ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ଗଜାମୁଗ

ଗଜାମୁଗରେ ଅନେକ ପୁଷ୍ଟିକର ଗୁଣ ଭରି ରହିଛି। ଏଥିରେ ମ୍ୟାଗ୍ନେସିୟମ୍‌, ଫସ୍‌ଫରସ୍‌ ଏବଂ ଭିଟାମିନ୍‌-କେ, ବି, ସି, ଭିଟାମିନ୍‌ ବି-୬, କପର, ଫାଇବର ପ୍ରଚୁର ମାତ୍ରାରେ ଅଛି। ସକାଳୁ ବ୍ୟାୟାମ ସାରି ଏହାକୁ ଖାଇଲେ ଫାଇଦା ମିଳିଥାଏ। ତେବେ ନିୟମିତ ଗଜାମୁଗ ଖାଇବା ଦ୍ୱାରା ତାହା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। କେବଳ ସେତିକି ନୁହେଁ, ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା ଆହୁରି ଉପକାରୀ। କାରଣ ଏହାକୁ ଖାଇଲେ ରକ୍ତରେ ଶର୍କରାର ପରିମାଣ ସନ୍ତୁଳିତ ରହିଥାଏ। ଗଜାମୁଗକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କଲେ ତାହା ହୃଦ୍‌ରୋଗ ଆଶଙ୍କାକୁ କେତେକାଂଶରେ ଦୂର କରିଥାଏ ବୋଲି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକ ସଦ୍ୟତମ ଗବେଷଣାରୁ ଜାଣିପାରିଛନ୍ତି। ଖାଦ୍ୟରେ ଥିବା ପୋଷକ ତତ୍ତ୍ୱର ଅଭାବକୁ ଗଜାମୁଗ ପୂରଣ କରିଥାଏ। ଏକ କପ୍‌ ଗଜାମୁଗରେ ୩୪ ମାଇକ୍ରୋଗାମ୍‌ ଭିଟାମିନ୍‌-କେ ଅଛି, ଯାହା ଅସ୍ଥିକୁ ମଜଭୁତ କରେ। ଗଜାମୁଗ ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଅଧିକ ଦେଖାଦିଏ ଫୁଡ୍‌ ପଏଜନିଂ ଆଶଙ୍କା : ଜାଣନ୍ତୁ କିଭଳି ପାଇବେ ମୁକ୍ତି

ଖରାଦିନେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ସେଥିମଧ୍ୟରୁ ଶରୀରରୁ ଜଳୀୟଅଂଶ ପରିମାଣ କମ୍‌ ହେବା, ଭାଇରାଲ ଫିଭର୍‌, ଷ୍ଟ୍ରୋକ, ଫୁଡ ପଏଜନିଂ ଆଦି ଅନ୍ୟତମ।...

ପିଲାଙ୍କ ରାଗ

ମଣିଷର ମାନସିକ ସ୍ଥିତି ବିଭିନ୍ନ ପରିସ୍ଥିତି ଏବଂ ପରିବେଶକୁ ନେଇ ପରିବର୍ତ୍ତନ ହୋଇଥାଏ। ହେଲେ ସାଧାରଣ କଥାରେ କ୍ରୋଧ ବା ରାଗିବା, ହିଂସା କରିବା, ଅଭିଭାବକଙ୍କ...

ବେସନ ଆଣେ ତ୍ୱଚାର ଚମକ

ତ୍ୱଚାର ସୌନ୍ଦର୍ଯ୍ୟ  ବୃଦ୍ଧି ଲାଗି ବର୍ତ୍ତମାନ ଅଧିକାଂଶ ବିଭିନ୍ନ ପ୍ରକାର କସ୍‌ମେଟିକ୍ସ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । କେବଳ ଏତିକି ନୁହେଁ, ଅନେକେ ବ୍ୟୁଟି...

ବିପଜ୍ଜନକ ହୋଇପାରେ ହ୍ୟାଣ୍ଡ୍‌ ସାନିଟାଇଜର୍‌

ଯଦି ପରିଷ୍କାର ପରିଚ୍ଛନ୍ନ ଏବଂ କୀଟାଣୁ ଭୟରେ ସାବୁନ ପରିବର୍ତ୍ତେ ହ୍ୟାଣ୍ଡ୍‌ସାନିଟାଇଜର୍‌ର ବ୍ୟବହାର କରୁଛନ୍ତି, ତେବେ ଖବର ଆପଣଙ୍କୁ ଚିନ୍ତାରେ ପକାଇପାରେ। ସାଧାରଣତଃ ଦେଖାଯାଇଥାଏ, ହାତ...

ନିଦ ଔଷଧ ଖାଉଛନ୍ତି କି? ହୋଇଯାନ୍ତୁ ସାବଧାନ

ନିଦ ଔଷଧ ସେବନକାରୀଙ୍କୁ ଏଣିକି ସତର୍କ ରହିବାକୁ ପଡ଼ିବ। ଏକ ଗବେଷଣାରୁ ଜଣାପଡ଼ିଛି, ଯେଉଁମାନେ ନିଦ ହେବାକୁ ପାୱାର୍‌ଫୁଲ୍‌ ଔଷଧ ସେବନ କରୁଛନ୍ତି, ସେମାନଙ୍କଠାରେ ଆଲଝେମିୟର୍‌...

ଶ୍ୱାସରୋଗୀଙ୍କ ପାଇଁ ଉପକାରୀ ଟମାଟୋ

ଶ୍ୱାସରୋଗୀଙ୍କ ପାଇଁ ଏପରି କିଛି ଖାଦ୍ୟ ନାହିଁ ଯାହା ନିଃଶ୍ୱାସପ୍ରଶ୍ୱାସକୁ ଠିକ୍‌ କରିପାରିବ। କିନ୍ତୁ କିଛି ଫଳ ଓ ପରିବା ରହିଛି ଯାହା ଶ୍ୱାସରୋଗୀଙ୍କ ଲାଗି...

ହୃଦ୍‌ରୋଗ ଜନିତ ସମସ୍ୟା ଦୂର କରେ ମାଛ

ସପ୍ତାହକୁ ଦୁଇ ଥର ମାଛ ଖାଇବା ଦ୍ୱାରା ହୃତ୍‌ପିଣ୍ଡ ସୁସ୍ଥ ରହିବା ସହ ହାର୍ଟଆଟାକ୍‌ ଆଶଙ୍କା ହ୍ରାସ ପାଇଥାଏ। ମାଛରେ ପ୍ରଚୁର ମାତ୍ରାରେ ଓମେଗା ୩...

ଏହି ୩ ରଙ୍ଗ ଝିଅଙ୍କୁ ହୋଇଥାଏ ଅଧିକ ପସନ୍ଦ, ପୁଅ ପିନ୍ଧିିଲେ…

ଅନେକ ପୁଅ ତାଙ୍କ ପୋଷାକ ପରିଧାନକୁୁ ନେଇ ଅଧିକ ଚିନ୍ତାରେ ପଡ଼ିଥାନ୍ତି। ଝିଅଙ୍କୁ ଇମ୍ପ୍ରେସ କରାଇବା ପାଇଁ ସେ ତାଙ୍କ ଡ୍ରେସ୍‌ ଉପରେ ଅଧିକ ଧ୍ୟାନ...

Advertisement
Archives

Model This Week