ଘରଠୁ ହୋଟେଲ ସବୁଠି ପଖାଳର ବାସ୍ନା

ପୁରୀ ଅଫିସ,୨୦ା୩: ପଖାଳ ହେଉଛି ଓଡ଼ିଆଙ୍କ ପ୍ରିୟ ଖାଦ୍ୟ। ଓଡ଼ିଶା, ଓଡ଼ିଆ ଏବଂ ପଖାଳ ପରସ୍ପରର ସମ୍ପର୍କ ଅତି ନିବିଡି। ଖାଲି ଓଡ଼ିଆ କାହିଁକି ଓଡ଼ିଆ ଜାତିର ମଉଡ଼ମଣି ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ। ପ୍ରତ୍ୟେକ ଦିନ ମହାପ୍ରଭୁଙ୍କ ଶୟନ ପୂର୍ବରୁ ବଡ଼ସିଂହାର ବେଶରେ ତାଙ୍କ ନିକଟରେ ଦହି ପଖାଳ ଭୋଗ ହୋଇଥାଏ। ପଖାଳ ଓଡ଼ିଆଙ୍କ ସଂସ୍କୃତି ସହ ଓତପ୍ରୋତଃ ଭାବେ ଜଡ଼ିତ। ଓଡିଆ ଜାତିର ପ୍ରିୟ ଖାଦ୍ୟ ପଖାଳକୁ ସ୍ମରଣ ରଖିବା ପାଇଁ ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାୁଛି। କେବଳ ଓଡ଼ିଶା ନୁହେଁ, ଦେଶ ବିଦେଶରେ ଥିବା ଓଡ଼ିଆମାନେ ମଧ୍ୟ ପଖାଳ ଦିବସ ପାଳନ କରିଥାନ୍ତି। ଓଡ଼ିଆମାନେ ଯେଉଁଠି ଥାଆନ୍ତୁ ନା କାହିଁକି ପଖାଳ ପ୍ରତି ସେମାନଙ୍କର ଆକର୍ଷଣ ରହିଛି। ସେଥିପାଇଁ କଥାରେ ଅଛି, ଝୁରି ହେଉଛି ଦିନକାଳ, ମନ ଖୋଜୁଛି ସେକାଳ ପଖାଳ। ଓଡ଼ିଆ ଜନଜୀବନ ସହ ପଖାଳର ସମ୍ପର୍କ ବହୁ ପୁରୁଣା। ଗାଁଠୁ ସହର ପର୍ଯ୍ୟନ୍ତ ପ୍ରତି ଘରେ ଲୋକଙ୍କ ଜୀବନ ଶୈଳୀରେ ପଖାଳ ଏକ ନିତିଦିନିଆ ଖାଦ୍ୟ। ସମ୍ପ୍ରତି ଛୋଟ ବଡ଼ ହୋଟେଲରେ ବିଭିନ୍ନ ରକମର ପଖାଳ ଦେଖିବାକୁ ମିଳୁଛି। ତାରକା ହେଟେଲ ସମେତ ବିଭିନ୍ନ ସଙ୍ଗଠନ ତରଫରୁ ପଖାଳ ଦିବସ ପାଳନ କରାଯାଉଛି। ସହର ଚାକଚକ୍ୟ ଏବଂ ଦେଶୀ, ବିଦେଶୀ ଖାଦ୍ୟପେୟ ଭିତରେ ବି ଲୋକେ ପଖାଳ ଖୋଜୁଛନ୍ତି। ତେବେ ଆଳୁଭଜା ଠାରୁ ଆରମ୍ଭ କରି ବଡିଚୁରା, ମାଛଭଜା ପ୍ରଭୃତି ସହ ପଖାଳ ଖାଇବାକୁ ଭଲ ଲାଗେ ତ ପୁଣି କେତେବେଳେ ଶାଗ, ପିଆଜ, ଲଙ୍କା ସହ ପଖାଳ ଖାଇବାକୁ ଇଚ୍ଛା ହୁଏ। ଦିନକୁ ଦିନ ଆଧୁନିକ ସଭ୍ୟତାରେ ଛନ୍ଦି ହୋଇ ଯୁବପିଢ଼ିି ପଖାଳକୁ ଛାଡି ପାଶ୍ଚାତ୍ୟ ଖାଦ୍ୟ ପ୍ରତି ଆକୃଷ୍ଟ ହେଉଥିଲେ ମଧ୍ୟ ଗ୍ରୀଷ୍ମଦିନେ ଖରାର ପ୍ରକୋପ ପୁଣି ସେମାନଙ୍କୁ ପଖାଳ କଂସା ପ୍ରତି ଧିରେ ଧିରେ ଆକୃଷ୍ଟ କରାଉଛି। ଯୁବପିଢିଙ୍କୁ ସେହି ଓଡ଼ିଶା ସଂସ୍କୃତିର ମହକ ସ୍ବରୂପ ପଖାଳ କଂସା ପ୍ରତି ଆକୃଷ୍ଟ କରିବା ପାଇଁ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଉଛି। ପଖାଳ ଦିବସ ସମ୍ପର୍କରେ ପୁରୀ ହରିହର ଛକ ନିକଟରେ ରେଷ୍ଟ ଇନ୍‌ ଫ୍ୟାମିଲି ଏସି ରେଷ୍ଟୁ୍ରରାଣ୍ଟ କରିଥିବା ଉମା ଶଙ୍କର ମହାନ୍ତି କହିଛନ୍ତି, ଖରା ଦିନେ ପଖାଳର ଚାହିଦା ଅଧିକ ରହିଥାଏ। ପୁରୀକୁ ବୁଲିବାକୁ ଆସିଥିବା ପର୍ଯ୍ୟଟକ ଏବଂ ପୁରୀବାସୀ ତାଙ୍କ ହୋଟଲକୁ ଆସି ପଖାଳ ଖାଇଥାନ୍ତି। ଅନେକ ବର୍ଷରୁ ସେ ପଖାଳ କରି ଆସୁଛନ୍ତି। ମୁଖ୍ୟତଃ ଲୋକଙ୍କ ଚାହିଦାକୁ ଦେଖି ପଖାଳ ପ୍ରସ୍ତୁତ କରିଥାନ୍ତି। ଦହି ପଖାଳ ଅଧିକ ଖୋଜାପଡ଼େ। ନିରାମିଷାଶୀଙ୍କ ପାଇଁ ଦହି ପଖାଳ ସହ ବିଭିନ୍ନ ପ୍ରକାର ଭଜା, ଆଳୁ ଭର୍ତ୍ତା, ଶାଗ, ଆଳୁ କଲରା ଚିସ୍ପ୍‌ ଏବଂ ବଡ଼ିଚୁରା ରହିଥାଏ। ଯାହାର ମୂଲ୍ୟ ୧୦୦ ଟଙ୍କା। ସେହିପରି ଆମିଷାଶୀଙ୍କ ପାଇଁ ଦହିପଖାଳ ସହ ଚୁଡୁଙ୍ଗି ଭଜା, ମାଛଭଜା, ଚୁଡୁଙ୍ଗୀ ଚଟଣୀ, ମହୁରାଳି ମାଛ ଭଜା, ଆଳୁ ଭଜା, ବଡ଼ିଚୁରା, ପାମ୍ପଡ , ଆଚାର ଆଦି ରହିଥାଏ, ଯାହାର ମୂଲ୍ୟ ୧୪୦ ଟଙ୍କା। ସେହିପରି ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକିଟରେ ହୋଟେଲ କରିଥିବା ଲୋକନାଥ ମହାରଣା କହିଛନ୍ତି, ଶ୍ରୀମନ୍ଦିର ନିକଟରେ ହୋଟେଲ ହୋଇଥିବାରୁ ନିରାମିଷ ରୋଷେଇ ପ୍ରସ୍ତୁତ କରିଥାଏ। ତେବେ ଖରାଦିନେ ଗ୍ରାହକ ପଖାଳ ପସନ୍ଦ କରିଥାନ୍ତି। ପଖାଳ ଭଲ ବ୍ୟବସାୟ ହୁଏ। ଭାତ ରାନ୍ଧି ସେଥିରେ ପାଣି ମିଶାଯାଏ। ପରେ ସେଥିରେ ଦହି ପକାଯାଇ ଭୃଶୁଙ୍ଗାପତ୍ର, ଲଙ୍କା, ଫୁଟଣ ଆଦିରେ ଛୁଙ୍କ କରାଯାଇ ଉକ୍ତ ଭାତ କଂସାରେ ଦିଆଯାଏ। ପଖାଳ ସହ ବିଭିନ୍ନ ଭଜା, ପାମ୍ପଡ଼, ଖଟା, ବଡ଼ିଚୁରା ଆଦି ଦିଆଯାଏ। ୬୦ରୁ ୭୦ ଟଙ୍କା ପଖାଳ ବେଲା ରହିଥାଏ। ଅନ୍ୟପକ୍ଷରେ ମହାପ୍ରଭୁଙ୍କ ନିକଟରେ ପଖାଳ ଭୋଗ ହେଉଥିବା ସମ୍ପର୍କରେ ସୂଚନା ଦେଇ ଚୁନରା ସେବକ ଡ. ଶରତ କୁମାର ମହାନ୍ତି କହିଛନ୍ତି, ପଖାଳ ପ୍ରତି ଓଡ଼ିଆ ତଥା ଓଡ଼ିଶାର ପରିଚୟ। କୋଟି ଓଡିଆଙ୍କ ମଉଡ଼ମଣି କାଳିଆ ଠାକୁରଙ୍କ ୬୫ ପ୍ରକାର ଭୋଗ ମଧ୍ୟ ପଖାଳ ଅନ୍ତର୍ଭୁକ୍ତ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ୯ ପ୍ରକାର ପଖାଳ ଭୋଗ ହୋଇଥାଏ। ମହାପ୍ରଭୁଙ୍କୁ ପ୍ରତ୍ୟେକ ଦିନ ସନ୍ଧ୍ୟାଧୂପରେ ପଖାଳ ଭୋଗ କରାଯାଇଥାଏ। ଯଥା ମଲିଫୁଲିଆ ପଖାଳ, ଦହି ପଖାଳ, ଟଭା ପଖାଳ, ଘିଅ ପଖାଳ, ଚୁପୁଡା ପଖାଳ ପ୍ରଭୃତି। କେବଳ ଶ୍ରୀଗୁଣ୍ଡିଚା ଯାତ୍ରା ବ୍ୟତୀତ ଅନ୍ୟ ଦିନରେ ମହାପ୍ରଭୁଙ୍କୁ ପଖାଳ ଭୋଗ ହୋଇଥାଏ। ପଖାଳ ଓଳିରେ ପଖାଳ ନୈବେଦ୍ୟ କରାଯାଇଥାଏ। ତାହା ସହ କଦଳୀ ଭଜା ମଧ୍ୟ ଦିଆଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri