ସୁରକ୍ଷାରେ ଲାଭ

ଜୈବମଣ୍ଡଳ ଉପରେ ଜୀବନ ତିଷ୍ଠି ରହିଛି। ଏହାର କ୍ଷତି ହେଲେ ସାରା ଜୀବଜଗତ ଧ୍ୱଂସାଭିମୁଖୀ ହେବ ବୋଲି ଗବେଷକମାନେ ସତର୍କ କରିଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଜୈବବିବିଧତା (ବାୟୋ ଡାଇଭର୍ସିଟି) ସୁରକ୍ଷା ପାଇଁ ସାରା ବିଶ୍ୱରେ ତପତ୍ରତା ପ୍ରକାଶ ପାଇଛି। ଭାରତରେ ମଧ୍ୟ ଏହାର ସୁରକ୍ଷା ଓ ସଂରକ୍ଷଣ ସମ୍ପର୍କରେ ଆଲୋଚନା ମାତ୍ର ଏବେ ଆରମ୍ଭ ହୋଇଛି। ସଂରକ୍ଷିତ ଜଙ୍ଗଲକୁ ବାଦ୍‌ଦେଲେ ଭାରତରେ ମୋଟ ୩୭ ବାୟୋଡାଇଭର୍ସିଟି ହେରିଟେଜ୍‌ ସାଇଟ୍‌ (ଜୈବବିବିଧତା ଐତିହ୍ୟ ସ୍ଥଳ) ଅଛି। ଏଥିମଧ୍ୟରେ କର୍ନାଟକ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ତ୍ରିପୁରା ଆଗରେ ଥିବାବେଳେ ଓଡ଼ିଶାରେ ଜୈବବିବିଧତା ସୁରକ୍ଷା ପ୍ରତି ଗୁରୁତ୍ୱ ବୃଦ୍ଧିପାଉଛି। ଏହି କ୍ରମରେ ସରକାର କୋରାପୁଟ ଜିଲା ଗୁପ୍ତେଶ୍ୱର ଜଙ୍ଗଲକୁ ବାୟୋଡାଇଭର୍ସିଟି ହେରିଟେଜ୍‌ ସାଇଟ୍‌ (ବିଏଚ୍‌ଏସ୍‌) ଭାବେ ଘୋଷଣା କରିଛନ୍ତି। ଫଳରେ ରାଜ୍ୟରେ ବିଏଚ୍‌ଏସ୍‌ ସଂଖ୍ୟା ୪ରେ ପହଞ୍ଚିଛି। ପୂର୍ବରୁ ଗନ୍ଧମାର୍ଦ୍ଦନ ପାହାଡ଼(ବଲାଙ୍ଗୀର ଓ ବରଗଡ଼), ମଣ୍ଡାସାରୁ ପାହାଡ଼ (କନ୍ଧମାଳ), ମହେନ୍ଦ୍ରଗିରି(ଗଜପତି)କୁ ବିଏଚ୍‌ଏସ୍‌ ଭାବେ ଘୋଷଣା କରାଯାଇଥିଲା। ତେବେ ୩୫୦ ହେକ୍ଟର ବ୍ୟାପୀ ଗୁପ୍ତେଶ୍ୱର ଜଙ୍ଗଲ ଭଳି ଜୈବ ସମୃଦ୍ଧ ଅଞ୍ଚଳକୁ ବାୟୋଡାଇଭର୍ସିଟି ହେରିଟେଜ୍‌ ସାଇଟ ଘୋଷଣା କରାଯିବା ସ୍ବାଗତଯୋଗ୍ୟ। କିନ୍ତୁ ଜୀବ ଓ ଉଦ୍ଭିଦଗୁଡ଼ିକର ସୁରକ୍ଷାର ବାସ୍ତବତାକୁ ଦେଖିଲେ ପ୍ରଶ୍ନବାଚୀ ସୃଷ୍ଟିହୁଏ। ସଂରକ୍ଷିତ ଜଙ୍ଗଲ ହେଉ କିମ୍ବା ବିଏଚ୍‌ଏସ୍‌ଗୁଡ଼ିକରେ ଶିକାରୀ, ଚୋରା ବେପାରୀଙ୍କ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଅଣାଯାଇପାରିନାହିଁ। ଓଡ଼ିଶାରେ ସବୁ ଖବରକାଗଜକୁ ଦେଖିଲେ ସବୁଦିନ ବାଘ ଓ ହରିଣ ଛାଲ ଜବତ ହେବା, ହାତୀ ମୃତ୍ୟୁହେବା, ମୂଲ୍ୟବାନ୍‌ କାଠ ଚୋରି ଖବର ଦେଖବାକୁ ମିଳୁଛି। ବାସ୍ତବରେ ବନ୍ୟପ୍ରାଣୀ କିମ୍ବା ଗଛ ଭଳି ଜୈବଭଣ୍ଡାରର ସୁରକ୍ଷାରେ ସ୍ଥାନୀୟ ନାଗରିକଙ୍କ ପାଇଁ ସୁଯୋଗ ରହିଛି। ଯଦି ସେଠାକାର ବାସିନ୍ଦାଙ୍କୁ ହାତୀ ସୁରକ୍ଷା କରିବାରେ ସୁଯୋଗ ଦିଅନ୍ତେ, ଯଥା ହାତୀକୁ ମାରିବା ଲାଗି ବୋମା ଖଞ୍ଜିଥିବା ବ୍ୟକ୍ତି ଓ ଶିକାରୀ କିମ୍ବା ଗଛ କାଟୁଥିବା ବ୍ୟକ୍ତିଙ୍କୁ ଧରାଇଦେବା ଲାଗି ଲୋକଙ୍କୁ ଆକର୍ଷଣୀୟ ଆର୍ଥିକ ପୁରସ୍କାର ମିଳନ୍ତା ତେବେ ଜୈବବିବିଧତା ସଂରକ୍ଷଣ କ୍ଷେତ୍ରରେ ଲାଭ ମିଳିପାରନ୍ତା। ଏଥିରେ କିଛି ଚୋରି ହୋଇପାରେ କିନ୍ତୁ ଶିକାରୀ ଭୟରେ ମହତ କାର୍ଯ୍ୟରୁ ଦୂରେଇଯିବା ଉଚିତ ନୁହେଁ। ଶୁଣିବା କଥା ଯେ, ପୂର୍ବରୁ ମାଓବାଦୀମାନେ ପ୍ରାୟ ତାଙ୍କର ଚଳପ୍ରଚଳ ଗ୍ରାମଗୁଡ଼ିକରେ ନିଜର ସହଯୋଗୀ ରଖୁଥିଲେ, ଯେଉଁମାନଙ୍କୁ ଅର୍ଥ ମିଳୁଥିଲା। ସେହି ବ୍ୟକ୍ତିବିଶେଷଙ୍କ ମାଧ୍ୟମରେ ପୋଲିସର ଯାତାୟାତ ସମ୍ପର୍କରେ ଜାଣିବା ସହିତ ପୋଲିସକୁ କିଏ ଖବର ଦେଉଛି ତାହା ଜାଣିପାରୁଥିଲେ। ସେହି ବ୍ୟବସ୍ଥାରେ ମାଓବାଦୀମାନେ ଦୀର୍ଘକାଳ ଧରି ବଳବାନ ସରକାରଙ୍କୁ ଆଣ୍ଠେଇ ଦେବାରେ ସଫଳ ହୋଇଥିଲେ। ଏଥିରୁ ଶିକ୍ଷା ନେଇ ସରକାର ଜଙ୍ଗଲ ଏବଂ ଜୈବବିବିଧତାକୁ ସୁରକ୍ଷିତ ରଖିପାରନ୍ତେ। ଖବରଦାତାଙ୍କ ନାମ ଗୋପନ ରଖି ଶିକାରୀଙ୍କୁ ଧରିବା ସହିତ ପଶୁପକ୍ଷୀଙ୍କୁ ସୁରକ୍ଷା ଦେଇପାରନ୍ତେ। ଯଦି ଗ୍ରାମବାସୀ କୌଣସି ଶିକାରୀଙ୍କୁ ଧରାଇଦେବେ ସେଥିପାଇଁ ଆର୍ଥିକ ପୁରସ୍କାର ତତ୍‌କ୍ଷଣାତ ଦିଆଯାଇପାରନ୍ତା, ଯେଉଁଥିରେ ସବୁ ପରିବାର, କେହି ବାଦ୍‌ ନ ପଡ଼ି ଲାଭବାନ୍‌ ହୋଇପାରନ୍ତେ। ଏହା କଷ୍ଟକର କାର୍ଯ୍ୟ ନୁହେଁ। କିନ୍ତୁ ଏଭଳି ଯୋଜନା କାର୍ଯ୍ୟକାରୀ କରାଇବା ପାଇଁ ସମ୍ପୃକ୍ତ ସରକାରୀ ଅଫିସରଙ୍କର ଆନ୍ତରିକତାର ଆବଶ୍ୟକତା ରହିଛି।
ସଂରକ୍ଷିତ ଜଙ୍ଗଲ ଓ ଜୈବବିବିଧତା ଐତିହ୍ୟ ସ୍ଥଳରେ ପ୍ରଦୂଷଣ ସବୁଠୁ ବଡ଼ ସମସ୍ୟା ଭାବେ ଉଭାହୋଇଛି। ଜଙ୍ଗଲ ନିକଟରେ ଥିବା ଶିଳ୍ପାଞ୍ଚଳ କିମ୍ବା ଜଙ୍ଗଲ ଭିତରେ ଥିବା ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକରେ ବ୍ୟାପକ ପ୍ଲାଷ୍ଟିକ ଭଳି ପ୍ରଦୂଷଣ ବିଷୟ କେହି ବି ଚିନ୍ତା କରୁନାହାନ୍ତି। ପ୍ଲାଷ୍ଟିକ୍‌ ବ୍ୟବହାର ବନ୍ଦ କରାଯାଇଥିଲେ ମଧ୍ୟ ଆଇନକୁ କଡ଼ାକଡି କରାଯାଉନାହିଁ। ବେପରୁଆ ଖଣି ଖନନ ଜାରି ରହିଛ। ଓଡ଼ିଶାରେ ଜଙ୍ଗଲ ନିଆଁ ଯୋଗୁ ଜୈବବିବିଧତାର ବ୍ୟାପକ କ୍ଷତି ଘଟୁଛି। ଉଲ୍ଲେଖନୀୟ ଯେ,ଗତ ୨ବର୍ଷ ହେଲା ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସବୁଠୁ ବେଶି ଜଙ୍ଗଲରେ ନିଆଁ ଲାଗିଛି। ଏପରିକି ସମୃଦ୍ଧ ଜୈବମଣ୍ଡଳ ଶିମିଳିପାଳ ଓ ଓଷଧୀୟ ବୃକ୍ଷର ଭଣ୍ଡାର ଗନ୍ଧମାର୍ଦ୍ଦନ ମଧ୍ୟ ଅଗ୍ନିର କୋପ ଦେଖିଲାଣି। ଜୈବବିବିଧତାର ସୁରକ୍ଷା ପାଇଁ ପ୍ରଥମେ ମନୁଷ୍ୟକୃତ ବାଧାଗୁଡ଼ିକ ଦୂରକରିବାକୁ ହେବ। ଏଥିପାଇଁ ପରିବେଶ ଉପଯୋଗୀ ନିବେଶ ଓ ଇକୋ ଟୁରିଜମ୍‌ର ପାଇଁ ସ୍ବତନ୍ତ୍ର ନୀତି ଓ ସଂସ୍ଥାଗତ ସୁଧାର ସହ ଅଧିକ ବ୍ୟୟବରାଦ କରାଯିବା ଦରକାର। ଚାଇନାଠାରୁ ଆରମ୍ଭକରି ଆଫ୍ରିକୀୟ ଦେଶ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଜୈବବିବିଧତାକୁ ରକ୍ଷା କରିବା ପାଇଁ ସରକାରୀ ସ୍ତରରେ ସାଧାରଣ ନାଗରିକଙ୍କୁ ସମ୍ପୃକ୍ତ କରାଯାଉଛି। ଭାରତରେ ଏହା କରିବାକୁ ହେଲେ ଆର୍ଥିକ ଲାଭ ଦର୍ଶାଇବା ଅତ୍ୟନ୍ତ ଆବଶ୍ୟକ। ସ୍ଥାନୀୟ ନାଗରିକଙ୍କୁ ଯେତେ ଅଧିକ ଜୈବବିବିଧତା ଏବଂ ଜଙ୍ଗଲ ସୁରକ୍ଷା କାର୍ଯ୍ୟରେ ସମ୍ପୃକ୍ତ କରିବା ସହିତ ଅର୍ଥ ଦିଆଯାଇପାରିବ ସେଥିରେ ଲାଭ ଆଖିଦୃଶିଆ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?