୭.୦୪ରୁ ୭.୦୧

ଖୁଚୁରା ମୁଦ୍ରାସ୍ଫୀତି ଗତ ମେ’ରେ ୭.୦୪ ପ୍ରତିଶତ ରହିଥିଲା। ଜୁନ୍‌ରେ ଏହା କମି ୭.୦୧ ପ୍ରତିଶତରେ ପହଞ୍ଚିଥିବାରୁ କେନ୍ଦ୍ର ସରକାର ଏହି ତଥ୍ୟକୁ ବଡ଼ ଆକାରରେ ପ୍ରଦର୍ଶନ କରିବାରେ ଲାଗିଛନ୍ତି। ହେଲେ ଭାରତୀୟ ଟଙ୍କାର ମୂଲ୍ୟ କ୍ରମଶଃ ହ୍ରାସ ପାଉଥିଲେ ମଧ୍ୟ ତାହା ଉପରେ ସରକାରୀ ଭାବେ କୌଣସି ପ୍ରତିକ୍ରିୟା ପ୍ରକାଶ ପାଉନାହିଁ। ୧୧ ଜୁଲାଇରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ସର୍ବକାଳୀନ ନିମ୍ନ ସ୍ତରକୁ ଯାଇ ୭୯ ଟଙ୍କା ୪୫ ପଇସାରେ ପହଞ୍ଚତ୍ଛି। ମନେହେଉଛି ଯେପରି ୮୦ ଟଙ୍କାର ଘାଟିରୁ ଗଳିପଡ଼ିବା ଭାରତୀୟ ଟଙ୍କା ପାଇଁ ବେଶି ସମୟ ଲାଗିବ ନାହିଁ। ତେବେ ୧୨ ଜୁଲାଇରେ ଭାରତୀୟ ମୁଦ୍ରା ୭୯ ଟଙ୍କା ୪୪ ପଇସା ହୋଇଥିବା ଦେଖାଯାଇଛି। କିନ୍ତୁ ବଜାର ଅବସ୍ଥା ଦିନକୁ ଦିନ ସଙ୍କଟ ଆଡ଼କୁ ଗତି କରୁଥିବା ବେଳେ ଆଉ ଏକ ଝଟକା ଭାବେ ବିଦେଶୀ ପୁଞ୍ଜିନିବେଶକମାନେ ଚଳିତ ମାସ ୪,୦୦୦ କୋଟି ଟଙ୍କା ଭାରତରୁ ଉଠାଇ ନେଲେଣି। ଅଥଚ ଖୁଚୁରା ମୁଦ୍ରାସ୍ଫୀତି ପ୍ରତିଶତ ସାମାନ୍ୟ କମିବାକୁ ନେଇ ସରକାରୀ ବାହାବା ନିଆଯାଉଛି। ନିଯୁକ୍ତି ସଙ୍କୋଚନ ପ୍ରସଙ୍ଗ ଉଠାଉଥିବା ଲୋକଙ୍କୁ ଅଗ୍ନିବୀରଙ୍କ ଆବେଦନ ବହୁ ସଂଖ୍ୟାରେ ହୋଇଛି ବୋଲି କୁହାଯାଉଛି। ନିରପେକ୍ଷ ଭାବେ ଦେଖିଲେ ଏଥିରୁ ବୁଝାପଡ଼ୁଛି ଯେ, ବେକାରି ସମସ୍ୟା କେତେ ଗମ୍ଭୀର।
ପେଟ୍ରୋଲ ଓ ଡିଜେଲ ଦରକୁ ସାମାନ୍ୟ ହ୍ରାସ କରାଯିବା ପରେ ସରକାର ତାହାର ପ୍ରଚାର ବହୁ ଦିନ ଧରି କଲେ। ଏବେ ରନ୍ଧନ ଗ୍ୟାସ୍‌ ଦର ବୃଦ୍ଧି କରି ଜନସାଧାରଣଙ୍କ ତଳିପେଟକୁ ଗୋଇଠା ମାରୁଛନ୍ତି। ଗ୍ୟାସ୍‌ ଉପରେ ସମାଜର ପ୍ରାୟ ସବୁବର୍ଗ ନିର୍ଭର କରୁଥିବାରୁ ସେଥିରେ ଅଧିକ ଅର୍ଥ ଉଠାଯାଇପାରିବ ବୋଲି ସରକାର ଧରିନେଇଛନ୍ତି। ବିଶେଷକରି ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ଗ୍ରାମୀଣ ମହିଳାମାନଙ୍କୁ ଅନ୍ୟସବୁ ଜାଳେଣିଠାରୁ ଦୂରେଇ ନେଇ କେବଳ ଗ୍ୟାସ୍‌ ଉପରେ ନିର୍ଭରଶୀଳ କରାଇଦେବା ପରେ ଏଭଳି କୁଠାରାଘାତ ସାଧାରଣ ଲୋକଙ୍କ ପାଇଁ ଅସହ୍ୟ ହୋଇପଡ଼ିଲାଣି। ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ହେବା ପରେ ଭାରତୀୟ ଅର୍ଥନୀତି ନିମ୍ନଗାମୀ ହୋଇଥିଲା। ସେଥିରୁ ରକ୍ଷା ମିଳି ନ ଥିବା ବେଳେ କୋଭିଡ୍‌-୧୯ ଦେଶବାସୀଙ୍କ ସ୍ବାସ୍ଥ୍ୟ ଓ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଲା। ସରକାର ଅର୍ଥନୀତିକୁ ପୁନରୁଦ୍ଧାର କରିବେ କ’ଣ ଅନେକ ଅବାସ୍ତବ ରାଜନୈତିକ, ପ୍ରଶାସନିକ ଓ ଧାର୍ମିକ ନିଷ୍ପତ୍ତି ନେଇ ଜନସାଧାରଣଙ୍କୁ ଦୀର୍ଘ ସମୟ ଦ୍ୱନ୍ଦ୍ୱ ଭିତରେ ବୁଡ଼ାଇ ରଖିଛନ୍ତି। ଏଯାଏ ଅର୍ଥନୀତିକୁ ଭଲ ପବନ ଆସୁନାହିଁ। ତେଣୁ ଖୁଚୁରା ମୁଦ୍ରାସ୍ଫୀତି ୦.୦୩ ପ୍ରତିଶତ ହ୍ରାସକୁ ବଡ଼ ଆକାରରେ ଦେଖାଯାଇ ବାହାବା ନିଆଯାଉଛି। ଏହି ସଂଖ୍ୟାର ପ୍ରଭାବ ଖାଉଟି ଉପରେ ପଡ଼ୁଛି କି ନାହିଁ, ସବୁ ପାଠକ ନିଜେ ନିଷ୍ପତ୍ତି ନେଇପାରିବେ। ଜନସାଧାରଣଙ୍କ ହାତକୁ ଆବଶ୍ୟକ ଅର୍ଥ ଆସୁ ନ ଥିବାରୁ ସହରୀ ଏବଂ ଗ୍ରାମୀଣ ଉପଭୋକ୍ତା ବଜାରରୁ ବେଶି କିଛି କିଣିବାକୁ ସମର୍ଥ ହେଉନାହାନ୍ତି। ଯେହେତୁ ବିଭିନ୍ନ ପ୍ରକାର ସାମଗ୍ରୀର ଦର ଆକାଶଛୁଆଁ ହୋଇଯାଇଛି, ଲୋକେ ଅତି କଷ୍ଟ ହେଉ ପଛେ ଅଳ୍ପରେ ଚଳିବାକୁ ଚାହୁଁଛନ୍ତି। ଜନସାଧାରଣ ଅର୍ଥନୀତିର କ୍ଳିଷ୍ଟ ଶବ୍ଦ ବୁଝିବା ଚାହାନ୍ତି ନାହିଁ, ବ୍ୟୟ କରିବା ଭଳି ଦକ୍ଷତା ସେମାନଙ୍କ ପାଖରେ ରହିଲେ ବଞ୍ଚତ୍ବା ସୁଗମ ହୋଇଥାଏ। ସରକାର ଏହି ସୂକ୍ଷ୍ମ ଦିଗକୁ ଦେଖି ନୀତି କରିବା ଆବଶ୍ୟକ ହୋଇପଡ଼ିଲାଣି। କିନ୍ତୁ ତାହା ପରିବର୍ତ୍ତେ ସରକାରଙ୍କ ନିୟନ୍ତ୍ରଣାଧୀନ ସାମଗ୍ରୀଗୁଡ଼ିକର ଦର ପ୍ରାୟ ପ୍ରତ୍ୟେକ ଦିନ ବୃଦ୍ଧି ପାଉଛି। ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍‌ର ଆକାଶଛୁଆଁ ଦରବୃଦ୍ଧି ଯୋଗୁ ଯେଉଁ ପରିସ୍ଥିତି ସୃଷ୍ଟି ହେଉଛି, ସେଥିରେ ଅନ୍ୟସବୁ ସାମଗ୍ରୀର ଦାମ୍‌ ମଧ୍ୟ ବଢ଼ିଯାଉଛି। ଏଠାରେ ମନେପକାଇ ଦିଆଯାଇପାରେ ଯେ, ଶ୍ରୀଲଙ୍କାରେ ମଧ୍ୟ ଏହିଭଳି ଅର୍ଥନୈତିକ ସ୍ଥିତି କିଛିମାସ ପୂର୍ବେ ଉପୁଜିଥିଲା। ତାହା ଏକ ସ୍ତରକୁ ସମଗ୍ର ଦେଶକୁ ଠେଲି ନେଲା, ଯାହାଫଳରେ ଆଜି ସେହି ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶ୍ରୀଲଙ୍କା ଛାଡ଼ି ପଳାତକ ହୋଇଯାଇଛନ୍ତି। ଏହି ନେତାମାନେ ବିଦା ହେବା ସତ୍ତ୍ୱେ ଶ୍ରୀଲଙ୍କା ପରିସ୍ଥିତିରେ ସୁଧାର ଦେଖାଦେଇ ନାହିଁ। ସେଥିରୁ ବୁଝିବାକୁ ହେବ ଯେ, ନେତାମାନେ ସୃଷ୍ଟି କରିଦେଉଥିବା ଅଡ଼ୁଆରୁ ବଞ୍ଚତ୍ବା କଷ୍ଟକର। ନେତାଙ୍କୁ ବିଦା କରିଦେଲେ ମଧ୍ୟ ତାହାର କୁପ୍ରଭାବ ଦୀର୍ଘମିଆଦୀ ରହିଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri