Posted inଫୁରସତ

ଗତ ୧୦ ବର୍ଷ ଧରି ଏହି ମହିଳା ବିନା ମାଟିରେ କରୁଛନ୍ତି ଫଳ, ପନିପରିବା ଚାଷ; କେମିତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବିନା ମାଟିରେ ଫଳ ଏବଂ ପରିବା ଚାଷ ବିଷୟରେ ଆପଣ କେବେ ଶୁଣିଛନ୍ତି। ଆପଣ ଭାବୁଥିବେ ଏହା କିପରି ସମ୍ଭବ? ପୁଣେର ନିଲା ରେନାଭିକର ଗତ ୧୦ ବର୍ଷ ଧରି ଘରର ଛାତ ଉପରେ ବିନା ମାଟିରେ ଫଳ ଓ ପନିପରିବା ଚାଷ କରୁଛନ୍ତି। ଯାହାକି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛି। ସେ ମଧ୍ୟ ଆକାଉଣ୍ଟାଣ୍ଟ ଏବଂ ମାରାଥନ ରନର୍‌ ଭାବରେ କାର୍ଯ୍ୟ କରିନ୍ତି। ନୀଲା ତାଙ୍କ ଘର ଛାତର ୪୫୦ ବର୍ଗଫୁଟର ଏକ ସ୍ଥାନକୁ ଫାର୍ମ ଭାବରେ ରକ୍ଷଣାବେକ୍ଷଣ କରନ୍ତି, ଯେଉଁଠାରେ ସେ ଅନେକ ଉପାୟରେ ଫଳ, ଫୁଲ ପନିପରିବା ଚାଷ କରନ୍ତି।

ଜାଣନ୍ତୁ କିପରି ହୁଏ ବିନା ମାଟିରେ ଚାଷ
ଚାଷ ପାଇଁ ନିଲା ମାଟି ବ୍ୟବହାର କରନ୍ତି ନାହିଁ। ସେ ଶୁଖିଲା ପତ୍ର, ରୋଷେଇ ଘରର ବର୍ଜ୍ୟବସ୍ତୁ ଏବଂ ଗୋବରରୁ କମ୍ପୋଷ୍ଟ ପ୍ରସ୍ତୁତ କରି ସେଥିରେ ଲଗାନ୍ତି। କମ୍ପୋଷ୍ଟରେ ଥିବା ପତ୍ର ଯୋଗୁ ମାଟି ବିନା ଆର୍ଦ୍ରତା ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ, ଯାହା ଉଦ୍ଭିଦକୁ ବଢ଼ାଇବାରେ ସାହାର୍ଯ୍ୟ କରେ।ନୀଲାଙ୍କ ଅନୁଯାୟୀ, ଏହି କାମ ପାଇଁ କେହିବି ସମୟ ବାହାର କରିବା ଆବଶ୍ୟକ।

କେଉଁଠୁ ମିଳିଲା ପ୍ରେରଣା
ବିନା ମାଟିରେ ଏ ସବୁ କରିବା ପାଇଁ ନିଲାଙ୍କୁ ଇଣ୍ଟରନେଟ ସାହାଯ୍ୟ କରିଥିଲା। ସେ ୟୁଟ୍ୟୁବରେ ବିଭିନ୍ନ ପ୍ରକାରର ଭିଡିଓ ଦେଖି ଏସବୁ କାର୍ଯ୍ୟ ଆରମ୍ଭ କରିଥିଲେ।

ଫେସବୁକରେ ଚାଷ ସମ୍ବନ୍ଧୀୟ ଟିପ୍ସ
ନିଲା ବଗିଚାରେ ୧୦୦ ଟି କ୍ୟାନ୍‌ ଅଛି ଯେଉଁଥିରେ ସେ ବିଭିନ୍ନ ପ୍ରକାରର ଫଳ ଏବଂ ପନିପରିବା ଚାଷ କରନ୍ତି। ସେ ବଗିଚାରୁ ଫଳ ଏବଂ ପନିପରିବା ମଧ୍ୟ ନିଜ ସାଙ୍ଗମାନଙ୍କୁ ବାଣ୍ଟନ୍ତି। କେବଳ ଏତିକି ନୁହେଁ, ନୀଲା ତାଙ୍କ ସାଙ୍ଗମାନଙ୍କ ସହିତ ଫେସବୁକରେ ‘ଅର୍ଗାନିକ ବଗିଚା’ ନାମକ ଏକ ଟିମ୍‌ ଗଠନ କରିଛନ୍ତି। ଯେଉଁଥିରେ ପ୍ରାୟ ତିରିଶ ହଜାର ଲୋକ ଯୋଗ ଦେଇଛନ୍ତି। ଏହି ଟିମ୍‌ ମାଧ୍ୟମରେ ଚାଷ ଏବଂ ଉଦ୍ୟାନ ସମ୍ବନ୍ଧୀୟ ଟିପ୍ସ ଦିଅନ୍ତି।

କିପରି ହେଲା ଆରମ୍ଭ
ନିଲା ପ୍ରଥମେ ଏକ ବାଲ୍ଟିରେ କମ୍ପୋଷ୍ଟ ଲଗାଇ କାକୁଡି ମଞ୍ଜି ପୋତିଥିଲେ। ପ୍ରାୟ ୪୦ ଦିନ ପରେ ଗଛରେ କାକୁଡି ହୋଇଥିଲା। ପରେ ସେ ଲଙ୍କା, ଟମାଟୋ, ଆଳୁ ଇତ୍ୟାଦି ଲଗାଇଲେ। ନୀଲା ରେନାଭିକରଙ୍କ ଅନୁଯାୟୀ, ମାଟି ବିନା ଚାଷରେ ପ୍ରମୁଖ ଲାଭ ଅଛି – ପ୍ରଥମେ କୀଟନାଶକ ବ୍ୟବହାର ନାହିଁ, ବିନା ମାଟିରେ ଅଧିକ ପୁଷ୍ଟିକର ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

ଟ୍ରମ୍ପଙ୍କ ଗୋଟିଏ ଘୋଷଣାରେ ଖସିଲା ଅଶୋଧିତ ତେଲ ମୂଲ୍ୟ, ଜାଣନ୍ତୁ ନୂଆ ଦାମ୍‌

ଓ୍ବାଶିଂଟନ୍‌,୮।୪: ୮ ଏପ୍ରିଲରେ ଅଶୋଧିତ ତୈଳ ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ସମ୍ଭାବ୍ୟ ବୋମା ବିସ୍ଫୋରଣକୁ ଦୁଇ…

୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌: ଭିତରେ ଥିଲେ ଡ୍ରାଇଭର

ଜୟପୁର,୮।୪(ପବନ ପାଣିଗ୍ରାହୀ): ୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌। ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଛି। ଜୟପୁର…

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri