ଗଡୁନି ବସ୍‌, ଦୁର୍ଦ୍ଦିନରେ ନିର୍ଭରଶୀଳ ପରିବାର

ବାରିପଦା ଅଫିସ,୨୯।୬- କରୋନାର ଦ୍ୱିତୀୟ ଲହର ସଂକ୍ରମଣ ପାଇଁ ସବୁଆଡ଼େ ଯାତ୍ରୀବାହୀ ବସ୍‌ ବନ୍ଦ ହୋଇଛି। ମୟୂରଭଞ୍ଜ ଜିଲାରେ ମଧ୍ୟ ଶହ ଶହ ଯାତ୍ରୀବାହୀ ବସ୍‌ ଛିଡା ହୋଇଛି। ଲକ୍‌ଡାଉନ ପାଇଁ ବସଷ୍ଟାଣ୍ଡ ଜନଶୂନ୍ୟ ହୋଇପଡିଥିବା ବେଳେ ବସ ମାଲିକଙ୍କ ମେରୁଦଣ୍ଡ ଦୋହଲି ଯାଇଛି ା ଗତବର୍ଷରୁ ବସ ଚଳାଚଳ ଉପରେ କଟକଣା ଲଗାଯାଇଥିବାରୁ ଯାନ ଟିକସ, ବୀମା ଓ ବ୍ୟାଙ୍କର ଇଏମଆଇ ଦେବାକୁ ଅର୍ଥର ଘୋର ଅଭାବ ରହିଛି ା ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସଂଘ ପକ୍ଷରୁ ଦାବି ହେଉଛି।
ସୀମାନ୍ତରେ ମୟୂରଭଞ୍ଜ ଜିଲା ଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନ ସହିତ କୋଲକାତା, ଟାଟା ଓ ରାଞ୍ଚି ଭଳି ଆନ୍ତଃରାଜ୍ୟ ବସ ଚଳାଚଳ କରୁଥିଲା। ୪୫୦ରୁ ଉର୍ଦ୍ଧ୍ୱ ବସ ଚଳାଚଳ କରୁଥିବା ବେଳେ କରୋନାର ଦ୍ୱିତୀୟ ଲହର ପାଇଁ ମେ’ ୫ତାରିଖରୁ ବସ ଚଳାଚଳ ବନ୍ଦ ରହିଛି। ଜିଲାର ବାରିପଦା ସମେତ ରାଇରଙ୍ଗପୁର, କରଞ୍ଜିଆ ଓ ଉଦଳା ବସଷ୍ଟାଣ୍ଡ ନିଶ୍ଚଳ ପାଲଟିଛି ା ଦିନରାତି ଏହି ସବୁ ବସଷ୍ଟାଣ୍ଡ ଗହଳି ଲାଗି ରହୁଥିବା ବେଳେ ବର୍ତ୍ତମାନ ଜନଶୂନ୍ୟ। ମୟୂରଭଞ୍ଜ ବସ ମାଲିକ ସଂଘ ଅଧୀନରେ ପ୍ରାୟ ୧୨୨ଜଣ ମାଲିକ ଥିବାବେଳେ ଜିଲାରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ଘରୋଇ ବସ ମାଲିକ ରହିଛନ୍ତି। ଅଧିକାଂଶ ମାଲିକ ବିଭିନ୍ନ ବ୍ୟାଙ୍କ ଏବଂ ଫାଇନାନ୍ସ ସଂସ୍ଥାରୁ ଋଣ ଆଣି ବସ୍‌ ବ୍ୟବସାୟ କରୁଛନ୍ତି ା ଲକ ଡାଉନ ପାଇଁ ୨ମାସ ଧରି ସରକାରଙ୍କୁ ମୋଟର ଯାନ ଟିକସ, ବୀମା ଏବଂ ଇଏମଆଇ ଦେବାକୁ ପଡୁଛି ା ସେହିପରି କର୍ମଚାରୀଙ୍କ ଦରମା ପ୍ରଦାନ କରିବାରେ ଅର୍ଥାଭାବ ଦେଖାଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୩ମାସ ପାଇଁ ପରିବହନ ଟିକସ ସହିତ ଇଏମଆଇ ଛାଡ ଓ ବୀମାରାଶିକୁ ମଧ୍ୟ ୩ମାସ ବୃଦ୍ଧି କରିବା ପାଇଁ ମୟୂରଭଞ୍ଜ ବସ୍‌ ମାଲିକ ସଂଘ ସାଧାରଣ ସମ୍ପାଦକ ସୁନୀଲ କୁମାର ଦାଶ ନିବେଦନ କରିଛନ୍ତି ା ଅନ୍ୟ ପକ୍ଷରେ ବସରେ କାର୍ଯ୍ୟକରୁଥିବା କର୍ମଚାରୀ ଓ ବସଷ୍ଟାଣ୍ଡ ଉପରେ ନିର୍ଭର କରୁଥିବା ଉଠାଦୋକାନୀ, ଟିକେଟ ବୁକିଂ କାଉଣ୍ଟର କର୍ମଚାରୀ, ହକର, ବୁଲାବିକାଳି ସଭିଏଁ ହାତଗୋଡ଼ ମାଡ଼ି ଘରେ ବସିଛନ୍ତି ା ସେହିପରି ବସଯାତ୍ରୀଙ୍କ ପାଇଁ ବସଷ୍ଟାଣ୍ଡ ନିକଟ ଟ୍ୟାକ୍ସି ଓ ଅଟୋଚାଳକଙ୍କ ଅବସ୍ଥା ମଧ୍ୟ ନ କହିଲେ ଭଲ। ଏକ ବର୍ଷରୁ ଉର୍ଦ୍ଧ୍ୱ କରୋନା ମହାମାରୀ ପାଇଁ ପାଖାପାଖି ୨୦ହଜାର ଲୋକ ନିଜର ଜୀବିକା ହରାଇଛନ୍ତି ା ସରକାର ଏଥିପ୍ରତି ଆବଶ୍ୟକ ପଦକ୍ଷେପ ଗ୍ରହଣ କଲେ ନିର୍ଭରଶୀଳ ପରିବାର ପୁଣି ରୋଜଗାରକ୍ଷମ ହୋଇପାରନ୍ତେ ବୋଲି ବସ ମାଲିକ ପ୍ରକାଶ ଚନ୍ଦ୍ର ବେହେରା, ଅଜିତ ମହାନ୍ତି ପ୍ରମୁଖ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ତଦନ୍ତ ଫାଇଲ ଗାଏବ୍‌ ମାମଲା, ସିବିଆଇ ତଦନ୍ତ ଦାବି କଲେ ପୁଅ-ବୋହୂ

ଭୁବନେଶ୍ୱର,୪।୯(ତ୍ରିନାଥ ମହାନ୍ତି): ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକୁ ୧୮ ବର୍ଷ ପୂରିଛି। ଶୁକ୍ରବାର ସାରା ରାଜ୍ୟରେ ବଳିଦାନ ଦିବସ ପାଳନ କରାଯାଇ ସ୍ବାମିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। କିନ୍ତୁ…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ଏବେ କିଣିନିଅନ୍ତୁ ସୁନା, ବଢିବ ସୁନାଦର; ଏକ୍ସପର୍ଟ କହିଦେଲେ କେବେ…

ନୂଆଦିଲ୍ଲୀ,୪।୯: ପାର୍ୱଣ ଏବଂ ବିବାହ ଋତୁ ପାଇଁ ପ୍ରସ୍ତୁତି ଚଳାଇଥିବା ଲୋକଙ୍କ ନିମନ୍ତେ ସେପ୍ଟେମ୍ୱର ମାସଟି ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସମ୍ପ୍ରତି ସୁନା ଦରରେ କିଛିଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri