Posted inଜାତୀୟ

ଉଚ୍ଚ ବିପଦପୂର୍ଣ୍ଣ ପ୍ୟାକେଜ୍ ବୋତଲ ପାଣି, ସତର୍କ କରାଇଲା FSSAI

ନୂଆଦିଲ୍ଲୀ,୨।୧୨: ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରି ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ ଇଣ୍ଡିଆ (FSSAI) ପ୍ୟାକେଜ୍‌ ହୋଇଥିବା ପାନୀୟ ଏବଂ ମିନେରାଲ୍‌ ଯୁକ୍ତ ପାଣି ଉଚ୍ଚ ବିପଦପୂର୍ଣ୍ଣ ବର୍ଗରେ ସାମିଲ୍‌ କରିଛି। ଏଥିସହିତ ଏହାକୁ ବାଧ୍ୟତାମୂଳକ ଯାଞ୍ଚ ଏବଂ ତୃତୀୟ-ପକ୍ଷ ଅଡିଟ ନିୟମ ଅନୁଯାୟୀ ପାଳନ କରିବାକୁ କୁହାଯାଇଛି। ଅକ୍ଟୋବର ମାସରେ ସରକାର ଜାରି କରିଥିବା ନିର୍ଦେଶ ଅନୁଯାୟୀ ପ୍ୟାକେଜ ହୋଇଥିବା ପାନୀୟ ଏବଂ ମିନେରାଲ୍‌ ଯୁକ୍ତ ପାଣି ଏଣିକି ଲାଇସେନ୍ସ ପାଇବା ପାଇଁ ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡରୁ ପ୍ରମାଣପତ୍ର ପାଇବା ବାଧ୍ୟତାମୂଳକ କରିବା ପରେ ଏଫଏସଏସଏଆଇ ଏହି ନିଷ୍ପତି ନେଇଛି।

ନଭେମ୍ବର ୨୯ରେ ଏହାର ଆଦେଶରେ ଏଫଏସଏସଏଆଇ ଉଲ୍ଲେଖ କରିଛି ଯେ, ଖାଦ୍ୟ ବର୍ଗର ଉତ୍ପାଦକ କିମ୍ବା ପ୍ରକ୍ରୀୟାର ଯାଞ୍ଚ ଯେଉଁଥିପାଇଁ ବାଧ୍ୟତାମୂଳକ ବିଏସ ସାର୍ଟିଫିକେଟ ଆବଶ୍ୟକତା ହଟାଯାଇଛି, ବର୍ତ୍ତମାନ ଲାଇସେନ୍ସ କିମ୍ବା ପଞ୍ଜୀକରଣ ପୂର୍ବରୁ ଆବଶ୍ୟକ ହେବ।

ଏଥିସହିତ ଉଚ୍ଚ ବିପଦପୂର୍ଣ୍ଣ ଖାଦ୍ୟ ବର୍ଗ ଅନ୍ତର୍ଗତ ସମସ୍ତ କେନ୍ଦ୍ରୀୟ ଲାଇସେନ୍ସପ୍ରାପ୍ତ ଉତ୍ପାଦକମାନେ ସେମାନଙ୍କର ବ୍ୟବସାୟକୁ ଏଫଏସଏସଏଆଇ ସ୍ବୀକୃତିପ୍ରାପ୍ତ ତୃତୀୟ ପକ୍ଷ ଖାଦ୍ୟ ନିରାପତ୍ତା ଅଡିଟ ଏଜେନ୍ସି ଦ୍ୱାରା ପ୍ରତିବର୍ଷ ଅଡିଟ କରିବେ। ଅଧିକ ବିପଦପୂର୍ଣ୍ଣ ଖାଦ୍ୟ ବର୍ଗର ତାଲିକାରେ ପ୍ୟାକେଜ ପାନୀୟ ଜଳ ଏବଂ ମିନେରାଲ୍‌ ଯୁକ୍ତ ପାଣ ଅନ୍ତର୍ଭୁକ୍ତ ହୋଇଛି ବୋଲି ଖାଦ୍ୟ ସୁରକ୍ଷା ପ୍ରାଧିକରଣର ନିର୍ଦ୍ଦେଶରେ କୁହାଯାଇଛି।

ଏହାପୂର୍ବରୁ ପ୍ୟାକେଜ ହୋଇଥିବା ପାନୀୟ ଜଳ ଶିଳ୍ପ ସରଳୀକୃତ ନିୟମାବଳୀ ପାଇଁ ସରକାରଙ୍କୁ ଅନୁରୋଧ କରିଥିଲା। ଉଭୟ ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ଏବଂ ଏଫଏସଏସଏଆଇରୁ ବାଧ୍ୟତାମୂଳକ ଦୌତ ପ୍ରମାଣପତ୍ର ପାଇବା ସର୍ତ୍ତ ହଟାଇବାକୁ ସେମାନେ ସରକାରଙ୍କୁ ଅନୁରୋଧ କରିଥିଲେ। ବିଶେଷଜ୍ଞମାନେ କହିଛନ୍ତି ଯେ ଅତ୍ୟାଧୁନିକ ନିୟମ ଶିଳ୍ପର ଅନୁପାଳନ ଭାରକୁ ସରଳ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri