ଷୀ ଅଧିକକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ଅପରାହ୍ନରେ ଧନୁପାଲି ଆଇଆଇସି ଆଦିତ୍ୟ ମହାକୁଡ଼ ନେତୃତ୍ୱରେ ଏକ ପୋଲିସ ଦଳ ଉକ୍ତ ହୋଟେଲ୍ରେ ଅତର୍କିତ ଚଢାଉ କରିଥିଲେ। ପୋଲିସକୁ ଦେଖି ଜୁଆଖେଳରେ ସମ୍ପୃକ୍ତ ବ୍ୟକ୍ତିମାନେ ସମସ୍ତ ଟଙ୍କାକୁ ଶୌଚାଳୟ ମଧ୍ୟରେ ଥିବା ଫ୍ଲସରେ ଲୁଚାଇବାକୁ ଚେଷ୍ଟା କରିଥିଲେ। ମାତ୍ର ପୋଲିସ ଯାଞ୍ଚ କରି ଫ୍ଲସ ମଧ୍ୟରୁ ଓଦା ଟଙ୍କାକୁ ଜବତ କରିଛି । ତେବେ ଟଙ୍କା ସବୁ ଓଦା ହୋଇ ଯାଇଥିବାରୁ ବର୍ତ୍ତମାନ ଗଣିତ ସମ୍ଭବ ହୋଇ ନାହିଁ । ଗଣତି ପରେ ଟଙ୍କାର ପରିମାଣ ସଠିକ ଭାବେ କୁହାଯାଇ ପାରିବ । ତଥାପି ଜବତ ହୋଇଥିବା ଟଙ୍କାର ପରିମାଣ ୭ଲକ୍ଷରୁ ଊର୍ଦ୍ଧ୍ୱ ହେବା ଅନୁମାନ କରାଯାଉଛି ବୋଲି ସେ କହିଛନ୍ତି। ସେହିପରି ଜୁଆଖେଳରେ ହୋଟେଲ ମାଲିକଙ୍କ ସମ୍ପୃକ୍ତି ନେଇ ତଦନ୍ତ ଚାଲିଛି ବୋଲି କହିଛନ୍ତି ଏସ୍‌ଡିପିଓ ତୋଫାନ ବାଗ ।

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?