ନାଁକୁ ପଲିଥିନ କଟକଣା

ଭୁବନେଶ୍ୱର,୨୯ା୯(ବ୍ୟୁରୋ):ଗାଁଠାରୁ ସହର, ଯୁଆଡ଼େ ଦେଖିବ ପଲିଥିନର ବହୁଳ ବ୍ୟବହାର ଚାଲିଛି। ଶସ୍ତାରେ ଉପଲବ୍ଧ ହେଉଥିବାରୁ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ ଏହାକୁ ଏକ ଜରୁରୀ ସାମଗ୍ରୀ ଭାବେ ଧରିନେଲେଣି। ତେବେ ସାଧାରଣ ଭାବେ ବ୍ୟବହାର ହେଉଥିବା ପଲିଥିନ ପରିବେଶ ପାଇଁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହେଲାଣି। ଏ ଦିଗରେ ଲୋକେ ସଚେତନ ହେଉ ନ ଥିବା ବେଳେ ପଲିଥିନ ନିଷେଧ ପାଇଁ ସରକାରୀ କଟକଣା କେବଳ ନିର୍ଦ୍ଦେଶନାମା ମଧ୍ୟରେ ସୀମିତ ରହିଛି। ପ୍ରଶାସନ ପକ୍ଷରୁ ପ୍ରଭାବୀ ଢଙ୍ଗରେ କଟକଣା ପାଳନ ପାଇଁ ପଦକ୍ଷେପ ନିଆଯାଉନାହିଁ। ପଲିଥିନ ବ୍ୟବହାରକୁ ଯଦି ରୋକା ନ ଯାଏ, ତେବେ ଆଗାମୀ ଦିନରେ ଭୟଙ୍କର ପରିବେଶ ସମସ୍ୟା ଭୋଗିବାକୁ ପଡ଼ିବ ବୋଲି ପରିବେଶବିତ୍‌ ଚେତାଇ ଦେଇଛନ୍ତି।
୨୦୧୮ ଗାନ୍ଧୀଜୟନ୍ତୀରୁ ପ୍ରଥମେ ୫ଟି ମହାନଗର ନିଗମ କଟକ, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ସମେତ ପୁରୀ ସହରରେ ପଲିଥିନ ବ୍ୟବହାରକୁ ନିଷିଦ୍ଧ ଘୋଷଣା କରାଯାଇଥିଲା। ଏହାର ଠିକ୍‌ ବର୍ଷେ ପରେ ଅର୍ଥାତ୍‌ ୨୦୧୯ ଅକ୍ଟୋବର ୨ରୁ ରାଜ୍ୟର ସମସ୍ତ ୧୧୪ ସହରାଞ୍ଚଳରେ ୫୦ ମାଇକ୍ରନରୁ କମ୍‌ ମୋଟେଇ ପଲିଥିନ ସହିତ ୨୦୦ ମିଲିଲିଟରରୁ କମ୍‌ ପାଣିବୋତଲ, ଥର୍ମୋକୁଲ, ପ୍ଲାଷ୍ଟିକ ଚାମଚ, କପ୍‌, ପ୍ଲେଟ୍‌, ଗ୍ଲାସ, ପାଣି ପାଉଚ ଆଦି ସାମଗ୍ରୀ ଉପରେ କଟକଣା ଜାରି କରାଯାଇଛି। କୌଣସି ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ ପଲିଥିନ ବ୍ୟବହାର କରିପାରିବେ ନାହିଁ। ସେଥିପାଇଁ ଦଣ୍ଡ ବିଧାନ ରହିଛି। ପୂଜାସ୍ଥଳ, ହୋଟେଲ, ରେଷ୍ଟୁରାଣ୍ଟ, କାଫେ, ବିବାହ ପାର୍ଟି, ଅଫିସ, ଆଉଟ୍‌ଡୋର କ୍ୟାଟରିଂ ଆଦି ସ୍ଥାନରେ ପଲିଥିନ ବ୍ୟବହାର ଉପରେ କଟକଣା ଜାରି ହୋଇଛି। ମହାନଗର ନିଗମ କମିଶନର ଓ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ପୃକ୍ତ ସହରାଞ୍ଚଳରେ ପଲିଥିନ ବନ୍ଦକୁ ସଫଳ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ। ସେହି ଅଧିକାରୀମାନେ ପରିବେଶ (ସୁରକ୍ଷା) ଆଇନ ୧୯୮୬ ଅନୁଯାୟୀ ନିଜ ଅଞ୍ଚଳ ଭିତରେ ଉଲ୍ଲଂଘନକାରୀଙ୍କୁ ଦଣ୍ଡବିଧାନ କରିପାରିବେ। ପଲିଥିନ କଟକଣାକୁ କଡ଼ାକଡ଼ି ଭାବେ ପାଳନ ପାଇଁ ଜିଲାପାଳ ଅଭିଯାନ ଚଳାଇବେ। ସେଥିରେ ଏଡିଏମ୍‌, ଏସ୍‌ପି, ବନଖଣ୍ଡ ଅଧିକାରୀ, ତହସିଲଦାର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ, ପୌର ସଂସ୍ଥା ଅଧିକାରୀମାନଙ୍କୁ ସାମିଲ କରିବେ। ପଲିଥିନ ବିକ୍ରି, ଉତ୍ପାଦନ, ଗଚ୍ଛିତ କରୁଥିବା ସଂସ୍ଥା କିମ୍ବା ବ୍ୟବସାୟୀ ବିଜ୍ଞପ୍ତି ପ୍ରକାଶ ପାଇବାର ୧ ମାସ ମଧ୍ୟରେ ସେଗୁଡ଼ିକୁ ନଷ୍ଟ କରିବାକୁ କୁହାଯାଇଥିଲା। କଟକଣା ଲାଗୁ ହେବାର କିଛି ମାସ ମଧ୍ୟରେ ଧରପଗଡ଼ ଜୋରଦାର ହୋଇଥିଲା। ବ୍ୟବସାୟୀମାନେ ଜରିମାନା ଭୟରେ ପଲିଥିନ ବ୍ୟବହାର ବନ୍ଦ କରି ଦେଇଥିଲେ। ଲୋକେ ବ୍ୟାଗ୍‌ ନେବା ଆରମ୍ଭ କରିଥିଲେ। କରୋନା ମହାମାରୀ ସଂକ୍ରମଣକୁ ଦେଖି ରାଜ୍ୟରେ ଲକ୍‌ଡାଉନ ଓ ଶଟ୍‌ଡାଉନ ଜାରି ହେଲା। ଏହାପରେ ପଲିଥିନ ବ୍ୟବହାର ବହୁପରିମାଣରେ ବଢ଼ିଯାଇଛି। କଟକଣା କଡ଼ାକଡ଼ି ପାଳନ ହେଉ ନ ଥିବାରୁ ବ୍ୟବସାୟୀ ଏବଂ ଲୋକେ ବିନା ସଙ୍କୋଚରେ ବ୍ୟବହାର କରିଚାଲିଛନ୍ତି। ଏଥିଯୋଗୁ ସହରାଞ୍ଚଳରେ କୁଢ଼କୁଢ଼ ପଲିଥିନ ଆବର୍ଜନା ସୃଷ୍ଟି ହେଉଛି, ଯାହାକି ପରିବେଶ ପ୍ରତି ବିପଦ ସାଜିଛି।
ଭୁବନେଶ୍ୱରରେ ତେଜରାତି ଦୋକାନୀ ବିଜୟ ସାହୁ କହିଛନ୍ତି, ଗ୍ରାହକମାନେ ସାମଗ୍ରୀ ନେବାକୁ ପଲିଥିନ ମାଗୁଛନ୍ତି। ନ ଦେଲେ ଅନ୍ୟ ଦୋକାନକୁ ଚାଲି ଯାଉଛନ୍ତି। ଉତ୍ପାଦନ ହେଉଥିବାରୁ ବଜାରରେ ମିଳୁଛି। ଆମେ ବାଧ୍ୟ ହୋଇ ଆଣୁଛୁ। ପ୍ରଥମେ ପଲିଥିନ ଉତ୍ପାଦନ ବନ୍ଦ ହେବା ଦରକାର ବୋଲି ସେ କହିଛନ୍ତି। ଗ୍ରାହକ ବନମାଳୀ ବେହେରା କହିଛନ୍ତି, ହଠାତ୍‌ ବାହାରୁ ଜିନିଷ ନେବାକୁ ପଡୁଥିବାରୁ ପଲିଥିନ ଉପରେ ନିର୍ଭର କରିବାକୁ ପଡୁଛି। ଆଗରୁ ଧରପଗଡ଼ ହେଉଥିବାରୁ ବ୍ୟବସାୟୀ ପଲିଥିନ ଦେବାକୁ ମନା କରୁଥିଲେ। ଆମେ ବ୍ୟାଗ୍‌ ନେଉଥିଲୁ। ଏବେ ସବୁଆଡ଼େ ପଲିଥିନରେ ଲୋକମାନେ ଜିନିଷପତ୍ର ନେଉଛନ୍ତି। ଏପରି କି ଖାଦ୍ୟପଦାର୍ଥ ମଧ୍ୟ ପଲିଥିନରେ ଯାଉଛି। ପରିବେଶ ପାଇଁ ବିପଦ ଥିବାରୁ ଏହାର ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦରକାର। କଡ଼ା କାର୍ଯ୍ୟାନୁଷ୍ଠାନ ନ ହେଲେ ପଲିଥିନ ବ୍ୟବହାର ବନ୍ଦ ହେବ ନାହିଁ ବୋଲି ସେ କହିଛନ୍ତି। ପରିବା ବ୍ୟବସାୟୀ ରାମଚନ୍ଦ୍ର ସାହୁ କହିଛନ୍ତି, ସରକାରୀ ନିୟମ ଅନୁଯାୟୀ ୫୦ ମାଇକ୍ରନରୁ ଊର୍ଦ୍ଧ୍ୱ ମୋଟେଇର ଏକକ ବ୍ୟବହାରଯୋଗ୍ୟ ପଲିଥିନ ବ୍ୟବହାର କରାଯାଇପାରିବ। ହେଲେ ଏହାର ମୂଲ୍ୟ ଅଧିକ ରହୁଛି। ବଜାରରେ କମ୍‌ ମୂଲ୍ୟରେ ପଲିଥିନ ମିଳିଯାଉଥିବାରୁ ତାହା ଆମେ ଗ୍ରାହକଙ୍କୁ ଦେଉଛୁ। ଏହା ସମ୍ପୂର୍ଣ୍ଣ ବନ୍ଦ ନ ହେଲା ପର୍ଯ୍ୟନ୍ତ ଆମେ ମଧ୍ୟ ବନ୍ଦ କରିପାରିବୁ ନାହିଁ।
ସମ୍ବଲପୁର ମହାନଗର ନିଗମ (ଏସ୍‌ଏମ୍‌ସି) ଏନ୍‌ଫୋର୍ସମେଣ୍ଟ ଅଧିକାରୀ ଶୁଭଙ୍କର ମହାନ୍ତି କହିଛନ୍ତି, କୋଭିଡ୍‌ କଟକଣା କୋହଳ ହେବା ପରେ ଦୋକାନ ବଜାର ସ୍ବାଭାବିକ ଭାବେ ଖୋଲିଛି। ପିଲିଥିନ ବ୍ୟବହାର ରୋକିବା ପାଇଁ ସହରରେ ନିୟମିତ ଚଢାଉ ଜାରି ରହିଛି। ମଙ୍ଗଳବାର ଚଢାଉ କରାଯାଇ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ପଲିଥିନ ବ୍ୟବହାର ନିୟନ୍ତ୍ରଣରେ ରହିଛି।
କଟକ ମହାନଗର ନିଗମ (ସିଏମ୍‌ସି) ଡେପୁଟି କମିଶନର ଅବିନାଶ ରାଉତ କହିଛନ୍ତି ଯେ, ବର୍ତ୍ତମାନ ସହରର ବିଭିନ୍ନ ସ୍ଥାନରେ ଉଚ୍ଛେଦ କାର୍ଯ୍ୟ ଚାଲିଛି । ଏଥିପାଇଁ ଅଧିକ କର୍ମଚାରୀ ନିୟୋଜିତ ହୋଇଛନ୍ତି। ତେଣୁ ୬ ମାସ ହେବ ଚଢାଉ ବନ୍ଦ ରହିଥିବାରୁ ସହରରେ ପଲିଥିନ ବ୍ୟବହାର ବଢିଛି। ଖୁବ୍‌ଶୀଘ୍ର ବିଭିନ୍ନ ଦୋକାନରେ ଚଢଉ କରାଯାଇ ପଲିଥିନ୍‌ ବ୍ୟବହାର ଉପରେ ରୋକ୍‌ ଲଗାଯିବ।
ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି ଯେ, ସହରରେ କିପରି ପଲିଥିନ୍‌ ବ୍ୟବହାର ନ ହେବ ସେଥିପାଇଁ ସଚେତନତା ସହିତ ଏନ୍‌ଫୋର୍ସମେଣ୍ଟ ମଧ୍ୟ କରୁଛୁ। ମାତ୍ର ଏବେ କରୋନା ପାଇଁ ମ୍ୟାନ୍‌ ପାଓ୍ବାର କମ୍‌ ଥିବାରୁ ଏନ୍‌ଫୋର୍ସମେଣ୍ଟ ସାମାନ୍ୟ ଧୀମେଇ ଯାଇଛି। କରୋନା ପାଇଁ ବିଏମ୍‌ସିର ବହୁ କର୍ମଚାରୀଙ୍କୁ ଟିକାକରଣ, ସାନିଟାଇଜ୍‌, ରୋଗୀଙ୍କ ସ୍ଥାନାନ୍ତର, ଲୋକଙ୍କ ଘରେ ଅକ୍ସିଜେନ୍‌ ସିଲିଣ୍ଡର ପହଞ୍ଚାଇବା ଭଳି ବିଭିନ୍ନ କାମରେ ନିୟୋଜିତ ରହିଥିଲେ। ତେବେ ସମ୍ପୂର୍ଣ୍ଣ ଭାବେ ଏନ୍‌ଫୋର୍ସମେଣ୍ଟ ବନ୍ଦ ହୋଇନାହିଁ, ଏବେ ବି କିଛି କିଛି ସ୍ଥାନରେ ଚଢାଉ ହୋଇ ପଲିଥିନ୍‌ ଜବତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍‌ ଓ ୫ ଏକରର ଫାର୍ମ ହାଉସ୍‌ ଠାବ

ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…

ଆଜି ଆର୍ଜେଣ୍ଟିନା ପାଇଁ ମେସିଙ୍କ ଶେଷ ମ୍ୟାଚ୍‌

ବୁଏନସ ଆରିଜ,୬ା୧୦: ଫୁଟବଲ ସୁପରଷ୍ଟାର ଲିଓନେଲ ମେସି ମଙ୍ଗଳବାର ଇଷ୍ଟାଡିଓ ମାନୁମେଣ୍ଟାଲଠାରେ ବେନିନ ବିପକ୍ଷରେ ଆର୍ଜେଣ୍ଟିନା ପାଇଁ ତାଙ୍କର ବିଦାୟୀ ମ୍ୟାଚ୍‌ ଖେଳିବେ। ଡିଏଗୋ ମାରାଡୋନାଙ୍କ ପରେ…

ହରମନପ୍ରୀତ କୌରଙ୍କ ପରେ ଭାରତୀୟ ଦଳର ପରବର୍ତ୍ତୀ ଅଧିନାୟିକା କିଏ? ନାମ ଆସିଲା ସାମ୍ନାକୁ

ନୂଆଦିଲ୍ଲୀ,୬।୧୦: ଗୁଆହାଟୀରେ ଅନୁଷ୍ଠିତ BCCI ସମୀକ୍ଷା ବୈଠକର ମାତ୍ର ଗୋଟିଏ ଦିନ ପରେ, ହରମନପ୍ରୀତ କୌର ସମସ୍ତ ଫର୍ମାଟରୁ ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ…

CECଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି ବିରୋଧି; ରାହୁଲ-ପ୍ରିୟଙ୍କା ଅଟକ

ନୂଆଦିଲ୍ଲୀ,୬।୧୦: ଭୋଟର ତାଲିକାରେ କଥିତ ଅନିୟମିତତାକୁ ନେଇ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ତାଙ୍କ ଇସ୍ତଫା…

ସର୍ବପିତୃ ଅମାବାସ୍ୟାରେ ଶୁଭ ସଂଯୋଗ: ୩ ରାଶିର ହେବ ଭାଗ୍ୟୋଦୟ, ଚାକିରିରେ ମିଳିବ ଅପୂର୍ବ ସଫଳତା

ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ…

ଅକ୍ଟୋବରରେ କଲବଲ କରୁଛି ତାତି, ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର,୬।୧୦: ପୁରୀ ସହରରେ ଗତ ସୋମବାର ଦିନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଅକ୍ଟୋବର ୫ ତାରିଖରେ ପୁରୀ ସହର ତାପମାତ୍ରା ୩୬.୬°C…

ବିଦାୟ ନେଲେ ଅଜିତ ଅଗରକର, ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା କିଏ ହେବେ? ରେସ୍‌ରେ ଅଛନ୍ତି ଏମାନେ..

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟେରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ବିସିସିଆଇ (BCCI)ର ବରିଷ୍ଠ ଚୟନ କମିଟିର ମୁଖ୍ୟ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଅକ୍ଟୋବର ୪ ରେ…

ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍‌

ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?