ତାତିରୁ ଆଶ୍ୱସ୍ତି, ଓଡ଼ିଶା ଥଣ୍ଡା

ଭୁବନେଶ୍ୱର,୨୨।୪(ବ୍ୟୁରୋ): ରାଜ୍ୟରେ ହଠାତ୍‌ ପାଗ ବଦଳିଯାଇଛି। କାଳବୈଖାଖୀଜନିତ ବର୍ଷା ଓ ପବନ ପ୍ରଚଣ୍ଡ ରୌଦ୍ରତାପରେ ବ୍ରେକ୍‌ ଲଗାଇଛି। ଗତ କିଛିଦିନ ହେବ ଲାଗି ରହିଥିବା ଗରମ ଜ୍ୱାଳାରୁ ସାରା ରାଜ୍ୟ ମୁକ୍ତ ହୋଇଛି। ଅଧିକାଂଶ ସ୍ଥାନରେ ଝଡ଼ବର୍ଷା ହେବାରୁ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ମିଳିଛି। ଶୁକ୍ରବାର ସକାଳୁ ଆକାଶ ମେଘୁଆ ରହିବା ସହ ଜୋରରେ ପବନ ବହିବା ଯୋଗୁ ଦିନତମାମ ପରିବେଶ ଥଣ୍ଡା ରହିଥିଲା। ଏଥିସହ କଟକ, କୋରାପୁଟ, କଳାହାଣ୍ଡି, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଜିଲାରେ ହାଲୁକା ବର୍ଷା ହୋଇଥିବା ସୂଚନା ମିଳିଛି।
ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବଲାଙ୍ଗୀରରେ ଗୁରୁବାର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ସେଲ୍‌ସିୟସ ଥିବାବେଳେ ଶୁକ୍ରବାର ଏଠାରେ ୧୨.୭ ଡିଗ୍ରୀ କମି ୨୯.୩ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଟିଟିଲାଗଡ଼ର ସର୍ବୋଚ୍ଚ ତାପମାତ୍ରାଠାରୁ ୧୧ ଡିଗ୍ରୀ କମିଥିବା ବେଳେ କେନ୍ଦୁଝର ୧୦, ସୋନପୁର ୯.୯, ବରଗଡ଼ ୯, ଅନୁଗୋଳ ୮, କଟକ ୮, ଭୁବନେଶ୍ୱର ୭.୧ , ତାଳଚେର ୮.୪, କେନ୍ଦ୍ରାପଡ଼ା ୮.୬, ଢେଙ୍କାନାଳ ୮.୯, ଭବାନୀପାଟଣାରେ ୮.୫ ଡିଗ୍ରୀ ତଳକୁ ଖସିଛି। ସେହିପରି ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପାରଦ ତଳମୁହଁା ହୋଇଛି।
ନୂଆପଡ଼ାରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୯.୪ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବାବେଳେ ଝାରସୁଗୁଡ଼ାରେ ୩୮.୬, ପାରଳାଖେମୁଣ୍ଡିରେ ୩୭.୭, ସୁନ୍ଦରଗଡ଼ରେ ୩୭.୫, ବାରିପଦାରେ ୩୭.୪, ଯାଜପୁରରେ ୩୭, ଛତ୍ରପୁରରେ ୩୭, ମାଲକାନଗିରିରେ ୩୬.୯, ବାଲେଶ୍ୱରରେ ୩୬.୭, ରାଉରକେଲାରେ ୩୬.୪, ଗୋପାଳପୁରରେ ୩୬.୨, ଭୁବନେଶ୍ୱରରେ ୩୬.୧, ରାୟଗଡ଼ାରେ ୩୬ ଏବଂ ପୁରୀରେ ୩୫.୬ ଡିଗ୍ରୀ ସେଲୟସ ରେକର୍ଡ କରାଯାଇଛି। ସେହିପରି କୋରାପୁଟରେ ୩୫.୧, ଦେବଗଡ଼ରେ ୩୫, ଜଗତ୍‌ସିଂହପୁରରେ ୩୪.୮, ତାଳଚେରରେ ୩୪.୬,
ତାତିରୁ ଆଶ୍ୱସ୍ତି…
ପାରାଦୀପରେ ୩୪.୬, କେନ୍ଦ୍ରାପଡ଼ାରେ ୩୪.୪, ଭଦ୍ରକରେ ୩୪.୪, ଅନୁଗୋଳରେ ୩୪.୧, କଟକରେ ୩୪, ଚାନ୍ଦବାଲିରେ ୩୪, ସମ୍ବଲପୁରରେ ୩୩.୯, ଭବାନୀପାଟଣାରେ ୩୩.୫, ଢେଙ୍କାନାଳରେ ୩୩, ଖୋର୍ଦ୍ଧାରେ ୩୩, ହୀରାକୁଦରେ ୩୨.୬, ଫୁଲବାଣୀରେ ୩୨.୬, ନବରଙ୍ଗପୁରରେ ୩୨.୨, ନୟାଗଡ଼ରେ ୩୨, ବରଗଡ଼ରେ ୩୨, ଦାରିଙ୍ଗବାଡ଼ିରେ ୩୧.୫, କେନ୍ଦୁଝରରେ ୩୧, ସୋନପୁରରେ ୩୦.୭, ଟିଟିଲାଗଡ଼ରେ ୩୦ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।
ଅଚାନକ ପାରଦ ଖସିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟର ପୂର୍ବତନ ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି, ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇଛି। ଏଥିଯୋଗୁ ସମୁଦ୍ର ମଧ୍ୟରୁ ସ୍ଥଳଭାଗକୁ ଜଳୀୟ ବାଷ୍ପ ଆସୁଛି। ଏଥିସହିତ ବାୟୁମଣ୍ଡଳ ଉପରି ଭାଗରେ ଏକ ଟ୍ରପ୍‌ଲାଇନ୍‌ ରହିଛି। ଉଭୟ ଟ୍ରପ୍‌ଲାଇନ୍‌ ଏବଂ ଜଳୀୟବାଷ୍ପ ମିଶ୍ରିତ ହୋଇ ଓଡ଼ିଶାରେ କାଳବୈଶାଖୀଜନିତ ବର୍ଷା କରାଇବାରେ ସହାୟକ ହେବ। ବର୍ଷାର ପରିମାଣ ଶନିବାରଠାରୁ ଅଧିକ ରହିବ ବୋଲି ସେ କହିଛନ୍ତି।
ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁସାରେ, ଆଗାମୀ ୩ରୁ ୪ ଦିନ ମଧ୍ୟରେ ରାଜ୍ୟରେ କାଳବୈଶାଖୀଜନିତ ଝଡ଼ବର୍ଷା ହୋଇପାରେ। ଏହା ପ୍ରଭାବରେ ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୨ରୁ ୪ ଡିଗ୍ରୀ ତଳକୁ ଖସିପାରେ। ଶନିବାର କୋରାପୁଟ, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଜିଲାରେ କାଳବୈଶାଖୀଜନିତ ଝଡ଼ବର୍ଷା ହେବା ସମ୍ଭାବନା ରହିଛି। ପବନର ବେଗ ୪୦ରୁ ୫୦ କି.ମି. ରହିବା ନେଇ ଅନୁମାନ କରାଯାଇଛି। ସେହିପରି ରବିବାର ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, କଳାହାଣ୍ଡି, କନ୍ଧମାଳ,ରାୟଗଡ଼ା, କଟକ, ଜଗତ୍‌ସିଂହପୁର ଏବଂ ନବରଙ୍ଗପୁର ଜିଲାରେ ପ୍ରବଳ ବର୍ଷା ହେବା ସହ ପବନ ବହିବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି। କେତେକ ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇପାରେ। ଏଭଳି ପାଗ ଆସନ୍ତା ୨୬ ତାରିଖ ଯାଏ ରହିବା ନେଇ ଅନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

୨୮ ବିଧାନସଭା ଆସନ ପାଇଁ ୨୫୬ ପ୍ରାର୍ଥତ୍ପତ୍ର କାଏମ

ଭୁବନେଶ୍ୱର,୨୮ା୪(ଅନିଲ ଦାସ)ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଯାଞ୍ଚ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୨୮ଟି ବିଧାନସଭା ଆସନ ପାଇଁ ୨୬୬ ଜଣ ପ୍ରାର୍ଥୀ...

ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ

ସାଲେପୁର,୨୮।୪(ଅରବିନ୍ଦ ଭୂୟାଁ)ବହୁ କଳ୍ପନାଜଳ୍ପନା ପରେ ଶେଷରେ ସାଲେପୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କଟକର ଯୁବନେତା ଅରିନ୍ଦମ ରାୟଙ୍କ ନାମ...

ରାସ୍ତାକଡ଼ ଜଙ୍ଗଲରେ ପଖାଳ ଖାଇଲେ ପାଣ୍ଡିଆନ

ଭୁବନେଶ୍ୱର,୨୮।୪(ଅସମାପିକା ସାହୁ)ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ତୃତୀୟ ଦିନରେ ପ୍ରଚାର ମଇଦାନରେ ଓହ୍ଲାଇ କଳାହାଣ୍ଡି ଲୋକ ସଭା କ୍ଷେତ୍ରର ବିଭିନ୍ନ...

ଏଥର ଯୋଡ଼ା ପଦ୍ମ ଫୁଟିବ: ଜଗଦ୍ଦେବ

ଖୋର୍ଦ୍ଧା,୨୮ା୪(ପ୍ରଭାତ ପାଣିଗ୍ରାହୀ)ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଶନିବାର ବିଧାନସଭା ଆସନ ପାଇଁ ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ୩ ଆସନ ମଧ୍ୟରୁ...

ମହାନଦୀକୁ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ସମ୍ବଲପୁର,୨୮ା୪ (ଭବାନୀ ଶଙ୍କର ଭୋଇ/ପ୍ରମୋଦ ବହିଦାର)ଗ୍ରୀଷ୍ମଋତୁର ସୂର୍ଯ୍ୟ ତାପଠୁଁ ବଳିଗଲାଣି ସମ୍ବଲପୁରର ରାଜନୈତିକ ତାତି। ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ...

ଆଞ୍ଚଳିକ ସମସ୍ୟା ପ୍ରତି ବିତୃଷ୍ଣାର ପ୍ରତିଫଳନ ନୋଟା

କେନ୍ଦ୍ରାପଡ଼ା,୨୮ା୪ (ଜଗନ୍ନାଥ ଧଳ)ଦେଶରେ ଭୋଟଦାନ ଚାଲିଛି। ଏଭଳି ସମୟରେ ପ୍ରାର୍ଥୀଙ୍କ ବିଷୟରେ ଯେଭଳିି ଚର୍ଚ୍ଚା ହେଉଛି ନୋଟା (ନନ୍‌ ଅଫ୍‌ ଦି ଏବଭ) ମଧ୍ୟ ଆଲୋଚନା...

ଚମ୍ପୁଆରୁ ମୁରଲୀ, ଫକୀରମୋହନ ତେଲକୋଇରୁ ଭାଜପା ବିଧାୟକ ପ୍ରାର୍ଥୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)ଦୀର୍ଘଦିନ ଧରି ଘୋଷଣା ହୋଇପାରୁ ନ ଥିବା ଚମ୍ପୁଆ ଓ ତେଲକୋଇ ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଶନିବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri