Odisha Elections 2024
Posted inଫୁରସତ

ମହେଞ୍ଜୋଦାରୋରୁ ତମ୍ବାମୁଦ୍ରା ଠାବ

ଇସ୍‌ଲାମାବାଦ୍‌:ପାକିସ୍ତାନରେ ପ୍ରତ୍ନତତ୍ତ୍ୱବିତ୍‌ମାନେ ନିକଟରେ ୨ହଜାର ବର୍ଷ ପୁରୁଣା ଏକ ଜିନିଷ ଠାବ କରିଛନ୍ତି। ପାକିସ୍ତାନ ଅନ୍ତର୍ଗତ ମହେଞ୍ଜୋଦାରୋ ଅଞ୍ଚଳରେ ଥିବା ଐତିହାସିକ ସ୍ଥଳରେ ନିର୍ମିତ ଏକ ବୌଦ୍ଧ ମନ୍ଦିରର ଅଂଶବିଶେଷରେ ପ୍ରତ୍ନତତ୍ତ୍ୱବିତ୍‌ମାନେ ତମ୍ବାମୁଦ୍ରା ପାଇଛନ୍ତି; ଯାହା କୁଷାଣ ସାମ୍ରାଜ୍ୟ ସମୟର ବୋଲି ଧରାଯାଉଛି। ସେ ସାମ୍ରାଜ୍ୟ ସମୟରେ ବୌଦ୍ଧଧର୍ମର ବେଶ୍‌ ଲୋକପ୍ରିୟତା ଥିଲା। ଏପରି ବୌଦ୍ଧ ତୀର୍ଥସ୍ଥଳର ଦ୍ୱିତୀୟ ନାମ ସ୍ତୂପ ଥିଲା। ରିପୋର୍ଟ ମୁତାବକ, ଯେଉଁ ବୌଦ୍ଧ ମନ୍ଦିରରୁ ଏହି ତମ୍ବା ମୁଦ୍ରା ମିଳିଛି, ତାହା ମହେଞ୍ଜୋଦାରୋରେ ଥିବା ମନ୍ଦିରର ଅଂଶବିଶେଷ ଭିତରେ ରହିଛି। ଏହି ସ୍ଥାନ ଦକ୍ଷିଣ-ପୂର୍ବ ପାକିସ୍ତାନର ପ୍ରାୟତଃ ୨୬୦୦ ବି.ସି. ପୁରୁଣା। ପ୍ରତ୍ନତତ୍ତ୍ୱବିତ୍‌ ଏବଂ ଗାଇଡ୍‌ ଶେଖ୍‌ ଯାୱେଦ ଅଲ୍ଲି ସିନ୍ଧୀଙ୍କ କହିବା ମୁତାବକ, ମହେଞ୍ଜୋଦାରୋର ପତନର ୧୬୦୦ ବର୍ଷ ପରେ ସେଠାରେ ଏହି ସ୍ତୂପ ତିଆରି ହୋଇଥିଲା। ସିନ୍ଧୀଙ୍କ ନେତୃତ୍ୱରେ ଏକ ଟିମ୍‌ ମହେଞ୍ଜୋଦାରୋର ଏକ କାନ୍ଥ ଧସିବା ପରେ ସେଠାରେ ଖୋଳାଖୋଳି କାମ ଆରମ୍ଭ କରାଗଲା। ଯେଉଁଠାରେ ପ୍ରତ୍ନତତ୍ତ୍ୱବିତ୍‌ମାନଙ୍କୁ ତମ୍ବା ମୁଦ୍ରା ଏବଂ ତାହାର ଭଣ୍ଡାର ମିଳିଛି। ସିନ୍ଧୀଙ୍କ ମୁତାବକ, ଏବେ ସେହି ତମ୍ବା ମୁଦ୍ରାକୁ ପ୍ରତ୍ନତତ୍ତ୍ୱବିତ୍‌ଙ୍କ ଲାବରେଟୋରିରେ ସଫା କରାଯିବ। ୧ ହଜାରରୁ ଦେଢ଼ ହଜାର ସଂଖ୍ୟାର ତମ୍ବାମୁଦ୍ରା ମିଳିଛି; ଯାହାର ଓଜନ ପ୍ରାୟ ୫.୫ କିଲୋ ବୋଲି ଜଣାପଡ଼ିଛି। ତେବେ ମୁଦ୍ରାରେ କିଛି ଆକୃତି ଥିବା ଦେଖିବାକୁ ମିଳିଛି, ଯାହା କୁଷାଣ ସାମ୍ରାଜ୍ୟର ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

ନିରାପଦ ଏଚ୍‌ଆଇଭି ଟିକା ପାଇଁ ମିଳିତ ଉଦ୍ୟମ ଦରକାର

ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ତଥା ଅନ୍ୟତମ ପ୍ରମୁଖ ରୋଗ ମଧ୍ୟରେ ଏଡ୍‌ସ (ଆକ୍ୟୁଆଡ ଇମ୍ୟୁନ ଡେଫିସିଏନ୍‌ସି ସଣ୍ଡ୍ରୋମ) ଅନ୍ୟତମ। ଏହାର ଏ ପର୍ଯ୍ୟନ୍ତ...

ବଟର ଚିକେନ୍‌ ଉଦ୍ଭାବକ କିଏ

ନୂଆଦିଲ୍ଲୀ,୧୮ା୫: ବଟର ଚିକେନ୍‌ ହେଉଛି ତନ୍ଦୁରରେ ରନ୍ଧାଯାଉଥିବା ଚିକେନ୍‌ ପିସ୍‌ଗୁଡ଼ିକୁ ଟମାଟୋ, କ୍ରିମ୍‌ ଓ ବଟର ସହ ମିଶ୍ରଣ କରି ପ୍ରସ୍ତୁତ କରାଯାଉଥିବା ଏକ ବ୍ୟଞ୍ଜନ।...

ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଏକ ବଡ଼ କଥା କହିଲେ ଭଉଣୀ ପ୍ରିୟଙ୍କା, ଜାଣିଲେ…

ନୂଆଦିଲ୍ଲୀ,୧୭ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ପ୍ରଚାରରେ ବ୍ୟସ୍ତ ଥିବା ପ୍ରିୟଙ୍କା ଗାନ୍ଧୀ ଭାଇ ରାହୁଲ ଗାନ୍ଧୀଙ୍କ ବିବାହ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।...

ଜାଣନ୍ତୁ କେଉଁ ରାଜନେତା କେତେ ପଢ଼ିଛନ୍ତି, କାହାର ଶିକ୍ଷାଗତ ଯୋଗ୍ୟତା ଅଧିକ, କାହାର କମ୍‌

ଆମର ଅନେକ ରାଜନେତା ଅଛନ୍ତି, ଯେଉଁମାନଙ୍କ ହାତରେ ଆମ ଦେଶ ଏବଂ ରାଜ୍ୟ ପରିଚାଳିତ ହେଉଛି। ତେବେ ଏମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଅଧିକାଂଶ ଲୋକ...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର

ସିଙ୍ଗାପୁର:ସମ୍ପ୍ରତି ଯୁବପିଢ଼ି ନିଜ କ୍ୟାରିୟରକୁ ଦୃଷ୍ଟିରେ ରଖି ବିଳମ୍ବରେ ବିବାହ କରିବା ସହ ବିଳମ୍ବରେ ପରିବାର ଆରମ୍ଭ କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସିଙ୍ଗାପୁରର ଶିର୍ଲି...

ଆଜି ଜାତୀୟ ଡେଙ୍ଗୁ ଦିବସ

ଆମେ ସମ୍ମୁଖୀନ ହେଉଥିବା ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରେ ଡେଙ୍ଗୁ ଅନ୍ୟତମ। ଏଡିସ୍‌ ମଶା ହେଉଛି ଏହାର ବାହକ। ପ୍ରାରମ୍ଭରୁ ଡେଙ୍ଗୁର ଚିକିତ୍ସା କରା ନ ଗଲେ...

ଭାରତ ପ୍ରେମରେ ଜାପାନୀ ସିଇଓ

ବେଙ୍ଗାଲୁରୁ: ଟେକ୍‌ ଜାପାନ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ନାଓତାକା ନିଶିୟାମା ଗତ ମାସେ ହେବ ଭାରତ ଗସ୍ତରେ ରହିଛନ୍ତି। ଭାରତରେ ସଂସ୍କୃତି, ମୂଲ୍ୟବୋଧ ଓ ବିବିଧତାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri