ଜୁସ୍‌ ଦୋକାନରୁ ଭଜନ ସମ୍ରାଟ୍‌ ହେବାର ଯାତ୍ରା

ବଲିଉଡ୍‌ରେ ଭଜନ ସମ୍ରାଟ ଭାବରେ ଜଣାଶୁଣା ଗୁଲଶନ କୁମାରଙ୍କର ଆଜି ଜନ୍ମବାର୍ଷିକୀ। ତାଙ୍କ ଭଜନ ଶୁଣି ଶ୍ରୋତାମାନେ ଆଜି ବି ମନ୍ତ୍ରମୁଗ୍ଧ ହୋଇପଡନ୍ତି। ବଲିଉଡରେ ଗୁଲଶାନ କୁମାରଙ୍କ ନାମ ଏବେ ବି ସମ୍ମାନର ସହ ନିଆଯାଏ। ସେ ଏପରି ଜଣେ ବ୍ୟକ୍ତି ଥିଲେ, ଯିଏ ନିଜ ପରିଶ୍ରମ ମାଧ୍ୟମରେ ଅଳ୍ପ ସମୟରେ ବହୁତ ସଫଳତା ହାସଲ କରିଥିଲେ। ଯଦିଓ ଗୁଲଶନ କୁମାର ନାହାଁନ୍ତି, ତଥାପି ତାଙ୍କ ଭଜନ ଏବଂ ତାଙ୍କ ଦ୍ୱାରା ପ୍ରତିଷ୍ଠିତ କମ୍ପାନୀ ଟି-ସିରିଜ ଏବେ ଲୋକପ୍ରିୟତାର ଶୀର୍ଷରେ ଅଛି। ଗୁଲଶନ କୁମାରଙ୍କ କ୍ୟାରିଅରରେ ସଫଳତାର ଯାତ୍ରା ମଧ୍ୟ ଏକ ଫିଲ୍ମ କାହାଣୀଠାରୁ କମ ନ ଥିଲା।
ଗୁଲଶାନ କୁମାରଙ୍କ ସମ୍ପୂର୍ଣ୍ଣ ନାମ ଥିଲା ଗୁଲଶାନ କୁମାର ଦୁଆ। ସେ ଦିଲ୍ଲୀରେ ଏକ ପଞ୍ଜାବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଚନ୍ଦ୍ରଭାନ ଦୁଆ ଦରିଆଗଞ୍ଜରେ ଏକ ଜୁସ ଦୋକାନ କରିଥିଲେ। ଏଥିରେ ଗୁଲଶନ ମଧ୍ୟ ତାଙ୍କ ପିତାଙ୍କୁ ସାହାଯ୍ୟ କରୁଥିଲେ। ଏଠାରୁ ସେ ନିଜର ଏକ ବ୍ୟବସାୟ କରିବାକୁ ଚିନ୍ତା କଲେ। ସେ ଦିଲ୍ଲୀରେ ଏକ କ୍ୟାସେଟ ଦୋକାନ ଖୋଲିଥିଲେ।
ଏହି ସମୟରେ ଟି-ସିରିଜ୍‌ ନାମକ କମ୍ପାନୀ ଆରମ୍ଭ କରି ମୁମ୍ବାଇ ପଳାଇ ଥିଲେ। ଗୁଲଶନ କୁମାର ମଧ୍ୟ ଜଣେ ଭଲ ଗାୟକ ଥିଲେ। ସେ ନିଜର ଭଜନ ସହିତ ଖ୍ୟାତି ଅର୍ଜନ କରିବାକୁ ଲାଗିଲେ। ତାଙ୍କର ଭଜନ ଲୋକମାନଙ୍କ ହୃଦୟକୁ ସ୍ପର୍ଶ କଲା। ସେ ନିଜ ଅର୍ଜିତ ଅର୍ଥରେ ସାମାଜିକ ସେବା ମଧ୍ୟ କରୁଥିଲେ। ସେ ମାତା ବୈଷ୍ଣୋ ଦେବୀଙ୍କ ଠାରେ ଏକ ଖାଦ୍ୟ ଭଣ୍ଡାର ପ୍ରତିଷ୍ଠା କରିଥିଲେ। ଏହି ଭଣ୍ଡାରରେ ତୀର୍ଥଯାତ୍ରୀମାନଙ୍କ ପାଇଁ ମାଗଣା ଖାଦ୍ୟ ସର୍ବଦା ଉପଲବ୍ଧ ଥାଏ। ଏହିି ଖାଦ୍ୟ ଭଣ୍ଡାର ଏବେ ମଧ୍ୟ ଚାଲିଛି।
କୁହାଯାଏ ଯେ, ଯେତେବେଳେ ଜଣେ ଜୀବନରେ ଉଚ୍ଚ ଶିଖରରେ ପହଞ୍ଚେ, ସେତେବେଳେ ତାଙ୍କର ଅଧିକ ଶତ୍ରୁ ହୋଇଯାନ୍ତି। ଗୁଲଶନ କୁମାରଙ୍କ ସହ ସମାନ ଘଟଣା ଘଟିଥିଲା। ୧୯୯୭, ଅଗଷ୍ଟ ୧୨ରେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳି ମାରି ହତ୍ୟା କରିଥିଲେ।
ଗୁଲଶନ କୁମାରଙ୍କ ଦ୍ୱାରା ପ୍ରତିଷ୍ଠିତ କମ୍ପାନୀ ଟି-ସିରିଜ୍‌ କେବଳ ବଲିଉଡକୁ ହିଟ ଗୀତ ଦେଇନାହିଁ ବରଂ ଏହାର ବ୍ୟାନରରେ ଅନେକ ଗାୟିକା/ଗାୟକ ମଧ୍ୟ ଲଞ୍ଚ କରିଛି। ସୋନୁ ନିଗମ ଏବଂ ଅନୁରାଧା ପଡୱାଲଙ୍କ ପରି ପ୍ରସିଦ୍ଧ ଗାୟକଙ୍କ ନାମ ମଧ୍ୟ ସାମିଲ ଅଛି। ଆଜି ତାଙ୍କ କମ୍ପାନୀ ପୁଅ ଭୂଷଣ କୁମାର ଏବଂ ଝିଅ ତୁଳସୀ ପରିଚାଳନା କରୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri