ଗଦଗଦିରେ ଯୁଦ୍ଧବିମାନ

ପାଟଣା,୧୪ ।୮(ସ୍ବ. ପ୍ର.): ଏକାଧିକ ଯୁଦ୍ଧ ଅପରେଶନରେ ସାମିଲ ଥିବା ଭାରତୀୟ ବାୟୁସେନାର ଏକ ସେବାନିବୃତ୍ତ ବିମାନ ମିଗ୍‌-୨୩ ୟୁବିକୁ କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଉଦୟପୁର ପଞ୍ଚାୟତର ଗଦଗଦିଠାରେ ସ୍ଥାୟୀ ଭାବେ ପ୍ରଦର୍ଶନ କରାଯିବ। ଇଞ୍ଜିନବିହୀନ ଉକ୍ତ ବିମାନକୁ ଅତି ନିକଟରୁ ଦେଖିପାରିବେ ପର୍ଯ୍ୟଟକ। ଶୁକ୍ରବାର ୩ଟି ଟ୍ରେଲରରେ ବିମାନର ବିଭିନ୍ନ ଅଂଶ ଗଦଗଦିରେ ପହଞ୍ଚତ୍ଥିବାବେଳେ ଶନିବାରଠାରୁ ଏହାର ଫିଟିଂ କାମ ଆରମ୍ଭ ହୋଇଛି। ଦେଶ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ବିବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବାବେଳେ ଯୁଦ୍ଧରେ ସାମିଲ ହୋଇଥିବା ଉକ୍ତ ବିମାନ ଅଞ୍ଚଳର ଶୋଭାବର୍ଦ୍ଧନ କରିବ ବୋଲି ଜଣାପଡ଼ିବା ପରେ ଅଞ୍ଚଳବାସୀଙ୍କ ମନରେ ବିପୁଳ ଉତ୍କଣ୍ଠା ସୃଷ୍ଟି ହୋଇଛି।
ସେବାନିବୃତ୍ତ ପରେ ଭାରତୀୟ ବାୟୁସେନାର ରାଜସ୍ଥାନ ଯୋଧପୁରସ୍ଥିତ ଏୟାରବେସ୍‌ରେ ରହିଥିଲା ଉକ୍ତ ବିମାନ। ୧୭ ମିଟର ଲମ୍ବା, ୧୪ ମିଟର ଚଉଡ଼ା ବିଶିଷ୍ଟ ଏହି ବିମାନ ୧୯୮୦ଠାରୁ ବାୟୁସେନାରେ ସେବା ଯୋଗାଇ ଆସୁଥିଲା। ୧୯୯୯ କାର୍ଗିଲ ଯୁଦ୍ଧ, ବାଲାକୋଟ୍‌ ସର୍ଜିକାଲ ଷ୍ଟ୍ରାଇକ୍‌, ୨୦୦୪ର ଅପରେଶନ ‘ପରାକ୍ରମ’ରେ ସାମିଲ ହୋଇ ଭାରତୀୟ ସେନାର ଗୌରବ ବଢ଼ାଇଥିଲା। ସମୟ ଅବଧି ଶେଷ ହେବା ପରେ ୨୦୨୦ରେ ଏହାକୁ ବାୟୁସେନାରୁ ସେବାନିବୃତ୍ତ କରାଯାଇଥିଲା। ଏଭଳି ଏକ ବିମାନକୁ ଅଞ୍ଚଳରେ ସ୍ଥାପନ କରିବା ଲାଗି ପଞ୍ଚାୟତ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଥିଲା। ସ୍ଥାନୀୟ କେତେଜଣ ଅବସରପ୍ରାପ୍ତ ସେନା ଅଧିକାରୀ ଏଥିଲାଗି ଆବଶ୍ୟକ ସହଯୋଗ ଯୋଗାଇ ଦେଇଥିଲେ। ସରକାରୀ ଅନୁମତି ପରେ ଏହା ଗଦଗଦିରେ ପହଞ୍ଚତ୍ଛି।
ବାୟୁସେନାର ୨ ପାଇଲଟ୍‌ ସହ ୬ କର୍ମଚାରୀ ଶନିବାରଠାରୁ ଏହାର ଫିଟିଂ କାମ ଆରମ୍ଭ କରିଛନ୍ତି। ଏହାପରେ ବିମାନକୁ ରଙ୍ଗ କରାଯିବ। ଏସବୁ କାର୍ଯ୍ୟ ପାଇଁ ୨୦ଦିନ ଲାଗିବ ବୋଲି ବାୟୁସେନାର ଅଧିକାରୀ କମଲ ସିଂ କହିଛନ୍ତି। ଜିଲାରେ ପ୍ରଥମ ଥର ପାଇଁ ଏକ ସେବାନିବୃତ୍ତ ଯୁଦ୍ଧ ବିମାନ ସ୍ଥାପନ କରାଯାଉଛି। ଏହି ବିମାନକୁ ଦେଖି ଅଞ୍ଚଳବାସୀ ଉତ୍ସାହିତ ହୋଇପଡ଼ିଛନ୍ତି। ଏନେଇ ଗ୍ରାମ ମନ୍ଦିର ନିକଟ ପଡ଼ିଆରେ ଲୋକଙ୍କ ଭିଡ଼ ଜମୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ

ଦାରିଙ୍ଗବାଡ଼ି,୨ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଶୁକ୍ରବାର…

IND vs PAK: ଡେବ୍ୟୁ ମ୍ୟାଚରେ ପାକିସ୍ତାନର ଖେଳ ବିଗାଡ଼ିବେ ବୈଭବ ସୂର୍ଯ୍ୟବଂଶୀ; ଭାରତୀୟ ଦଳର ଏହି ଖେଳାଳି ଅଛନ୍ତି ଆକ୍ସନରେ!

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସୀୟ କ୍ରୀଡ଼ାରେ ଶନିବାର ଦିନଟି ଏପର୍ଯ୍ୟନ୍ତ ସବୁଠାରୁ ରୋମାଞ୍ଚକର ଦିନ ହେବ ବୋଲି ଆଶା କରାଯାଉଛି, କାରଣ ଏହି ଦିନ ଏକ ଉତ୍ତେଜନାପୂର୍ଣ୍ଣ ମୁକାବିଲା…

ରାଜନୀତିରେ ହଲଚଲ: ମମତା ବାନାର୍ଜୀଙ୍କୁ ଖୋଲା ଅଫର ଦେଲା କଂଗ୍ରେସ, କହିଲା-ବାକି ଥିବା ବିଧାୟକ, ସାଂସଦଙ୍କୁ…

ନୂଆଦିଲ୍ଲୀ, ୨।୧୦: ପଶ୍ଚିମବଙ୍ଗ ରାଜନୀତିରେ ନୂଆ ଚର୍ଚ୍ଚା। ତୃଣମୂଳ କଂଗ୍ରେସ (TMC) ମୁଖ୍ୟ ମମତା ବାନାର୍ଜୀଙ୍କୁ କଂଗ୍ରେସକୁ ଫେରିବାକୁ ଖୋଲା ନିମନ୍ତ୍ରଣ ଦେଇଛନ୍ତି କଂଗ୍ରେସ ନେତା ଅଧୀର…

କୁସ୍ତିରେ ବଡ଼ ବିପର୍ଯ୍ୟୟ ଘଟାଇଲେ ମଲ୍ଲଯୋଦ୍ଧା ସୁଜିତ, ଭାରତକୁ ମିଳିଲା ପୁଣି ସ୍ବର୍ଣ୍ଣ

ନାଗୋୟା,୨ା୧୦: ଭାରତୀୟ ମଲ୍ଲଯୋଦ୍ଧା ସୁଜିତ କାଲ୍‌କାଲ୍‌ ୨୦୨୬ ଏସୀୟ କ୍ରୀଡ଼ାରେ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି। ସୁଜିତ ପୁରୁଷ ୬୫ କିଲୋଗ୍ରାମ ଫ୍ରିଷ୍ଟାଇଲ କୁସ୍ତି ବର୍ଗରେ ସ୍ବର୍ଣ୍ଣ ପଦକ…

ବ୍ରିଟିଶ ରାଜ ପରିବାରର ଅତିଥି ହେବେ ସୌରଭ ଗାଙ୍ଗୁଲି; ଆରମ୍ଭ ହେଲାଣି ସଜବାଜ

ନୂଆଦିଲ୍ଲୀ,୨।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ବ୍ରିଟିଶ ରାଜ ପରିବାର ପକ୍ଷରୁ ଏକ ଚାରିଟି ମ୍ୟାଚ (ପରୋପକାରୀ ଉଦ୍ଦେଶ୍ୟରେ ଆୟୋଜିତ ମ୍ୟାଚ) ପାଇଁ…

ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ଖାତାକୁ ଆସୁଛି PM କିଷାନର ୨୦୦୦ ଟଙ୍କା; ତୁରନ୍ତୁ କରନ୍ତୁ…

ନୂଆଦିଲ୍‌ଲୀ,୨।୧୦: ଦେଶର କୋଟି କୋଟି ଚାଷୀଙ୍କୁ ଦୀପାବଳି ପୂର୍ୱରୁ ସରକାର ଉପହାର ଦେଇପାରନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନାର ୨୪ତମ କିସ୍ତି…

ଉପକୂଳ ପରିବେଶ ସୁରକ୍ଷା ସମ୍ପର୍କିତ ତର୍କ ପ୍ରତିଯୋଗିତା: ସୁନ୍ଦର ପୃଥିବୀ ଗଠନ ପାଇଁ ଛାତ୍ରଛାତ୍ର ନେଲେ ଶପଥ

ମହାକାଳପଡ଼ା,୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସଦରମହକୁମା କିଆରବାଙ୍କସ୍ଥିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଉପକୂଳ…

ବର୍ଷା ପାଇଁ ଯଦି ଭାରତ-ପାକିସ୍ତାନ ଫାଇନାଲ ମ୍ୟାଚ ବାତିଲ ହୋଇଯାଏ, ତେବେ କିଏ ସ୍ବର୍ଣ୍ଣ ପଦକ ପାଇବ? ଜାଣନ୍ତୁ…

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ପାଇଁ ଭାରତ ଓ ପାକିସ୍ତାନ ଦଳ ମୁହାଁମୁହିଁ ହେବାକୁ ଯାଉଛନ୍ତି। ପ୍ରଶଂସକମାନେ ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାକୁ ଉତ୍ସାହର ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?