ଗଜପତିଙ୍କ ୬୮ ଅଙ୍କ, ୧୪୩୨ ସାଲ ଆରମ୍ଭ

ପୁରୀ,୧୬ା୯(ଅଜିତ୍‌ କୁମାର ମହାନ୍ତି): ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି ରବିବାର ଅବସରରେ ଶ୍ରୀନଅରରେ ଗଜପତି ମହାରାଜାଙ୍କ ସୁନିଆ ନୀତି ସମ୍ପନ୍ନ ହୋଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଶାସନରେ ୬୭ଅଙ୍କ ଶେଷ ହୋଇଥିବାବେଳେ ରବିବାର ସୁନିଆଠାରୁ ୬୮ ଅଙ୍କ ଏବଂ ୧୪୩୨ ସାଲ ଆରମ୍ଭ ହୋଇଛି। ଉତ୍କଳୀୟ ସାଂସ୍କୃତିକ ସାମାଜିକ ଜୀବନରେ ଗଜପତିଙ୍କ ନାମରେ ଉତ୍କଳ ନବବର୍ଷ ଆରମ୍ଭ ହୋଇଥାଏ। ଓଡ଼ିଆ ପାଇଁ ଜାତକର ବର୍ଷ, ମାସ, ତାରିଖ, ତିଥି ଓ ନକ୍ଷତ୍ର ଗଜପତିଙ୍କ ନାମରେ ଉଲ୍ଲେଖ ହୋଇଥାଏ। ସୁନିଆଠାରୁ ଗଜପତି ମହାରାଜାଙ୍କ ଗାଦିନାସୀନ ବର୍ଷର ଗଣନା କରାଯାଇଥାଏ। ସୁନିଆ ଅବସରରେ ରବିବାର ଶ୍ରୀନଅରରେ ପାରମ୍ପରିକ ରୀତିରେ ରାଜ ପରମ୍ପରା ଅନୁଷ୍ଠିତ ହୋଇଥିଲା। ଶ୍ରୀନଅରର ବିଭିନ୍ନ ସ୍ଥାନରେ ଝୋଟି ପକାଯାଇଥିଲା। ସକାଳୁ ରାଜଗୁରୁମାନେ ଶୁଭଖୁଣ୍ଟି ଅନୁକୂଳ କରି ଯଥାବିଧି ଦେବାର୍ଚ୍ଚନା ନୀତି ସମ୍ପନ୍ନ କରିଥିଲେ। ସନ୍ଧ୍ୟାରେ ପଞ୍ଚଦେବତା ଓ ରାମାଭିଷେକ ପୂଜା ହୋଇଥିଲା। ମଙ୍ଗଳାର୍ପଣ ନୀତି ହୋଇ ଅନ୍ୟାନ୍ୟ ନୀତି ସମ୍ପନ୍ନ କରାଯାଇଥିଲା। ପରେ ଏକ ସୁନା ମୋହରରେ ୬୮ ଅଙ୍କ କଟାଯାଇ ଅଙ୍କ ଓ ସାଲ ଘୋଷଣା କରାଯାଇଥିଲା। ୧୬ଶାସନ ବ୍ରାହ୍ମଣମାନେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଗୋଟିଏ ଲେଖାଏ ନଡ଼ିଆ ଭେଟିଦେଇ ଆଶୀର୍ବାଦ ପ୍ରଦାନ କରିଥିଲେ। ପରେ ଗଜପତିଙ୍କୁ ପ୍ରଜା ଏବଂ କର୍ମଚାରୀମାନେ ସୁନିଆ ଭେଟି ଦେଇଥିଲେ। ଏହି ପରମ୍ପରା ସମ୍ପର୍କରେ ଗବେଷକଙ୍କ ସୂଚନା ଅନୁଯାୟୀ, ସୁନିଆରେ ଗଜପତି ମହାରାଜାଙ୍କ ନବବର୍ଷର ଆରମ୍ଭ ହୋଇଥାଏ। ଚଳିତ ବର୍ଷ ଗଜପତି ମହାରାଜାଙ୍କ ୬୮ ଅଙ୍କ ପ୍ରଚଳିତ ହେବା ସହ ୧୪୩୨ ସାଲ ପ୍ରବେଶ କଲା। ଅଙ୍କ କଟା ପରମ୍ପରା ଅଦ୍ୟାବଧି ପ୍ରଚଳିତ ରହିଛି ବୋଲି ରାଜଗୁରୁ ଦେବୀପ୍ରସାଦ ରାଜଗୁରୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri