ବନ୍ଧୁତା ଲୋଡ଼େନି ବୟସ: ସମବୟସ୍କଙ୍କ ସହ ନୁହେଁ ବରଂ ଅସହାୟ ବୃଦ୍ଧାବୃଦ୍ଧ ଏବଂ କୁନି ପିଲାଙ୍କ ସହ…

ବନ୍ଧୁତ୍ୱ ଏମିତି ଏକ ସମ୍ପର୍କ, ଯାହାକୁ ଭାଷାରେ ପ୍ରକାଶ କରିବାକୁ ଶବ୍ଦ ଅଣ୍ଟେନି କି ନିବିଡ଼ତା ମାପିହୁଏନି। ନା ଏଥିପାଇଁ ଆବଶ୍ୟକ ସହପାଠୀ, ସମବୟସ୍କ ବା କେହି ପରିଚିତ। ଏହି ମଧୁର ସମ୍ପର୍କ କେବେ କାହା ସହ ଯୋଡ଼ି ହୋଇଯାଏ, ଯେଉଁଥିପାଇଁ ଲୋଡ଼ା ନ ଥାଏ ଏକ ନିର୍ଦ୍ଦିଷ୍ଟ ବୟସ। ଆଜି ବିଶ୍ୱ ବନ୍ଧୁତ୍ୱ ଦିବସ ଅବସରେ ଏମିତି କିଛି ଯୁବଗୋଷ୍ଠୀଙ୍କୁ ନେଇ ବିଶେଷ ଉପସ୍ଥାପନା ଯେଉଁମାନେ ସମବୟସ୍କଙ୍କ ସହ ନୁହେଁ ବରଂ ଅସହାୟ ବୃଦ୍ଧାବୃଦ୍ଧ ଏବଂ କୁନି ପିଲାଙ୍କ ସହ ପାଳିବାରେ ସାଉଁଟନ୍ତି ଅଧିକ ଆନନ୍ଦ…

ଲକ୍ଷ୍ୟ ବୃଦ୍ଧାବୃଦ୍ଧଙ୍କ ମୁହଁରେ ହସ ଫୁଟାଇବା : ବନ୍ଧୁତା ଦିବସରେ ସାଙ୍ଗସାଥୀଙ୍କ ସହ ଏକାଠି ଖାଇବା, ପରସ୍ପରକୁ ଉପହାର ଦେବା ଓ ମଜାମସ୍ତି କରିବାରେ ଏମାନଙ୍କୁ ମିଳି ନ ଥାଏ ଆନନ୍ଦ, ବରଂ ଅସହାୟ ବୃଦ୍ଧାବୃଦ୍ଧଙ୍କ ସହ ଏଭଳି ସ୍ପେଶାଲ ଦିନକୁ ସେଲିବ୍ରେଟ୍‌ କରିବା ଓ ସେମାନଙ୍କ ମୁହଁରେ ହସ ଫୁଟାଇବା ଏମାନଙ୍କୁ ଦେଇଥାଏ ଅପୂର୍ବ ଆନନ୍ଦ। ଏମାନେ ହେଉଛନ୍ତି ରାଜ୍ୟର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଜୟ ଜଗନ୍ନାଥ ଗ୍ରୁପ୍‌ର ସଦସ୍ୟମାନେ। ଖୋର୍ଦ୍ଧା ଜିଲା ବାଲିଅନ୍ତା ବ୍ଲକ ବେଣୁପୁର ଗ୍ରାମ ପଞ୍ଚାୟତରେ ରହିଛି ଏହି ଗ୍ରୁପ୍‌ ଦ୍ୱାରା ପ୍ରତିଷ୍ଠିତ ଶ୍ରୀମନ୍ଦିର ସେବାଶ୍ରମ। ପରିଣତ ବୟସରେ ନିଜ ପରିବାରଠାରୁ ଦୂରେଇ ଦୁଃଖ କଷ୍ଟରେ ରାସ୍ତାକଡ଼ରେ ଜୀବନ ଅତିବାହିତ କରୁଥିବା ବୃଦ୍ଧାବୃଦ୍ଧଙ୍କୁ ଉଦ୍ଧାର କରି ଏହି ସେବାଶ୍ରମରେ ଆଶ୍ରୟ ଦେଇ ସେମାନଙ୍କ ସହ ବନ୍ଧୁତା ସ୍ଥାପନ କରି ସମାଜକୁ ସୁନ୍ଦର ବାର୍ତ୍ତାଟିଏ ଦେଇଛନ୍ତି ସଂଗଠନର ପ୍ରତିଷ୍ଠାତା ଶିବ ଶଙ୍କର ଦାଶ। ସେ କୁହନ୍ତି, ‘ବନ୍ଧୁତା’ କେବଳ ଏକ ଶବ୍ଦ ନୁହେଁ, ଏହା ଗୋଟିଏ ନିଆରା ଅନୁଭବ । ଯେଉଁଥିରେ ଜାତି, କଳା ଗୋରା, ଧନୀ ଗରିବ, ଛୋଟ ବଡ଼ର କିଛି ଭେଦଭାବ ନ ଥାଏ। ବନ୍ଧୁତାର ଅର୍ଥ ହେଉଛି ଗୋଟିଏ ସୁନ୍ଦର ହୃଦୟ ଯାହା କେବେ ଘୃଣା କରେନି, ମୁହଁରେ ଖୁସିଭରା ହସ ଯାହା କେବେ ଫିକା ପଡ଼େନି, ଗୋଟିଏ ଅନୁଭୂତି ଯାହା କେବେ ଦୁଃଖ ଦିଏନି ଓ ଗୋଟିଏ ସମ୍ପର୍କ ଯାହା କେବେ ଭାଙ୍ଗେନି। ଗୋଟିଏ ମନର ଅକୁହା କଥାକୁ ବୁଝିପାରୁଥିବା ମନଟିର ନାମ ହେଉଛି ବନ୍ଧୁତା। ଭିଜାଆଖିର ଲୁହକୁ ଦେଖିପାରୁଥିବା ଆଖିଟିର ନାମ ହେଉଛି ବନ୍ଧୁତା। ମଣିଷକୁ ଭଗବାନ ଦିବ୍ୟ ଜ୍ଞାନ ଦେଇଛନ୍ତି, ଯାହାର ସଦୁପଯୋଗ କରି ଅନ୍ୟର ସୁଖଦୁଃଖରେ ଛିଡା ହେବା ହିଁ ଆମ ପାଇଁ ପ୍ରକୃତ ବନ୍ଧୁତା। ତେଣୁ ଆମେ ଏହି ବୃଦ୍ଧ ମା’ବାପାମାନଙ୍କ ସହ ବନ୍ଧୁତା ଦିବସ ପାଳୁ। ପ୍ରଥମେ ଆମେ ସେମାନଙ୍କ ମଥାରେ ଚନ୍ଦନ ତିଳକ ଲଗାଇ ପୂଜା କରିବା ପରେ ହାତରେ ବନ୍ଧୁତାର ଡୋରି (ଫ୍ରେଣ୍ଡଶିପ୍‌ ବ୍ୟାଣ୍ଡ) ବାନ୍ଧୁ। ପରେ କେକ୍‌ କାଟିବା ସହ ସେମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ଉତ୍ତମ ବ୍ୟବସ୍ଥା କରୁ। ସେମାନଙ୍କ ମୁହଁରେ ହସ ଫୁଟାଇବା ଆମକୁ କେତେ ଆନନ୍ଦ ଦିଏ, ତାହା ଭାଷାରେ ପ୍ରକାଶ କରିବା କଷ୍ଟ। ତେବେ ଏହି ମହତ୍‌ କାର୍ଯ୍ୟରେ ଗ୍ରୁପ୍‌ର ଅଶୋକ ସାହୁ, ଲୋପାମୁଦ୍ରା ଷଡ଼ଙ୍ଗୀ, ରଶ୍ମିତା ରଣା, ଶୁଭଶ୍ରୀ ଦାଶ ପ୍ରମୁଖ ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ।
କୁନି କୁନି ପିଲାଙ୍କ ସହ ବନ୍ଧୁତା ଦିଏ ଆନନ୍ଦ: ଭୁବନେଶ୍ବର ମହାନଗର ନିଗମ ଅଧୀନରେ ଥିବା ନୂଆସାହି ଅଞ୍ଚଳର ଅଗ୍ରଣୀ ସାମାଜିକ ଯୁବ ସଂଗଠନ ହେଉଛି ଶ୍ରୀ ବିନାୟକ ୟୁଥ୍‌ ଆସୋସିଏଶନ। ଯୁବନେତା ତଥା ବର୍ତ୍ତମାନର ଆସୋସିଏଶନର ସଭାପତି ଦେବବ୍ରତ ମହାନ୍ତି(ବିକି) ନିଜର କିଛି ସହପାଠୀ ବନ୍ଧୁ ଚନ୍ଦନ ପ୍ରଧାନ, ବାଦଲ ପରିଡ଼ା, ସୌମ୍ୟରଞ୍ଜନ ସ୍ବାଇଁ, ପ୍ରଶାନ୍ତ ପ୍ରଧାନ, ସୂର୍ଯ୍ୟନାରାୟଣ ସ୍ବାଇଁ, ତୁଷାର ମଲ୍ଲିକ, ଓମ୍‌ପ୍ରକାଶ ଶର୍ମାଙ୍କୁ ନେଇ ୨୦୧୨ ଅଗଷ୍ଟ ୧ରେ ଏହି ଅନୁଷ୍ଠାନ ଗଢ଼ିଥିଲେ। ଏହି ଅନୁଷ୍ଠାନ ପ୍ରଥମେ ବୃକ୍ଷରୋପଣ ଏବଂ ଗଣେଶ ପୂଜା ଆୟୋଜନ କରିଥିଲା, ପରବର୍ତ୍ତୀ ସମୟରେ ସାମାଜିକ କାର୍ଯ୍ୟକ୍ରମ ନିମନ୍ତେ ସମସ୍ତେ ମନସ୍ଥ କରିଲେ। ସେବେଠାରୁ ଆସୋସିଏଶନ ତରଫରୁ ରକ୍ତଦାନ ଶିବିର, ସ୍ବାସ୍ଥ୍ୟସେବା ଶିବିର, ଅସହାୟ ଲୋକଙ୍କ ସେବା ଭଳି ବିଭିନ୍ନ କାର୍ଯ୍ୟ କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଲେ। ଦେବବ୍ରତ କୁହନ୍ତି,
ଯେହେତୁ ଏହି ଅନୁଷ୍ଠାନ ସବୁ ବନ୍ଧୁମାନଙ୍କୁ ନେଇ ଗଠନ ହୋଇଥିଲା, ସବୁବେଳେ ସଂଧ୍ୟାରେ ସମସ୍ତେ ନୂଆସାହି ପୋଷ୍ଟ ଅଫିସ ନିକଟରେ ଏକାଠି ହେଉଥିଲେ, ସେହି ପାଖରେ ଅବସ୍ଥିତ ଦେହୁରୀ ସାହି ବାସିନ୍ଦାମାନଙ୍କ ସହ ସମ୍ପର୍କ ଆରମ୍ଭ ହୋଇଥିଲା। ସେହି ସାହିର ଅବହେଳିତ କୁନି କୁନି ପିଲାମାନଙ୍କ ସହ ହୃଦୟର ବନ୍ଧୁତା ଗଢି ଉଠିଥିଲା ଯାହା ଆଜି ପର୍ଯ୍ୟନ୍ତ ଜାରି ରହିଛି। ଆମେ ପ୍ରତିବର୍ଷ ବିଭିନ୍ନ ଉତ୍ସବ ବିଶେଷକରି ଫ୍ରେଣ୍ଡଶିପ୍‌ ଡେ’ ସେମାନଙ୍କ ସହ ବେଶ୍‌ ଆନନ୍ଦର ସହ ପାଳିଥାଉ।
ଚଳିତବର୍ଷ ଆସୋସିଏଶନ ତରଫରୁ ପିଲାମାନଙ୍କ ସହିତ ବନ୍ଧୁତ୍ୱ ଦିବସ ପାଳନ କରାଯିବାର କାର୍ଯ୍ୟକ୍ରମ ରହିଛି। ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ସେହି କାର୍ଯ୍ୟକ୍ରମରେ ଛୋଟ ପିଲାମାନଙ୍କ ଗହଣରେ କେକ୍‌ କଟାଯିବ, ମିଷ୍ଟାନ୍ନ ସହ ପାଠ୍ୟ ଉପକରଣ ପ୍ରଦାନ କରାଯାଇ ସମାଜରେ ବନ୍ଧୁତ୍ୱର ଗୁରୁତ୍ୱ ସମ୍ପର୍କରେ ସେମାନଙ୍କୁ ଜଣାଇବା ସହ ସେମାନଙ୍କ କୁନି କୁନି ହାତରେ ବୃକ୍ଷରୋପଣ କରାଯିବ।
ବନ୍ଧୁତାରେ ବୟସର ତାରତମ୍ୟ ନ ଥାଏ: ବନ୍ଧୁତା, ଏପରି ଏକ ଶବ୍ଦ ଓ ଏପରି ଏକ ସୁନ୍ଦର ସମ୍ପର୍କ ଯେଉଁଠି ନ ଥାଏ ବୟସର ପାର୍ଥକ୍ୟ, ଧନୀ ଗରିବର ସଂଜ୍ଞା, ନାରୀ ପୁରୁଷର ଭେଦଭାବ ଅଥବା ଟଙ୍କା ପଇସାର ଛଳନା। ହୋପ୍‌ ଇଜ୍‌ ଲାଇଫ୍‌, ଏକ ନିଆରା ଅନୁଷ୍ଠାନ ଯାହା ଏହି ପବିତ୍ର ସମ୍ପର୍କ “ବନ୍ଧୁତା” ପାଇଁ କେବଳ ପୁରୀ ସହର ନୁହେଁ, ସମଗ୍ର ଓଡ଼ିଶାରେ ଏକ ପରିଚିତ ନାମ ହୋଇ ପାରିଛି। ୨୦୧୭ ମସିହାରେ ହାତଗଣତି କିଛି ବନ୍ଧୁଙ୍କୁ ନେଇ ସୃଷ୍ଟି ହୋଇଥିବା ଏହି ଅନୁଷ୍ଠାନ ଇତିମଧ୍ୟରେ ବିଭିନ୍ନ ବୟସର ଶତାଧିକ ବନ୍ଧୁଙ୍କୁ ଏକାଠି କରିପାରିଛି। ସଭାପତି ସୁରେଶ କୁମାର ନନ୍ଦ କୁହନ୍ତି, ଆମର ୧୪ ବର୍ଷରୁ ଆରମ୍ଭ କରି ୬୦ ବର୍ଷ ପର୍ଯ୍ୟନ୍ତ ଯେତେଜଣ ସ୍ବେଚ୍ଛାସେବୀ ଭାଇଭଉଣୀ ଅଛନ୍ତି ସମସ୍ତେ ସମସ୍ତଙ୍କର ବନ୍ଧୁ। ବୟସର ତାରତମ୍ୟ ଆମ ଭିତରେ କେବେ ଦେଖାଯାଏ ନାହିଁ ବୋଲି କେବଳ ସମ୍ମାନ ଓ ଭଲପାଇବା ଆମ ଅନୁଷ୍ଠାନର ଗରିମା ବୃଦ୍ଧି କରିଛି ଆଜିପର୍ଯ୍ୟନ୍ତ। ମହାପ୍ରଭୁଙ୍କ ଆଶୀର୍ବାଦରୁ ଅନେକ ସମାଜସେବା କ୍ଷେତ୍ରରେ ଅଗ୍ରଣୀ କାର୍ଯ୍ୟକ୍ରମ ଆମେ କରିପାରୁଛୁ ଓ ସମସ୍ତଙ୍କ ପାଇଁ ପ୍ରେରଣା ମଧ୍ୟ ହୋଇ ପାରିଛୁ। କେବଳ ଏତିକି ନୁହେଁ, ଆମର ବୃଦ୍ଧାଶ୍ରମରେ ରହୁଥିବା ସମସ୍ତ ଅନ୍ତେବାସୀଙ୍କୁ ମା’ବାପା ଓ ବନ୍ଧୁ ଭଳି ସେବା ଯୋଗାଇ ଦେଇଥାଉ। ସେମାନଙ୍କ ସହିତ ଆମର ସମସ୍ତ ସଦସ୍ୟ ଜଣେ ଜଣେ ଉତ୍ତମ ବନ୍ଧୁ ଭଳି ବ୍ୟବହାର କରିଥାନ୍ତି। ବନ୍ଧୁତା ଦିବସଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ବିଶେଷ ଉତ୍ସବ ଆମେ ତାଙ୍କ ସହ ଏକାଠି ପାଳନ କରୁ ଓ ତାଙ୍କୁ ସବୁ ପ୍ରକାର ଖୁସି ଯୋଗାଇଦେବାର ପ୍ରୟାସ କରୁ। ଏହାର କାରଣ ଯେତେବେଳେ ସେମାନଙ୍କୁ ସେମାନଙ୍କ ପରିବାର ସଦସ୍ୟ ଅଲୋଡ଼ା ଭାବି ନିଜ ପରିବାରଠାରୁ ଦୂରେଇ ଦେଲେ ସେତେବେଳେ ସେମାନେ କେବଳ ପରିବାର ନୁହେଁ, ସାଙ୍ଗସାଥୀ ଭିଟାମାଟି ସବୁଥିରୁ ଦୂରେଇଗଲେ। ତେଣୁ ସେହି ଦୁଃଖକୁ ଦୂର କରିବାର ପ୍ରୟାସ ଆମର ସମସ୍ତ ସଦସ୍ୟ ନିଜର କର୍ତ୍ତବ୍ୟ ଭାବରେ ସମ୍ପାଦନ କରନ୍ତି। ଆଉ ଏଥିରୁ ଯେଉଁଠି ଆନନ୍ଦ ମିଳେ, ତାହା ବର୍ଣ୍ଣନା କରିବା ସହଜ ନୁହେଁ। ମୋ ମତରେ ଭଗବାନଙ୍କର ମଣିଷ ପାଇଁ ସବୁଠୁ ଶ୍ରେଷ୍ଠ ଉପହାର ହେଲା ବନ୍ଧୁତା।
– ପୌର୍ଣ୍ଣମାସୀ


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?