Posted inଖେଳ

ଧୋନୀଙ୍କ ନୂଆ ପଦକ୍ଷେପ

ବେଙ୍ଗାଲୁରୁ,୧୭।୫: କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ପିଲାମାନଙ୍କ ପାଇଁ ଏକ ଗ୍ଲୋବାଲ ସ୍କୁଲ ଆରମ୍ଭ କରିଚନ୍ତି କ୍ରିକେଟ ତାରକା ମହେନ୍ଦ୍ର ସିଂହ ଧୋନୀ। ଏହି ବିଶ୍ୱସ୍ତରୀୟ ବିଦ୍ୟାଳୟର ପ୍ରଥମ ସେଶନ ଜୁନ୍‌ ୧ରୁ ଆରମ୍ଭ ହେବାକୁ ଯାଉଛି। ତେବେ ବିଦ୍ୟାଳୟର ନାମ ‘ଏମ୍‌ଏସ୍‌ ଧୋନୀ ଗ୍ଲୋବାଲ ସ୍କୁଲ’ ରଖାଯାଇଛି। ପିଲାମାନଙ୍କୁ ବହୁମୁଖୀ ଶିକ୍ଷା ପ୍ରଦାନ କରିବା ଲାଗି ଏହି ବିଦ୍ୟାଳୟ ମାଇକ୍ରୋସଫ୍ଟ ଏବଂ ପ୍ରସିଦ୍ଧ ନୃତ୍ୟଶିଳ୍ପୀ ତଥା ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ସଂଗଠନ ‘ଡ୍ୟାନ୍ସ ଉଇଥ୍‌ ମାଧୁରୀ’ ସହ ହାତ ମିଳାଇଛି। ପ୍ରାରମ୍ଭରେ ଏଠାରେ ନର୍ସରୀଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରାଯିବ। ଧୋନୀ ଏବଂ ତାଙ୍କ ସ୍ତ୍ରୀ ସାକ୍ଷୀ ବିଦ୍ୟାଳୟର ପରାମର୍ଶଦାତା(ମେଣ୍ଟର) ହୋଇଥିବା ବେଳେ ଏହାର ଚେୟାରମ୍ୟାନ୍‌ ହେଉଛନ୍ତି ଆର୍‌ ଚନ୍ଦ୍ରଶେଖର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ଅକ୍‌ଶନରେ ଭାଗ ନେବେ ଓ୍ବାର୍ନର

ମେଲବୋର୍ନ,୨୮।୧୦ : ପରବର୍ତ୍ତୀ ଆଇପିଏଲ ସିଜନ ଲାଗି ସନରାଇଜର୍ସ ହାଇଦ୍ରାବାଦ୍‌ ଫ୍ରାଞ୍ଚାଇଜ ଅଷ୍ଟ୍ରେଲିଆନ ଓପନର ଡେଭିଡ୍‌ ଓ୍ବାର୍ନରଙ୍କୁ ରିଟେନ କରିବାର ସମ୍ଭାବନା କ୍ଷୀଣ। ଏଣୁ ସେ...

ମୁମ୍ବାଇର ଅଧିନାୟକ ପଦ ଛାଡ଼ିଦେବେ ରୋହିତ! ଅଧା ସିଜନରୁ ନେତୃତ୍ୱ ଛାଡ଼ିବା ତାଲିକା ଲମ୍ବା…

ମୁମ୍ବାଇ,୨୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଚଳିତ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ବେଶ ନୈରାଶ୍ୟଜନକ ରହିଛି। ପ୍ରଥମ ଥର ପାଇଁ ଦଳ ଏଯାବତ ଖେଳିଥିବା ୮...

ଏଭଳି ଉପଅଧିନାୟକ କେଉଁଠି ମିଳିବେ: ଶାର୍ଦ୍ଦୁଳ କହିଲେ ପଡ଼ିଆରେ କୋହଲି ନୁହନ୍ତି ବରଂ ରୋହିତ…

ଅହମ୍ମଦାବାଦ,୨୦।୩: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟି୨୦ରେ ଉଲ୍ଲେଖନୀୟ ବୋଲିଂ କରି ଭାରତୀୟ ଦଳକୁ ଜିତାଇଥିଲେ ଶାର୍ଦ୍ଦୁଳ ଠାକୁର। ହେଲେ ମ୍ୟାଚ୍‌ରେ ଏଭଳି ଏକ ସମୟ ଥିଲା...

୨୬ ବର୍ଷ ବଡ଼ ମିଲିନ୍ଦଙ୍କ ପ୍ରେମରେ ପଡ଼ିଥିଲେ ଏହି ଯୁବତୀ; ନାଇଟ୍‌ କ୍ଲବରେ ଭେଟିବା ପରେ …

ବମ୍ବେ: କଥାରେ ଅଛି ପ୍ରେମ ମାନେନା ବୟସ। ସେଭଳି କିଛି ଘଟିଥିଲା ଅଙ୍କିତା କୋନ୍‌ଓ୍ବରଙ୍କ କ୍ଷେତ୍ରରେ। ନିଜଠାରୁ ୨୬ବର୍ଷ ବଡ଼ ଜାଣି ବି ସେ ବଲିଉଡ୍‌...

ତୃତୀୟ ଟେଷ୍ଟ ପୂର୍ବରୁ ଭାରତକୁ ଲାଗିଲା ଡବଲ୍‌ ଝଟ୍‌କା

ସିଡନୀ,୧୨।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିରେ ଭାରତୀୟ ଖେଳାଳି ଆହତ ହେବା ଜାରି ରହିଛିି। ଏହା ସତ୍ତ୍ୱେ ଟିମ ଇଣ୍ଡିଆ ମେଲବୋର୍ନରେ...

ଆଜିର ଦିନରେ ରାଇନା ଖେଳିଥିଲେ ଆଇପିଏଲ କ୍ୟାରିୟରର ସ୍ମରଣୀୟ ଇନିଂସ

ଚେନ୍ନାଇ, ୩୦।୫: ଠିକ୍‌ ୭ ବର୍ଷ ତଳେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବ୍ୟାଟ୍ସମ୍ୟାନ ତଥା ଚିନା ଥାଲା ଭାବେ ଜଣାଶୁଣା ସୁରେଶ ରାଇନା ଖେଳିଥିଲେ...

ହସ୍ପିଟାଲ୍‌ରେ ହକି କୋଚ୍‌ କୌଶିକ

ନୂଆଦିଲ୍ଲୀ,୬।୫(ପି.ଟି.): କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ ବୋଲି ଜଣାପଡିବା ପରେ ପୂର୍ବତନ ଭାରତୀୟ ହକି କୋଚ୍‌ ଏମ୍‌.କେ. କୌଶିକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୧୯୮୦ ମସ୍କୋ ଅଲିମ୍ପିକ୍ସରେ...

ମାଗଣା ଖାଦ୍ୟ ଯୋଗାଇଲେ ଅମ୍ପାୟର ଆଲିମ ଦାର୍‌

ଲାହୋର,୨୭।୩(ପି.ଟି)- ପାକିସ୍ତାନର ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଏଲିଟ ପ୍ୟାନେଲ ଅମ୍ପାୟର ଆଲିମ ଦାର୍‌ ତାଙ୍କ ବଦାନ୍ୟତା ପାଇଁ ଚର୍ଚ୍ଚାକୁ ଆସିଛନ୍ତି। କରୋନା ଭାଇରସ୍‌ ସଂକ୍ରମଣ...

Advertisement
Archives

Model This Week