ଜନ୍ମାଷ୍ଟମୀ ଉପବାସ କଲେ ପୂରଣ ହୋଇଥାଏ ଏସବୁ ମାନସିକ, ଜାଣନ୍ତୁ କେଉଁମାନେ ଏହି ବ୍ରତ କରିବା ଉଚିତ୍‌

ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ଜନ୍ମାଷ୍ଟମୀ। ଏହି ଦିନ ଶ୍ରୀକୃଷ୍ଣଙ୍କ ଜନ୍ମ। ବିଶ୍ୱାସ କରାଯାଏ, ଏହି ଦିନ ଉପବାସ କଲେ ଭକ୍ତଙ୍କ ସବୁ ମନବାଞ୍ଛା ପୂରଣ ହୋଇଥାଏ। ଯେଉଁମାନଙ୍କର ଚନ୍ଦ୍ର ଦୁର୍ବଳ, ଯଦି ଏହି ଦିନରେ ବିଶେଷ ଉପାସନା କରନ୍ତି, ତେବେ ସେମାନେ ଶୁଭଫଳ ପ୍ରାପ୍ତି ହୋଇଥାନ୍ତି ବୋଲି ପୁରାଣରେ ଲେଖା ଅଛି। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଜନ୍ମାଷ୍ଟମୀ ଦିନ ବାଳ ଗୋପାଳଙ୍କୁ ପୂଜା କରିବାର ଗୁରୁତ୍ୱ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଜଣେ ବ୍ରତଧାରୀ କୃଷ୍ଣଙ୍କୁ ଝୁଲଣରେ ଝୁଲାଇଥାନ୍ତି। ତେବେ ତାଙ୍କର ସବୁ ମାନସିକ ପୂରଣ ହୋଇଥାଏ।

ଜନ୍ମାଷ୍ଟମୀଙ୍କ ଇତିହାସ:
ଶ୍ରୀକୃଷ୍ଣଙ୍କ ଜନ୍ମକୁ ସ୍ମରଣ କରିବା ପାଇଁ ଏହି ଉତ୍ସବ ପାଳନ କରାଯାଏ। ଏହି ଦିନ କୃଷ୍ଣଙ୍କୁ ବାଳ ଗୋପାଳ ରୂପରେ ପୂଜା କରାଯାଏ। ଜନ୍ମାଷ୍ଟମୀରେ ଭକ୍ତମାନେ ଦିନସାରା ଉପବାସ ରଖନ୍ତି। ନବମୀ ତିଥି ଆରମ୍ଭ ହେବା ମାତ୍ରେ କୃଷ୍ଣ ଜନ୍ମ ସମୟରେ ଉପବାସ ଶେଷ କରନ୍ତି।
ଶାସ୍ତ୍ର ଅନୁଯାୟୀ, ଦେବକୀ ଏବଂ ବାସୁଦେବଙ୍କ ପୁତ୍ର ଥିଲେ କୃଷ୍ଣ। ସେ ଅତ୍ୟାଚାରୀ କଂସଙ୍କୁ ହତ୍ୟା କରିବା ପାଇଁ ଜନ୍ମ ହୋଇଥିଲେ। କଂସ ଦ୍ୱାପର ଯୁଗର ରାଜା ଉଗ୍ରସେନଙ୍କ ପୁତ୍ର ଥିଲେ। ସେ ତାଙ୍କ ପିତାଙ୍କୁ ବନ୍ଦୀ କରି ରଖିଥିଲେ। ଏହି ସମୟରେ, ତାଙ୍କ ଭଉଣୀ ଦେବକୀ ଯାଦବ ବଂଶର ବାସୁଦେବଙ୍କୁ ବିବାହ କରିଥିଲେ। ଦେବକୀଙ୍କର ଯେତେ ସନ୍ତାନ ହେଉଥିଲେ କଂସ ତାକୁ ଟେକି ନେଇ କଚାଡ଼ି ମାରି ଦେଉଥିଲେ। ମାତ୍ର ଦେବକୀଙ୍କୁ ଭବିଷ୍ୟବାଣୀ ହୋଇଥିଲା ଯେ, ଅଷ୍ଟମ ସନ୍ତାନ ଦ୍ୱାରା କଂସଙ୍କ ନିଧନ ହେବ।

ଏହି ଭବିଷ୍ୟବାଣୀରେ କ୍ରୋଧିତ ହୋଇ କଂସ ଦେବକୀ ଏବଂ ବାସୁଦେବଙ୍କୁ କାରାଗାରରେ ରଖିଥିଲେ। କଂସ ଉଭୟଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ କିନ୍ତୁ ବାସୁଦେବ ତାଙ୍କୁ ଅନୁରୋଧ କରିଥିଲେ ଯେ, ଯେତେବେଳେ ଆମର ସନ୍ତାନ ହେବ ଆମେ ତୁମକୁ ଦେଇଦେବୁ। ୬ ଶିଶୁପୁତ୍ରଙ୍କୁ ହତ୍ୟା କରିବା ସାରିବା ପରେ ଦେବକୀଙ୍କର ଏକ କନ୍ୟା ସନ୍ତାନ ଜନ୍ମଲାଭ କରିଥିଲା। କଂସ ସେହି କନ୍ୟାଟିକୁ କଚାଡ଼ି ମାରିବା ସମୟରେ ସେ ଆକାଶକୁ ଉଡ଼ିଯାଇଥିଲା। ଆଉ କହିଥିଲା ଅପେକ୍ଷା କର। ତୁମକୁ ଯିଏ ମାରିବ ସେ ଗୋପରେ ବଢୁଛି। ଏହା ଶୁଣି କଂସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ଅନେକ ଚେଷ୍ଟା କରିଥିଲେ କିନ୍ତୁ ସମସ୍ତ ଚେଷ୍ଟା ବୃଥା ହୋଇଥିଲା। ଶେଷରେ ଭଗବାନ କୃଷ୍ଣ କଂସଙ୍କୁ ବଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସପ୍ତାହରେ ଦୁଇଥର ଏହି ଖାଦ୍ୟ ଖାଇଲେ ଦୂର ହୁଏ ହୃଦ୍‌ରୋଗ ଆଶଙ୍କା

ଆଜିକାଲି ଏମିତି ରୋଗ ହେଉଛି ନିମିଷକ ମଧ୍ୟରେ ପ୍ରାଣ ଚାଲିଯାଉଛି। ତେଣୁ ଖାଇବା ପିଇବା ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ସୁସ୍ଥ ଜୀବନଶୈଳୀ ଆପଣାଇବା...

ଲକ୍‌ଡାଉନ୍‌ରେ ବାହାରକୁ ଯାଉଥିଲେ…

କରୋନା ସଂକ୍ରମଣ ପାଇଁ ଏବେ ଗୃହିଣୀମାନେ ବହୁ ଭାବରେ ସତର୍କ । କାହିଁକି ନା ପରିବାର ସଦସ୍ୟଙ୍କୁ ସୁସ୍ଥ ରଖିବା ଦାୟିତ୍ୱ ଅନେକାଂଶରେ ସେମାନଙ୍କର। ତେଣୁ...

ମାତ୍ରାଧିକ ଫଳ ଖାଇଲେ…

ତଟକା ଫଳମୂଳ ଖାଇବା ଆମ ଶରୀର ପାଇଁ ବେଶ୍‌ ଉପକାରୀ। ହେଲେ ଏହାର ପରିମାଣ ଅଧିକ ହେଲେ ତାହାର ଖରାପ ପ୍ରଭାବ ଶରୀର ଉପରେ ପଡିବାର...

ସ୍ମାର୍ଟ ଜିମ୍‌ ଗ୍ୟାଜେଟ୍ସ

ଆଜିକାଲି ନିଜକୁ ଫିଟ୍‌ ରଖିବା ଲାଗି ଅନେକେ ଜିମ୍‌ ଯିବା ସହ ଘରେ ବି ବିଭିନ୍ନ ଜିମ୍‌ ଗ୍ୟାଜେଟ୍‌ ବ୍ୟବହାର କରୁଛନ୍ତି। ତେବେ ଏକ୍ସରସାଇଜ୍‌ ମନିଟରିଂ...

ଆଲମାରୀରେ କ’ଣ ରଖିଲେ ଶୁଭ, କେଉଁଠି ରଖିବେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ଯଦି ଠିକ୍‌ ଦିଗରେ ଟଙ୍କା, ସୁନା ରଖାଯାଉଥିବା ଆଲମାରୀ ରଖା ନ ଯାଏ ତା’ହେଲେ ଆମଦାନୀ ତୁଳନାରେ ଖର୍ଚ୍ଚ ଅଧିକ ହୋଇଥାଏ।...

କ’ଣ ଆପଣଙ୍କ ସଫଳତା ଦେଖି ଚିଡୁଛନ୍ତି କି ପାର୍ଟନର..

ଅନେକ ସମୟରେ ଆପଣଙ୍କ ସଫଳତାରେ ପାର୍ଟନର ଖୁସି ହେବା ଅପେକ୍ଷା ଅଧିକ ଚିଡ଼ିବା ଭଳି ମନେ ହୋଇଥାଏ। ଏଥିଯୋଗୁ ଉଭୟଙ୍କ ଭିତରେ ମନୋମାଳିନ୍ୟ ସୃଷ୍ଟି ହେବା...

ଇନସୁଲିନ୍‌ସ୍ତରକୁ ସ୍ବାଭାବିକ କରିବା ପାଇଁ ସକାଳେ ଏଥିରୁ ଅଧାଗ୍ଲାସେ…

ପ୍ରତିଦିନ ସକାଳେ ଅଧାଗ୍ଲାସେ ମେଥି ପାଣି ପିଇଲେ ବହୁ ଉପକାର ମିଳିଥାଏ। ଏହା ଇନସୁଲିନ୍‌ସ୍ତରକୁ ସ୍ବାଭାବିକ କରିଥାଏ। ଇନସୁଲିନ୍‌ ରକ୍ତରେ ଥିବା ଶର୍କରାକୁ ନିୟନ୍ତ୍ରିତ କରିଥାଏ।...

ଡାଏରୀ ଲେଖିଲେ ଦୂର ହେବ ଅବସାଦ

ମନ କଥା ଲେଖିବା ଅଭ୍ୟାସ ଅବସାଦ ଦୂର କରିବାରେ ସାହାଯ୍ୟ କରିଥାଏ। ଏହାଦ୍ୱାରା ଚ୍ୟାଲେଞ୍ଜପୂର୍ଣ୍ଣ କାମକୁ ଉନ୍ନତ ଢ଼ଙ୍ଗରେ କରିବାକୁ ଶକ୍ତି ମିଳିଥାଏ। ଆମେରିକା ମିଶିଗାନ୍‌...

Advertisement
Archives

Model This Week