Posted inଖେଳ

‘ଭାରତରେ ଭଲିବଲର ଭବିଷ୍ୟତ ଉଜ୍ଜ୍ୱଳ’

ଭୁବନେଶ୍ୱର,୨୪ା୯(କ୍ରୀଡ଼ା ପ୍ରତିନିଧି): ଭାରତରେ ଭଲିବଲର ବିକାଶ ଆଶା ଉଜ୍ଜ୍ୱଳ ବୋଲି ଭାରତୀୟ ଭଲିବଲ୍‌ ସଂଘର ସଭାପତି ଅଚ୍ୟୁତ ସାମନ୍ତ କହିଛନ୍ତି। ନେଦରଲାଣ୍ଡରେ ଶୁକ୍ରବାର ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ଭଲବଲ୍‌ ସଂଘ (ଏଫ୍‌ଆଇଭିବି)ର ୩୮ତମ ବିଶ୍ୱ କଂଗ୍ରେସରେ ଯୋଗଦେଇ ଭାରତ ବିଶେଷ କରି ଓଡ଼ିଶାରେ କିଭଳି ଭଲିବଲ୍‌ ଅଧିକ ପ୍ରସାର ଲାଭ କରିବ ସେ ନେଇ ଅଚ୍ୟୁତ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶ୍ୱର ବିଭିନ୍ନ ସଦସ୍ୟ ରାଷ୍ଟ୍ରରୁ ଆସିଥିବା ୨୨୨ ଭଲିବଲ୍‌ ସଂଘ ଓ କନ୍‌ଫେଡେରେଶନ ସଭାପତି ଯୋଗଦେଇଛନ୍ତି। ସେପ୍ଟେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି କଂଗ୍ରେସରେ ଭଲିବଲର ବିକାଶ ନେଇ ବ୍ୟାପକ ଆଲୋଚନା ହେବ। ଏହି ଅବସରରେ ଅଚ୍ୟୁତ ଏଫ୍‌ଆଇଭିବି ସହଯୋଗରେ କିଟ୍‌ ଓ କିସ୍‌ରେ ଏକ ଜାତୀୟ ଭଲିବଲ୍‌ ଆକାଡେମୀ ଓ କିସ୍କୁ ଏଫ୍‌ଆଇଭିବି ଭଲିବଲ୍‌ ଫର ସ୍କୁଲରେ ଭାରତୀୟ ନୋଡାଲ୍‌ ସେଣ୍ଟର କରିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ। ଏହା ସହ ଏଫଆଇଭିବିର ପରବର୍ତ୍ତୀ ବିଶ୍ୱ କଂଗ୍ରେସ ଭୁବନେଶ୍ୱରରେ ଆୟୋଜନ ପାଇଁ ଅଚ୍ୟୁତ ଏଫଆଇଭିବିକୁ ଅନୁରୋଧ କରିଥିଲେ। ଏହା ବ୍ୟତୀତ ଭଲିବଲ୍‌ କୋଚ ଓ ଟେକ୍ନିକାଲ୍‌ ଅଫିସରଙ୍କୁ ରିଫ୍ରେସର କୋର୍ସ ପ୍ରଦାନ କରିବା ପାଇଁ ଭୁବନେଶ୍ୱରରେ ଏଫ୍‌ଆଇଭିବିର ଏକ ଆଞ୍ଚଳିକ ବିକାଶ କେନ୍ଦ୍ର ସ୍ଥାପନା ନିମନ୍ତେ ସେ ଦାବି ଉପସ୍ଥାପନ କରିଥିଲେ। ଏହି ଅବସରରେ ଅଚ୍ୟୁତ ଅନ୍ତର୍ଜାତୀୟ ଭଲିବଲ୍‌ ସଂଘର ସଭାପତି ଆରି ଗ୍ରାକା, ଏଫ୍‌ଆଇଭିବିର ଜେନେରାଲ୍‌ ଡାଇରେକ୍ଟର ଫାବିଓ ଆଜେଭେଦୋଙ୍କ ସମେତ ବିଶ୍ୱର ବିଭିନ୍ନ ସଦସ୍ୟ ରାଷ୍ଟ୍ରରୁ ଆସିଥିବା ୨୨୨ ଭଲିବଲ୍‌ ସଂଘ ଓ ଫେଡେରେସନର ସଭାପତିଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri