Posted inଜାତୀୟ

ଆର୍‌ଟିପିସିଆର୍ ନେଗେଟିଭ ରିପୋର୍ଟ ବିନା ପଞ୍ଜାବରେ ପ୍ରବେଶ ମନା

ଚଣ୍ଡିଗଡ଼,୧୪ ।୮: ବାହାର ରାଜ୍ୟରୁ ଏବେ ପଞ୍ଜାବ ଯାଉଥିବା ଲୋକଙ୍କ ପାଇଁ ବଡ ସୂଚନା । କରୋନାର ଦୁଇଟି ଯାକ ଟିକା ଅଥବା କରୋନା ଆର୍‌ଟିପିସିଆର୍ ନେଗେଟିଭ୍ ରିପୋର୍ଟ ଧରିଥିଲେ ଯାଇ ଜଣେ ବ୍ୟକ୍ତି ବାହାର ରାଜ୍ୟରୁ ପଞ୍ଜାବ ଭିତରକୁ ପ୍ରବେଶ କରି ପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ସୋମବାରଠାରୁ ଏହି ନିୟମ ଲାଗୁ କରାଯିବ । ତେବେ ହିମାଚଳ ପ୍ରଦେଶ ଓ ଜମ୍ମୁରୁ ଆସୁଥିବା ଲୋକଙ୍କ ଉପରେ ବିଶେଷ ଦୃଷ୍ଟି ଦେବାକୁ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । କାରଣ ସେଠାରେ ଏହି ନିକଟରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିଲା । ଅନ୍ୟପଟେ ସ୍କୁଲ ଖୋଲିବା ପରେ ପୁଣିଥରେ ସଂକ୍ରମଣ ବଢି ଯାଇଥିବାରୁ ଯେଉଁ ଶିକ୍ଷୟିତ୍ରୀ/ଶିକ୍ଷକ ତଥା ନନ୍ ଟିଚିଙ୍ଗ ଷ୍ଟାଫ କରୋନାର ଦୁଇଟି ଯାକ ଡୋଜ ଟିକା ନେଇଛନ୍ତି ବା ଯେଉଁମାନେ କରୋନାରୁ ସୁସ୍ଥ ହୋଇଛନ୍ତି ସେମାନଙ୍କୁ ସ୍କୁଲ ଯିବାଲାଗି ଅନୁମତି ମିଳିଛି । ଅନ୍ୟମାନଙ୍କ ପାଇଁ ଅନଲାଇନ୍ ଭଳି ବିକଳ୍ପ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ସାରା ରାଜ୍ୟରେ ସ୍କୁଲର ସମସ୍ତ କର୍ମଚାରୀ ଓ ଶିକ୍ଷୟିତ୍ରୀ/ଶିକ୍ଷକଙ୍କୁ ପ୍ରାଥମିକତା ଭାବେ ଟିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡରେ ବଡ଼ ବିବାଦରେ ଛନ୍ଦି ହେଲେ ବିରାଟ କୋହଲି, ବଡିଗାର୍ଡ କଲେ ଏଭଳି କାଣ୍ଡ

ନୂଆଦିଲ୍ଲୀ,୧୫ା୭: ଇଂଲଣ୍ଡ ବିପକ୍ଷ ODI ସିରିଜ୍ ସମୟରେ ବିରାଟ କୋହଲି ଏକ ବଡ଼ ବିବାଦରେ ଫସିଯାଇଛନ୍ତି । ତାଙ୍କ ଅଙ୍ଗରକ୍ଷୀ ଇଂଲଣ୍ଡରେ ଭାରତୀୟ ସାମ୍ବାଦିକଙ୍କ ପ୍ରତି ଖୋଲାଖୋଲି…

ଟିକେଟ୍ ବୁକିଂ ହେବ ସୁପରଫାଷ୍ଟ! ଲଞ୍ଚ ହେଲା IRCTCର ନୂଆ ୱେବସାଇଟ୍‌, ଯାତ୍ରୀଙ୍କୁ ମିଳିବ ଏହି ସବୁ ବଡ଼ ସୁବିଧା

ନୂଆଦିଲ୍ଲୀ,୧୫।୭: ଭାରତୀୟ ରେଳବାଇ ଏହାର ଅନଲାଇନ୍ ଟିକେଟ୍ ବୁକିଂ ସିଷ୍ଟମକୁ ଆଧୁନିକୀକରଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। IRCTC ଜନସାଧାରଣଙ୍କ ପାଇଁ ଏହାର ନୂତନ…

ବୋମାମାଡ଼ କରି ହତ୍ୟା ଉଦ୍ୟମ: ମାଷ୍ଟରମାଇଣ୍ଡଙ୍କ ସମେତ ୩ ଗଲେ ଜେଲ୍‌, ଅଭିଯୁକ୍ତଙ୍କ ନାଁରେ ରହିଛି କେସ୍‌ର ଲମ୍ବା ତାଲିକା

ଦିଗପହଣ୍ଡି,୧୫ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏସ୍‌.ଶିବ ରେଡ୍ଡୀଙ୍କ ଘର ଉପରକୁ ବୋମାମାଡ଼ କରି ତାଙ୍କୁ ଏବଂ ତାଙ୍କ…

କଂସାମାରି ରାସ୍ତାକଡରେ ଜୁଆ ଖେଳ ବେଳେ ପୋଲିସର ଚଢଉ, ଜବତ ହେଲା…

ଦିଗପହଣ୍ଡି,୧୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗାଁ ରାସ୍ତାକଡରେ ଜୁଆ ଖେଳ ଚାଲିଥିବା ବେଳେ ଚଢାଉ କଲା ପୋଲିସ । ବୁଧବାର ଅପରାହ୍ନ…

ନିର୍ମାଣ ହୋଇପାରିନି ଭୋଜନ ଗୃହ, ଖୋଲା ଆକାଶ ତଳେ ମଧ୍ୟାହ୍ନଭୋଜନ ଖାଉଛନ୍ତି ଛାତ୍ରୀଛାତ୍ର

ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ପାଠ ପଢ଼, ଦେଶ ଗଢ଼। ବିଦ୍ୟାଳୟଗୁଡ଼ିକରେ ଅନୁଷ୍ଠିତ ବିଭିନ୍ନ ସଭା, ସମିତିରେ ସରକାରୀ କଳର ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ବିଧାୟକ, ଏମ୍‌ପି, ମନ୍ତ୍ରୀ…

ରୁଷିଆରୁ ତେଲ କ୍ରୟ ଉପରେ ଆମେରିକାର ବଡ଼ ନିଷ୍ପତ୍ତି, ଭାରତ ଦେବ…

ଓ୍ବାଶିଂଟନ,୧୫।୭: ରୁଷିଆରୁ ତୈଳ କ୍ରୟ କରୁଥିବା ଦେଶମାନଙ୍କ ଉପରେ ୫୦୦ପ୍ରତିଶତ ଶୁଳ୍କ ଲାଗୁ କରିବାର ପ୍ରସ୍ତାବ ମଧ୍ୟରେ, ଭାରତ ଏବଂ ଚାଇନା ପାଇଁ ଏକ ଆଶ୍ବସ୍ତିକର ଖବର…

ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରୁଛନ୍ତି ଫିଲିପ୍‌, ବାପାଙ୍କୁ ଆସିଲା ଏମିତି କଲ୍‌…

ଗୁଡ଼ାରି,୧୫ା୭(ପ୍ରମୋଦ ପତି): ଦାଦନ ଖଟିବାକୁ କେରଳ ରାଜ୍ୟକୁ ଯାଇ ସେଠାରେ ମୃତ୍ୟୁ ବରଣ କରିଛନ୍ତି ଗୁଡ଼ାରି ବ୍ଲକର ଏମ୍‌କେ ରାଇ ପଞ୍ଚାୟତ ଅନ୍ତର୍ଗତ ମକାଗୁଡ଼ା ଗ୍ରାମର ଅବିବାହିତ…

ପୁରୀ ରଥଯାତ୍ରା ଡ୍ୟୁଟିବେଳେ ପ୍ରାଣ ହରାଇଥିବା ହୋମଗାର୍ଡଙ୍କ ପରିବାରକୁ ସହାୟତା

ବଞ୍ଚୋ,୧୫ା୭(ପ୍ରଦୋଷ ବିଶ୍ୱାଳ): ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଡ୍ୟୁଟିରେ ନିୟୋଜିତ ଥିବା ସମୟରେ କେନ୍ଦୁଝର ପୋଲିସ ବିଭାଗର ଜଣେ ହୋମଗାର୍ଡଙ୍କ ଅକାଳ ବିୟୋଗ ଘଟିଥିଲା। ଏହି ଘଟଣା ସମଗ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri