Posted inଖେଳ

ଗମ୍ଭୀର ଜଣେ ୧୨ ବର୍ଷର ଶିଶୁପରି…ପିଲାଦିନର କୋଚ କଲେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୬।୮: ରାହୁଲ ଦ୍ରାବିଡଙ୍କ ପରେ ଗୌତମ ଗମ୍ଭୀରଙ୍କୁ ଟିମ ଇଣ୍ଡିଆର ମୁଖ୍ୟ କୋଚ କରାଯାଇଥିଲା। ଗମ୍ଭୀରଙ୍କ କାର୍ଯ୍ୟକାଳ ଶ୍ରୀଲଙ୍କା ଗସ୍ତରୁ ଆରମ୍ଭ ହୋଇଥିଲା। ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ଟିମ ଇଣ୍ଡିଆ ଏକ ଚମତ୍କାର ବିଜୟ ହାସଲ କରିଛି। କିନ୍ତୁ ଦିନିକିଆ ସିରିଜରେ ମେନ ଇନ ବ୍ଲୁଙ୍କ ପ୍ରଦର୍ଶନ ଏପର୍ଯ୍ୟନ୍ତ ଭଲ ହୋଇନାହିଁ। ଏହି ସମୟରେ ଗମ୍ଭୀରଙ୍କ ବିଷୟରେ ଆଲୋଚନା ତୀବ୍ର ହୋଇଛି। ଏହି ଆଲୋଚନା ମଧ୍ୟରେ ଗୌତମ ଗମ୍ଭୀରଙ୍କ ପିଲାଦିନର କୋଚ ସଞ୍ଜୟ ଭରଦ୍ୱାଜ କହିଛନ୍ତି ଯେ ଗମ୍ଭୀର ଏକ ଶିଶୁ।
ସଞ୍ଜୟ ଭରଦ୍ୱାଜ ଗମ୍ଭୀରଙ୍କ କହିଛନ୍ତି, ଗମ୍ଭୀର ଆଜି ବି ଜଣେ ଶିଶୁ। ଆଜି ବି ସେ ଜଣେ ନିରୀହ ପିଲା ପରି। ତାଙ୍କ ଉପରେ କୌଣସି କ୍ରୋଧ ନାହିଁ। ସେ ଜଣେ ୧୨ ବର୍ଷର ଶିଶୁ ପରି। ଲୋକମାନେ ଭାବନ୍ତି ଯେ ସେ ଅହଂକାରୀ, କିନ୍ତୁ ତାହା ହେଉଛି ତାଙ୍କର ବିଜୟ ମନୋଭାବ। ମ୍ୟାଚ ହାରିବା ପରେ ସେ କାନ୍ଦନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଲୋକମାନେ ଭାବନ୍ତି ଯେ ତାଙ୍କର ଅହଂକାର ଅଛି, ଏହା ସମ୍ପୂର୍ଣ୍ଣ ଭୁଲ୍‌। ନା, ଗମ୍ଭୀରଙ୍କର ପ୍ରକୃତ ହୃଦୟ ଅଛି। ସେ ନରମ। ସେ ଅନେକ ଯୁବକଙ୍କ କ୍ୟାରିୟର କରିଛନ୍ତି।
ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦୁଇଟି ମ୍ୟାଚ ଖେଳାଯାଇଛି। ସିରିଜର ପ୍ରଥମ ମ୍ୟାଚ ଏକ ଟାଇରେ ଶେଷ ହୋଇଥିଲା। ତା’ପରେ ଶ୍ରୀଲଙ୍କା ଦ୍ୱିତୀୟ ମ୍ୟାଚ ଜିତିଥିଲା। ଏହିପରି ଶ୍ରୀଲଙ୍କା ଦ୍ୱିତୀୟ ମ୍ୟାଚ୍‌ରେ ବିଜୟ ସହ ସିରିଜରେ ୧-୦ରେ ଆଗୁଆ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଂସଦରେ ପହଞ୍ଚିବା ପରେ ହଠାତ୍‌ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଘଟିଲା ଏମିତି, ଯାହା କେବେ ସେ ଭାବିନଥିଲେ…

ନୂଆଦିଲ୍ଲୀ, ୨୭॥୭: ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଦାବି କରି ଦେଶବ୍ୟାପୀ ଚାଲିଥିବା କକ୍ରୋଚ ଜନତା ପାର୍ଟିର ଛାତ୍ର ଆନ୍ଦୋଳନ ନିକଟରେ ଶେଷ ହୋଇଛି। ଏହି ଆନ୍ଦୋଳନ NEET-UG…

ଓଡ଼ିଶା ଫେରିଲେ ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀ, କହିଲେ ମହାପ୍ରଭୁଙ୍କ ଜଗନ୍ନାଥଙ୍କ ପାଇଁ…

ଭୁବନେଶ୍ୱର,୨୭ା୭: ଓଡ଼ିଶା ଫେରିଛନ୍ତି ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀ ନାୟକ। ଇଣ୍ଡିଆନ ଆଇଡଲ ଟ୍ରଫି ସହ ଜ୍ୟୋତିର୍ମୟୀ ସୋମବାର ସକାଳେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି।…

ଏଇ ଭାରତରେ

ଉତ୍ତରପ୍ରଦେଶ କାନପୁର, ପ୍ରୟାଗରାଜ ଓ ଫାରୁଖାବାଦର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ୧୦,୦୦୦ରୁ ଊର୍ଦ୍ଧ୍ୱ ଗଛ ଲଗାଯାଇଥିବାବେଳେ ସେଥିରୁ ୭୫ ପ୍ରତିଶତ ଗଛ ବଞ୍ଚାଇବାରେ ସଫଳ ହୋଇଛନ୍ତି ପିଲମାନେ।…

ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ: କହିଲେ-ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି…

ଭୁବନେଶ୍ୱର, ୨୭।୭: ପ୍ରଥମରୁ ଅଷ୍ଟମ ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ…

ଅଭିଜିତ ଦୀପକେ କରିବେ ବିବାହ! ଆସିଲା ପ୍ରସ୍ତାବ, ମାଆ କହିଲେ-‘ମୋତେ ଏମିତି ବୋହୂ ଦରକାର’

ନୂଆଦିଲ୍ଲୀ, ୨୭॥୭: କକ୍ରୋଚ ଜନତା ପାର୍ଟି (CJP)ର ନେତୃତ୍ୱରେ ଜନ୍ତରମନ୍ତରରେ ହୋଇଥିବା ବିରୋଧ ପ୍ରଦର୍ଶନ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସହିତ ସମାପ୍ତ ହୋଇଯାଇଛି। ସିଜେପି (CJP)ର ଏହି…

ସବୁଜ ବିକାଶର ଭିତ୍ତିଭୂମି

ଧୁନିକ ଯୁଗରେ ଶକ୍ତି ହେଉଛି ବିକାଶର ମୂଳ ଆଧାର। ବିଦ୍ୟୁତ୍‌ ବିନା ଆଜିର ଜୀବନଯାତ୍ରାକୁ କଳ୍ପନା କରିବା ଅସମ୍ଭବ। କିନ୍ତୁ ଜନସଂଖ୍ୟା ବୃଦ୍ଧି, ଶିଳ୍ପାୟନ ଓ ସହରୀକରଣ…

ଗାଦିଚ୍ୟୁତ ହେବେ ଭାଜପା ସରକାର! CJP ପରେ ମୁଣ୍ଡ ଟେକିଲାଣି RHA; ୩୫ ଲକ୍ଷ ଫଲୋୟର୍ସ, E20 ଜନତା ପାର୍ଟି ବି ଦେଲାଣି ଟେନସନ

ନୂଆଦିଲ୍ଲୀ,୨୭।୭: ‘କକ୍ରୋଚ ଜନତା ପାର୍ଟି’ (CJP) ସୋସିଆଲ ମିଡିଆ – ବିଶେଷକରି ଇନଷ୍ଟାଗ୍ରାମ – ମାଧ୍ୟମରେ ଏତେ ବଡ଼ ପ୍ରତିବାଦ କରିଥିଲା ଯେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷାମନ୍ତ୍ରୀ…

ବିଭବେ ସ୍ବଭାବ ନଷ୍ଟ

ମଣିଷର ସ୍ବଭାବ ବା ପ୍ରକୃତି ଜନ୍ମଗତ, ଯାହାକୁ ନେଇ ସେ ଜନ୍ମ ହୋଇଥାଏ ଏବଂ ମୃତୁ୍ୟୁ ପର୍ଯ୍ୟନ୍ତ ଛାଡ଼ି ପାରେନା। ତେଣୁ ହୁଏତ କୁହାଯାଏ ‘ମଣିଷ ପ୍ରକୃତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri