ତାତିରୁ ଆଶ୍ୱସ୍ତି, ଓଡ଼ିଶା ଥଣ୍ଡା

ଭୁବନେଶ୍ୱର,୨୨।୪(ବ୍ୟୁରୋ): ରାଜ୍ୟରେ ହଠାତ୍‌ ପାଗ ବଦଳିଯାଇଛି। କାଳବୈଖାଖୀଜନିତ ବର୍ଷା ଓ ପବନ ପ୍ରଚଣ୍ଡ ରୌଦ୍ରତାପରେ ବ୍ରେକ୍‌ ଲଗାଇଛି। ଗତ କିଛିଦିନ ହେବ ଲାଗି ରହିଥିବା ଗରମ ଜ୍ୱାଳାରୁ ସାରା ରାଜ୍ୟ ମୁକ୍ତ ହୋଇଛି। ଅଧିକାଂଶ ସ୍ଥାନରେ ଝଡ଼ବର୍ଷା ହେବାରୁ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ମିଳିଛି। ଶୁକ୍ରବାର ସକାଳୁ ଆକାଶ ମେଘୁଆ ରହିବା ସହ ଜୋରରେ ପବନ ବହିବା ଯୋଗୁ ଦିନତମାମ ପରିବେଶ ଥଣ୍ଡା ରହିଥିଲା। ଏଥିସହ କଟକ, କୋରାପୁଟ, କଳାହାଣ୍ଡି, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଜିଲାରେ ହାଲୁକା ବର୍ଷା ହୋଇଥିବା ସୂଚନା ମିଳିଛି।
ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବଲାଙ୍ଗୀରରେ ଗୁରୁବାର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ସେଲ୍‌ସିୟସ ଥିବାବେଳେ ଶୁକ୍ରବାର ଏଠାରେ ୧୨.୭ ଡିଗ୍ରୀ କମି ୨୯.୩ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଟିଟିଲାଗଡ଼ର ସର୍ବୋଚ୍ଚ ତାପମାତ୍ରାଠାରୁ ୧୧ ଡିଗ୍ରୀ କମିଥିବା ବେଳେ କେନ୍ଦୁଝର ୧୦, ସୋନପୁର ୯.୯, ବରଗଡ଼ ୯, ଅନୁଗୋଳ ୮, କଟକ ୮, ଭୁବନେଶ୍ୱର ୭.୧ , ତାଳଚେର ୮.୪, କେନ୍ଦ୍ରାପଡ଼ା ୮.୬, ଢେଙ୍କାନାଳ ୮.୯, ଭବାନୀପାଟଣାରେ ୮.୫ ଡିଗ୍ରୀ ତଳକୁ ଖସିଛି। ସେହିପରି ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପାରଦ ତଳମୁହଁା ହୋଇଛି।
ନୂଆପଡ଼ାରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୯.୪ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବାବେଳେ ଝାରସୁଗୁଡ଼ାରେ ୩୮.୬, ପାରଳାଖେମୁଣ୍ଡିରେ ୩୭.୭, ସୁନ୍ଦରଗଡ଼ରେ ୩୭.୫, ବାରିପଦାରେ ୩୭.୪, ଯାଜପୁରରେ ୩୭, ଛତ୍ରପୁରରେ ୩୭, ମାଲକାନଗିରିରେ ୩୬.୯, ବାଲେଶ୍ୱରରେ ୩୬.୭, ରାଉରକେଲାରେ ୩୬.୪, ଗୋପାଳପୁରରେ ୩୬.୨, ଭୁବନେଶ୍ୱରରେ ୩୬.୧, ରାୟଗଡ଼ାରେ ୩୬ ଏବଂ ପୁରୀରେ ୩୫.୬ ଡିଗ୍ରୀ ସେଲୟସ ରେକର୍ଡ କରାଯାଇଛି। ସେହିପରି କୋରାପୁଟରେ ୩୫.୧, ଦେବଗଡ଼ରେ ୩୫, ଜଗତ୍‌ସିଂହପୁରରେ ୩୪.୮, ତାଳଚେରରେ ୩୪.୬,
ତାତିରୁ ଆଶ୍ୱସ୍ତି…
ପାରାଦୀପରେ ୩୪.୬, କେନ୍ଦ୍ରାପଡ଼ାରେ ୩୪.୪, ଭଦ୍ରକରେ ୩୪.୪, ଅନୁଗୋଳରେ ୩୪.୧, କଟକରେ ୩୪, ଚାନ୍ଦବାଲିରେ ୩୪, ସମ୍ବଲପୁରରେ ୩୩.୯, ଭବାନୀପାଟଣାରେ ୩୩.୫, ଢେଙ୍କାନାଳରେ ୩୩, ଖୋର୍ଦ୍ଧାରେ ୩୩, ହୀରାକୁଦରେ ୩୨.୬, ଫୁଲବାଣୀରେ ୩୨.୬, ନବରଙ୍ଗପୁରରେ ୩୨.୨, ନୟାଗଡ଼ରେ ୩୨, ବରଗଡ଼ରେ ୩୨, ଦାରିଙ୍ଗବାଡ଼ିରେ ୩୧.୫, କେନ୍ଦୁଝରରେ ୩୧, ସୋନପୁରରେ ୩୦.୭, ଟିଟିଲାଗଡ଼ରେ ୩୦ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।
ଅଚାନକ ପାରଦ ଖସିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟର ପୂର୍ବତନ ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି, ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇଛି। ଏଥିଯୋଗୁ ସମୁଦ୍ର ମଧ୍ୟରୁ ସ୍ଥଳଭାଗକୁ ଜଳୀୟ ବାଷ୍ପ ଆସୁଛି। ଏଥିସହିତ ବାୟୁମଣ୍ଡଳ ଉପରି ଭାଗରେ ଏକ ଟ୍ରପ୍‌ଲାଇନ୍‌ ରହିଛି। ଉଭୟ ଟ୍ରପ୍‌ଲାଇନ୍‌ ଏବଂ ଜଳୀୟବାଷ୍ପ ମିଶ୍ରିତ ହୋଇ ଓଡ଼ିଶାରେ କାଳବୈଶାଖୀଜନିତ ବର୍ଷା କରାଇବାରେ ସହାୟକ ହେବ। ବର୍ଷାର ପରିମାଣ ଶନିବାରଠାରୁ ଅଧିକ ରହିବ ବୋଲି ସେ କହିଛନ୍ତି।
ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁସାରେ, ଆଗାମୀ ୩ରୁ ୪ ଦିନ ମଧ୍ୟରେ ରାଜ୍ୟରେ କାଳବୈଶାଖୀଜନିତ ଝଡ଼ବର୍ଷା ହୋଇପାରେ। ଏହା ପ୍ରଭାବରେ ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୨ରୁ ୪ ଡିଗ୍ରୀ ତଳକୁ ଖସିପାରେ। ଶନିବାର କୋରାପୁଟ, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଜିଲାରେ କାଳବୈଶାଖୀଜନିତ ଝଡ଼ବର୍ଷା ହେବା ସମ୍ଭାବନା ରହିଛି। ପବନର ବେଗ ୪୦ରୁ ୫୦ କି.ମି. ରହିବା ନେଇ ଅନୁମାନ କରାଯାଇଛି। ସେହିପରି ରବିବାର ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, କଳାହାଣ୍ଡି, କନ୍ଧମାଳ,ରାୟଗଡ଼ା, କଟକ, ଜଗତ୍‌ସିଂହପୁର ଏବଂ ନବରଙ୍ଗପୁର ଜିଲାରେ ପ୍ରବଳ ବର୍ଷା ହେବା ସହ ପବନ ବହିବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି। କେତେକ ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇପାରେ। ଏଭଳି ପାଗ ଆସନ୍ତା ୨୬ ତାରିଖ ଯାଏ ରହିବା ନେଇ ଅନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧୀରଜ ସେଠ ଆଗାମୀ ସ୍ଥଳସେନା ମୁଖ୍ୟ: ଉପେନ୍ଦ୍ରଙ୍କ ନେବେ ସ୍ଥାନ

ନୂଆଦିଲ୍ଲୀ,୩୦।୬: କଶ୍ମୀରରେ ଆତଙ୍କବାଦୀଙ୍କ ହୃଦୟରେ ଆତଙ୍କ ସୃଷ୍ଟି କରିଥିବା ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ ଆଗାମୀ ସ୍ଥଳସେନା ମୁଖ୍ୟ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି। ସେ ଜେନେରାଲ…

ଟଙ୍କା କାରବାରକୁ କେନ୍ଦ୍ର କରି ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ: ହାତ, ଗୋଡ଼କୁ ହାଣିଲେ….

ଭୁବନେଶ୍ୱର,୩୦।୬: ରାଜଧାନୀ ଭୁବନେଶ୍ୱରର ଲିଙ୍ଗରାଜ ଥାନା ଅଞ୍ଚଳରେ ଟଙ୍କା କାରବାରକୁ କେନ୍ଦ୍ରକରି ଜଣେ ଯୁବକଙ୍କ ଉପରେ ମାରଣାନ୍ତକ ଆକ୍ରମଣ ଘଟିଛି। ମୂଳାପଡ଼ିଆ ନିକଟରେ କିଛି ଦୁର୍ବୃତ୍ତ ଧାରୁଆ…

କମ ହେବ ପେଟ୍ରୋଲ-ଡିଜେଲ ଦାମ? ଦୋହା ବୈଠକ ପୂର୍ବରୁ ଅଶୋଧିତ ତୈଳ ଦର ହ୍ରାସ ପାଇବ, ଜାଣନ୍ତୁ ନୂଆ ଦାମ୍‌

ନୂଆଦିଲ୍ଲୀ,୩୦।୬: ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟକୁ ନେଇ ଗ୍ରାହକମାନଙ୍କ ପାଇଁ କିଛି ଆଶ୍ୱସ୍ତିକର ଖବର ଆସିପାରେ। ମଙ୍ଗଳବାର ତେଲ ମୂଲ୍ୟରେ ହ୍ରାସ ରେକର୍ଡ କରାଯାଇଛି, ଏବଂ ମାସ…

ଡ୍ୟାମରେ ବୁଡ଼ି ଚାଲିଗଲା ମହିଳାଙ୍କ ଜୀବନ, ବେସାହାରା ଛୁଆଙ୍କୁ ସରକାରୀ ସହାୟତା ଦାବି

ମୋହନା,୩୦।୬(ମନ୍ମଥ ମିଶ୍ର): ଡ୍ୟାମରେ ଗାଧୋଇବା ବେଳେ ପାଣିରେ ବୁଡ଼ି ମହିଳାଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ…

ବିନା ଭୁଲ୍‌ରେ ଛାତ୍ରଙ୍କୁ ଜୋରଦାର ଚାପୁଡା ମାରିଲେ ଶିକ୍ଷକ: ଆଉ ତା’ପରେ ଘଟିଲା…

ଅହମ୍ମଦାବାଦ,୩୦।୬:ଗୁଜରାଟର ଅହମ୍ମଦାବାଦରୁ ଶିକ୍ଷକ-ଛାତ୍ର ସମ୍ପର୍କକୁ କଳଙ୍କିତ କରୁଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ନିକୋଲ ଅଞ୍ଚଳର ଏକ ସ୍କୁଲରେ ଜଣେ ଶିକ୍ଷକ ବିନା ଭୁଲ୍‌ରେ ଜଣେ…

ସ୍ନାନଯାତ୍ରା ପରେ ଜ୍ୱରରେ ପୀଡି଼ତ ମହାପ୍ରଭୁ; ଅଲାନାଥରେ ଚାଲିଛି ଦର୍ଶନ, ଜମୁଛି ଭକ୍ତଙ୍କ ଭିଡ଼

ପୁରୀ,୩୦।୬: ଆଜିଠୁ ବ୍ରହ୍ମଗିରି ପାଲଟିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ।ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରିବା ପରେ ଜ୍ବରରେ ପୀଡ଼ିତ ଅଛନ୍ତି କାଳିଆ ଠାକୁର ।…

ଖଣ୍ଡଗିରି ହତ୍ୟାକାଣ୍ଡ: ପୁଅ ପରେ, ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ବାପା

ଭୁବନେଶ୍ୱର,୩୦।୬: ରାଜଧାନୀର ବହୁଚର୍ଚ୍ଚିତ ଖଣ୍ଡଗିରି ହତ୍ୟାକାଣ୍ଡରେ ମୃତକଙ୍କ ପରିବାରକୁ ଆଉ ଏକ ବଡ଼ ଝଟକା ଲାଗିଛି। ହତ୍ୟାକାଣ୍ଡ ସମୟରେ ପୁଅଙ୍କୁ ବଞ୍ଚାଇବାକୁ ଯାଇ ଗୁରୁତର ଆହତ ହୋଇଥିବା…

ଜାତୀୟ ରାଜପଥରୁ ମିଳିଲା ଅଚିହ୍ନା ମୃତଶରୀର: ବଢୁଛି ସନ୍ଦେହ

କେସିଙ୍ଗା,୩୦।୬(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବରଗଡ-ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥ ଅମାଠ ଛକଠାରେ ରାସ୍ତା ଉପରେ ଏକ ଅଚିହ୍ନା ମୃତଶରୀର ମଙ୍ଗଳବାର ପଡ଼ିଥିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri