Posted inଫୁରସତ

ସୂର୍ଯ୍ୟଙ୍କ ରଥରେ ଗଜପତି ଛେରାପହଁରା କରୁଥିଲେ

ଗତ ସଂଖ୍ୟାରେ ଆଲୋଚିତ ହୋଇଥିଲା ସମଗ୍ର ଭାରତବର୍ଷରୁ ବଛାବଛା ଜାଣିବା ଲୋକଙ୍କୁ ମନ୍ଦିର ନିର୍ମାଣ ସମୟରେ ଗଜପତି କୋଣାର୍କକୁ ଆମନ୍ତ୍ରଣ କରିଥିଲେ। ଶ୍ରୀମନ୍ଦିର ଭଣ୍ଡାରରୁ ସୁନାମାଢ଼, ଖାଦ୍ୟ ପାଇଁ ଧାନ ଓ ମହାପ୍ରସାଦ ମଧ୍ୟ କୋଣାର୍କକୁ କିପରି ଯାଇଥିଲା ଆମେ ଜାଣିଲେ। ଏବେ ଜାଣିବା କୋଣାର୍କଠାରେ ଶ୍ରୀଆଦିତ୍ୟ ନାରାୟଣଙ୍କ ରଥଯାତ୍ରାରେ ଗଜପତି ଛେରାପହଁରା ସେବା କରୁଥିଲେ।
ଗଜପତି ଓ ଛେରାପହଁରା:
ସ୍ନାନପୂର୍ଣ୍ଣିମା ପରେ ପରେ ଗଜପତି ପୁରୀରୁ କୋଣାର୍କ ଫେରି ଯାଇଥିଲେ। ଅଣସର ସମୟ ଆରମ୍ଭ ହୋଇଥିଲା। ଅଣସରରେ ବଡ଼ୁମହାପାତ୍ର ପୁରୁଷୋତ୍ତମ ମନ୍ଦିରରୁ ଗଜପତିଙ୍କ ପାଇଁ ପ୍ରସାଦ ନେଇ କୋଣାର୍କ ଯାଇଥିଲେ। କେଉଁ ପ୍ରସାଦ ନେଇଥିଲେ ଜଣାପଡ଼ୁ ନାହିଁ। ମହାପ୍ରଭୁ ଅଣସରରେ ଥିବାବେଳେ ସୁସ୍ଥ ହେବା ପରେ ଗଜପତିଙ୍କ ପାଖକୁ ‘ଖଡ଼ିପ୍ରସାଦ’ ବିଜେ କରାଯାଏ। ଉଦ୍ଦେଶ୍ୟ ମହାପ୍ରଭୁ ସୁସ୍ଥ ହେଲେ। ଏହି ପ୍ରଥା ଅନୁଯାୟୀ ଗଜପତିଙ୍କ ପାଖକୁ ଦଇତା ସେବକମାନେ ‘ଖଡ଼ିପ୍ରସାଦ’ ନେଇ ଯାଆନ୍ତି, କିନ୍ତୁ ପୋଥିରେ ‘ବଡ଼ୁମହାପାତ୍ର ସେବକ’ ନେଇଯିବା କଥା ଅଛି। ଏହା ଖଡ଼ିପ୍ରସାଦ କି ନାହିଁ ତାହା ଜଣାପଡ଼ୁ ନାହିଁ। ହୁଏତ ଅନ୍ୟ ଶୁଖିଲା ପ୍ରସାଦ କିଛି ହୋଇପାରେ।
ଗଜପତି କୋଣାର୍କରେ ସ୍ନାନପୂର୍ଣ୍ଣିମାଠାରୁ ରଥଯାତ୍ରା ପର୍ଯ୍ୟନ୍ତ ମନ୍ଦିର ନିର୍ମାଣ ତଦାରଖ କରୁଥିଲେ। ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟା ଦିନ ହାତୀରେ ବସି ପୁରୀ ଫେରିଲେ ରଥଯାତ୍ରାରେ ଛେରାପହଁରା କରିବା ପାଇଁ। ଏଥିରୁ ସ୍ପଷ୍ଟ ହୁଏ ଯେ, ଛେରାପହଁରା ନୀତି ଗଙ୍ଗବଂଶ ଶାସନ କାଳରେ ପ୍ରଚଳିତ ଥିଲା।
କୋଣାର୍କରେ ଶ୍ରୀମନ୍ଦିର ସେବକ:
– ଶ୍ରୀପଦ୍ମକେଶର ମନ୍ଦିରର ରତ୍ନମୁଦ କଳସରେ ମହାପ୍ରଭୁଙ୍କ ପ୍ରସାଦ ପକାଯାଇଥିଲା। ପୁରୁଷୋତ୍ତମ ବଡ଼ଦେଉଳରୁ ପତିମହାପାତ୍ର ସେବକ ପ୍ରସାଦ ନେଇ କୋଣାର୍କରେ ପହଞ୍ଚତ୍ଥିଲେ।
– ଗୋଟିଏ ବର୍ଷ ପୁରୁଷୋତ୍ତମ କ୍ଷେତ୍ରକୁ ରଥକାର୍ଯ୍ୟ ପାଇଁ କୋଣାର୍କ ନିର୍ମାଣଶାଳାକୁ ବଢ଼େଇ ଆସିଥିବାର ଜଣାଯାଏ।
– ପଥରରେ ନିର୍ମିତ ପଦ୍ମରେ ମାଣିକ୍ୟ ଖଞ୍ଜାଯାଇଥିଲା। ଏହାକୁ ଖଞ୍ଜିବା ପାଇଁ ଗଜପତିଙ୍କ ଆଦେଶରେ ପୁରୁଷୋତ୍ତମରୁ ‘ଚିହ୍ନରା’ (ବଣିଆ) ମାଣିକ୍ୟ କାରିଗର କୋଣାର୍କକୁ ଯାଇଥିଲେ। ଆଦେଶ ଥିଲା- ଦାମୋଦର ବୈଠାରୁ ସୁନାପିଠିଆ ଚିଟାଣିଆ ମହାରଣା (ଚିହ୍ନୁରା) ଆସିବେ। ଦାମ ଚିହ୍ନରା (ଚିହ୍ନର) କୋଣାର୍କ ଯିବା ପରେ ଶିବେଇ ସାମନ୍ତରା ଓ ତାଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଥିଲା। ତଦନୁଯାୟୀ ବୁଢ଼ା ଆଙ୍ଗୁଠି ମୋଟାର ୧୭ଟି ଅକଟା ମାଣିକ୍ୟ ୧୦୦ଟି ସୁନାଖଣ୍ଡ (ଅସରପି) କୋଷାଗାରରୁ ଦାମ ଚିହ୍ନରାଙ୍କୁ ଦିଆଯାଇଥିଲା। ସୁନାର ପାତ୍ର ମଝିରେ ମାଣିକ୍ୟ ଖଞ୍ଜା ହେବ, ତାହା ପକ୍ଷୀର ନଖ ପରି ବଙ୍କା ଆକୃତିରେ ରହିବ। ତୀକ୍ଷ୍ଣ ହେବ ମାଙ୍କଡ଼ର ନଖଯୁକ୍ତ ପାଦ ପରି। ଏହା ପଥର ପଦ୍ମରେ ଖଞ୍ଜା ହେବ ୮, ୬, ୩ ଖଣ୍ଡ କ୍ରମରେ।
ସିଂହାସନ ନିର୍ମାଣ ପରେ ଅକ୍ଷୟତୃତୀୟା ଦିନ ଗୋଟିଏ ଯଜ୍ଞ ହୋଇଥିଲା। ମନ୍ଦିରର ଉତ୍ତରପଟେ ଅନୁଷ୍ଠିତ ଯଜ୍ଞରେ ବାରଜଣ ଆଚାର୍ଯ୍ୟ ନିୟୋଜିତ ଥିଲେ। ୧୨ଜଣଯାକ ପୁରୁଷୋତ୍ତମରୁ କୋଣାର୍କ ଯାଇଥିଲେ। ସେମାନେ ଦୁଇ ଦଳ ହୋଇ ଯଜ୍ଞ କରିବା ପରେ ମନ୍ଦିର ଖପୁରିର ଶୀର୍ଷରେ କଳସ ଲାଗିଥିଲା। ଯଜ୍ଞ ପରେ ପୁରୀ ଫେରିବାର ପାଖାପାଖି ଦୁଇ ମାସ ପରେ ଅଣସର ସମୟରେ ବଡ଼ଦେଉଳ (ପୁରୀ)ର ମୁଖ୍ୟ ନିରୀକ୍ଷକ ପଟ୍ଟଯୋଶୀ ପରିଛା, ଦେଉଳକରଣ ମଧୁ ପଟ୍ଟନାୟକ ଓ କାଶୀ ରାଜଗୁରୁ କୋଣାର୍କରେ ପହଞ୍ଚତ୍ ଭଣ୍ଡାରଘର ପାଖରେ ଗୋଟିଏ ଘରେ ରହିଥିଲେ। ସେମାନଙ୍କ ସହାୟତା ପାଇଁ ଚାରିଜଣ ଖଞ୍ଜା ବ୍ୟବସ୍ଥା ହୋଇଥିଲା।
– ମନ୍ଦିର ନିର୍ମାଣରେ ବିଘ୍ନ ନ ଆସିବା ପାଇଁ ନିଜେ ଗଜପତି ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରାଜଗୁରୁଙ୍କୁ ସଙ୍ଗରେ ଧରି କୋଣାର୍କରେ ପହଞ୍ଚତ୍ଥିଲେ। ଏହିଦିନ ରଥ ଉପରେ ମହାପ୍ରଭୁଙ୍କର ସୁନାବେଶ ଅନୁଷ୍ଠିତ ହୁଏ। ସମ୍ଭାବନା ହୁଏ ଲାଙ୍ଗୁଳା ନରସିଂହ ଦେବଙ୍କ ସମୟରେ ଏଇ ସୁନାବେଶ ରଥ ଉପରେ ହେଉ ନ ଥିଲା। ନଚେତ୍‌ ପୁରୀରେ ଉପସ୍ଥିତ ରହିଥାନ୍ତେ।
– ମନ୍ଦିରରେ ପଦ୍ମଦଣ୍ଡ ପ୍ରତିଷ୍ଠାବେଳେ ଗଜପତି ଓ ରାଜଗୁରୁ କୋଣାର୍କରେ ଉପସ୍ଥିତ ଥିଲେ। ରାଜଗୁରୁ ପଞ୍ଚାମୃତରେ ପଦ୍ମଦଣ୍ଡକୁ ସ୍ନାନ କରାଇବା ପରେ ନାଲି ଖଣ୍ଡୁଆ ବନ୍ଧାଯାଇଥିଲା। ଏହି ଅବସରରେ ମିଠା ପ୍ରସ୍ତୁତି ହୋଇଥିଲା। ପୁରୀରୁ ଜଣେ ମିଠା କାରିଗର ବିରି, ଖଣ୍ଡଗୁଡ଼ ଓ ଘିଅ ବ୍ୟବହାର କରି ‘ତାଡ଼ିଆ’ ପ୍ରସ୍ତୁତ କରିଥିଲେ। ଏହା ଥିଲା ଏକ ସାମୂହିକ ଭୋଜି। ୩୦ଟି ମଶାଲ ଜଳିଲା ଖାଇବାବେଳେ। ଗଜପତି, ରାଜଗୁରୁ ଓ ଅନ୍ୟମାନେ ହାତୀରେ ପୁରୀ ଫେରିଥିଲେ।
– ମନ୍ଦିର ପ୍ରତିଷ୍ଠା ସମୟରେ ଯଜ୍ଞ ପାଇଁ ୧୧ଟି ‘ଶାଳା’ ନିର୍ମାଣ ହୋଇଥିଲା। ସେହି ସମୟରେ ପୁରୁଷୋତ୍ତମ ବଡ଼ଦେଉଳରୁ -ଉତ୍ସବକାଳୀନ ଚାମର, – ୧୦୦ ତୋଳା କର୍ପୂର, -ଧଳା ଚନ୍ଦନକାଠ ୧୨ ଖଣ୍ଡ, – ଦୁଇ ମାଢ଼ ରକ୍ତଚନ୍ଦନ, – ଦୁଇ ମାଢ଼ର ଅର୍କ ସମିଧ କୋଣାର୍କରେ ପହଞ୍ଚତ୍ଥିଲା।
ବାୟା ଚକଡ଼ାର ଲେଖକ ଯେ କି ଶ୍ରୀମନ୍ଦିରର ଚଡ଼ଉକରଣ ମାସିକ ପୁରୁଷୋତ୍ତମ କ୍ଷେତ୍ରରୁ ସାତ ମାଢ଼ ସୁନା ଗ୍ରହଣ କରିଥିଲେ ୧୨ ବର୍ଷ ୧୦ ମାସ ୧୪ ଦିନ ଧରି। ଏହି ସମୟ ପୂର୍ବରୁ ଶ୍ରୀପଦ୍ମକେଶର ମନ୍ଦିରର ନିର୍ମାଣ କାର୍ଯ୍ୟ ୬ ବର୍ଷ ତିନି ମାସ ଚାଲିଥିଲା। ସେ ସମୟରେ ଲେଖିବା ଦାୟିତ୍ୱରେ ଥିଲେ ପୁରୁଷୋତ୍ତମ କ୍ଷେତ୍ରର ମୁଖ୍ୟ ପରିଦର୍ଶକ। ସେଇ ଛଅବର୍ଷ ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ଭଣ୍ଡାରରୁ କ’ଣ କ’ଣ ଯାଇଥିଲା, ଜଣାପଡ଼ୁ ନାହିଁ।
ମାହାରୀ ପରମ୍ପରା:
ଶ୍ରୀପଦ୍ମକେଶର ମନ୍ଦିର ପ୍ରତିଷ୍ଠା ସମୟରେ ୪ଜଣ ମାହାରୀ ପୁରୀରୁ କୋଣାର୍କ ଯାଇଥିଲେ। ଫାଲ୍‌ଗୁନ ମାସ କୃଷ୍ଣପକ୍ଷ ପ୍ରତିପଦା ଦିନ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସମାପ୍ତ ହୋଇଥିଲା। ତହିଁ ମଧ୍ୟରୁ ତିନିଜଣ ମାହାରୀ ମୀନନାୟକଙ୍କ ମାର୍ଫତରେ ପୁରୀ ଫେରିଥିଲେ। ତିନି ତୋଳାର ଦୁଇଟି ଲେଖେଁ କାନଫୁଲ ତାଙ୍କୁ ଉପହାର ଦିଆଯାଇଥିଲା। ଜଣେ ମାହାରୀ କୋଣାର୍କରେ ବସବାସ କରି ରହିଲେ ମନ୍ଦିର ସେବା ପାଇଁ। କୋଣାର୍କରେ ଶ୍ରୀସୂର୍ଯ୍ୟଙ୍କ ମନ୍ଦିରରେ ମାହାରୀ ପ୍ରଥା ଉପାସନା ସମୟରୁ ହିଁ ପ୍ରଚଳିତ ହୋଇଥିଲା।
ଶ୍ରୀପଦ୍ମକେଶର ମନ୍ଦିରରେ ମହାଭାସ୍କରଙ୍କ ସନ୍ଧ୍ୟା ନୀତି ସରିବା ପରେ ବିଜେ ପ୍ରତିମାଙ୍କୁ ନାଟମନ୍ଦିରକୁ ଆଣି ବିଜେ କରାଯାଏ। ଆଳତି ପରେ ତିନୋଟି ରୁପାର ତୂରୀ ବାଜିଉଠେ। ତା’ ପରେ ନାଟମନ୍ଦିରରେ ମାହାରୀ ବିଜେ ପ୍ରତିମାଙ୍କ ସାମ୍‌ନାରେ ନୃତ୍ୟ କରନ୍ତି। କେବଳ ‘ମର୍ଦ୍ଦଳ’ ବ୍ୟବହାର ହୁଏ ନୃତ୍ୟ ସମୟରେ।
ସେତେବେଳେ ଉତ୍ସବକାଳୀନ ଛତ୍ରି ଓ ବାଦ୍ୟ ବାଜୁଥାଏ। ନୃତ୍ୟ ସମାପ୍ତ ହେବା ପରେ ବିଜେ ପ୍ରତିମାଙ୍କୁ ନାଟମନ୍ଦିରରୁ ଅଣାଯାଇ ଶୟନ ସ୍ଥାନରେ ବିଜେ କରାଯାଏ। ରଥଯାତ୍ରା ସମୟରେ ରଥ ଫେରିଆସି ଶ୍ରୀପଦ୍ମକେଶର ମନ୍ଦିର ସାମ୍‌ନାରେ ଲାଗିଲେ ବିଜେ ପ୍ରତିମା ପାଲିଙ୍କିରେ ବିଜେ କରି ନାଟମଣ୍ଡପକୁ ଆସନ୍ତି। ଭୋଗ ଅର୍ପଣ ପରେ ମାହାରୀ ନୃତ୍ୟ ଆରମ୍ଭ ହୁଏ। ନୃତ୍ୟ ପରେ ମୁଖ୍ୟ ମନ୍ଦିରକୁ ବିଜେ କରନ୍ତି।
ସୂର୍ଯ୍ୟଙ୍କ ରଥରେ ଛେରାପହଁରା:
ସ୍ମରଣଯୋଗ୍ୟ ଯେ କୋଣାର୍କରେ ସୂର୍ଯ୍ୟଙ୍କ ରଥଯାତ୍ରା ସମୟରେ ଛେରାପହଁରା ନୀତି ପ୍ରଚଳିତ ଥିଲା। ଗଜପତିଙ୍କ ଅବର୍ତ୍ତମାନରେ ଶ୍ରୀଜଗନ୍ନାଥଙ୍କ ରଥରେ ‘ମୁଦିରସ୍ତ’ ସେବକ ଛେରାପହଁରା କରିବା ପରମ୍ପରା ଥିବାବେଳେ ଶ୍ରୀମହାଭାସ୍କରଙ୍କ ରଥରେ ରାଜଗୁରୁ ଛେରାପହଁରା କରିବାର ପରମ୍ପରା ଥିଲା। ଏହି ଅବସରରେ ପୁରୁଷୋତ୍ତମ ମନ୍ଦିରରୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ପାଟ ପ୍ରତିବର୍ଷ କୋଣାର୍କକୁ ଯିବାର ବିଧି ପ୍ରଚଳିତ ଥିଲା।
ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ ସରିବା ପରେ ୨୪ ହାତ ଉଚ୍ଚର ଗୋଟିଏ ରଥ ନିର୍ମାଣ ହୋଇଥିଲା। ୪୦ ଜଣ ବଢ଼େଇ ରଥ ଗଢ଼ିଥିଲେ। ରଥାକାର ନାରାୟଣ ମହାପାତ୍ର ଭଣ୍ଡାରରୁ ଏଥିପାଇଁ କାଠ ଆଣିଥିଲେ। ରଥରେ ଚିତ୍ର କରିବା ପାଇଁ ପୁରୀରୁ ୮ଜଣ ଚିତ୍ରକାର ସେବକ କୋଣାର୍କ ଯାଇଥିଲେ।

ଡ. ସୁରେନ୍ଦ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ କୋଠରୀରେ କ’ଣ ଘଟିଥିଲା? ଇସ୍ତଫା ଦେବା ପାଇଁ ହରମନପ୍ରୀତଙ୍କ ଉପରେ BCCI ଚାପ ପକାଇଥିଲା କି? ଜାଣନ୍ତୁ ଅଧିନାୟକ ପଦରୁ ଓହରିବାର…

ନୂଆଦିଲ୍ଲୀ,୬।୧୦: ମାତ୍ର ୨୪ ଘଣ୍ଟା ପୂର୍ବ ପର୍ଯ୍ୟନ୍ତ ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ଥିଲେ; ତେବେ ହଠାତ ସେ କାହିଁକି ନିଜ ପଦରୁ…

ପାକିସ୍ତାନୀ ମୁସଲମାନଙ୍କୁ ନେଇ ମିକା ସିଂଙ୍କ ବଡ଼ ବୟାନ, ଖରାପ ନୁହଁନ୍ତି….

ନୂଆଦିଲ୍ଲୀ,୬।୧୦: ବଲିଉଡ୍‌ର ଲୋକପ୍ରିୟ ସିଙ୍ଗର୍ ମିକା ସିଂ ନିଜର ବେବାକ୍ ଅନ୍ଦାଜ ପାଇଁ ବେଶ୍ ପରିଚିତ। ଭାରତ-ପାକିସ୍ତାନ ସମ୍ପର୍କ ଏବଂ ଦୁଇ ଦେଶର କଳାକାରଙ୍କୁ ନେଇ ମଧ୍ୟ…

ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍‌ ଓ ୫ ଏକରର ଫାର୍ମ ହାଉସ୍‌ ଠାବ

ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…

ଆଜି ଆର୍ଜେଣ୍ଟିନା ପାଇଁ ମେସିଙ୍କ ଶେଷ ମ୍ୟାଚ୍‌

ବୁଏନସ ଆରିଜ,୬ା୧୦: ଫୁଟବଲ ସୁପରଷ୍ଟାର ଲିଓନେଲ ମେସି ମଙ୍ଗଳବାର ଇଷ୍ଟାଡିଓ ମାନୁମେଣ୍ଟାଲଠାରେ ବେନିନ ବିପକ୍ଷରେ ଆର୍ଜେଣ୍ଟିନା ପାଇଁ ତାଙ୍କର ବିଦାୟୀ ମ୍ୟାଚ୍‌ ଖେଳିବେ। ଡିଏଗୋ ମାରାଡୋନାଙ୍କ ପରେ…

ହରମନପ୍ରୀତ କୌରଙ୍କ ପରେ ଭାରତୀୟ ଦଳର ପରବର୍ତ୍ତୀ ଅଧିନାୟିକା କିଏ? ନାମ ଆସିଲା ସାମ୍ନାକୁ

ନୂଆଦିଲ୍ଲୀ,୬।୧୦: ଗୁଆହାଟୀରେ ଅନୁଷ୍ଠିତ BCCI ସମୀକ୍ଷା ବୈଠକର ମାତ୍ର ଗୋଟିଏ ଦିନ ପରେ, ହରମନପ୍ରୀତ କୌର ସମସ୍ତ ଫର୍ମାଟରୁ ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ…

CECଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି ବିରୋଧି; ରାହୁଲ-ପ୍ରିୟଙ୍କା ଅଟକ

ନୂଆଦିଲ୍ଲୀ,୬।୧୦: ଭୋଟର ତାଲିକାରେ କଥିତ ଅନିୟମିତତାକୁ ନେଇ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ତାଙ୍କ ଇସ୍ତଫା…

ସର୍ବପିତୃ ଅମାବାସ୍ୟାରେ ଶୁଭ ସଂଯୋଗ: ୩ ରାଶିର ହେବ ଭାଗ୍ୟୋଦୟ, ଚାକିରିରେ ମିଳିବ ଅପୂର୍ବ ସଫଳତା

ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ…

ଅକ୍ଟୋବରରେ କଲବଲ କରୁଛି ତାତି, ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର,୬।୧୦: ପୁରୀ ସହରରେ ଗତ ସୋମବାର ଦିନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଅକ୍ଟୋବର ୫ ତାରିଖରେ ପୁରୀ ସହର ତାପମାତ୍ରା ୩୬.୬°C…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?