୭.୦୪ରୁ ୭.୦୧

ଖୁଚୁରା ମୁଦ୍ରାସ୍ଫୀତି ଗତ ମେ’ରେ ୭.୦୪ ପ୍ରତିଶତ ରହିଥିଲା। ଜୁନ୍‌ରେ ଏହା କମି ୭.୦୧ ପ୍ରତିଶତରେ ପହଞ୍ଚିଥିବାରୁ କେନ୍ଦ୍ର ସରକାର ଏହି ତଥ୍ୟକୁ ବଡ଼ ଆକାରରେ ପ୍ରଦର୍ଶନ କରିବାରେ ଲାଗିଛନ୍ତି। ହେଲେ ଭାରତୀୟ ଟଙ୍କାର ମୂଲ୍ୟ କ୍ରମଶଃ ହ୍ରାସ ପାଉଥିଲେ ମଧ୍ୟ ତାହା ଉପରେ ସରକାରୀ ଭାବେ କୌଣସି ପ୍ରତିକ୍ରିୟା ପ୍ରକାଶ ପାଉନାହିଁ। ୧୧ ଜୁଲାଇରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ସର୍ବକାଳୀନ ନିମ୍ନ ସ୍ତରକୁ ଯାଇ ୭୯ ଟଙ୍କା ୪୫ ପଇସାରେ ପହଞ୍ଚତ୍ଛି। ମନେହେଉଛି ଯେପରି ୮୦ ଟଙ୍କାର ଘାଟିରୁ ଗଳିପଡ଼ିବା ଭାରତୀୟ ଟଙ୍କା ପାଇଁ ବେଶି ସମୟ ଲାଗିବ ନାହିଁ। ତେବେ ୧୨ ଜୁଲାଇରେ ଭାରତୀୟ ମୁଦ୍ରା ୭୯ ଟଙ୍କା ୪୪ ପଇସା ହୋଇଥିବା ଦେଖାଯାଇଛି। କିନ୍ତୁ ବଜାର ଅବସ୍ଥା ଦିନକୁ ଦିନ ସଙ୍କଟ ଆଡ଼କୁ ଗତି କରୁଥିବା ବେଳେ ଆଉ ଏକ ଝଟକା ଭାବେ ବିଦେଶୀ ପୁଞ୍ଜିନିବେଶକମାନେ ଚଳିତ ମାସ ୪,୦୦୦ କୋଟି ଟଙ୍କା ଭାରତରୁ ଉଠାଇ ନେଲେଣି। ଅଥଚ ଖୁଚୁରା ମୁଦ୍ରାସ୍ଫୀତି ପ୍ରତିଶତ ସାମାନ୍ୟ କମିବାକୁ ନେଇ ସରକାରୀ ବାହାବା ନିଆଯାଉଛି। ନିଯୁକ୍ତି ସଙ୍କୋଚନ ପ୍ରସଙ୍ଗ ଉଠାଉଥିବା ଲୋକଙ୍କୁ ଅଗ୍ନିବୀରଙ୍କ ଆବେଦନ ବହୁ ସଂଖ୍ୟାରେ ହୋଇଛି ବୋଲି କୁହାଯାଉଛି। ନିରପେକ୍ଷ ଭାବେ ଦେଖିଲେ ଏଥିରୁ ବୁଝାପଡ଼ୁଛି ଯେ, ବେକାରି ସମସ୍ୟା କେତେ ଗମ୍ଭୀର।
ପେଟ୍ରୋଲ ଓ ଡିଜେଲ ଦରକୁ ସାମାନ୍ୟ ହ୍ରାସ କରାଯିବା ପରେ ସରକାର ତାହାର ପ୍ରଚାର ବହୁ ଦିନ ଧରି କଲେ। ଏବେ ରନ୍ଧନ ଗ୍ୟାସ୍‌ ଦର ବୃଦ୍ଧି କରି ଜନସାଧାରଣଙ୍କ ତଳିପେଟକୁ ଗୋଇଠା ମାରୁଛନ୍ତି। ଗ୍ୟାସ୍‌ ଉପରେ ସମାଜର ପ୍ରାୟ ସବୁବର୍ଗ ନିର୍ଭର କରୁଥିବାରୁ ସେଥିରେ ଅଧିକ ଅର୍ଥ ଉଠାଯାଇପାରିବ ବୋଲି ସରକାର ଧରିନେଇଛନ୍ତି। ବିଶେଷକରି ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ଗ୍ରାମୀଣ ମହିଳାମାନଙ୍କୁ ଅନ୍ୟସବୁ ଜାଳେଣିଠାରୁ ଦୂରେଇ ନେଇ କେବଳ ଗ୍ୟାସ୍‌ ଉପରେ ନିର୍ଭରଶୀଳ କରାଇଦେବା ପରେ ଏଭଳି କୁଠାରାଘାତ ସାଧାରଣ ଲୋକଙ୍କ ପାଇଁ ଅସହ୍ୟ ହୋଇପଡ଼ିଲାଣି। ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ହେବା ପରେ ଭାରତୀୟ ଅର୍ଥନୀତି ନିମ୍ନଗାମୀ ହୋଇଥିଲା। ସେଥିରୁ ରକ୍ଷା ମିଳି ନ ଥିବା ବେଳେ କୋଭିଡ୍‌-୧୯ ଦେଶବାସୀଙ୍କ ସ୍ବାସ୍ଥ୍ୟ ଓ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଲା। ସରକାର ଅର୍ଥନୀତିକୁ ପୁନରୁଦ୍ଧାର କରିବେ କ’ଣ ଅନେକ ଅବାସ୍ତବ ରାଜନୈତିକ, ପ୍ରଶାସନିକ ଓ ଧାର୍ମିକ ନିଷ୍ପତ୍ତି ନେଇ ଜନସାଧାରଣଙ୍କୁ ଦୀର୍ଘ ସମୟ ଦ୍ୱନ୍ଦ୍ୱ ଭିତରେ ବୁଡ଼ାଇ ରଖିଛନ୍ତି। ଏଯାଏ ଅର୍ଥନୀତିକୁ ଭଲ ପବନ ଆସୁନାହିଁ। ତେଣୁ ଖୁଚୁରା ମୁଦ୍ରାସ୍ଫୀତି ୦.୦୩ ପ୍ରତିଶତ ହ୍ରାସକୁ ବଡ଼ ଆକାରରେ ଦେଖାଯାଇ ବାହାବା ନିଆଯାଉଛି। ଏହି ସଂଖ୍ୟାର ପ୍ରଭାବ ଖାଉଟି ଉପରେ ପଡ଼ୁଛି କି ନାହିଁ, ସବୁ ପାଠକ ନିଜେ ନିଷ୍ପତ୍ତି ନେଇପାରିବେ। ଜନସାଧାରଣଙ୍କ ହାତକୁ ଆବଶ୍ୟକ ଅର୍ଥ ଆସୁ ନ ଥିବାରୁ ସହରୀ ଏବଂ ଗ୍ରାମୀଣ ଉପଭୋକ୍ତା ବଜାରରୁ ବେଶି କିଛି କିଣିବାକୁ ସମର୍ଥ ହେଉନାହାନ୍ତି। ଯେହେତୁ ବିଭିନ୍ନ ପ୍ରକାର ସାମଗ୍ରୀର ଦର ଆକାଶଛୁଆଁ ହୋଇଯାଇଛି, ଲୋକେ ଅତି କଷ୍ଟ ହେଉ ପଛେ ଅଳ୍ପରେ ଚଳିବାକୁ ଚାହୁଁଛନ୍ତି। ଜନସାଧାରଣ ଅର୍ଥନୀତିର କ୍ଳିଷ୍ଟ ଶବ୍ଦ ବୁଝିବା ଚାହାନ୍ତି ନାହିଁ, ବ୍ୟୟ କରିବା ଭଳି ଦକ୍ଷତା ସେମାନଙ୍କ ପାଖରେ ରହିଲେ ବଞ୍ଚତ୍ବା ସୁଗମ ହୋଇଥାଏ। ସରକାର ଏହି ସୂକ୍ଷ୍ମ ଦିଗକୁ ଦେଖି ନୀତି କରିବା ଆବଶ୍ୟକ ହୋଇପଡ଼ିଲାଣି। କିନ୍ତୁ ତାହା ପରିବର୍ତ୍ତେ ସରକାରଙ୍କ ନିୟନ୍ତ୍ରଣାଧୀନ ସାମଗ୍ରୀଗୁଡ଼ିକର ଦର ପ୍ରାୟ ପ୍ରତ୍ୟେକ ଦିନ ବୃଦ୍ଧି ପାଉଛି। ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍‌ର ଆକାଶଛୁଆଁ ଦରବୃଦ୍ଧି ଯୋଗୁ ଯେଉଁ ପରିସ୍ଥିତି ସୃଷ୍ଟି ହେଉଛି, ସେଥିରେ ଅନ୍ୟସବୁ ସାମଗ୍ରୀର ଦାମ୍‌ ମଧ୍ୟ ବଢ଼ିଯାଉଛି। ଏଠାରେ ମନେପକାଇ ଦିଆଯାଇପାରେ ଯେ, ଶ୍ରୀଲଙ୍କାରେ ମଧ୍ୟ ଏହିଭଳି ଅର୍ଥନୈତିକ ସ୍ଥିତି କିଛିମାସ ପୂର୍ବେ ଉପୁଜିଥିଲା। ତାହା ଏକ ସ୍ତରକୁ ସମଗ୍ର ଦେଶକୁ ଠେଲି ନେଲା, ଯାହାଫଳରେ ଆଜି ସେହି ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶ୍ରୀଲଙ୍କା ଛାଡ଼ି ପଳାତକ ହୋଇଯାଇଛନ୍ତି। ଏହି ନେତାମାନେ ବିଦା ହେବା ସତ୍ତ୍ୱେ ଶ୍ରୀଲଙ୍କା ପରିସ୍ଥିତିରେ ସୁଧାର ଦେଖାଦେଇ ନାହିଁ। ସେଥିରୁ ବୁଝିବାକୁ ହେବ ଯେ, ନେତାମାନେ ସୃଷ୍ଟି କରିଦେଉଥିବା ଅଡ଼ୁଆରୁ ବଞ୍ଚତ୍ବା କଷ୍ଟକର। ନେତାଙ୍କୁ ବିଦା କରିଦେଲେ ମଧ୍ୟ ତାହାର କୁପ୍ରଭାବ ଦୀର୍ଘମିଆଦୀ ରହିଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?