ଗଦଗଦିରେ ଯୁଦ୍ଧବିମାନ

ପାଟଣା,୧୪ ।୮(ସ୍ବ. ପ୍ର.): ଏକାଧିକ ଯୁଦ୍ଧ ଅପରେଶନରେ ସାମିଲ ଥିବା ଭାରତୀୟ ବାୟୁସେନାର ଏକ ସେବାନିବୃତ୍ତ ବିମାନ ମିଗ୍‌-୨୩ ୟୁବିକୁ କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଉଦୟପୁର ପଞ୍ଚାୟତର ଗଦଗଦିଠାରେ ସ୍ଥାୟୀ ଭାବେ ପ୍ରଦର୍ଶନ କରାଯିବ। ଇଞ୍ଜିନବିହୀନ ଉକ୍ତ ବିମାନକୁ ଅତି ନିକଟରୁ ଦେଖିପାରିବେ ପର୍ଯ୍ୟଟକ। ଶୁକ୍ରବାର ୩ଟି ଟ୍ରେଲରରେ ବିମାନର ବିଭିନ୍ନ ଅଂଶ ଗଦଗଦିରେ ପହଞ୍ଚତ୍ଥିବାବେଳେ ଶନିବାରଠାରୁ ଏହାର ଫିଟିଂ କାମ ଆରମ୍ଭ ହୋଇଛି। ଦେଶ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ବିବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବାବେଳେ ଯୁଦ୍ଧରେ ସାମିଲ ହୋଇଥିବା ଉକ୍ତ ବିମାନ ଅଞ୍ଚଳର ଶୋଭାବର୍ଦ୍ଧନ କରିବ ବୋଲି ଜଣାପଡ଼ିବା ପରେ ଅଞ୍ଚଳବାସୀଙ୍କ ମନରେ ବିପୁଳ ଉତ୍କଣ୍ଠା ସୃଷ୍ଟି ହୋଇଛି।
ସେବାନିବୃତ୍ତ ପରେ ଭାରତୀୟ ବାୟୁସେନାର ରାଜସ୍ଥାନ ଯୋଧପୁରସ୍ଥିତ ଏୟାରବେସ୍‌ରେ ରହିଥିଲା ଉକ୍ତ ବିମାନ। ୧୭ ମିଟର ଲମ୍ବା, ୧୪ ମିଟର ଚଉଡ଼ା ବିଶିଷ୍ଟ ଏହି ବିମାନ ୧୯୮୦ଠାରୁ ବାୟୁସେନାରେ ସେବା ଯୋଗାଇ ଆସୁଥିଲା। ୧୯୯୯ କାର୍ଗିଲ ଯୁଦ୍ଧ, ବାଲାକୋଟ୍‌ ସର୍ଜିକାଲ ଷ୍ଟ୍ରାଇକ୍‌, ୨୦୦୪ର ଅପରେଶନ ‘ପରାକ୍ରମ’ରେ ସାମିଲ ହୋଇ ଭାରତୀୟ ସେନାର ଗୌରବ ବଢ଼ାଇଥିଲା। ସମୟ ଅବଧି ଶେଷ ହେବା ପରେ ୨୦୨୦ରେ ଏହାକୁ ବାୟୁସେନାରୁ ସେବାନିବୃତ୍ତ କରାଯାଇଥିଲା। ଏଭଳି ଏକ ବିମାନକୁ ଅଞ୍ଚଳରେ ସ୍ଥାପନ କରିବା ଲାଗି ପଞ୍ଚାୟତ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଥିଲା। ସ୍ଥାନୀୟ କେତେଜଣ ଅବସରପ୍ରାପ୍ତ ସେନା ଅଧିକାରୀ ଏଥିଲାଗି ଆବଶ୍ୟକ ସହଯୋଗ ଯୋଗାଇ ଦେଇଥିଲେ। ସରକାରୀ ଅନୁମତି ପରେ ଏହା ଗଦଗଦିରେ ପହଞ୍ଚତ୍ଛି।
ବାୟୁସେନାର ୨ ପାଇଲଟ୍‌ ସହ ୬ କର୍ମଚାରୀ ଶନିବାରଠାରୁ ଏହାର ଫିଟିଂ କାମ ଆରମ୍ଭ କରିଛନ୍ତି। ଏହାପରେ ବିମାନକୁ ରଙ୍ଗ କରାଯିବ। ଏସବୁ କାର୍ଯ୍ୟ ପାଇଁ ୨୦ଦିନ ଲାଗିବ ବୋଲି ବାୟୁସେନାର ଅଧିକାରୀ କମଲ ସିଂ କହିଛନ୍ତି। ଜିଲାରେ ପ୍ରଥମ ଥର ପାଇଁ ଏକ ସେବାନିବୃତ୍ତ ଯୁଦ୍ଧ ବିମାନ ସ୍ଥାପନ କରାଯାଉଛି। ଏହି ବିମାନକୁ ଦେଖି ଅଞ୍ଚଳବାସୀ ଉତ୍ସାହିତ ହୋଇପଡ଼ିଛନ୍ତି। ଏନେଇ ଗ୍ରାମ ମନ୍ଦିର ନିକଟ ପଡ଼ିଆରେ ଲୋକଙ୍କ ଭିଡ଼ ଜମୁଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri