ସ୍କୁଲ ନ ଖୋଲିବା ଅତ୍ୟନ୍ତ ବିପଦଜ୍ଜନକ ହୋଇପାରେ: ପାର୍ଲାମେଣ୍ଟାରୀ କମିଟି

ନୂଆଦିଲ୍ଲୀ,୯।୮: କରୋନା ମହାମାରୀ ଯୋଗୁ ଗତ ଦେଢ଼ ବର୍ଷରୁ ଊର୍ଦ୍ଧ୍ୱ ହେବ ଦେଶରେ ସ୍କୁଲ ବନ୍ଦ ରହିଥିବାରୁ ପିଲାଙ୍କ ଭବିଷ୍ୟତ ନଷ୍ଟ ହେବା ସହ ପାଠପଢ଼ାରେ ବହୁତ କ୍ଷତି ହୋଇଛି। ଏନେଇ ସୋମବାର ପାର୍ଲାମେଣ୍ଟାରୀ କମିଟି ପ୍ରତିକ୍ରିୟା ରଖିଛି। କମିଟି ପକ୍ଷରୁ କୁହାଯାଇଛି ଯେ, ବିଶେଷକରି ପିଲାଙ୍କ ଗଣିତ, ବିଜ୍ଞାନ ଏବଂ ଭାଷା ସମ୍ବନ୍ଧୀୟ ବିଷୟଗୁଡ଼ିକରେ ମୌଳିିକ ଜ୍ଞାନ ଦୁର୍ବଳ ହେବାରେ ଲାଗିଛି। ଶିକ୍ଷା, ମହିଳା, ଶିଶୁ, ଯୁବକ ଏବଂ କ୍ରୀଡ଼ା ସମ୍ବନ୍ଧୀୟ ପାର୍ଲାମେଣ୍ଟାରୀର ସ୍ଥାୟୀ କମିଟି ଏକ ରିପୋର୍ଟରେ ଏନେଇ ମନ୍ତବ୍ୟ ରଖିଛି। ଦେଶରେ ସ୍କୁଲ ନ ଖୋଲିବାର ବିପଦ ଏତେ ଗୁରୁତର ଯେ, ଏହାକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବର୍ଷେରୁ ଅଧିକ ସମୟ ଧରି ପିଲାଙ୍କ ପାଠପଢ଼ା ନଷ୍ଟ ହେବା ସହ ତାଙ୍କର ମୌଳିକ ଜ୍ଞାନ ମଧ୍ୟ ଦୁର୍ବଳ ହେଉଥିବା ପରିଲିଖିତ ହେଉଛି। ଏହାଦ୍ୱାରା ପିଲାଙ୍କର ଶିକ୍ଷା ସହ ଜ୍ଞାନଗତ କ୍ଷମତା ମଧ୍ୟ ଦୁର୍ବଳ ହେବାରେ ଲାଗିଛି। ସ୍କୁଲ ବନ୍ଦ ହେବାରୁ ପିଲାମାନଙ୍କ ଶିକ୍ଷା, ଖାଦ୍ୟ, ମାନସିକ ସ୍ବାସ୍ଥ୍ୟ ଏବଂ ସର୍ବଦଳୀୟ ବିକାଶ ପାଇଁ ବିପଦ ସୃଷ୍ଟି କରିଛି। କେବଳ ସେତିକି ନୁହେଁ କିଛି ଛାତ୍ର, ବିଶେଷକରି ବାଳିକାମାନେ ଆଉ ବିଦ୍ୟାଳୟକୁ ଫେରିବେ ନାହିଁ ବୋଲି ଆଶଙ୍କା କରାଯାଉଛି। ତେବେ କରୋନା କାଳରେ ଶିକ୍ଷାର ଡିଜିଟାଲକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବିଦ୍ୟାଳୟ ଏଥିପାଇଁ ପ୍ରସ୍ତୁତ ହେବା ଆବଶ୍ୟକ। ଏଥିସହ ବିଦ୍ୟାଳୟରେ ପିଲାଙ୍କ ସଂଖ୍ୟା ହ୍ରାସ କରିବା ପାଇଁ ବିକଳ୍ପ ଦିନରେ କିମ୍ବା ଦୁଇଟି ସିଫ୍ଟରେ କ୍ଲାସ ଆୟୋଜନ କରାଯିବା ଉଚିତ୍‌। ଏଥିସହ ସାମାଜିକ ଦୂରତ୍ୱ, ଫେସ୍‌ ମାସ୍କ ପିନ୍ଧିବା ଏବଂ ବାରମ୍ବାର ହାତ ଧୋଇବା ଭଳି କୋଭିଡ ପ୍ରୋଟୋକଲ ଅନୁସରଣ କରିବା ବାଧ୍ୟତାମୂଳକ କରାଯିବା ଉଚିତ୍‌ ବୋଲି କମିଟି ପକ୍ଷରୁ ପରାମର୍ଶ ଦିଆଯାଇଛି। ଏତଦ୍‌ ବ୍ୟତୀତ ସମସ୍ତ ଛାତ୍ରୀଛାତ୍ର, ଶିକ୍ଷକ ଏବଂ କର୍ମଚାରୀଙ୍କ ପାଇଁ ଟିକାକରଣକୁ ତ୍ୱରାନ୍ବିତ କରାଯିବା ଉଚିତ ବୋଲି କମିଟି ପରାମର୍ଶ ଦେଇଛି। ଯାହାଦ୍ୱାରା ଯଥାଶୀଘ୍ର ସାଧାରଣ ଭାବରେ ସ୍କୁଲ କାର୍ଯ୍ୟ ଆରମ୍ଭ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

‘ଦେଶର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ?’ ଅଭିଜିତ ଦୀପକେଙ୍କ ଉତ୍ତରକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜୀତ ଦୀପକେଙ୍କୁ ଯେତେବେଳେ ପଚରାଯାଇଥିଲା ଯେ, ଦେଶର ଏପର୍ଯ୍ୟନ୍ତର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ, ସେତେବେଳେ ସେ ପଣ୍ଡିତ…

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…

ଧୋକା ଦେଲେ ସରକାର! ପୁଣି ବଡ଼ ଆନ୍ଦୋଳନ ଘୋଷଣା କଲା CJP: ଏଇଠୁ ହେବ ଆରମ୍ଭ

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ଆସନ୍ତା ୫ ସେପ୍ଟେମ୍ବରରେ ଦିଲ୍ଲୀରେ ରାଷ୍ଟ୍ରବ୍ୟାପୀ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛି। ଦଳ ଭାରତ ସରକାରଙ୍କ ଉପରେ…

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

ମୋଦିଙ୍କୁ ପ୍ରଶଂସାରେ ପୋତିଲେ ପୁଟିନ: ଦେଲେ ସବୁ ଶ୍ରେୟ

ମସ୍କୋ,୨୪।୮: ମସ୍କୋରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଏଠାରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri