ଚିନାବାଦାମ ଚାଷୀରୁ ଆମେରିକା ରାଷ୍ଟ୍ରପତି

ଜଣେ ସାଧାରଣ ଚିନାବାଦାମ ଚାଷୀରୁ ଜିମ୍ମି କାର୍ଟର ଡେମୋକ୍ରାଟ୍‌ ନେତା ହେବା ସହ ଆମେରିକାର ୩୯ତମ ରାଷ୍ଟ୍ରପତି ହୋଇଥିଲେ। ୧୯୭୭ରୁ ୧୯୮୧ ରାଷ୍ଟ୍ରପତି ରହିଥିବା କାର୍ଟର ୨ ମାସ ପୂର୍ବରୁ ତାଙ୍କର ୧୦୦ତମ ଜନ୍ମଦିନ ପାଳନ କରିଥିଲେ। ମାନବୀୟ କାର୍ଯ୍ୟ ପାଇଁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିଥିଲା। ଡେମୋକ୍ରାଟିକ୍‌ ପାର୍ଟି ସଦସ୍ୟ ଭାବେ ସେ ୧୯୬୩ରୁ ୧୯୬୭ ଜର୍ଜିଆ ରାଜ୍ୟ ସିନେଟରେ କାର୍ଯ୍ୟ କରିବା ସହ ୧୯୭୧ରୁ ୧୯୭୫ ଜର୍ଜିଆର ୭୬ତମ ଗଭର୍ନର ଥିଲେ।
୧୯୨୪ ଅକ୍ଟୋବର ୧ରେ ଜର୍ଜିଆର ପ୍ଲେନ୍ସରେ ଜନ୍ମିତ କାର୍ଟରଙ୍କ ପୂରା ନାମ ଜେମ୍ସ ଇଅର୍ଲ କାର୍ଟର ଜୁନିୟର। ସେ ୧୯୪୬ରେ ଆମେରିକା ନାଭାଲ ଏକାଡେମୀରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ନୌସେନା ବୁଡ଼ାଜାହାଜ ସେବାରେ ଯୋଗଦେଇଥିଲେ। ସାମରିକ ସେବା କାର୍ଯ୍ୟକାଳ ଶେଷ ହେବା ପରେ ସେ ଘରକୁ ଫେରି ପରିବାରର ଚିନାବାଦାମ ଚାଷରେ ସାମିଲ ହୋଇଥିଲେ। ଜାତିଆଣ ବିଭେଦକୁ ବିରୋଧ କରି ସେ ନାଗରିକ ଅଧିକାର ଆନ୍ଦୋଳନକୁ ସମର୍ଥନ କରିବା ସହ ଡେମୋକ୍ରାଟିକ୍‌ ପାର୍ଟିର ସକ୍ରିୟ ସଦସ୍ୟ ହୋଇଥିଲେ। ଜର୍ଜିଆ ବାହାରେ ଜଣାଶୁଣା ନଥିବା କାର୍ଡର ଡେମୋକ୍ରାଟିକ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ମନୋନୀତ ହୋଇ ୧୯୭୬ ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ତଥା ତତ୍କାଳୀନ ରାଷ୍ଟ୍ରପତି ଗେରାଲ୍ଡ ଫୋର୍ଡଙ୍କୁ ଅଳ୍ପ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ। ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବାର ଦ୍ୱିତୀୟ ଦିନରେ ସେ ଭିଏଟ୍‌ନାମ ଯୁଦ୍ଧ ବେଳେ କର୍ତ୍ତବ୍ୟରୁ ଦୂରେଇ ରହିଥିବା ସୈନ୍ୟମାନଙ୍କୁ କ୍ଷମା କରିଦେଇଥିଲେ। ସେ ଜାତୀୟ ଶକ୍ତି ନୀତି ପ୍ରତିଷ୍ଠା କରିବା ସହ ସଂରକ୍ଷଣ, ମୂଲ୍ୟ ନିୟନ୍ତ୍ରଣ ଓ ନୂଆ ପ୍ରଯୁକ୍ତିକୁ ଏଥିରେ ସାମିଲ କରିଥିଲେ। କାର୍ଟରଙ୍କ ପ୍ରଶାସନ ଶକ୍ତି ଓ ଶିକ୍ଷା ବିଭାଗ ସ୍ଥାପନ କରିଥିଲେ। ସେ ଏକମାତ୍ର ରାଷ୍ଟ୍ରପତି ଯିଏକି ତାଙ୍କ ପୂରା କାର୍ଯ୍ୟକାଳରେ ସୁପ୍ରିମକୋର୍ଟରେ ଜଣେ ବିଚାରପତି ନିଯୁକ୍ତ କରି ନ ଥିଲେ। ତାଙ୍କ କାର୍ଯ୍ୟକାଳ ଶେଷରେ ଇରାନ ପଣବନ୍ଦୀ ସଙ୍କଟ, ଶକ୍ତି ସଙ୍କଟ, ନିକାରାଗୁଆ ବିପ୍ଳବ ଏବଂ ଆଫଗାନିସ୍ତାନରେ ସୋଭିଏଟ୍‌ ରୁଷ୍‌ର ଆକ୍ରମଣ ଆଦି ଘଟଣା ଘଟିଥିଲା। ସୋଭିଏଟ୍‌ ସହ ଦ୍ୱିପାକ୍ଷିକ ସମ୍ପର୍କ ବନ୍ଦ କରିବା ସହ କାର୍ଟର ଶୀତଳ ଯୁଦ୍ଧକୁ ବଢ଼ାଇଥିଲେ ଏବଂ ସୋଭିଏଟ୍‌ ବିରୋଧରେ ଶସ୍ୟ ରପ୍ତାନୀ ବନ୍ଦ କରିଦେଇଥିଲେ। ୧୯୮୦ ରାଷ୍ଟ୍ରପତି ନିର୍ବାଚନରେ କାର୍ଟର ପ୍ରାଇମେରି ଜିତି ଡେମୋକ୍ରାଟ୍‌ ପ୍ରାର୍ଥୀ ହୋଇଥିଲେ ମଧ୍ୟ ରିପବ୍ଲିକାନ ପ୍ରାର୍ଥୀ ରୋନାଲ୍ଡ ରେଗାନ୍‌ଙ୍କଠାରୁ ହାରିଯାଇଥିଲେ।
ରାଷ୍ଟ୍ରପତି ପଦରୁ ଯିବା ପରେ ସେ କାର୍ଟର ସେଣ୍ଟର ନାମରେ ଏକ ସଂସ୍ଥା ଗଢ଼ି ମାନବାଧିକାରର ପ୍ରଚାର ପ୍ରସାର କରିଥିଲେ, ଯେଉଁଥିପାଇଁ ତାଙ୍କୁ ୨୦୦୨ରେ ଶାନ୍ତି ପାଇଁ ନୋବେଲ ପୁରସ୍କାର ମିଳିଥିଲା। ଶାନ୍ତି ବୁଝାମଣା, ନିର୍ବାଚନ ପର୍ଯ୍ୟବେକ୍ଷଣ, ସଂକ୍ରାମକ ରୋଗ ନିରାକରଣ ଆଦି କାର୍ଯ୍ୟରେ ସେ ବିଭିନ୍ନ ଦେଶକୁ ଗସ୍ତ କରୁଥିଲେ। ସେ ଅନେକ ପୁସ୍ତକ ରଚନା କରିବା ସହ ହାବିଟାଟ୍‌ ଫର୍‌ ହ୍ୟୁମାନିଟି ନାମକ ଅଣଲାଭଦାୟକ ସଂସ୍ଥାର ମୁଖ୍ୟ ଥିଲେ।

୧୯୭୮ରେ ଭାରତ ଆସିଥିଲେ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମ୍ମି କାର୍ଟର ଭାରତର ଜଣେ ବନ୍ଧୁ ଭାବେ ପରିଚିତ ଥିଲେ। ସେ ୧୯୭୮ ଜାନୁଆରୀରେ ଭାରତ ଗସ୍ତରେ ଆସିଥିଲେ। ଭାରତ ଆସିବାରେ ସେ ତୃତୀୟ ଆମେରିକୀୟ ରାଷ୍ଟ୍ରପତି ହୋଇଥିବାବେଳେ ଏମର୍ଜେନ୍ସି ହଟିବା ପରେ ପ୍ରଥମ ରାଷ୍ଟ୍ରପତି ଭାବେ ଆସିଥିଲେ। ସେ ତତ୍କଳୀନ ଜନତା ପାର୍ଟି ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ତଥା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ସେ ଜାନୁଆରୀ ୨ରେ ଭାରତୀୟ ସଂସଦରେ ଅଧିନାୟକବାଦୀ ଶାସନ ବିରୋଧରେ ଉଦ୍‌ଦୋଧନ ଦେଇଥିଲେ। ଭାରତ ସହ କାର୍ଟରଙ୍କର ବ୍ୟକ୍ତିଗତ ସମ୍ପର୍କ ରହିଥିଲା। ତାଙ୍କ ମାଆ ଲିଲିଆନ୍‌ ଶାନ୍ତି ବାହିନୀର ସ୍ବାସ୍ଥ୍ୟ ସ୍ବେଚ୍ଛାସେବୀ ଭାବେ ୬୦ ଦଶକ ଶେଷ ଭାଗରେ ଭାରତରେ କାର୍ଯ୍ୟ କରିଥିଲେ ବୋଲି ତାଙ୍କ କାର୍ଟର ସେଣ୍ଟର ତଥ୍ୟରୁ ଜଣାପଡ଼ିଛି।

ହରିୟାଣାର ଏକ ଗ୍ରାମ ତାଙ୍କ ନାମରେ ନାମିତ

୧୯୭୮ ଜାନୁଆରୀ ୩ରେ କାର୍ଟର ଓ ତତ୍କାଳୀନ ଫାଷ୍ଟ ଲେଡି ରୋସାଲିନ୍‌ କାର୍ଟର ହରିୟାଣାର ଦୌଲତପୁର ନସିରାବାଦ୍‌କୁ ବୁଲିଯାଇଥିଲେ। ତାଙ୍କର ଏହି ଗସ୍ତ ଏତେ ସଫଳ ଥିଲା ଯେ, ଉକ୍ତ ଗାଁର ନଁା କାର୍ଟରଙ୍କ ନାମ ଅନୁସାରେ କାର୍ଟରପୁରୀ ରଖାଯାଇଥିଲା। କାର୍ଟର କ୍ଷମତାରେ ଥିବା ପର୍ଯ୍ୟନ୍ତ ଉକ୍ତ ଗଁାର ହ୍ବାଇଟ୍‌ ହାଉସ୍‌ ସହ ଯୋଗାଯୋଗ ରହିଥିଲା। ୨୦୦୨ରେ କାର୍ଟର ନୋବେଲ ଶାନ୍ତି ପୁରସ୍କାର ପାଇବାରୁ କାର୍ଟରପୁରୀରେ ଉତ୍ସବ ପାଳନ ହେବା ସହ ଜାନୁଆରୀ ୩କୁ ଛୁଟି ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦରମା ବୃଦ୍ଧି କଥା କହିବାରୁ ‘ଶୋ’ରୁ ବିଦା ହେଲେ ଅଭିନେତ୍ରୀ, କଲେ ଚାଞ୍ଚଲ୍ୟକର ଖୁଲାସା

ମୁମ୍ବାଇ,୩।୧୧: ଲୋକପ୍ରିୟ ପୌରାଣିକ ଧାରାବାହିକ ‘ଦେବୋଂ କେ ଦେବ ମହାଦେବ’ରେ ଦେବୀ ପାର୍ବତୀଙ୍କ ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ଅଭିନେତ୍ରୀ ସୋନାରିକା ଭଦୋରିଆ ।…

କୋଟିଆ ସୀମାନ୍ତଗାଁରେ ଓଡ଼ିଶାକୁ ବିରୋଧ, ଗୋ ବ୍ୟାକ୍‌ ସ୍ଲୋଗାନ…

ପଟ୍ଟାଙ୍ଗି,୩।୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଆନ୍ଧ୍ର ନିର୍ବାଚନକୁ ନେଇ ସ୍ଥିତି ବିଗିଡ଼ିବାରେ ଲାଗିଛି । କୋଟିଆ ସୀମାନ୍ତ ନେରିଡିବାଲସା…

ଆଉ ଟିମ ଇଣ୍ଡିଆରେ ଭୁବନେଶ୍ୱର କୁମାରଙ୍କୁ ମିଳିବନି ସ୍ଥାନ! ଅଶ୍ୱିନଙ୍କ ବୟାନ ପରେ ବଢ଼ିଲା ଚର୍ଚ୍ଚା, କହିଲେ- ଏବେ ଶେଷ…

ନୂଆଦିଲ୍ଲୀ, ୩।୧୧: ଦୀର୍ଘ ୪ ବର୍ଷ ପରେ ଟିମ ଇଣ୍ଡିଆକୁ କମ୍ବ୍ୟାକ କରିଥିଲେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାର। ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ଆଇ ସିରିଜ…

‘ଜେଲର ୨’ ଧମାକା: ବକ୍ସ ଅଫିସ୍‌ରେ କେରର୍ଡ କଲା ରଜନୀକାନ୍ତଙ୍କ ଫିଲ୍ମ

ରଜନୀକାନ୍ତଙ୍କ ଅଭିନୀତ ତାମିଲ ଫିଲ୍ମ ‘ଜେଲର ୨’ ଭାରତୀୟ ବକ୍ସ ଅଫିସ୍‌ରେ ଜବରଦସ୍ତ ପ୍ରଦର୍ଶନ କରୁଛି। ରିଲିଜ୍‌ର ମାତ୍ର ୧୯ ଦିନ ମଧ୍ୟରେ ଫିଲ୍ମଟି ବଡ଼ ହିଟ…

ହିଟ୍‌ମ୍ୟାନ୍‌ଙ୍କୁ ଫସାଇ ଦେଲେ କୋହଲି, ଦେଲେନି ବ୍ୟାଟ୍‌: ନ୍ୟୁଜିଲାଣ୍ଡରୁ ଆସିଲା ଚାଞ୍ଚଲ୍ୟକର ଘଟଣା

ଅକଲାଣ୍ଡ,୩।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚ ପୂର୍ବରୁ ଅଭ୍ୟାସରେ ଜୋରଦାର ବ୍ୟାଟିଂ କରିଛନ୍ତି ଭାରତୀୟ ଦଳର ଦୁଇ ଷ୍ଟାର୍‌ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା।…

ପ୍ରୋ ଲିଗ୍‌ ପାଇଁ ପୁରୁଷ ହକି ଦଳରେ ହେବ ବଡ଼ ପରିବର୍ତ୍ତନ

ଜଳନ୍ଧର,୩ା୧୧: ୨୦୨୮ ଲସ୍‌ ଏଞ୍ଜେଲ୍ସ ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ୨୦୨୭ରେ ହେବାକୁ ଥିବା ପ୍ରୋ ଲିଗ୍‌ ପାଇଁ ଭାରତୀୟ ପୁରୁଷ ହକି ଦଳରେ ବଡ଼ ଧରଣର ପରିବର୍ତ୍ତନ…

କେମିତି ସମ୍ପର୍କ ହେବ ନିବିଡ଼: ଆପଣାନ୍ତୁ ଏହିସବୁ ଟିପ୍ସ

ଦାମ୍ପତ୍ୟ ଜୀବନକୁ ସମ୍ପର୍କ ସ୍ନେହ ଡୋରିରେ ବାନ୍ଧି ରଖିଥାଏ। ଏହାକୁ ନିବିଡ଼ କରିବାକୁ ହେଲେ କେତୋଟି ବିଷୟ ପ୍ରତି ଦୃଷ୍ଟିଦେବାକୁ ପଡ଼ିଥାଏ। ସେ ବିଷୟରେ କିଛି ଟିପ୍ସ……

ରାବଣଙ୍କୁ ନେଇ ଏମିତି କହିଦେଲେ ୟଶ: ବଢୁଛି ଚର୍ଚ୍ଚା

ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି। ପ୍ରାୟ ୪,୦୦୦ କୋଟି ଟଙ୍କାର ବଜେଟରେ ନିର୍ମିତ ଏହି ମଲ୍ଟିଷ୍ଟାରର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?