ବେଙ୍ଗବେଙ୍ଗୁଲୀ ବାହାଘର, ଖୁସିରେ ନାଚିଲେ ଗାଁ ଲୋକେ…

ଜୟପୁର,୧୮।୭: ବର୍ଷାର କାମନା କରି ରାଜସ୍ଥାନରେ ବେଙ୍ଗବେଙ୍ଗୁଲୀ ବାହାଘର ମହା ଆଡମ୍ବରରେ ଅନୁଷ୍ଠିତ ହୋଇଛି। ଇନ୍ଦ୍ର ଦେବତାଙ୍କୁ ସନ୍ତୁଷ୍ଟ କରିବା ଲାଗି ବାରାଂ ଜିଲାର ଅଟରୁ ଗାଁରେ ଏଭଳି ନିଆରା ବିବାହ ଉତ୍ସବ ପାଳିତ ହୋଇଛି। ବର୍ତ୍ତମାନ ସୁଦ୍ଧା ଜିଲାରେ ବର୍ଷା ହୋଇ ନାହିଁ। ଲୋକେ ପରମ୍ପରା ଅନୁସାରେ ଗୋବରରେ ବେଙ୍ଗବେଙ୍ଗୁଲୀ ତିଆରି କରି ସେମାନଙ୍କର ବିବାହ କରିଛନ୍ତି। ଏହି ବିବାହ ଉତ୍ସବରେ ଗାଁ ଲୋକେ ଖୁସିରେ ନାଚିବା ସହିତ ଭୋଜିଭାତର ଆୟୋଜନ କରିଥିଲେ। ଲଳିତା ଚୌଧୁରୀଙ୍କ ନେତୃତ୍ୱରେ ଗାଁର ମହିଳାମାନେ ମଙ୍ଗଳଗୀତ ଗାନ କରିବା ସହିତ ଗୋବରରେ ନିର୍ମିତ ହୋଇଥିବା ବେଙ୍ଗବେଙ୍ଗୁଲୀଙ୍କ ବିବାହ କରାଇଥିଲେ। ପରେ ଏକ ଥାଳିରେ ଗୋବର ବେଙ୍ଗବେଙ୍ଗୁଲୀଙ୍କୁ ରଖି ଏହାକୁ ମୁଣ୍ଡାଇ ଗାଁ ସାରା ପରିକ୍ରମା କରିଥିଲେ। ସୂଚନାଯୋଗ୍ୟ, ସ୍ଥାନୀୟ ଅଞ୍ଚଳରେ ବର୍ଷା ଲାଗି ଏଭଳି ପରମ୍ପରା ବର୍ଷାଦିନେ ପାଳିତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଲାଣ୍ଡ୍‌ମାଇନ୍‌ ବିସ୍ଫୋରଣ: ୪ ଯବାନ ଆହତ

ଶ୍ରୀନଗର,୩।୧: ଜମ୍ମୁ-କଶ୍ମୀରରେ ଏକ ଲାଣ୍ଡ୍‌ମାଇନ୍‌ ବିସ୍ଫୋରଣରେ ଜଣେ ଲ୍ୟୁଟ୍‌ନାଣ୍ଟ୍‌ଙ୍କ ସମେତ ୪ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଜୌରୀ...

ଆର୍‌ଟିଆଇ ଆଇନକୁ ୧୪ ପୂରିଲା: ସୂଚନା କମିଶନରେ ଗଡ଼ୁଛି ୨ ଲକ୍ଷ ମାମଲା

ନୂଆଦିଲ୍ଲୀ,୧୩ା୧୦(ଆଇଏଏନ୍‌ଏସ୍‌): ଦେଶର ସୂଚନା କମିଶନଗୁଡ଼ିକ ନିକଟରେ ୨ ଲକ୍ଷରୁ ଊର୍ଦ୍ଧ୍ୱ ମାମଲା ଗଡ଼ୁଛି। ସୂଚନା ଅଧିକାର (ଆର୍‌ଟିଆଇ) ଆଇନ, ୨୦୦୫କୁ ଶନିବାର ୧୪ ବର୍ଷ ପୂରିଛି।...

ଶ୍ରୀନଗରରେ ଏକକାଳୀନ ନମାଜ ପଢିବାରେ ଲାଗିଲା ପ୍ରତିବନ୍ଧକ

ଶ୍ରୀନଗର,୧୨।୮: ଜମ୍ମୁ-କଶ୍ମୀରରେ ୩୭୦ ଅନୁଚ୍ଛେଦ ହଟାଇ ଦିଆଯିବା ପରେ ସୋମବାର ଏଠାରେ ପ୍ରଥମ କରି ଇଦ୍‌-ଉଲ୍‌-ଜୁହା ପାଳନ କରାଯାଇଛି। ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ...

ଦିଲ୍ଲୀର ୫୨ ବିଧାୟକ କୋଟିପତି

ନୂଆଦିଲ୍ଲୀ,୧୩ା୨: ଦିଲ୍ଲୀର ନବ ନିର୍ବାଚିତ ୭୦ ବିଧାୟକଙ୍କ ମଧ୍ୟରୁ ୫୨ ଜଣ କୋଟିପତି ଥିବାବେଳେ ୪୩ଜଣଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ସେମାନେ କରିଥିବା ସତ୍ୟପାଠରେ...

ଏସ୍‌ପିଜି ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ,୨୮ା୧୧(ପି.ଟି.): ସ୍ବତନ୍ତ୍ର ସୁରକ୍ଷା ଗ୍ରୁପ୍‌ (ଏସ୍‌ପିଜି) ସଂଶୋଧନ ବିଲ୍‌ ଲୋକ ସଭାରେ ବୁଧବାର ଗୃହୀତ ହୋଇଯାଇଛି। ବିଲ୍‌କୁ ବିରୋଧ କରି କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ।...

କୁଲଗାମ ଏନକାଉଣ୍ଟରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା: ଟପ୍ କମାଣ୍ଡର ଶାକିର ନଜାରଙ୍କ ସମେତ ୩ ଆତଙ୍କବାଦୀ ନିହତ

ଜମ୍ମୁ,୧୮ ।୧୧: ଜମ୍ମୁ-କଶ୍ମୀରର କୁଲଗାମରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । କଶ୍ମୀର ଆଇଜିପି ବିଜୟ କୁମାରଙ୍କ ସୂଚନା ଅନୁଯାୟୀ, କୁଲଗାମରେ ଚାଲିଥିବା ଏନକାଉଣ୍ଟରେ ହିଜବୁଲ...

ସୋସିଆଲ ମିଡିଆରେ ଅମ୍ଳଜାନ, ଶଯ୍ୟା, ଔଷଧ ପାଇଁ ପୋଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ନିଆଯିବ ନାହିଁ କାର୍ଯ୍ୟାନୁଷ୍ଠାନ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୪: କରୋନା ମହାମାରୀ ସମୟରେ ଯେଉଁମାନେ ସୋସିଆଲ ମିଡିଆରେ ଅମ୍ଳଜାନ, ଶଯ୍ୟା, ଔଷଧ ଇତ୍ୟାଦି ପୋଷ୍ଟ କରୁଛନ୍ତି ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ...

୧୩ରୁ ଆରମ୍ଭ ହେବ କୋଭିଡ୍‌-୧୯ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ

ନୂଆଦିଲ୍ଲୀ, ୪ା୨- ଟିକାକରଣ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ କୋଭିଡ-୧୯ ଭାକ୍ସିନର ପ୍ରଥମ ଡୋଜ ନେଇଥିବା ସ୍ବସ୍ଥ୍ୟକର୍ମୀଙ୍କୁ ଆସନ୍ତା ୧୩ ତାରିଖରେ ଦ୍ୱିତୀୟ ଡୋଜ ଦିଆଯିବ। ଏ...

Advertisement
Archives

Model This Week