ସୂଚନା ଅନୁସାରେ, ୨୨ ଏକର ଜମିରେ ପ୍ରାୟ ୧୧ ହଜାର ଗଞ୍ଜେଇ ଗଛ ଲଗାଯାଇଥିଲା। ସ୍ଥାନୀୟ ଥାନା ଅଧିକାରୀ ବିଜୟ କୁମାର ସ୍ବାଇଁଙ୍କ ନେତୃତ୍ୱରେ ରାଇକିଆ ତହସିଲଦାର ବାରିଆଲ ମୁର୍ମୁଙ୍କ ସହ ୩ ଜଣ ପୋଲିସ ଅଧିକାରୀ, ଏକ ଫ୍ଲାଟୁନ ଫୋର୍ସ, ୧୫ ଜଣ ପୋଲିସ, ୪୦ ଜଣ ହୋମ ଗାର୍ଡ ସଦଳବଳେ ଉକ୍ତ ଚାଷ ଜମିରେ ପହଞ୍ଚି ଗଞ୍ଜେଇ ଗଛ କାଟି ସେଗୁଡ଼ିକ ପୋଡ଼ି ନଷ୍ଟ କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଗଞ୍ଜେଇ ଚାଷ ହେଉଥିବା ପ୍ରଥମ ଖବର ହୋଇଥିବା ବେଳେ ପୋଲିସର ତିକ୍ଷ୍ଣ ଦୃଷ୍ଟିରୁ ବର୍ତ୍ତି ପାରିନାହାନ୍ତି ଗଞ୍ଜେଇ ଚାଷୀ। ବହୁ ସଚେତନତା ପରେ ବି ଗଞ୍ଜେଇ ଚାଷ ଚାଲିଥିବା ଚର୍ଚ୍ଚାର ବିଷୟ ପାଲଟିଛି।

