Posted inଖେଳ

ଆଇପିଏଲ୍‌ରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୯।୮: ଆଇପିଏଲର ୧୪ତମ ସିଜନର ଦ୍ୱିତୀୟ ପର୍ଯ୍ୟାୟ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପ୍ରସିଦ୍ଧ ଟି -୨୦ ଲିଗର ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୧୯ରୁ ପୁଣି ଆରମ୍ଭ ହେଉଛି । ଏହାପୂର୍ବରୁ ମେ ମାସରେ ଏହାର ପ୍ରଥମ ପର୍ଯ୍ୟାୟ ହୋଇଥିଲା, ଯାହା କରୋନା ମହାମାରୀ ହେତୁ ଶେଷ ହୋଇପାରି ନ ଥିଲା ଏବଂ ଏହାକୁ ସ୍ଥଗିତ ରଖିବାକୁ ପଡିଥିଲା। ଭାରତରେ ଆୟୋଜିତ ଇଭେଣ୍ଟର ପ୍ରଥମ ପର୍ଯ୍ୟାୟରେ ଅନେକ ଖେଳାଳି କରୋନା ସଂକ୍ରମିତ ହୋଇଥିଲେ। ଏହି କାରଣରୁ ବିସିସିଆଇ କୌଣସି ପ୍ରକାରର ବିପଦ ନେବାକୁ ଚାହୁଁନାହିଁ ଏବଂ ସୁରକ୍ଷା ନିୟମରେ ଏକ ବଡ ପରିବର୍ତ୍ତନ ଆଣିବାକୁ ଯାଉଛି।
ୟୁଏଇରେ ଆୟୋଜିତ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟରେ ଟ୍ରେସିଂ ବ୍ୟାଣ୍ଡ ବ୍ୟବହାର କରାଯିବ ନାହିଁ। ଏହା ପରିବର୍ତ୍ତେ, ବବଲ ଇଣ୍ଟିଗ୍ରିଟି ଅଫିସରମାନେ ଆବଶ୍ୟକ ଯୋଗାଯୋଗ ଅନୁସନ୍ଧାନ କରିବେ। ବ୍ଲୁଟୁଥ ଚାଳିତ ଟେସିଂ ବ୍ୟାଣ୍ଡ ବେଳେବେଳେ ସଠିକ ତଥ୍ୟ ପ୍ରଦାନ କରେ ନାହିଁ ଏବଂ ଖେଳାଳିଙ୍କ ଅବସ୍ଥାନ ସୂଚନା ବାହାର କରିବାରେ ମଧ୍ୟ ସମସ୍ୟା ଦେଖାଦେଇଥାଏ।ଏହି କାରଣରୁ ଏଥର ନିଷ୍ପତ୍ତି ନିଆଯାଇଛି ଯେ ସମସ୍ତ ଫ୍ରାଞ୍ଚାଇଜ ବବଲ ଇଣ୍ଟିଗ୍ରିଟି ଅଫିସରଙ୍କ ସହିତ ଆସିବେ ଯେଉଁମାନେ ଖେଲାଳିଙ୍କ ଗତିବିଧି ଉପରେ ସମସ୍ତ ତଦାରଖ କରିବେ । ପ୍ରତ୍ୟେକ ଦଳ ଏହିପରି ଚାରିଜଣ ଅଧିକାରୀଙ୍କ ସହିତ ରହିବେ।
ଆଇପିଏଲ ସୁରୁଖୁରୁରେ ଚାଲିବା ପାଇଁ ବିସିସିଆଇ ୪୬ ପୃଷ୍ଠାର ସ୍ବାସ୍ଥ୍ୟ ଗାଇଡଲାଇନ୍‌ ମଧ୍ୟ ଜାରି କରିଛି। ଆଇପିଏଲ ସହିତ ଜଡିତ ପ୍ରତ୍ୟେକ ବ୍ୟକ୍ତି ଏହାକୁ କଠୋର ଭାବରେ ଅନୁସରଣ କରିବାକୁ ପଡିବ। ଏହା ମଧ୍ୟ କହିଛି ଯେ ବାୟୋ ବବଲକୁ ଯିବା ପୂର୍ବରୁ ସମସ୍ତ ଫ୍ରାଞ୍ଚାଇଜିଙ୍କୁ ୬ ଦିନ ପାଇଁ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡିବ। ବୋର୍ଡ ନିଷ୍ପତ୍ତି ନେଇଛି ଯେ ଲିଗ ସମୟରେ ସମୁଦାୟ ୧୪ଟି ବାୟୋବବଲ ହେବ, ସେଥିମଧ୍ୟରୁ ଆଠଟି ଫ୍ରାଞ୍ଚାଇଜ ଦ୍ୱାରା ବ୍ୟବହୃତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?