ଜି ୭: ରୁଷିଆ ଉପରେ ଚାପ

ଏଲ୍‌ମଉ,୨୭ା୬: ରୁଷିଆକୁ ମହଙ୍ଗା ପଡ଼ିବ ୟୁକ୍ରେନ୍‌ ଆକ୍ରମଣ। ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ରୁଷିଆ ଉପରେ ଗୋଟିଏ ପରେ ଗୋଟିଏ କଟକଣା ଜାରି କରୁଥିବାବେଳେ ଆଗକୁ ସେଠାରୁ ସୁନା ଆମଦାନୀ ମଧ୍ୟ ବନ୍ଦ କରାଯିବ ବୋଲି ରବିବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଘୋଷଣା କରିଛନ୍ତି। ଜର୍ମାନୀର ଏଲ୍‌ମଉ ସହରରେ ମଙ୍ଗଳବାର ହେବାକୁ ଥିବା ଜି ୭ର ବାର୍ଷିକ ସମ୍ମିଳନୀରେ ଏନେଇ ଆନୁଷ୍ଠାନିକ ଘୋଷଣା କରାଯାଇପାରେ। କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ୍‌ ଓ ଆମେରିକାକୁ ନେଇ ଗଠିତ ଆନ୍ତଃ ସରକାରୀ ରାଜନୈତିକ ମଞ୍ଚ ଜି ୭ ରୁଷିଆରୁ ସୁନା ଆମଦାନୀ ଉପରେ କଟକଣା ଜାରି କରାଗଲେ ମସ୍କୋର ଆର୍ଥିକ ସ୍ଥିତି ଆହୁରି ଖରାପ ହେବା ଆଶଙ୍କା କରାଯାଉଛି। ଏହାବାଦ୍‌ ୟୁକ୍ରେନ୍‌ ଆକ୍ରମଣ ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ଓ ମୁଦ୍ରାସ୍ଫୀତିର ମୁକାବିଲା ପାଇଁ ଏହି ସମ୍ମିଳନୀରେ ରଣନୀତି ପ୍ରସ୍ତୁତ କରାଯିବ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏନେଇ ଜି ୭ ନେତାମାନଙ୍କ ସହ ଆଲୋଚନା କରିଛନ୍ତି। ବାଇଡେନ୍‌ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରୁଷିଆ ସର୍ବାଧିକ ଶକ୍ତି ରପ୍ତାନି କରିଥାଏ। ଏହା ପରେ ସୁନା ରପ୍ତାନି କରି ଅଧିକ ଅର୍ଥ ପାଇଥାଏ। ସୁନା ରପ୍ତାନି ଉପରେ କଟକଣା ଜାରି କଲେ ବିଶ୍ୱ ବଜାରରେ ମସ୍କୋର ଯୋଗଦାନ କାଠିକର ହୋଇଯିବ। ସୁନା ବିକ୍ରି କରି ରୁଷିଆ ବିପୁଳ ଅର୍ଥ ଠୁଳ କରୁଥିବା ବାଇଡେନ୍‌ଙ୍କ ଟୁଇଟର ଫିଡ୍‌ ପକ୍ଷରୁ କୁହାଯାଇଛି। ହ୍ବାଇଟ୍‌ ହାଉସ୍‌ କହିଛି, ୨୦୨୦ରେ ରୁଷିଆ ସୁନା ରପ୍ତାନିରୁ ୧୯ ବିଲିୟନ୍‌ ଡଲାର ଠୁଳ କରିଥିଲା। ଏହାର ମୋଟ ସୁନା ରପ୍ତାନିର ୯୦% ଜି ୭ ରାଷ୍ଟ୍ରଗୁଡ଼ିକ ଆମଦାନୀ କରିଥାଆନ୍ତି। ଏସବୁକୁ ଧ୍ୟାନରେ ରଖି ବାଇଡେନ୍‌ କହିଛନ୍ତି, ରୁଷିଆକୁ ଏକଘରିକିଆ କରିବା ପାଇଁ ଆମକୁ ଏକାଠି ହେବାକୁ ପଡ଼ିବ। ମସ୍କୋ ଉପରେ ଚାପ ପ୍ରୟୋଗ ୟୁକ୍ରେନ୍‌ଠାରୁ ଏହାକୁ ଦୂରେଇ ରଖିବା ପାଇଁ ଏକ ବଡ଼ ଅସ୍ତ୍ର।

ସମ୍ମିଳନୀ ପୂର୍ବରୁ କିଭ୍‌ରେ କ୍ଷେପଣାସ୍ତ୍ର ମାଡ଼

କିଭ୍‌,୨୬ା୬: ଜର୍ମନୀରେ ଜି ୭ ସମ୍ମିଳନୀ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ରୁଷିଆ ପକ୍ଷରୁ ୟୁକ୍ରେନ୍‌ ରାଜଧାନୀ କିଭ୍‌ରେ ପୁଣି କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି। ମିଶାଇଲ୍‌ ମାଡ଼ରେ କେତୋଟି କୋଠା ଧରାଶାୟୀ ହୋଇଯାଇଛି। ଏଥିସହ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା କିଭ୍‌ ମେୟର ଭିତାଲି କ୍ଲିଟ୍‌ସ୍କୋ ସୂଚନା ଦେଇଛନ୍ତି। ୩ ସପ୍ତାହ ମଧ୍ୟରେ ଏହା ହେଉଛି ରୁଷୀୟ ସୈନ୍ୟଙ୍କ ପକ୍ଷରୁ ଏହି ଧରଣର ପ୍ରଥମ ଆକ୍ରମଣ।

ଜି ୭ କ’ଣ

ଜି ୭ ହେଉଛି କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ୍‌ ଓ ଆମେରିକାକୁ ନେଇ ଗଠିତ ଏକ ଆନ୍ତଃ ସରକାରୀ ରାଜନୈତିକ ମଞ୍ଚ। ଏଥିରେ ୟୁରୋପୀୟ ସଂଘ (ଇୟୁ)କୁ ମଧ୍ୟ ସାମିଲ କରାଯାଇଛି। ଜି-୭ ସଦସ୍ୟ ରାଷ୍ଟ୍ରଗୁଡ଼ିକ ହେଉଛନ୍ତି ବିଶ୍ୱର ସର୍ବାଧିକ ବିକଶିତ ଅର୍ଥନୀତି ଏବଂ ଧନୀ ଉଦାରବାଦୀ ଗଣତନ୍ତ୍ର। ୨୦୨୦ରେ ବିଶ୍ୱର ମୋଟ ସମ୍ପତ୍ତିର ୫୦%ରୁ ଊର୍ଦ୍ଧ୍ୱ (୪୧୮ ଟ୍ରିଲିୟନ୍‌ ଡଲାର) ଏବଂ ବୈଶ୍ୱିକ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୩୨ରୁ ୪୬% ଯୋଗଦାନ ଏହି ରାଷ୍ଟ୍ର ସମୂହର ରହିଥିଲା। ବିଶ୍ୱ ଜନସଂଖ୍ୟାର ୧୦% ଅର୍ଥାତ୍‌ ପ୍ରାୟ ୭୭୦ ନିୟୁତ ଜି-୭ ରାଷ୍ଟ୍ରଗୁଡ଼ିକରେ ବସବାସ କରନ୍ତି। ଏହାର ସଦସ୍ୟଗୁଡ଼ିକୁ ଅନ୍ତର୍ଜାତୀୟ, ରାଜନୈତିକ, ଅର୍ଥନୈତିକ, ସାମାଜିକ, ଆଇନଗତ, ପରିବେଶ, ସାଂସ୍କୃତିକ, ଧର୍ମୀୟ ସାମରିକ ଓ କୂଟନୈତିକ ବ୍ୟାପାର ମହାଶକ୍ତି ରୂପେ ବିବେଚନା କରାଯାଏ। ବ୍ରିଟେନ ପରେ ଚଳିତ ବର୍ଷ ଜର୍ମାନୀ ଏଥିରେ ଅଧ୍ୟକ୍ଷତା କରୁଛି। ୧୯୭୩ରେ ଅର୍ଥମନ୍ତ୍ରୀମାନଙ୍କୁ ନେଇ ଆୟୋଜିତ ଏକ ଅସ୍ଥାୟୀ ବୈଠକରୁ ଉଦ୍ଭବ ଜି ୭ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ପ୍ରସଙ୍ଗର ସମାଧାନ ପାଇଁ ନେତୃତ୍ୱ ନେଇଆସୁଛି। ରୁଷିଆ ୧୯୯୭ରୁ ୨୦୧୪ ପର୍ଯ୍ୟନ୍ତ ରାଜନୈତିକ ମଞ୍ଚ ଜି ୮ର ସଦସ୍ୟ ଥିଲା। ମସ୍କୋର କ୍ରିମିଆ ଦଖଲ ପରେ ୨୦୧୪ ମାର୍ଚ୍ଚରେ ଜି ୭ ରାଷ୍ଟ୍ରଗୁଡ଼ିକ ରୁଷିଆକୁ ଏଥିରୁ ନିଲମ୍ବନ କରିଥିଲେ। ୨୦୧୭ ଜାନୁୟାରୀରେ ରୁଷିଆ ଜି ୮ରୁ ସବୁଦିନ ପାଇଁ ଓହରିବା ନେଇ ଘୋଷଣା କରିଥିଲା, ଯାହାକି ୨୦୧୮ ଜୁନ୍‌ରୁ ଲାଗୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?