Posted inଖେଳ

ସମ୍ପୂର୍ଣ୍ଣ ମ୍ୟାଚ୍‌ ଫି ହରାଇଲେ ଗମ୍ଭୀର, କୋହଲି

ଲକ୍ଷ୍ନୌ,୩ା୫(ପି.ଟି.): ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲି ଓ ପୂର୍ବତନ ଓପନିଙ୍ଗ ବ୍ୟାଟର ଗୌତମ ଗମ୍ଭୀରଙ୍କ ମଧ୍ୟରେ ଝଗଡା ଏକ ନୂଆ ରୂପ ନେଇଛି। ଆଇପିଏଲ ମ୍ୟାଚ୍‌ ସମୟରେ ଉଭୟ ଖେଳାଳିଙ୍କ କଜିଆ ପଦାରେ ପଡିଛି। ମ୍ୟାଚ୍‌ ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ବେଳେ ମ୍ୟାଚ୍‌ ଫି’ର ୧୦୦ ପ୍ରତିଶତ କଟାଯାଇଛି। ସୋମବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ମଧ୍ୟରେ ଅନୁଷ୍ଠିତ ଲୋ ସ୍କୋରିଂ ମ୍ୟାଚକୁ ୧୮ ରନ୍‌ରେ ଜିତି ନେଇଥିଲା ବିରାଟ କୋହଲିଙ୍କ ଦଳ। ଏହାପରେ ଉଭୟ ଖେଳାଳି ପରସ୍ପର ସହିତ ଯୁକ୍ତି ତର୍କ କରୁଥିବାର ଦେଖିବାକୁ ମିଳିଥିଲା। ଏଭଳି ଅଶୋଭନୀୟ ଆଚରଣ ପାଇଁ ମଙ୍ଗଳବାର ବିସିସିଆଇ ପକ୍ଷରୁ ଉଭୟ ଖେଳାଳିଙ୍କୁ ଦଣ୍ଡିତ କରାଯାଇଛି। ଉଭୟଙ୍କ ମ୍ୟାଚ୍‌ ଫି’ର ୧୦୦ ପ୍ରତିଶତ ଅର୍ଥ ଫାଇନ୍‌ ଆକାରରେ କାଟି ଦିଆଯାଇଛି। ଆଇପିଏଲ୍‌ର ଧାରା ୨.୨୧ ଆଧାରରେ ଉଭୟ ଖେଳାଳିଙ୍କ ବୟାନ କ୍ରୀଡା ଭାବନାକୁ ଆଘାତ ପହଞ୍ଚାଇଛି। ମ୍ୟାଚ ସମାପ୍ତ ହେବା ପରେ ଆର୍‌ସିବି ପକ୍ଷରୁ ଜାରି କରାଯାଇଥିବା ଏକ ଭିଡିଓ ନିଆଁରେ ଘିଅ ଢାଳିବା ପରିସ୍ଥିତି ସୃଷ୍ଟି କରିଛି। କୋହଲି ଦଳର ସମସ୍ତ ଖେଳାଳିଙ୍କ ପାଇଁ ଦେଉଥିବା ଭାଷଣରେ ଲକ୍ଷ୍ନୌ ବିପକ୍ଷ ବିଜୟକୁ ମଧୁର ପ୍ରତିଶୋଧ ବୋଲି କହିଥିଲେ। ଗମ୍ଭୀରଙ୍କ ଉଦ୍ଦେଶ୍ୟରେ କୋହଲି କହିଥିଲେ, ‘ଯଦି ତୁମେ କିଛି ଜିନିଷ ଦେଉଛ ସମାନ ଜିନିଷ ନେବାକୁ ପ୍ରସ୍ତୁତ ରୁହ, ଯଦି ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁ ତେବେ ଦେବାରୁ ବିରତ ରୁହନ୍ତୁ।’ ଉଭୟ ଦଳ ମଧ୍ୟରେ ଖେଳା ଯାଇଥିବା ଏହାର ପୂର୍ବ ମ୍ୟାଚକୁ ଶେଷ ବଲରେ ଜିତିଥିଲା ଲକ୍ଷ୍ନୌ। ଏହା ପରେ ପାଟିରେ ଆଙ୍ଗୁଠି ଦେଇ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଦର୍ଶକଙ୍କୁ ନୀରବ ରହିବାକୁ ଇସାରା କରିଥିଲେ ଗମ୍ଭୀର। ସୋମବାର ବିରାଟ କୋହଲି ସମାନ ଢଙ୍ଗରେ ଏକାନା ଷ୍ଟାଡିୟମରେ ଦର୍ଶକଙ୍କୁ ନୀରବ ରହିବାକୁ ଆଙ୍ଗୁଠି ଦେଖାଇଥିଲେ। ଏହା ସହିତ ଲକ୍ଷ୍ନୌ ପେସ୍‌ ବୋଲର ନବୀନ ଉଲ୍‌ ହକ୍‌ ଓ କୋହଲିଙ୍କ ମଧ୍ୟରେ କିଛି ଯୁକ୍ତିତର୍କ ହୋଇଥିଲା। ଏଥିପାଇଁ ନବୀନ ଉଲ୍‌ ହକଙ୍କ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ କଟାଯାଇଥିଲା। ମ୍ୟାଚ୍‌ ସମୟରେ ହୋଇଥିବା ଯୁକ୍ତିତର୍କ ଅମ୍ପାୟର ଓ ଅମିତ ମିଶ୍ରଙ୍କ ହସ୍ତକ୍ଷେପ ପରେ ଶାନ୍ତ ପଡିଥିଲା। ଖେଳାଳିମାନେ ହାତ ମିଳାଉଥିବା ବେଳେ କୋହଲି ଓ ଗମ୍ଭୀରଙ୍କ ମଧ୍ୟରେ ଯୁକ୍ତିତର୍କ ବଢିଥିଲା। ଲକ୍ଷ୍ନୌର ଅମିତ ମିଶ୍ର, ଆରସିବି ଅଧିନାୟକ ଫାଫ୍‌ ଡୁ ପ୍ଲେସି ଓ ଲକ୍ଷ୍ନୌ ସହକାରୀ କୋଚ୍‌ ବିଜୟ ଦହିୟା ଉଭୟ ଖେଳାଳିଙ୍କୁ ଅଲଗା କରିବାକୁ ପ୍ରୟାସ କରିଥିଲେ। ଦିଲ୍ଲୀ ଓ ଭାରତୀୟ ଦଳରେ ଉଭୟ ଟିମ୍‌ ମେଟ୍‌ ଭାବରେ ଖେଳି ସାରିଛନ୍ତି। ଏପରିକି ୨୦୧୩ ମସିହାରେ ଉଭୟ ଖେଳାଳିଙ୍କ ମଧ୍ୟରେ ଏକ ଆଇପିଏଲ ମ୍ୟାଚରେ ଯୁକ୍ତିତର୍କ ହୋଇଥିଲା। ଆର୍‌ସିବି କ୍ରିକେଟ ନିର୍ଦ୍ଦେଶକ ମାଇକ୍‌ ହେସନ ଏହି ଘଟଣା ପାଇଁ ଚିନ୍ନାସ୍ବାମୀ ମ୍ୟାଚ୍‌କୁ ଦାୟୀ କରିଛନ୍ତି। ଅନ୍ୟପକ୍ଷରେ ଆର୍‌ସିବି ଅଧିନାୟକ ଫାଫ୍‌ ଡୁ ପ୍ଲେସି କୋହଲିଙ୍କ ଆଗ୍ରେସିଭ୍‌ ରୂପକୁ ପସନ୍ଦ କରିଛନ୍ତି। ଏହା ବିରାଟଙ୍କ ଶ୍ରେଷ୍ଠ ଭର୍ସନ ଏବଂ କ୍ରିକେଟ ଫ୍ୟାନ ଏହାକୁ ପସନ୍ଦ କରିଥାନ୍ତି ବୋଲି କହିଛନ୍ତି ଫାଫ୍‌। ପୂର୍ବତନ ଭାରତୀୟ ଅଧିନାୟକ ଅନିଲ କୁମ୍ବଲେ ଏହି ଘଟଣାକୁ ନିନ୍ଦା କରିଛନ୍ତି। କ୍ରିକେଟ ପଡିଆରେ ଏଭଳି ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ଏକ ମ୍ୟାଚ୍‌ ଶେଷ ହେବା ପରେ ତୁମେ ପ୍ରତିପକ୍ଷ ଦଳକୁ ନୁହେଁ ବରଂ କ୍ରିକେଟକୁ ସମ୍ମାନ ଜଣାଇଥାଅ। ଉଭୟ ଖେଳାଳି ଏହାକୁ ଭୁଲି ଯାଇ ଯେଉଁଭଳି ଆଚରଣ କଲେ ଏହା ଗ୍ରହଣଯୋଗ୍ୟ ନୁହେଁ ବୋଲି ସେ କହିଥିଲେ।
ଆଇପିଏଲ୍‌ ପକ୍ଷରୁ ଟୁଇଟ୍‌ କରାଯାଇ ୩ ଖେଳାଳିଙ୍କ ଫାଇନ୍‌ ସମ୍ପର୍କରେ ଘୋଷଣା କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?