Posted inUncategorized

ଭାରତୀୟ କ୍ରିକେଟର ଭବିଷ୍ୟତ

ଏମର୍ଜିଂ ଏସିଆ କପ୍‌ ୨୦୨୩ ଶ୍ରୀଲଙ୍କାରେ ଉଦ୍‌ଯାପିତ ହୋଇଯାଇଛି। ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ନିକଟରୁ ପରାଜିତ ହୋଇ ଭାରତ ରନର ଅପ୍‌ରେ ସନ୍ତୁଷ୍ଟ ରହିଛି। କେବଳ ଫାଇନାଲ୍‌କୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ମ୍ୟାଚ୍‌ରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ବେଶ୍‌ ଚମତ୍କାର ରହିଥିଲା। ଯୁବ ଖେଳାଳିମାନଙ୍କୁ ଅନ୍ତର୍ଜାତୀୟ ସ୍ତର ପାଇଁ ପ୍ରସ୍ତୁତ କରିବାରେ ଏହି ଟୁର୍ନାମେଣ୍ଟର ବଡ଼ ଭୂମିକା ରହିଥାଏ। ଏହି ଟୁର୍ନାମେଣ୍ଟରେ ଅନ୍ୟ ସମସ୍ତ ଦଳ ଅନ୍ତର୍ଜାତୀୟ ଖେଳାଳିଙ୍କୁ ସାମିଲ କରିଥିବା ବେଳେ ଭାରତୀୟ ଦଳରେ ଜଣେ ବି ଖେଳାଳିଙ୍କ ନିକଟରେ ଅନ୍ତର୍ଜାତୀୟ ଅଭିଜ୍ଞତା ନ ଥିଲା। ଏହି ଟୁର୍ନାମେଣ୍ଟର ଟପ୍‌-୫ ବ୍ୟାଟର ଓ ବୋଲରଙ୍କ ମଧ୍ୟରେ ୩ ଜଣ ଲେଖାଏ ଭାରତୀୟ ଖେଳାଳି ରହିଛନ୍ତି। ସର୍ବାଧିକ ରନ୍‌ ହାସଲକାରୀ ଖେଳାଳିଙ୍କ ମଧ୍ୟରେ ୟଶ୍‌ ଧୂଲ୍‌, ଅଭିଷେକ ଶର୍ମା ଓ ସାଇ ସୁଦର୍ଶନ ଯଥାକ୍ରମେ ଦ୍ୱିତୀୟରୁ ଚତୁର୍ଥ ସ୍ଥାନରେ ରହିଛନ୍ତି। ତେବେ ସର୍ବାଧିକ ଉଇକେଟ ହାସଲକାରୀ ବୋଲରଙ୍କ ମଧ୍ୟରେ ପ୍ରଥମ ୩ ସ୍ଥାନ ଭାରତୀୟ ଖେଳାଳି ଅଳଙ୍କୃତ କରିଛନ୍ତି। ଏହା ବ୍ୟତୀତ ୧୯ ବର୍ଷରୁ କମ୍‌ ବିଶ୍ୱକପ ବିଜୟୀ ଦଳର ସଦସ୍ୟ ନିଶାନ୍ତ ସିନ୍ଧୁ ଟୁର୍ନାମେଣ୍ଟର ପ୍ଲେୟର ଅଫ୍‌ ଦ ଟୁର୍ନାମେଣ୍ଟ ମଧ୍ୟ ବିବେଚିତ ହୋଇଛନ୍ତି। ଏହି ଖେଳାଳିମାନଙ୍କ ମଧ୍ୟରୁ ଅନେକ ଖେଳାଳି ଆସନ୍ତା କିଛିବର୍ଷ ମଧ୍ୟରେ ଜାତୀୟ ଦଳର ଅଂଶ ପାଲଟି ପାରନ୍ତି। ସେହି ଖେଳାଳିମାନଙ୍କୁ ନେଇ ଆଜିର ପ୍ରସ୍ତୁତି…

ଧୂଲ୍‌: ୧୯ ବର୍ଷରୁ କମ୍‌ ଦଳର ନେତୃତ୍ୱ ନେଇ ବିଶ୍ୱକପ୍‌ ବିଜୟ କରିଥିବା ୟଶ ଏମର୍ଜିଂ ଏସିଆ କପ୍‌ରେ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ। ଅଧିନାୟକତ୍ୱ ପ୍ରଭାବଶାଳୀ ରହିଥିବା ବେଳେ ବ୍ୟାଟିଂରେ ମଧ୍ୟ ସେ ନିଜର ଛାପ ଛାଡିଛନ୍ତି। ୫ଟି ମ୍ୟାଚ୍‌ରେ ୪ ଇନିଂସରୁ ସେ ୨୩୪ ରନ୍‌ ସ୍କୋର କରି ସର୍ବାଧିକ ରନ୍‌ ହାସଲକାରୀଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତାଙ୍କର ବ୍ୟାଟିଂ ଆଭରେଜ ୧୧୭ ରହିଥିବା ବେଳେ ସେ ଗୋଟିଏ ଲେଖାଏ ଶତକ ଓ ଅର୍ଦ୍ଧଶତକ ହାସଲ କରିଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟରେ ୧୫ ମ୍ୟାଚରୁ ୪ଟି ଲେଖାଏ ଶତକ ଓ ଅର୍ଦ୍ଧଶତକ ସହିତ ୧୧୪୫ ରନ୍‌ ସ୍କୋର କରିଥିବା ବେଳେ ଭାରତୀୟ ଦଳକୁ ଡାକରା ମିଳିପାରେ।

ଶର୍ମା: ଆଇପିଏଲ୍‌ରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁଥିବା ଅଭିଷେକଙ୍କୁ ଏମର୍ଜିଂ ଏସିଆ କପ୍‌ରେ ଓପନର ଦାୟିତ୍ୱରେ ଦେଖିବାକୁ ମିଳିଥିଲା। ଓପନ କରିବା ସହିତ ବାମହାତୀ ସ୍ପିନ୍‌ ବୋଲିଂ ଜରିଆରେ ନିଜକୁ ଜଣେ ଉପଯୋଗୀ ଅଲରାଉଣ୍ଡର ଭାବରେ ପ୍ରମାଣିତ କରିଛନ୍ତି ଅଭିଷେକ। ୫ ମ୍ୟାଚ୍‌ରେ ସେ ୪୪ ଆଭରେଜରେ ୨୨୧ ରନ୍‌ ସ୍କୋର କରିଥିବା ବେଳେ ୩ ଉଇକେଟ ଅକ୍ତିଆର କରିଛନ୍ତି।

ସୁଦର୍ଶନ: ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସାଇ ସୁଦର୍ଶନ ଏମର୍ଜିଂ ଏସିଆ କପ୍‌ରେ ସମାନ ଫଳାଫଳ ପ୍ରଦାନ କରିଛନ୍ତି। ଓପନ୍‌ କରିବା ସହିତ ୫ ମ୍ୟାଚରୁ ୨୨୦ ରନ୍‌ ସ୍କୋର କରିଥିଲେ। ସର୍ବାଧିକ ରନ୍‌ ହାସଲକାରୀ ଖେଳାଳିଙ୍କ ମଧ୍ୟରେ ସେ ଅଭିଷେକଙ୍କ ପଛକୁ ଚତୁର୍ଥ ସ୍ଥାନରେ ରହିଛନ୍ତି। ପାକିସ୍ତାନ ବିପକ୍ଷ ଲିଗ୍‌ ମ୍ୟାଚରେ ଏକ ଚମତ୍କାର ଶତକ ମଧ୍ୟ ଏଥିରେ ସାମିଲ ରହିଛି। ଘରୋଇ କ୍ରିକେଟରେ ମାତ୍ର ୮ ମ୍ୟାଚ୍‌ ଖେଳିଥିବା ବେଳେ ଭାରତୀୟ କ୍ରିକେଟର ଟପ୍‌ ଅର୍ଡରର ଭବିଷ୍ୟତର ଷ୍ଟାର ଭାବରେ ବିବେଚନା କରାଯାଉଛି।

ସିନ୍ଧୁ: ଭବିଷ୍ୟତରେ ରବୀନ୍ଦ୍ର ଜାଡେଜାଙ୍କ ବିକଳ୍ପ ଭାବରେ ସିନ୍ଧୁଙ୍କୁ ବିବେଚନା କରାଯାଏ। ଜାଡେଜାଙ୍କ ପରି ବାମହାତୀ ବ୍ୟାଟିଂ ଓ ସ୍ଲୋ ଅର୍ଥୋଡକ୍ସ ବୋଲିଂ କରନ୍ତି ନିଶାନ୍ତ। ଚଳିତ ଟୁର୍ନାମେଣ୍ଟରେ ୧୧ ଉଇକେଟ ନେଇ ସେ ବୋଲରଙ୍କ ମଧ୍ୟରେ ଏକ ନମ୍ବର ସ୍ଥାନରେ ରହିଛନ୍ତି। ତାରକା ଖଚିତ ଲାଇନଅପ୍‌ରେ ନିଶାନ୍ତଙ୍କୁ ବ୍ୟାଟିଂର ସୁଯୋଗ ମିଳି ନ ଥିଲେ ମଧ୍ୟ ଘରୋଇ କ୍ରିକେଟରେ ତାଙ୍କ ରେକର୍ଡ ଭଲ ରହିଛି। ୧୪ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ସେ ୯୨୧ ରନ୍‌ ସ୍କୋର କରିଥିବା ବେଳେ ୨୭ ଉଇକେଟ ଅକ୍ତିଆର କରିଛନ୍ତି।

ସୁଥର: ରାଜସ୍ଥାନର ଏହି ୨୦ ବର୍ଷୀୟ ବାମହାତୀ ସ୍ପିନର ଏମର୍ଜିଂ ଏସିଆ କପରେ ୧୦ ଉଇକେଟ ନେଇଛନ୍ତି। ତାଙ୍କର ଇକୋନୋମୀ ୪.୨୧ ରହିଥିବା ବେଳେ ସେ ଘରୋଇ କ୍ରିକେଟରେ ୮ ମ୍ୟାଚ୍‌ରୁ ୪୪ ଉଇକେଟ ନେଇଛନ୍ତି ଓ ୨୬୭ ରନ୍‌ ସ୍କୋର କରିଛନ୍ତି।

ହଙ୍ଗରଗେକର୍‌: ଆଇପିଏଲ୍‌ରେ କ୍ୟାପ୍‌ଟେନ୍‌ କୁଲ୍‌ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଖେଳି ସାରିଥିବା ଏହି ବୋଲରଙ୍କୁ ଭାରତୀୟ ପେସ୍‌ ଆଟାକ୍‌ର ଭବିଷ୍ୟତ ମଧ୍ୟରେ ଗଣତି କରାଯାଏ। ଚଳିତ ଟୁର୍ନାମେଣ୍ଟରେ ମାତ୍ର ୪ ମ୍ୟାଚ୍‌ ଖେଳି ସେ ୧୦ ଉଇକେଟ ନେଇ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ପାକିସ୍ତାନ ବିପକ୍ଷ ଲିଗ୍‌ ମ୍ୟାଚ୍‌ରେ ୫/୪୨ର ଫିଗର ମଧ୍ୟ ହାସଲ କରିଥିଲେ। ଘରୋଇ କ୍ରିକେଟରେ ୪ ମ୍ୟାଚ୍‌ ଖେଳି ସାରିଥିବା ରାଜବର୍ଦ୍ଧନ ୧୩ ଉଇକେଟ ନେଇଛନ୍ତି।

-ସରୋଜ ଜେନା


Enter your email to get our daily news in your inbox.

All Right Reserved By Dharitri.Com

ମା’ ରାମଚଣ୍ଡୀଙ୍କ ମନ୍ଦିରରେ ୧ ହଜାର ଦୀପ ପ୍ରଜ୍ଜ୍ୱଳନ, ବିଧାୟକ ପହଞ୍ଚି…

ମହାକାଳପଡ଼ା,୧୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ଅଞ୍ଚଳର ବିଭିନ୍ନ ଧର୍ମାନୁଷ୍ଠନରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ୭୬ତମ ଜନ୍ମ ଦିବସ ଅବସରରେ ମା’ ରାମଚଣ୍ଡୀ ମନ୍ଦିର ପରିସରରେ ଏକ…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ନିଆରା ଢଙ୍ଗରେ ଦେବଶିଳ୍ପୀଙ୍କ ପୂଜା, ଲୋକଙ୍କୁ ସୌର ଆଲୋକ ଓ ଯୋଜନା ସମ୍ପର୍କରେ…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଏକାଧିକ ସ୍ଥାନରେ ବିଶ୍ୱକର୍ମା ପୂଜା ବଡ଼ ଧୂମ୍‌ଧାମରେ ଅନୁଷ୍ଠିତ ହୋଇଯାଇଛି। ଦାରିଙ୍ଗବାଡ଼ିର ସରକାରୀ ଆଇଟିଆଇ ପରିସରରେ ଅଧ୍ୟକ୍ଷ ସୁଶାନ୍ତ କୁମାର…

ମା’ ପାଟ୍ଟଖଣ୍ଡା ମନ୍ଦିରରେ ଦୀପ ଜାଳିଲେ ଶତାଧିକ ମହିଳା, ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ପାଳନ ଅବସରରେ ଆଶୀର୍ବାଦ ପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଆଶୀର୍ବାଦର ଦୀପଟିଏ କାର୍ଯ୍ୟକ୍ରମ ବ୍ଲକ ନୋଡାଲ…

ଭାରତରେ iPhone 18 Pro, 18 Pro Max ବିକ୍ରି ଆରମ୍ଭ, ଅଧରାତିରୁ ଷ୍ଟୋର୍‌ ବାହାରେ ଲମ୍ବା ଲାଇନ୍‌

ନୂଆଦିଲ୍ଲୀ,୧୮ା୯: ଭାରତରେ ଆପଲ୍‌ iPhone 18 Pro ଓ iPhone 18 Pro Maxର ଅଫିସିଆଲ୍‌ ବିକ୍ରି ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ନୂଆ iPhone କିଣିବା…

ମୁଜାଗଡ଼ରେ ବୁଲୁଛି ମଣିଷମରା ହାତୀ, ଗାଈକୁ ଦଳି ମାରିଲା

ଭଞ୍ଜନଗର,୧୮ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଖଣ୍ଡିକୋଟି, ବେଲାଟୁନି ଓ ଗୁଣ୍ଡିରିବାଡ଼ି ଅଞ୍ଚଳରେ ଅଲଗା ହୋଇ ବୁଲୁଥିବା ୩ଟି…

F-16 ଫାଇଟର ଜେଟ୍‌ ଦୁର୍ଘଟଣା, ହୁତୁହୁତୁ ହୋଇ…

ଓ୍ବାଶିଂଟନ,୧୮।୯: ଆମେରିକାର ମିଚିଗାନରେ ନିୟମିତ ପ୍ରଶିକ୍ଷଣ ଉଡ଼ାଣ ସମୟରେ ଟେକ୍ସାସ ଏୟାର ନ୍ୟାସନାଲ ଗାର୍ଡର ଏକ F-16 ଫାଇଟର ଜେଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗ୍ରାଣ୍ଡ ଟ୍ରାଭର୍ସ…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?