Posted inଖେଳ

ଗଗନ ନାରଙ୍ଗ ଚିଫ୍‌ ଡି’ ମିଶନ

ନୂଆଦିଲ୍ଲୀ, ୯ା୭ : ମେରୀ କମ୍‌ଙ୍କ ସ୍ଥାନରେ ଲଣ୍ଡନ ଅଲିମ୍ପିକ୍‌ ବ୍ରୋଞ୍ଜ ପଦକ ବିଜେତା ଶୁଟର ଗଗନ ନାରଙ୍ଗଙ୍କୁ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ଦଳର ଚିଫ୍‌ ଡି’ ମିଶନ ଭାବେ ମନୋନୀତ କରାଯାଇଛି। ଜୁଲାଇ ୨୬ରେ ଉଦ୍‌ଘାଟନୀ ଉତ୍ସବରେ ଦେଶର ଅଗ୍ରଣୀ ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ମହିଳା ପତାକା ବାହକ ଦାୟିତ୍ୱ ତୁଲାଇବେ। ମେରୀ କମ୍‌ଙ୍କ ଇସ୍ତଫା ପରେ ଡେପୁଟି ଚିଫ ଡି’ ମିଶନ ଥିବା ୪୧ ବର୍ଷୀୟ ନାରଙ୍ଗଙ୍କ ପଦୋନ୍ନତି ସ୍ବାଭାବିକ ବୋଲି ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ପି.ଟି. ଉଷା କହିଛନ୍ତି। ଭାରତୀୟ ଦଳର ନେତୃତ୍ୱ ଜଣେ ଅଲିମ୍ପିକ ପଦକ ବିଜେତା ନିଅନ୍ତୁ ବୋଲି ସେ ଚାହୁଁଥିଲେ। ମେରୀ କମ୍‌ଙ୍କ ସ୍ଥାନରେ ମୋ ଯୁବ ସହଯୋଗୀ ହିଁ ପ୍ରକୃତ ବିକଳ୍ପ ବୋଲି ସେ କହିଛନ୍ତି। ନାରଙ୍ଗ ଭାରତୀୟ ଦଳର ଚିଫ୍‌ ଡି’ ମିଶନ ହୋଇ ପାରନ୍ତି ବୋଲି ପୂର୍ବରୁ ଏକ ରିପୋର୍ଟରେ ପ୍ରକାଶ ପାଇଥିଲା। ଉଦ୍‌ଘାଟନୀ ଉତ୍ସବରେ ଦେଶର ଅଗ୍ରଣୀ ଟେବୁଲ ଟେନିସ ଖେଳାଳି ଶରଥ କମଲଙ୍କ ସହ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଥିବା ଭାରତର ଏକମାତ୍ର ମହିଳା ପି.ଭି. ସିନ୍ଧୁଙ୍କୁ ମହିଳା ପତାକା ବାହକ ହେବା ଲାଗି ମନୋନୀତ କରାଯାଇଥିବା ଉଷା ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ଆଇଓଏ ଗତ ମାର୍ଚ୍ଚ ମାସରେ ପ୍ରଥମେ ୬ଥର ବିଶ୍ୱ ଚାମ୍ପିୟନ ମେରୀ କମ୍‌ଙ୍କୁ ଚିଫ୍‌ ଡି’ ମିଶନ ଭାବେ ମନୋନୀତ କରିଥବଲା। ମାତ୍ର ଏପ୍ରିଲରେ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଏହି ପଦବୀରୁ ଇସ୍ତଫା ଦେଇଥିଲେ। ଚିଫ୍‌ ଡି’ ମିଶନ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ପଦବୀ। ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ଆଥଲେଟମାନଙ୍କ ଅଭାବ ଅସୁବିଧା ବୁଝାଶୁଝା କରିବା ଏବଂ ଏହାର ସମାଧାନ ଆବଶ୍ୟକ ଆୟୋଜକ କମିଟି ସହ ଯୋଗାଯୋଗ କରିବା ତାଙ୍କର ମୁଖ୍ୟ କାର୍ଯ୍ୟ ହୋଇଥାଏ। ଆଇଓଏ ମାର୍ଚ୍ଚ ମାସରେ ଶରଥ କମଲଙ୍କ ନାମ ଘୋଷଣା କରିଥିଲା। ମାତ୍ର ମହିଳା ପତାକା ବାହକ କିଏ ହେବ ସେ ନେଇ ନିଷ୍ପତ୍ତି ନେଇ ପାରି ନଥିଲା। ୨୦୨୦ରେ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଏହାର ପ୍ରୋଟୋକଲରେ ପରିବର୍ତ୍ତନ କରିଥିଲା। ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବରେ ପ୍ରତ୍ୟେକ ଦେଶକୁ ଜଣେ ମହିଳା ଓ ଜଣେ ପୁରୁଷ ପତାକା ବାହକଙ୍କୁ ନେବା ଲାଗି ଅନୁମତି ମିଳିଥିଲା। ଟୋକିଓ ଅଲିମ୍ପିକ୍ସରେ ମେରୀ କମ୍‌ ଓ ପୂର୍ବତନ ହକି ଅଧିନାୟକ ମନପ୍ରୀତ ସିଂ ଭାରତର ପତାକା ବାହକ ଦାୟିତ୍ୱ ତୁଲାଇଥିଲେ। ଏହି ଅବସରରେ ଉଷା କହିଛନ୍ତି ଆମ ଆଥଲେଟ୍‌ମାନେ ଭଲରୂପେ ପ୍ରସ୍ତୁତ ହୋଇଥିେବେ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ରହିଛି। ଜୁଲାଇ ୨୬ରୁ ଆରମ୍ଭ ହେଉଥିବା ପ୍ୟାରିସ ଗେମ୍ସ ପାଇଁ ଦେଶର ୧୦୦ରୁ ଊର୍ଦ୍ଧ୍ୱ ଆଥଲେଟ ଯୋଗ୍ୟତା ଅର୍ଜନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ଅଗଷ୍ଟ ୩୦ରେ ଏନ୍‌ଇଇଟି-ପିଜି ପରୀକ୍ଷା

ନୂଆଦିଲ୍ଲୀ,୨ା୭: ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍ଜାମିନେଶନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନୂଆଦିଲ୍ଲୀ ଚଳିତବର୍ଷର ଏନ୍‌ଇଇଟି-ପିଜି ପରୀକ୍ଷା ପାଇଁ ବୁଧବାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି…

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ମଣିଷଠାରୁ ମହାନ୍‌

ଓଡ଼ିଆ ସବୁଜ ସାହିତ୍ୟର ମହାରଥୀ କାଳିନ୍ଦୀଚରଣ ପାଣିଗ୍ରାହୀ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ। କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ପାଇଁ ସେ…

ଅକ୍ଟୋବର ସୁଦ୍ଧା ସରିବ ପୋଲିସ ଏସ୍‌ଆଇ ପରୀକ୍ଷା

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପ୍ରଶ୍ନପତ୍ର ଲିକ୍‌ ଓ ନିଯୁକ୍ତି ଅନିୟମିତା ଯୋଗୁ ଦେଢ଼ବର୍ଷ ଧରି ପୋଲିସ ସବ୍‌-ଇନ୍ସପେକ୍ଟର (ଏସ୍‌ଆଇ) ପରୀକ୍ଷା ଅନିଶ୍ଚିତତା ଭିତରେ ରହିଥିବାବେଳେ ଇତିମଧ୍ୟରେ ବହୁ ଆବେଦନକାରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri