ଆଜି ଗଜଲକ୍ଷ୍ମୀଙ୍କ ମେଲଣ

କେନ୍ଦ୍ରାପଡ଼ା ଅଫିସ,୧୬ା୧୦: ଆସନ୍ତା ରବିବାର ଓ ସୋମବାର ଦୁଇଦିନ ଧରି କେନ୍ଦ୍ରାପଡ଼ା ସହରର ୩ ସ୍ଥାନରେ ମା’ଗଜଲକ୍ଷ୍ମୀଙ୍କ ମେଲଣ ପର୍ବ ଓ ଭସାଣି ଅନୁଷ୍ଠିତ ହେବ । ଏଥିପାଇଁ ମେଳଣ କମିଟି, ଶାନ୍ତି କମିଟି, ପୋଲିସ ପ୍ରଶାସନ ସମେତ ପୂଜା କମିଟି କର୍ମକର୍ତ୍ତାଙ୍କ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି । ସହରର ପୁରୁଣା ବସ୍‌ଷ୍ଟାଣ୍ଡ, କେଶପୁର ଓ ନୂଆ ବସ୍‌ଷ୍ଟାଣ୍ଡ ଠାରେ ହେବାକୁ ଥିବା ମେଳଣ ପର୍ବ ପାଇଁ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି । ଭସାଣି ଉତ୍ସବକୁ ଶାନ୍ତି ଶୃଙ୍ଖଳା ଓ ସରସସୁନ୍ଦର କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି। ଅପରପକ୍ଷେ ଏହି ଗଣପର୍ବର ଆରମ୍ଭରୁ ସହରର ବିଭିନ୍ନ ମଣ୍ଡପ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କଳାକାର ପହଞ୍ଚତ୍ ଥିବା ବେଳେ ମେଳଣ ଓ ଭସାଣି ପାଇଁ ଜିଲା ଏବଂ ବାହାର ରାଜ୍ୟରୁ କଳାକାର ଆସିଛନ୍ତି । ଶନିବାର ୭ମ ଦିନରେ ମା’ଙ୍କ ମଣ୍ଡପରେ ପୂର୍ଣ୍ଣାହୁତି ପର୍ବ ଆରମ୍ଭ ହୋଇଛି । ମଧ୍ୟରାତ୍ର ସୁଦ୍ଧା ପୂଜା ପୀଠର ଅସ୍ଥାନ ବିସର୍ଜନ ହେବ । ଗତ ୭ ଦିନ ଧରି ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କୁ ଷୋଢ଼ଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଥିଲା । ଏବେ ୨ ଦିନ ମେଳଣ ମଣ୍ଡପରେ ଦେବୀଙ୍କ ଦର୍ଶନ ମିଳିବ । ସହରର ସମସ୍ତ ମୁଣ୍ମୟୀ ପ୍ରତିମା ମେଳଣରେ ଏକତ୍ର ହେବା ସହ ଭୋଗଲାଗି ଦୃଶ୍ୟ ପାଇଁ ଶ୍ରଦ୍ଧାଳୁଙ୍କ ଉତ୍କଣ୍ଠା ବଢ଼ିଛି।
କେଶପୁର ବଜାରରେ ହେଉଥିବା ମେଳଣରେ ପ୍ରାୟ ୩୦ ମେଢ଼ ସାମିଲ ହୋଇଥାନ୍ତି । ସେହିପରି ନୂଆ ବସ୍‌ଷ୍ଟାଣ୍ଡରେ ଅବଶିଷ୍ଟ ମେଢ଼ ଏକତ୍ର ହୁଅନ୍ତି । ତେବେ ପୁରୁଣା ବସ୍‌ଷ୍ଟାଣ୍ଡରେ ସମସ୍ତ ମେଢ଼ ଏକତ୍ର ହେବା ଏହି ସହରର ଏକ ପାରମ୍ପରିକ ବିଧି ରହିଛି । ପୁରୁଣା ବସ୍‌ଷ୍ଟାଣ୍ଡ ମେଳଣର ପରମ୍ପରା ଅନୁଯାୟୀ, ଏହି ସ୍ଥାନର ମା’ ଗଜଲକ୍ଷ୍ମୀ ପ୍ରଥମେ ପୂଜା ମଣ୍ଡପ ଛାଡନ୍ତି। ଦୀର୍ଘ ୯୫ ବର୍ଷର ଏହି ଗଜଲକ୍ଷ୍ମୀଙ୍କ ପୂଜାରେ ଅନେକ ଆଳଙ୍କାରିକ ଓ ସାଜସଜ୍ଜା ପରିବର୍ତ୍ତନ ହୋଇଥିଲେ ମଧ୍ୟ ମେଳଣ ସମୟରେ ପାରମ୍ପରିକ ବିଧିକୁ ଗୁରୁତ୍ୱ ଦିଆଯାଉଥିବା କମିଟିର କର୍ମକର୍ତ୍ତା ପ୍ରକାଶ କରିଛନ୍ତି । ଜନଶ୍ରୁତି ଅନୁଯାୟୀ, ମେଳଣ ପରମ୍ପରା ଆରମ୍ଭରୁ ପୁରୁଣା ବସ୍‌ଷ୍ଟାଣ୍ଡର ମା’ଗଜଲକ୍ଷ୍ମୀ ଅନ୍ୟ ମେଢ଼କୁ ନିମନ୍ତ୍ରଣ କରି ନିଜ ଆସ୍ଥାନରେ ବସିଥାନ୍ତି । ତେବେ ମେଳଣର ଥାନପତି ଭାବେ ନୂଆ ବସ୍‌ଷ୍ଟାଣ୍ଡର ମେଢ଼କୁ ବରଣ କରାଯାଏ। ନୂଆ ବସ୍‌ଷ୍ଟାଣ୍ଡର ମା’ଗଜଲକ୍ଷ୍ମୀ ସର୍ବ ପ୍ରଥମେ ଆସି ମେଲଣ ମଣ୍ଡପରେ ଆସ୍ଥାନ ଥାପିଥାନ୍ତି । ପରେ ଅନ୍ୟ ମେଢ଼ ମେଲଣ ପଡ଼ିଆକୁ ପ୍ରବେଶ କରିଥାଆନ୍ତି । ସେହିପରି ପ୍ରଥମେ ନୂଆ ବସ୍‌ଷ୍ଟାଣ୍ଡ ମେଢ଼ ଓ ଶେଷରେ ପୁରୁଣା ବସ୍‌ଷ୍ଟାଣ୍ଡ ମେଢ଼ ଭସାଣି ଉତ୍ସବରେ ସାମିଲ ହୋଇଥାନ୍ତି । ଏହି ୨ ଦିନ ଉତ୍ସବରେ ବିଭିନ୍ନ ବାଦ୍ୟ, ରୋଷଣୀ, ଅଭିନୟ ମାଧ୍ୟମରେ ମା’ଙ୍କ ବିସର୍ଜନ କରାଯାଇଥାଏ । ସନ୍ଧ୍ୟା ସୁଦ୍ଧା ମା’ଙ୍କ ପୀଠରେ ଶେଷ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ବେଶ ଜମିଥିଲା । ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଥିବା ଏସ୍‌ଡିପିଓ ଜୟନ୍ତ ମହାପାତ୍ର ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?