ସ୍ନାନଯାତ୍ରାରୁ ନୀଳାଦ୍ରିବିଜେ ଯାଏ ନୀତିନିର୍ଘଣ୍ଟ ଚୂଡ଼ାନ୍ତ

ପୁରୀ ଅଫିସ,୨୧ା୫: ଆସନ୍ତା ୩୦ତାରିଖରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ପଡୁଥିବା ବେଳେ ଜୁନ ୪ତାରିଖ ସ୍ନାନଯାତ୍ରା, ଜୁନ ୨୦ରେ ଘୋଷଯାତ୍ରା ଓ ୨୮ରେ ବାହୁଡ଼ା, ୨୯ରେ ସୁନାବେଶ ଏବଂ ଜୁଲାଇ ୧ରେ ନୀଳାଦ୍ରି ବିଜେ ଅନୁଷ୍ଠିତ ହେବ। ତେବେ ଚଳିତବର୍ଷ ମହାପ୍ରଭୁଙ୍କ ନୀତି ଯେପରି ଶୃଙ୍ଖଳିତ ହେବ ସେନେଇ ଶନିବାର ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଛି। ବଡ଼ଦାଣ୍ଡସ୍ଥିତ ନୀଳାଦ୍ରି ଭକ୍ତନିବାସ ପରିସରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ରଥଯାତ୍ରା ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା ହେବା ସହ ଏହି ବୈଠକ ପୂର୍ବରୁ ଅପରାହ୍ନରେ ହୋଇଥିବା ନୀତି ସବ୍‌କମିଟି ବୈଠକର ସମସ୍ତ ଆଲୋଚନାରତ ପ୍ରସଙ୍ଗ ସହ ରାଜେନ୍ଦ୍ର ଅଭିଷେକଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟକୁ ଚୂଡ଼ାନ୍ତ କରାଯାଇଛି। ଶୃଙ୍ଖଳିତ ନୀତିକାନ୍ତି ସହ ମହାପ୍ରଭୁଙ୍କ ଘୋଷଯାତ୍ରା କିଭଳି ସୁରୁଖୁରୁରେ ସମ୍ପନ୍ନ ହେବ ସେନେଇ ଛତିଶା ନିଯୋଗ ସେବାୟତ ସଦସ୍ୟଙ୍କ ସହଯୋଗ ଲୋଡ଼ିଛି ଶ୍ରୀମନ୍ଦିର ପ୍ରଶାସନ। ଆସନ୍ତା ୪ତାରିଖରେ ଦେବସ୍ନାନ ପୂର୍ଣ୍ଣିମାରେ ବିଶେଷ ନୀତିକାନ୍ତି ଥିବାରୁ ଏହାକୁ କିଭଳି ଶୃଙ୍ଖଳିତ ଭାବେ ପରିଚାଳନା କରାଯିବ ସେନେଇ ବିଶେଷ ଗୁରୁତ୍ୱ ଦିଆଯାଇଛି। ତେବେ ରଥଯାତ୍ରାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ରଥଯାତ୍ରା ପୂର୍ବରୁ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବ। ମହାପ୍ରଭୁଙ୍କ ଦର୍ଶନରେ ଶ୍ରୀମନ୍ଦିର ଆସୁଥିବା ଭକ୍ତମାନଙ୍କୁ କେବଳ ସିଂହଦ୍ୱାରରେ ପ୍ରବେଶ ଅନୁମତି ଥିବାରୁ ଭକ୍ତ ଓ ସହରବାସୀ ନାନା ହଇରାଣ ହେଉଛନ୍ତି। ତେଣୁ ଭକ୍ତମାନଙ୍କୁ ଚାରିଦ୍ୱାରରେ ପ୍ରବେଶ ପାଇଁ ଅନୁମତି ମିଳୁ ବୋଲି ବୈଠକରେ ଦାବି ହୋଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସରିବା ପରେ ଏନେଇ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ଆସନ୍ତା ସ୍ନାନ ପୂର୍ଣ୍ଣିମା ଓ ଘୋଷଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସେବାୟତଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ବୈଠକରେ ପ୍ରତିଶ୍ରୁତି ଦେଇଛନ୍ତି ସେବାୟତ ସଂଘ।
ସମ୍ପର୍କରେ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାସ କହିଥିଲେ, ଶ୍ରୀମନ୍ଦିର ନୀତି ସବ୍‌ କମିଟି ବୈଠକ ଅନୁଷ୍ଠିତ ହେବା ପରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା। ଛତିଶା ନିଯୋଗ ବୈଠକରେ ସ୍ନାନ ଯାତ୍ରା ଏବଂ ରଥଯାତ୍ରା କିପରି ଶୃଙ୍ଖଳିତ ଭାବରେ ସମ୍ପନ୍ନ ହେବ ସେନେଇ ଆଲୋଚନା କରାଯାଇଥିଲା। ସମସ୍ତ ସଦସ୍ୟ ଓ ସେବାୟତମାନେ ଉପସ୍ଥିତ ରହି ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ। ବୈଠକରେ ନୀତି ନିଘର୍ଣ୍ଟ ଚୂଡ଼ାନ୍ତ କରାଗଲା। ସମସ୍ତଙ୍କ ମତାମତ ଓ ସର୍ବସମ୍ମତିକ୍ରମେ ନୀତି ନିର୍ଘଣ୍ଟକୁ ଅନୁମୋଦନ କରାଯାଇଛି। ଚଳିତବର୍ଷ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ସମ୍ପନ୍ନ ହେବ। ଯେପରି ନୀତି ସମୟରେ ବିଶୃଙ୍ଖଳା ନ ହେବ ସେ ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ଦାସ କହିଛନ୍ତି। ଅପରପକ୍ଷେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ବିଳମ୍ବ ନେଇ ପ୍ରଶ୍ନର ଉତ୍ତର ଦେଇ ଦାସ କହିଥିଲେ, କିଛି କାରଣକୁ ନେଇ ମହପ୍ରଭୁଙ୍କ ନୀତିରେ ବିଳମ୍ବ ହେଉଛି। ତେବେ ସମସ୍ତ ନିଯୋଗ ସହ ଆଲୋଚନା କରାଯାଇ ସମନ୍ବୟ ରଖାଯାଇ ନୀତିକୁ ଶୃଙ୍ଖଳିତ କରିବା ପାଇଁ ଚେଷ୍ଟା କରାଯିବ। ସେହିପରି ଶ୍ରୀମନ୍ଦିର ଚାରିଦ୍ୱାର ଦେଇ ଭକ୍ତମାନଙ୍କ ପ୍ରବେଶ ପ୍ରସଙ୍ଗ ଉପରେ ବାହାର ପରିକ୍ରମା ମାର୍ଗ ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ହେବା ଉପରେ। ତେଣୁ କାର୍ଯ୍ୟ ସରିବା ପରେ ସମସ୍ତଙ୍କ ସହ ଆଲୋଚନା କରାଯାଇ ପର୍ଯ୍ୟାୟକ୍ରମେ ଦ୍ୱାର ଖୋଲାଯିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ଦାସ କହିଛନ୍ତି। ବୈଠକରେ ଛତିଶା ନିଯୋଗ କମିଟି ସମ୍ପାଦକ, ପରିଚାଳନା କମିଟି ସଦସ୍ୟ, ଭାରପ୍ରାପ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ, ଏସ୍‌ପି କେ.ବିଶାଲ ସିଂ, ସେବାୟତ ସଂଘର ସଭାପତି, ସଦସ୍ୟ ପ୍ରମୁଖ ଯୋଗଦେଇଥିଲେ। ଅପରପକ୍ଷେ ଛତିଶା ନିୟୋଗ ବୈଠକ ପୂର୍ବରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ନୀତି ସବ୍‌ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ରାଜେନ୍ଦ୍ର ଅଭିଷେକଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଥିଲା। ସେହିପରି ନୀତି ବିଳମ୍ବ ନେଇ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇଥିଲା। ଶାଢ଼ିବନ୍ଧା, ଗାରଦରେ ଅଭିଜ୍ଞ କର୍ମଚାରୀଙ୍କ ନିଯୁକ୍ତି ସହ ଅନ୍ୟାନ୍ୟ ବିଷୟରେ ଆଲୋଚନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ହିଞ୍ଜିଳି ଦାଦନଙ୍କ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ’

ଆଠମଲ୍ଲିକ,୨୫ା୪(ଉଦୀପ୍ତ ପୁରୋହିତ)ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଧବାର ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ...

ଗୋଷ୍ଠୀ କନ୍ଦଳରୁ ଫାଇଦା ଉଠାଇବାକୁ ପ୍ରୟାସ

ଖୋର୍ଦ୍ଧା/ବାଲିପାଟଣା,୨୫ା୪(ପ୍ରଭାତ ପାଣିଗ୍ରାହୀ/ଅଭିମନ୍ୟୁ ନାୟକ)ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ଜୟଦେବ ନିର୍ବାଚନମଣ୍ଡଳୀ ଅନୁସୂଚିତ ଜାତି (ଏସ୍‌ସି) ପାଇଁ ସଂରକ୍ଷିତ ରହିଛି। ଗତ ୩ଟି ନିର୍ବାଚନରେ ଏହି...

ମୋକିମଙ୍କ ଝିଅ ସୋଫିଆ ଲଢ଼ିପାରନ୍ତି ନିର୍ବାଚନ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ବାରବାଟୀ-କଟକ କଂଗ୍ରେସକୁ ଚିନ୍ତା ଘାରିଛି। ବରିଷ୍ଠ କଂଗ୍ରେସ ନେତା ଇଂ. ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର କରିଛନ୍ତି...

ବ୍ୟାପୁଛି ଜଙ୍ଗଲ ନିଆଁ, ବନ୍ୟଜନ୍ତୁ କଲବଲ

କେନ୍ଦୁଝର,୨୫ା୪(ଦୀପକ ମିଶ୍ର)କେନ୍ଦୁଝର ବନଖଣ୍ଡର ୭ଟି ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ଏଥିରେ ବହୁ ମୂଲ୍ୟବାନ୍‌ ଗଛ ନଷ୍ଟ ହେଉଥିବା ବେଳେ ବନ୍ୟପ୍ରାଣୀ ଉତ୍ତାପରେ...

ଆଉ ସହି ହେବନି,ଏଥର ଭୋଟ ବର୍ଜନ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଯଦୁନାଥପୁର ପଞ୍ଚାୟତବାସୀ ଅବହେଳିତ ଓ ନିଷ୍ପେଷିିତ ଅବସ୍ଥାରେ ଜୀବନଯାପନ କରୁଛନ୍ତି। ଦେଶ ସ୍ବାଧୀନତାର ୭୭ବର୍ଷ ପରେ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବର୍ଷା, ଶର୍ମିଷ୍ଠାଙ୍କୁ ସ୍ବାଗତ ପାଇଁ ବିଜେଡିର ପ୍ରସ୍ତୁତି

ବଡ଼ଚଣା/ଛତିଆ,୨୫ା୪(ଦିଲୀପ କୁମାର ମହାନ୍ତି/ ସୌମ୍ୟ ରଞ୍ଜନ ସାହୁ)ଆସନ୍ତା ୨୬ ତାରିଖ ଶୁକ୍ରବାର ବଡ଼ଚଣା ବିଜେଡି ବିଧାୟକ ପ୍ରାର୍ଥିନୀ ବର୍ଷା ପ୍ରିୟଦର୍ଶିନୀ ଓ ଯାଜପୁର ସାଂସଦ ପ୍ରାର୍ଥତ୍ନୀ...

ଯୁବ କ୍ରିକେଟର ସୂର୍ଯ୍ୟକାନ୍ତଙ୍କ ପାଇଁ ଅର୍ଥ ସାଜିଛି ବାଧକ

ରଘୁନାଥପୁର,୨୫ା୪(ରାଜେନ୍ଦ୍ର ନାରାୟଣ ସିଂହ)କ୍ରିକେଟରେ ଅଲ୍‌ରାଉଣ୍ଡର ଭାବେ ପ୍ରଥମେ ରଘୁନାଥପୁର ବ୍ଲକରୁ ଜଗତ୍‌ସିଂହପୁର ଜିଲା ଏବଂ ଏବେ ରାଜ୍ୟସ୍ତରରେ ସିଲେକ୍ଟ ହୋଇ ରାଜ୍ୟ ପାଇଁ ସୂର୍ଯ୍ୟକାନ୍ତ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri