ନାଁକୁ ପଲିଥିନ କଟକଣା

ଭୁବନେଶ୍ୱର,୨୯ା୯(ବ୍ୟୁରୋ):ଗାଁଠାରୁ ସହର, ଯୁଆଡ଼େ ଦେଖିବ ପଲିଥିନର ବହୁଳ ବ୍ୟବହାର ଚାଲିଛି। ଶସ୍ତାରେ ଉପଲବ୍ଧ ହେଉଥିବାରୁ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ ଏହାକୁ ଏକ ଜରୁରୀ ସାମଗ୍ରୀ ଭାବେ ଧରିନେଲେଣି। ତେବେ ସାଧାରଣ ଭାବେ ବ୍ୟବହାର ହେଉଥିବା ପଲିଥିନ ପରିବେଶ ପାଇଁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହେଲାଣି। ଏ ଦିଗରେ ଲୋକେ ସଚେତନ ହେଉ ନ ଥିବା ବେଳେ ପଲିଥିନ ନିଷେଧ ପାଇଁ ସରକାରୀ କଟକଣା କେବଳ ନିର୍ଦ୍ଦେଶନାମା ମଧ୍ୟରେ ସୀମିତ ରହିଛି। ପ୍ରଶାସନ ପକ୍ଷରୁ ପ୍ରଭାବୀ ଢଙ୍ଗରେ କଟକଣା ପାଳନ ପାଇଁ ପଦକ୍ଷେପ ନିଆଯାଉନାହିଁ। ପଲିଥିନ ବ୍ୟବହାରକୁ ଯଦି ରୋକା ନ ଯାଏ, ତେବେ ଆଗାମୀ ଦିନରେ ଭୟଙ୍କର ପରିବେଶ ସମସ୍ୟା ଭୋଗିବାକୁ ପଡ଼ିବ ବୋଲି ପରିବେଶବିତ୍‌ ଚେତାଇ ଦେଇଛନ୍ତି।
୨୦୧୮ ଗାନ୍ଧୀଜୟନ୍ତୀରୁ ପ୍ରଥମେ ୫ଟି ମହାନଗର ନିଗମ କଟକ, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ସମେତ ପୁରୀ ସହରରେ ପଲିଥିନ ବ୍ୟବହାରକୁ ନିଷିଦ୍ଧ ଘୋଷଣା କରାଯାଇଥିଲା। ଏହାର ଠିକ୍‌ ବର୍ଷେ ପରେ ଅର୍ଥାତ୍‌ ୨୦୧୯ ଅକ୍ଟୋବର ୨ରୁ ରାଜ୍ୟର ସମସ୍ତ ୧୧୪ ସହରାଞ୍ଚଳରେ ୫୦ ମାଇକ୍ରନରୁ କମ୍‌ ମୋଟେଇ ପଲିଥିନ ସହିତ ୨୦୦ ମିଲିଲିଟରରୁ କମ୍‌ ପାଣିବୋତଲ, ଥର୍ମୋକୁଲ, ପ୍ଲାଷ୍ଟିକ ଚାମଚ, କପ୍‌, ପ୍ଲେଟ୍‌, ଗ୍ଲାସ, ପାଣି ପାଉଚ ଆଦି ସାମଗ୍ରୀ ଉପରେ କଟକଣା ଜାରି କରାଯାଇଛି। କୌଣସି ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ ପଲିଥିନ ବ୍ୟବହାର କରିପାରିବେ ନାହିଁ। ସେଥିପାଇଁ ଦଣ୍ଡ ବିଧାନ ରହିଛି। ପୂଜାସ୍ଥଳ, ହୋଟେଲ, ରେଷ୍ଟୁରାଣ୍ଟ, କାଫେ, ବିବାହ ପାର୍ଟି, ଅଫିସ, ଆଉଟ୍‌ଡୋର କ୍ୟାଟରିଂ ଆଦି ସ୍ଥାନରେ ପଲିଥିନ ବ୍ୟବହାର ଉପରେ କଟକଣା ଜାରି ହୋଇଛି। ମହାନଗର ନିଗମ କମିଶନର ଓ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ପୃକ୍ତ ସହରାଞ୍ଚଳରେ ପଲିଥିନ ବନ୍ଦକୁ ସଫଳ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ। ସେହି ଅଧିକାରୀମାନେ ପରିବେଶ (ସୁରକ୍ଷା) ଆଇନ ୧୯୮୬ ଅନୁଯାୟୀ ନିଜ ଅଞ୍ଚଳ ଭିତରେ ଉଲ୍ଲଂଘନକାରୀଙ୍କୁ ଦଣ୍ଡବିଧାନ କରିପାରିବେ। ପଲିଥିନ କଟକଣାକୁ କଡ଼ାକଡ଼ି ଭାବେ ପାଳନ ପାଇଁ ଜିଲାପାଳ ଅଭିଯାନ ଚଳାଇବେ। ସେଥିରେ ଏଡିଏମ୍‌, ଏସ୍‌ପି, ବନଖଣ୍ଡ ଅଧିକାରୀ, ତହସିଲଦାର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ, ପୌର ସଂସ୍ଥା ଅଧିକାରୀମାନଙ୍କୁ ସାମିଲ କରିବେ। ପଲିଥିନ ବିକ୍ରି, ଉତ୍ପାଦନ, ଗଚ୍ଛିତ କରୁଥିବା ସଂସ୍ଥା କିମ୍ବା ବ୍ୟବସାୟୀ ବିଜ୍ଞପ୍ତି ପ୍ରକାଶ ପାଇବାର ୧ ମାସ ମଧ୍ୟରେ ସେଗୁଡ଼ିକୁ ନଷ୍ଟ କରିବାକୁ କୁହାଯାଇଥିଲା। କଟକଣା ଲାଗୁ ହେବାର କିଛି ମାସ ମଧ୍ୟରେ ଧରପଗଡ଼ ଜୋରଦାର ହୋଇଥିଲା। ବ୍ୟବସାୟୀମାନେ ଜରିମାନା ଭୟରେ ପଲିଥିନ ବ୍ୟବହାର ବନ୍ଦ କରି ଦେଇଥିଲେ। ଲୋକେ ବ୍ୟାଗ୍‌ ନେବା ଆରମ୍ଭ କରିଥିଲେ। କରୋନା ମହାମାରୀ ସଂକ୍ରମଣକୁ ଦେଖି ରାଜ୍ୟରେ ଲକ୍‌ଡାଉନ ଓ ଶଟ୍‌ଡାଉନ ଜାରି ହେଲା। ଏହାପରେ ପଲିଥିନ ବ୍ୟବହାର ବହୁପରିମାଣରେ ବଢ଼ିଯାଇଛି। କଟକଣା କଡ଼ାକଡ଼ି ପାଳନ ହେଉ ନ ଥିବାରୁ ବ୍ୟବସାୟୀ ଏବଂ ଲୋକେ ବିନା ସଙ୍କୋଚରେ ବ୍ୟବହାର କରିଚାଲିଛନ୍ତି। ଏଥିଯୋଗୁ ସହରାଞ୍ଚଳରେ କୁଢ଼କୁଢ଼ ପଲିଥିନ ଆବର୍ଜନା ସୃଷ୍ଟି ହେଉଛି, ଯାହାକି ପରିବେଶ ପ୍ରତି ବିପଦ ସାଜିଛି।
ଭୁବନେଶ୍ୱରରେ ତେଜରାତି ଦୋକାନୀ ବିଜୟ ସାହୁ କହିଛନ୍ତି, ଗ୍ରାହକମାନେ ସାମଗ୍ରୀ ନେବାକୁ ପଲିଥିନ ମାଗୁଛନ୍ତି। ନ ଦେଲେ ଅନ୍ୟ ଦୋକାନକୁ ଚାଲି ଯାଉଛନ୍ତି। ଉତ୍ପାଦନ ହେଉଥିବାରୁ ବଜାରରେ ମିଳୁଛି। ଆମେ ବାଧ୍ୟ ହୋଇ ଆଣୁଛୁ। ପ୍ରଥମେ ପଲିଥିନ ଉତ୍ପାଦନ ବନ୍ଦ ହେବା ଦରକାର ବୋଲି ସେ କହିଛନ୍ତି। ଗ୍ରାହକ ବନମାଳୀ ବେହେରା କହିଛନ୍ତି, ହଠାତ୍‌ ବାହାରୁ ଜିନିଷ ନେବାକୁ ପଡୁଥିବାରୁ ପଲିଥିନ ଉପରେ ନିର୍ଭର କରିବାକୁ ପଡୁଛି। ଆଗରୁ ଧରପଗଡ଼ ହେଉଥିବାରୁ ବ୍ୟବସାୟୀ ପଲିଥିନ ଦେବାକୁ ମନା କରୁଥିଲେ। ଆମେ ବ୍ୟାଗ୍‌ ନେଉଥିଲୁ। ଏବେ ସବୁଆଡ଼େ ପଲିଥିନରେ ଲୋକମାନେ ଜିନିଷପତ୍ର ନେଉଛନ୍ତି। ଏପରି କି ଖାଦ୍ୟପଦାର୍ଥ ମଧ୍ୟ ପଲିଥିନରେ ଯାଉଛି। ପରିବେଶ ପାଇଁ ବିପଦ ଥିବାରୁ ଏହାର ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦରକାର। କଡ଼ା କାର୍ଯ୍ୟାନୁଷ୍ଠାନ ନ ହେଲେ ପଲିଥିନ ବ୍ୟବହାର ବନ୍ଦ ହେବ ନାହିଁ ବୋଲି ସେ କହିଛନ୍ତି। ପରିବା ବ୍ୟବସାୟୀ ରାମଚନ୍ଦ୍ର ସାହୁ କହିଛନ୍ତି, ସରକାରୀ ନିୟମ ଅନୁଯାୟୀ ୫୦ ମାଇକ୍ରନରୁ ଊର୍ଦ୍ଧ୍ୱ ମୋଟେଇର ଏକକ ବ୍ୟବହାରଯୋଗ୍ୟ ପଲିଥିନ ବ୍ୟବହାର କରାଯାଇପାରିବ। ହେଲେ ଏହାର ମୂଲ୍ୟ ଅଧିକ ରହୁଛି। ବଜାରରେ କମ୍‌ ମୂଲ୍ୟରେ ପଲିଥିନ ମିଳିଯାଉଥିବାରୁ ତାହା ଆମେ ଗ୍ରାହକଙ୍କୁ ଦେଉଛୁ। ଏହା ସମ୍ପୂର୍ଣ୍ଣ ବନ୍ଦ ନ ହେଲା ପର୍ଯ୍ୟନ୍ତ ଆମେ ମଧ୍ୟ ବନ୍ଦ କରିପାରିବୁ ନାହିଁ।
ସମ୍ବଲପୁର ମହାନଗର ନିଗମ (ଏସ୍‌ଏମ୍‌ସି) ଏନ୍‌ଫୋର୍ସମେଣ୍ଟ ଅଧିକାରୀ ଶୁଭଙ୍କର ମହାନ୍ତି କହିଛନ୍ତି, କୋଭିଡ୍‌ କଟକଣା କୋହଳ ହେବା ପରେ ଦୋକାନ ବଜାର ସ୍ବାଭାବିକ ଭାବେ ଖୋଲିଛି। ପିଲିଥିନ ବ୍ୟବହାର ରୋକିବା ପାଇଁ ସହରରେ ନିୟମିତ ଚଢାଉ ଜାରି ରହିଛି। ମଙ୍ଗଳବାର ଚଢାଉ କରାଯାଇ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ପଲିଥିନ ବ୍ୟବହାର ନିୟନ୍ତ୍ରଣରେ ରହିଛି।
କଟକ ମହାନଗର ନିଗମ (ସିଏମ୍‌ସି) ଡେପୁଟି କମିଶନର ଅବିନାଶ ରାଉତ କହିଛନ୍ତି ଯେ, ବର୍ତ୍ତମାନ ସହରର ବିଭିନ୍ନ ସ୍ଥାନରେ ଉଚ୍ଛେଦ କାର୍ଯ୍ୟ ଚାଲିଛି । ଏଥିପାଇଁ ଅଧିକ କର୍ମଚାରୀ ନିୟୋଜିତ ହୋଇଛନ୍ତି। ତେଣୁ ୬ ମାସ ହେବ ଚଢାଉ ବନ୍ଦ ରହିଥିବାରୁ ସହରରେ ପଲିଥିନ ବ୍ୟବହାର ବଢିଛି। ଖୁବ୍‌ଶୀଘ୍ର ବିଭିନ୍ନ ଦୋକାନରେ ଚଢଉ କରାଯାଇ ପଲିଥିନ୍‌ ବ୍ୟବହାର ଉପରେ ରୋକ୍‌ ଲଗାଯିବ।
ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି ଯେ, ସହରରେ କିପରି ପଲିଥିନ୍‌ ବ୍ୟବହାର ନ ହେବ ସେଥିପାଇଁ ସଚେତନତା ସହିତ ଏନ୍‌ଫୋର୍ସମେଣ୍ଟ ମଧ୍ୟ କରୁଛୁ। ମାତ୍ର ଏବେ କରୋନା ପାଇଁ ମ୍ୟାନ୍‌ ପାଓ୍ବାର କମ୍‌ ଥିବାରୁ ଏନ୍‌ଫୋର୍ସମେଣ୍ଟ ସାମାନ୍ୟ ଧୀମେଇ ଯାଇଛି। କରୋନା ପାଇଁ ବିଏମ୍‌ସିର ବହୁ କର୍ମଚାରୀଙ୍କୁ ଟିକାକରଣ, ସାନିଟାଇଜ୍‌, ରୋଗୀଙ୍କ ସ୍ଥାନାନ୍ତର, ଲୋକଙ୍କ ଘରେ ଅକ୍ସିଜେନ୍‌ ସିଲିଣ୍ଡର ପହଞ୍ଚାଇବା ଭଳି ବିଭିନ୍ନ କାମରେ ନିୟୋଜିତ ରହିଥିଲେ। ତେବେ ସମ୍ପୂର୍ଣ୍ଣ ଭାବେ ଏନ୍‌ଫୋର୍ସମେଣ୍ଟ ବନ୍ଦ ହୋଇନାହିଁ, ଏବେ ବି କିଛି କିଛି ସ୍ଥାନରେ ଚଢାଉ ହୋଇ ପଲିଥିନ୍‌ ଜବତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ଲଘୁଚାପ ସମ୍ଭାବନା: ୨୧ ଜିଲାକୁ ଝଡ଼ବର୍ଷା ସତର୍କତା

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ) – ୪ଦିନ ହେବ ରାଜ୍ୟରେ ବର୍ଷା ନ ଥିବାବେଳେ ଖରା ଓ ଗୁଳୁଗୁଳି ଜାରି ରହିଛି। ଏପରିସ୍ଥିତିରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ…

ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ

ମୋହନା,୨୧ା୮(ମନ୍ମଥ ମିଶ୍ର): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ…

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri