Posted inUncategorized

ମାଗଣା ଯାତ୍ରାଠାରୁ ଆରମ୍ଭ କରି ଖାଇବା-ପିଇବା ପର୍ଯ୍ୟନ୍ତ ରିହାତି, ଭୋଟରଙ୍କ ପାଇଁ ଦମ୍‌ଦାର ଅଫର

ନୂଆଦିଲ୍ଲୀ,୨୫।୫: ଆଜି ଦେଶରେ ଷଷ୍ଠ ପର୍ଯ୍ୟାୟରେ ମତଦାନ। ଦିଲ୍ଲୀ ସିଟ ସମେତ ସାରା ଦେଶରେ ୫୮ଟି ସିଟ ପାଇଁ ଆଜି ସକାଳୁ ମତଦାନ ଆରମ୍ଭ ହୋଇଯାଇଛି। ଭୋଟରଙ୍କୁ ଅଧିକରୁ ଅଧିକ ଭୋଟ ଦେବାକୁ ଉତ୍ସାହିତ କରିବା ଅଭିଯାନରେ କର୍ପୋରେଟ ଜଗତ ମଧ୍ୟ ପଛରେ ନାହିଁ। ଅନେକ କମ୍ପାନୀ ଭୋଟରଙ୍କ ପାଇଁ ବହୁତ ଭଲ ଅଫର ଦେଉଛନ୍ତି ।

ବିଶେଷକରି ଦିଲ୍ଲୀର ଭୋଟରଙ୍କ ପାଇଁ ଆଜି କମ୍ପାନୀମାନେ ଅନେକ ଅଫର ଦେଇଛନ୍ତି। ମାଗଣା ଯାତ୍ରା ଠାରୁ ଆରମ୍ଭ କରି ଖାଦ୍ୟ ଏବଂ ପାନୀୟ ପର୍ଯ୍ୟନ୍ତ କମ୍ପାନୀଗୁଡିକ ବଡ଼ ରିହାତି ପ୍ରଦାନ କରୁଛନ୍ତି। ସ୍ବିଗି ଏହାର ଡାଇନଆଉଟ କାର୍ଯ୍ୟକ୍ରମ ଅଧୀନରେ ଶନିବାର ପାଇ ୫୦ ପ୍ରତିଶତ ରିହାତି ଘୋଷଣା କରିଛି।

ଆଜି କେବଳ ଦିଲ୍ଲୀର ଭୋଟରଙ୍କ ପାଇଁ ଖାଦ୍ୟ ଏବଂ ପାନୀୟ ଅଫର ନାହିଁ। ଭୋଟରମାନେ ଆଜି ମାଗଣା ଯାତ୍ରାର ଲାଭ ମଧ୍ୟ ପାଇପାରିବେ । ଇଲେକ୍ଟ୍ରିକ ରାଇଡ ଶେୟାରିଂ କମ୍ପାନୀ ବ୍ଲୁସମାର୍ଟ ଦିଲ୍ଲୀ-ଏନସିଆରରେ ଭୋଟ ଦେବାକୁ ଯାଉଥିବା ଲୋକଙ୍କୁ ଭଡା ଉପରେ ୫୦ ପ୍ରତିଶତ ରିହାତି ପ୍ରଦାନ କରୁଛି।

ଏଥିସହ ଭୋଟରମାନେ ଚଳଚ୍ଚିତ୍ର ଦେଖିବାରେ ମଧ୍ୟ ଅଫର ପାଇପାରିବେ । ଦିଲ୍ଲୀର ଅନେକ ମଲ୍ଟିପ୍ଲେକ୍ସ ଚଳାଉଥିବା କମ୍ପାନୀ ପିଭିଆର୍‌ ଆଇନକ୍ସ ଭୋଟରଙ୍କ ପାଇଁ ଏକ ସ୍ବତନ୍ତ୍ର ଅଫର ଉପସ୍ଥାପନ କରିଛି। କମ୍ପାନୀ ଭୋଟରଙ୍କୁ F&B ରିହାତି ପ୍ରଦାନ କରୁଛି। ଏଥିପାଇଁ କମ୍ପାନୀ ନିର୍ବାଚନ ଆୟୋଗ ସହ ସହଭାଗୀ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଦିନରେ ପୋଲିସକୁ ଦ୍ୱିତୀୟ ସଫଳତା: ୭ ଲକ୍ଷ ଟଙ୍କା ଲୁଟ୍‌ ମାମଲାର ହେଲା ପର୍ଦ୍ଦାଫାଶ

ଗଜପତି,୩।୮(ଗିରିଧାରୀ ପରିଛା): ଗଜପତି ଜିଲାରେ ଟଙ୍କା ଲୁଟ୍‌ ଘଟଣାରେ ପୁଣି ଏକ ବଡ଼ ସଫଳତା ହାସଲ କରିଛି ଗାରାବନ୍ଧା ପୋଲିସ । ଦୁଇ ଦିନ ମଧ୍ୟରେ ଜିଲାରେ…

ଭତ୍ତା ପାଇଁ ହଟହଟା: ଜିଲାପାଳଙ୍କୁ ଫେରାଦ ହେଲେ ବୃଦ୍ଧାବୃଦ୍ଧ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳର ବୃଦ୍ଧାବୃଦ୍ଧ ଦୀର୍ଘ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କକୁ ଗଲେ କେତେବେଳେ…

‘୨୫ ଦିନ ଅନଶନ କରନ୍ତୁ, ତା’ପରେ ଇସ୍ତଫା ଦେବି’: ଗୃହମନ୍ତ୍ରୀଙ୍କ ବୟାନକୁ ନେଇ ଭାଜପା ନିଆଁ

ନୂଆଦିଲ୍ଲୀ,୩।୮: ଭାରତୀୟ ଜନତା ପାର୍ଟି (BJP) କର୍ନାଟକ ଗୃହମନ୍ତ୍ରୀ ପ୍ରିୟଙ୍କ ଖାର୍ଗେଙ୍କର ଏକ ବୟାନକୁ ଶେୟାର କରି ତାଙ୍କୁ ଟାର୍ଗେଟ କରିଛି। ଭିଡିଓରେ ପ୍ରିୟଙ୍କ ଖାର୍ଗେ କହୁଥିବାର…

ନୂଆ ଅବତାରରେ ଧୋନୀ: ଭାଇରାଲ ହେଉଛି VIDEO

ରାଞ୍ଚି,୩।୮: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତାଙ୍କୁ ଏକ ନୂଆ ଅବତାରରେ ଦେଖାଯାଇଛି। ଧୋନୀ ଏକ ରେସଟ୍ରାକରେ ବାଇକ…

୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି ବଳାତ୍କାର ଅଭିଯୋଗ, ୪ ମାସ ପରେ ଯୁବକଙ୍କୁ ପୋଲିସ ଧରି…

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ୯ମ ଶ୍ରେଣୀରେ ପଢୁଥିବା ଜଣେ ୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି…

ଚା’ ପିଉଥିବା ବେଳେ ବ୍ୟକ୍ତିଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର

ଧାମନଗର,୩।୮(କାଳିନ୍ଦୀ ବେହେରା): ଭଦ୍ରକ ଜିଲା ଧୁଷୁରୀ ଥାନା ଅଧୀନସ୍ଥ କୋଠାର ପଞ୍ଚାୟତ ଅନ୍ତର୍ଗତ ମିର୍ଘାଟକୁଳ ଗ୍ରାମରେ ସୋମବାର ସନ୍ଧ୍ୟାରେ ଏକ ଛୁରାମାଡ଼ ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା…

ମଙ୍ଗଳବାର ରାଷ୍ଟ୍ରପତିଙ୍କ ତପ୍ତପାଣି ଗସ୍ତ: ମା’ କନ୍ଧୁଣି ଦେବୀଙ୍କୁ କରିବେ ପୂଜାର୍ଚ୍ଚନା, ସୁରକ୍ଷା ବ୍ୟବସ୍ଥା କଡାକଡି

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣିକୁ ମଙ୍ଗଳବାର ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ରାଷ୍ଟ୍ରପତିଙ୍କ ଗ୍ରସ୍ତକୁ ଦୃଷ୍ଟିରେ ରଖି…

୧୦ ଦିନରେ ୩ ସ୍ଥାନରେ ବଡ଼ଧରଣର ଲୁଟ୍‌କୁ ନେଇ ଖେଳିଗଲା ଆତଙ୍କ: ସିସିଟିଭି ଲଗାଇବାକୁ ପରାମର୍ଶ ଦେଲେ ଏସଡିପିଓ

ଦାରିଙ୍ଗବାଡି, ୩ ।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗତ କିଛି ଦିନ ହେଲା ଲୁଟେରା ମାତିଛନ୍ତି । ୧୦ ଦିନ ମଧ୍ୟରେ ୩ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri