Posted inଖେଳ

କ୍ୟାରିୟରରେ ଗୋଟିଏ ବି ନୋ ବଲ୍‌ ପକାଇନାହାନ୍ତି ଏହି ୫ ବୋଲର୍‌: ତାଲିକାରେ କପିଲ-ଇମ୍ରାନଙ୍କ ସହ…

ନୂଆଦିଲ୍ଲୀ,୩।୬: ଅନିଶ୍ଚିତତାର ଖେଳ ହେଉଛି କ୍ରିକେଟ। କାରଣ କେଉଁ ମୂହୁର୍ତ୍ତରେ କ’ଣ ହେବ କୁହାଯାଇ ନ ପାରେ। ଅନେକ ସମୟରେ ଗୋଟିଏ ଭୂଲ, ତାହା ନୋ ବଲ୍‌ ହେଉ ଅଥବା ଓ୍ବାଇଡ୍‌ ବଲ୍‌, କୌଣସି ଟିମ୍‌କୁ ଅଡ଼ୁଆରେ ପକାଇପାରେ। ବିଶେଷକରି ନୋ ବଲ୍‌ ପକାଇବା କ୍ରିକେଟରେ ଅପରାଧ ବୋଲି ବିବେଚନା କରାଯାଏ। ଏଥିପାଇଁ ବୋଲର୍‌ମାନେ ଯଥାସମ୍ଭବ ଏଭଳି ବଲ୍‌ ନ ପକାଇବାକୁ ଚେଷ୍ଟା କରିଥାନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ, କ୍ରିକେଟ ଇତିହାସରେ ଏଭଳି ୫ ବୋଲର ଅଛନ୍ତି ଯେଉଁମାନେ ନିଜ କ୍ୟାରିୟରରେ କେବେହେଲେ ନୋ ବଲ୍‌ ପକାଇନାହାନ୍ତି। ସେମାନେ ହେଲେ ଇୟାନ ବୋଥମ୍‌, ଲାନ୍ସ ଗିବ୍ସ, ଡେନିସ୍‌ ଲିଲି, କପିଲ ଦେବ, ଇମ୍ରାନ ଖାନ୍‌।

ଇଂଲଣ୍ଡ ପାଇଁ ୧୦୨ ଟେଷ୍ଟ ଏବଂ ୧୧୬ ଦିନିକିଆ ମ୍ୟାଚ୍‌ ଖେଳିଥିବା ଇୟାନ ଯଥାକ୍ରମେ ୩୮୩ ଏବଂ ୧୪୫ ଉଇକେଟ ନେଇଛନ୍ତି। ସେ ଅନେକ ସମୟରେ ମ୍ୟାଚ୍‌କୁ ଜିତାଇବାରେ ପ୍ରମୁଖ ଭୂମିକା ତୁଲାଇଛନ୍ତି। ହେଲେ ସେ ନିଜ କ୍ୟାରିୟରରେ ଗୋଟିଏ ବି ହେଲେ ନୋ ବଲ୍‌ ପକାଇ ନାହାନ୍ତି।

ଓ୍ବେଷ୍ଟଇଣ୍ଡିଜ୍‌ ବୋଲର୍‌ ଲାନ୍ସଙ୍କୁ ଟେଷ୍ଟ କ୍ରିକେଟର ସବୁଠାରୁ ସଫଳ ସ୍ପିନରଙ୍କ ମଧ୍ୟରେ ବିବେଚନା କରାଯାଏ। ସେ ନିଜ କ୍ୟାରିୟରରେ ୭୯ ଟେଷ୍ଟ ଏବଂ ୩ ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି, ହେଲେ କେବେହେଲେ ନୋ ବଲ୍‌ ପକାଇନାହାନ୍ତି।
ଡେନିସ ଅଷ୍ଟ୍ରେଲିଆର ଉଲ୍ଲେଖନୀୟ ବୋଲରମାନଙ୍କ ମଧ୍ୟରୁ ଜଣେ। ନିଜ ସମୟରେ ତାଙ୍କର ବେଶ ଦବ୍‌ଦବା ରହିଥିଲା। ସେ ୭୦ ଟେଷ୍ଟ ଖେଳିଥିଲେ ହେଁ ଗୋଟିଏ ନୋ ବଲ୍‌ ଫିଙ୍ଗିନାହାନ୍ତି।

ଭାରତୀୟ ଅଧିନାୟକ କପିଲ ଦେବ ଭଲ ଅଲରାଉଣ୍ଡର ଥିଲେ। ସେ ୧୩୧ ଟେଷ୍ଟରେ ୪୩୪ ଉଇକେଟ ଏବଂ ୨୨୫ ଦିନିକିଆରେ ୨୫୩ ଉଇକେଟ ନେଇଛନ୍ତି। ହେଲେ କ୍ୟାରିୟରରେ ଗୋଟିଏ ବି ନୋ ବଲ୍‌ ପକାଇ ନାହାନ୍ତି।
ସେହିଭଳି ପାକିସ୍ତାନର ବର୍ତ୍ତମାର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ନିଜ ସମୟରେ ଭଲ ଅଲରାଉଣ୍ଡର ଥିଲେ। ସେ ନିଜ କ୍ୟାରିୟରରେ ୮୮ ଟେଷ୍ଟ ଏବଂ ୧୭୫ ଦିନିକିଆ ଖେଳିଛନ୍ତି। ହେଲେ ସେ କ୍ୟାରିୟରରେ ଗୋଟିଏ ବି ନୋ ବଲ୍‌ ପକାଇ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଷ୍ଟିହୀନ ଶିଶୁଙ୍କ ସନ୍ଧାନରେ ଯିବେ ୬୦୦୦ ଏନଏସଏସ ଛାତ୍ରୀ: ଦୁଇଜଣିଆ ଟିମ କରିବେ ସର୍ଭେ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ଅଧୀନରେ ପୁଷ୍ଟିହୀନ ଶିଶୁଙ୍କ ସର୍ଭେ କାର୍ଯ୍ୟରେ ସାମିଲ ହେବାକୁ ଥିବା ଜାତୀୟ ସେବା ଯୋଜନା (ଏନଏସଏସ) ସ୍ବେଚ୍ଛାସେବୀଙ୍କୁ ନେଇ ସୋମବାର…

ବୈଭବଙ୍କ ବୋଲିଂ ଆକ୍ସନ ଦେଖି ଯୁବରାଜଙ୍କ ମଜାଦାର କମେଣ୍ଟ, କହିଲେ ଏମିତି…ପଡିଗଲା ଚହଳ

ନୂଆଦିଲ୍ଲୀ, ୩୧।୮: ଭାରତୀୟ କ୍ରିକେଟର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ୨୦୨୬ ଦୁଲୀପ ଟ୍ରଫିରେ ନିଜ ପ୍ରତିଭାର ଝଲକ ଦେଖାଉଛନ୍ତି। ମାତ୍ର ୧୫ ବର୍ଷ ବୟସର…

ରାତିରେ ହେଲା ସ୍ବାମୀ-ସ୍ତ୍ରୀ ପାଟିତୁଣ୍ଡ: ସକାଳୁ ମିଳିଲା…

ଲାଞ୍ଜିଗଡ, ୩୧।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ଭାଟଗୁଡ଼ା ଗ୍ରାମରେ ଏକ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ମୃତ୍ୟୁର…

ଝିଆରୀଙ୍କୁ ଲିଫ୍ଟ ଦେଇ ବଳାତ୍କାର ଉଦ୍ୟମ କଲେ ଦାଦା: ବାନ୍ଧିଲା ପୋଲିସ

ପାଟଣା,୩୧।୮(ବୀର କିଶୋର ଦାଶ): ଯୁକ୍ତ୨ ପଢୁଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସମ୍ପର୍କୀୟ ଦାଦା ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୋମବାର ପାଟଣା ପୋଲିସ ଦାଦାଙ୍କୁ…

ପୁଟିନ- ମୋଦିଙ୍କ ମଧ୍ୟରେ ବୈଠକ: ଆଲୋଚନା ଭିତରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ, ୩୧।୮: ଦୁଇ ଦିନିଆ କିର୍ଗିଜସ୍ତାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶକେକ୍‌ରେ ପହଞ୍ଚିବା ପରେ ସୋମବାର ସାଂଘାଇ ସହଯୋଗ ସଂଗଠନ (SCO) ବୈଠକରେ ଯୋଗଦେଇଛନ୍ତି।…

ଭଞ୍ଜନଗର ସହରର ବିକାଶ ଉପରେ ଗୁରୁତ୍ୱ: ବିଧାୟକ କହିଲେ, ମିଳିତ ପ୍ରୟାସ ଆବଶ୍ୟକ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ଭଞ୍ଜନଗର ମ୍ୟୁନିସିପାଲିଟି ପକ୍ଷରୁ ସୋମବାର ସ୍ବାୟତ୍ତ ଶାସନ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି ଅବସରରେ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ପରିସରରେ…

ପ୍ରକାଶ ପାଇଲା ଚିଠା ଭୋଟର ତାଲିକା: ଦିଲ୍ଲୀରେ ବାଦ୍‌ ପଡିଛନ୍ତି ୪୭ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର

ନୂଆଦିଲ୍ଲୀ,୩୧ା୮: ଦିଲ୍ଲୀରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଦିଲ୍ଲୀର ମୋଟ ୧.୪୫ କୋଟି…

ମହଙ୍ଗା ମଧ୍ୟରେ ବଡ଼ ଆଶ୍ୱସ୍ତି: କମିଲା ଚିନି ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୩୧।୮: ବଢ଼ୁଥିବା ମହଙ୍ଗା ମଧ୍ୟରେ ଚିନି ଦରକୁ ନେଇ ଚିନ୍ତିତ ଥିବା ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ମିଲ୍‌ରୁ ବାହାରୁଥିବା ଚିନିର ଦାମ ଅର୍ଥାତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri