Posted inଗଜପତି

ଗଜପତିରେ ପେଟ୍ରୋଲ ଡିଜେଲ ଅଭାବ

ପାରଳାଖେମୁଣ୍ଡି,୨୩ା୬(ଡି.ଏନ୍‌.ଏ.)- ଗଜପତି ଜିଲାର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଡିଜେଲର ଅଭାବ ପରିଲିକ୍ଷିତ ହେଉଛି। ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହର ବ୍ୟତୀତ ଜିଲାର ବିଭିନ୍ନ ଗ୍ରାମାଞ୍ଚଳରେ ଥିବା ପେଟ୍ରୋଲ ପମ୍ପ ଗୁଡିକ ଦିନେ ଖୋଲିଲେ ଦୁଇ ଦିନ ବନ୍ଦ ରହୁଛି । ଜିଲା ସଦର ମହକୁମାଠାରେ ଥିବା ଏସାର ପେଟ୍ରୋଲ ପମ୍ପଠାରେ ଲଗାଦାର ୪ଦିନ ଧରି ବନ୍ଦ ରହିଥିବା ବେଳେ କାଶୀନଗର ବ୍ଲକର ଦେବଦଳାଠାରେ ଥିବା ପେଟ୍ରୋଲପମ୍ପ ବୁଧବାରରୁ ବନ୍ଦ ଥିବାର ଜଣାପଡିଛି। ସେହିପରି ହାଡୁଭାଙ୍ଗି ଗ୍ରାମଠାରେ ଥିବା ପେଟ୍ରୋଲ ପମ୍ପ ୨ଦିନ ଧରି ବନ୍ଦ ଥିବା ବେଳେ ଆଜି ପୁଣି ଖୋଲିଥିବାର ଦେଖିବାକୁ ମିଳିଛି । ଏପରି ଭାବେ ବିଭିନ୍ନ ସ୍ଥାନରେ ଥିବା ପେଟ୍ରୋଲପମ୍ପ ଗୁଡିକ ଦିନେ ଖୋଲିଲେ ଦୁଇ ଦିନ ବନ୍ଦ ହୋଇପଡୁଛି । ଫଳରେ ଉପଭକ୍ତା ତଥା ଯାତ୍ରୀବାହୀ ଗାଡିଗୁଡିକ ନାନାଦି ସମସ୍ୟାର ସମ୍ମୁଖୀନ ହେଉଥିବାର ଦେଖାଦେଇଛି। ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷ ମୁହଁ ଖୋଲୁନଥିବା ବେଳେ ପେଟ୍ରୋଲ ପମ୍ପ ମାଲିକମାନେ କୌଣସି ସ୍ପଷ୍ଟ ଉତ୍ତର ରଖୁନାହାନ୍ତି। ତେଣୁ ଏହାର ପ୍ରତିକାର ପାଇଁ ସରକାର ତଥା ପ୍ରଶାସନର ତୁରନ୍ତ ହସ୍ତକ୍ଷେପ ଲୋଡିଛନ୍ତି ନିର୍ଭରକାରୀମାନେ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବରେ ମିଳୁଛି ଦରମା

ମୋହନା,୨୧ା୪(ମନ୍ମଥ ମିଶ୍ର)ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କର୍ମଚାରୀଙ୍କ ଅଶାନ୍ତି ଦେଖାଦେଇଛି । ଦିନରାତି ପରିଶ୍ରମ କଲେ ବି କର୍ମଚାରୀଙ୍କୁ ମିଳୁନି ଠିକ...

ମନ୍ଦିର ପୂଜାରୀଙ୍କ ଘରେ କଳାକନା ବୁଲାଇଲେ ଚୋର

ଚାନ୍ଦିପୁଟ,୧୪ା୪(କେ. ପ୍ରମୋଦ କୁମାର ଦୋରା)- ଗଜପତି ଜିଲା ମୋହନା ଥାନା ଅଧୀନ ଚାନ୍ଦିପୁଟ ଗ୍ରାମର ଚନ୍ଦ୍ରଶେଖର ମନ୍ଦିର ପୂଜାରୀ ଉଦୟନାଥ ମହାପାତ୍ରଙ୍କ ଘରୁ ଚୋରି ହୋଇଥିବା...

ଓଡ଼ିଶାର କ୍ଷତି, ଆନ୍ଧ୍ର ବ୍ୟବସାୟୀ ମାଲାମାଲ

ପାରଳାଖେମୁଣ୍ଡି, ୧୪ା୪ (ଗିରିଧାରୀ ପରିଛା):ଗଜପତି ଜିଲା କାଶୀନଗର ସହରର ଆଖପାଖ ଅଞ୍ଚଳରେ ଥିବା ଜମିକୁ ଆନ୍ଧ୍ରର ମାଫିଆମାନେ କିଣି ସେଥିରେ ପ୍ଲଟିଂ କରି ବ୍ୟବସାୟ କରି...

ନିର୍ବାଚନ ପ୍ରଚାର ପାଇଁ ନ ଆସିବାକୁ ନିବେଦନ

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଉପଲଡା ପଞ୍ଚାୟତ ଅଧୀନ ଚନ୍ଦନଖଳା ଗ୍ରାମକୁ ମାତ୍ର ପ୍ରାୟ ୭୦୦ ମିଟର ରାସ୍ତା ହୋଇପାରୁ ନ ଥିବାକୁ...

ତାଲା ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ମୂଲ୍ୟବାନ ସାମଗ୍ରୀ

ପାରଳାଖେମୁଣ୍ଡି,୧୦ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ କିଛି ଦିନ ବ୍ୟବଧାନ ପରେ ପୁଣି ଚୋରି ଘଟଣା ସାମନାକୁ ଆସିଛି । ପାରଳା...

ବିକାଶର ବହୁ ଦୂରରେ କିଙ୍ଗଡାଙ୍ଗ ଗ୍ରାମବାସୀ

ପାରଳାଖେମୁଣ୍ଡି,୮ା୪(ଗିରିଧାରୀ ପରିଛା): ଦେଶ ସ୍ବାଧୀନର ୭୬ବର୍ଷ ବିତି ଯାଇଥିଲେ ମଧ୍ୟ ଏଯାଏଁ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଗଜପତି ଜିଲାର କିଙ୍ଗଡାଙ୍ଗ ଗ୍ରାମବାସୀ। ଗୁମ୍ମା ବ୍ଲକ...

ନେତା ଭୋଟ ମାଗି ଆସିଲେ ଗାଁରେ ପୂରାଇ ଦେବୁନି

ମୋହନା,୫ା୪(ମନ୍ମଥ ମିଶ୍ର)Lପାଣି ନାହିଁ ତ ଭୋଟ ନାହିଁ, ନିର୍ବାଚନ ସମୟରେ କୌଣସି ନେତା, କୁଜିନେତା ଯଦି ସାହିକୁ ଭୋଟ ମାଗିବାକୁ ଆସନ୍ତି ତେବେ ବିରୋଧ କରିବୁ,...

ପାଣି ନାହିଁ ତ ଭୋଟ ନାହିଁ,

ମୋହନା,୪ା୪(ମନ୍ମଥ ମିଶ୍ର)- ପାଣି ନାହିଁ ତ ଭୋଟ ନାହିଁ, ନିର୍ବାଚନ ସମୟରେ କୌଣସି ନେତା, କୁଜିନେତା ଯଦି ସାହିକୁ ଭୋଟ ମାଗିବାକୁ ଆସନ୍ତି ତେବେ କାଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri