ଅଧା କାମକୁ ସମ୍ପୂର୍ଣ୍ଣ ବିଲ୍‌

ନବରଙ୍ଗପୁର,୫।୫(ବି.ପ୍ର.): ହାଇସ୍କୁଲଗୁଡ଼ିକୁ ୫-ଟି ଅଧୀନରେ ରୂପାନ୍ତରଣ କରାଯାଉଛି। କିନ୍ତୁ ଅଧା କାମ କରି ପୂରା ବିଲ୍‌ ହୋଇଯାଇଥିବା ଭଳି ଅଭିଯୋଗ ନବରଙ୍ଗପୁର ଜିଲାରୁ ଆସିଛି। ନବରଙ୍ଗପୁରର ଚେରଚେଟା ସରକାରୀ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ରୂପାନ୍ତରଣ କାମ ଶେଷ ହୋଇ ନ ଥିବା ବେଳେ ବିଲ୍‌ କରାଯାଇଥିବା ନେଇ ଅଭିଯୋଗ ହୋଇଛି।
ଉକ୍ତ ବିଦ୍ୟାଳୟକୁ ପଞ୍ଚାୟତ ଅନୁଦାନ ୧୫ଲକ୍ଷ, ମୋ ସ୍କୁଲ ଅଭିଯାନରୁ ୨୦ଲକ୍ଷ ଓ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରୁ ୧୦ଲକ୍ଷ ଟଙ୍କା ଖର୍ଚ୍ଚରେ ରୂପାନ୍ତରିତ କରାଯାଇଛି। ମୁଖ୍ୟମନ୍ତ୍ରୀ ଉକ୍ତ ବିଦ୍ୟାଳୟକୁ ଦ୍ୱିତୀୟ ପର୍ଯ୍ୟାୟରେ ଉଦ୍‌ଘାଟନ କରିଥିଲେ। କିନ୍ତୁ ସ୍କୁଲ ବଗିଚା, ଶୌଚାଳୟ, ପରିସ୍ରାଗାର ଆଦି କାର୍ଯ୍ୟ ଏବେ ସୁଦ୍ଧା ସରିନାହିଁ। ପାହାଚ କାମ ମଧ୍ୟ ଅଧାପନ୍ତରିଆ ପଡ଼ି ରହିଛି। ପାଣି ଟ୍ୟାପ୍‌ଗୁଡ଼ିକ କାମ କରୁନାହିଁ। ଏଥିସହ ଯାହାବି କାମ ହୋଇଛି ତାହା ମଧ୍ୟ ନିମ୍ନମାନର ବୋଲି ଅଭିଯୋଗ ଆସିଛି। ସ୍କୁଲ କାମରେ ବ୍ୟବହୃତ ହୋଇଥିବା ରଙ୍ଗର ମାନ ଖରାପ ଥିବାରୁ ସେଗୁଡ଼ିକ ଛାଡ଼ିଗଲାଣି। ବିଦ୍ୟାଳୟ କୋଠାକୁ ପ୍ରବେଶ କରୁଥିବା ଦ୍ୱାର ପାହାଚରେ ଏବେ ସୁଦ୍ଧା ପ୍ଲେଟ୍‌ ପଡ଼ିଲା ନାହିଁ। ଲଗାଯାଇଥିବା ସିସି କ୍ୟାମେରା ବେଳେବେଳେ କାମ କରୁନାହିଁ। ଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ପରିସ୍ରାଗାରର କବାଟ କ୍ଳାମ୍ପ ଉପୁଡ଼ିପଡ଼ିଛି। ଏ ନେଇ ପ୍ରଧାନ ଶିକ୍ଷୟିତ୍ରୀ ଡିଇଓ, ପାପଡ଼ାହାଣ୍ଡି ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ ଏ ଦିଗରେ କେହି ଦୃଷ୍ଟି ଦେଲେନାହିଁ। ଲକ୍ଷାଧିକ ଟଙ୍କା ବ୍ୟୟର ଉନ୍ନୟନ କାର୍ଯ୍ୟ ବିନା ଟେଣ୍ଡରରେ ହୋଇଥିବା ଓ ଅଧାକାମରେ ସମ୍ପୂର୍ଣ୍ଣ ବିଲ୍‌ ହୋଇଯିବା ନେଇ ବୁଦ୍ଧିଜୀବୀ ପ୍ରଶ୍ନ ଉଠଇଛନ୍ତି। ସରକାରୀ ଅର୍ଥର ସଦୁପଯୋଗ ନ ହୋଇ କେତେକ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଇ ବିଲ୍‌ ହୋଇଯିବା ବିଡ଼ମ୍ବନର ବିଷୟ ବୋଲି ବୁଦ୍ଧିଜୀବୀ କହିଛନ୍ତି। ଜିଲାପାଳ ଏ ଦିଗରେ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି ହୋଇଛି। ଉକ୍ତ ବିଦ୍ୟାଳୟ କାର୍ଯ୍ୟ ପାଇଁ ନିୟୋଜିତ ଥିବା କନିଷ୍ଠ ଯନ୍ତ୍ରୀ ଗୁଣନିଧି କୁମୁଡାଙ୍କୁ ପଚାରିବାରୁ ସେ ଏହି ଘଟଣାକୁ ସ୍ବୀକାର କରିଛନ୍ତି। ବଳକା କାମ ଜଲ୍‌ଦି କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?