Posted inRasifala

ରାଶିଫଳ: ଶୁକ୍ରବାର, ଜୁଲାଇ ୯ ତାରିଖ – Daily Horoscope

ମେଷ
ଆଜି ଏକାଧିକ ଗ୍ରହ ଭାଗ୍ୟସ୍ଥାନକୁ ଦେଖୁଥିବାରୁ କୌଣସି କାମ ଅଟକି ରହିବନାହିଁ। ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନ କରିବା ପାଇଁ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ବାଣିଜ୍ୟ, ବ୍ୟବସାୟରେ ସଫଳତା ହାସଲ କରିବେ। ନୂତନ ଯାନ୍ତ୍ରିକ ଜିନିଷ କିମ୍ବା ଗୃହୋପକରଣ କ୍ରୟ କରିପାରନ୍ତି।
ବୃଷ
ବୃଷ
ପାରଷ୍ପରିକ ବୁଝାମଣା ମଧ୍ୟରେ ପରିବାରରେ ଶାନ୍ତି ଫେରି ଆସିବ। କର୍ମାଧିପଙ୍କ ଦୁର୍ବଳତା କାରଣରୁ କେହି ଜଣେ ପ୍ରତିବାଦର ସ୍ବର ଉଠାଇ କାମରେ ବିଘ୍ନ ଘଟାଇ ପାରନ୍ତି। କେତେକ କ୍ଷେତ୍ରରେ ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବାର ଆଶା ରହିଛି।
ମିଥୁନ
ମିଥୁନ
ପାରିବାରିକ କ୍ଷେତ୍ରରେ କେତୁଙ୍କ କୁପ୍ରଭାବରୁ ସବୁ ଜାଣିଶୁଣି ନୀରବତା ଅବଲମ୍ବନ କରିବେ। ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମ ଚଳାଇ ନେବେ। ନୂତନ ଯାନବାହନ କ୍ରୟ କରିବା କିମ୍ବା ଗୃହସଜ୍ଜା ପ୍ରତି ଆଗ୍ରହ ବଢିପାରେ। ବିବାଦୀୟ କ୍ଷେତ୍ରରେ ମଧ୍ୟସ୍ଥତା କରି ଅପମାନିତ ହୋଇପାରନ୍ତି।
କର୍କଟ
କର୍କଟ
ଚାରୋଟିଗ୍ରହ ବଳବାନ୍‌ ଥିବା ହେତୁ କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ପରିବାରରେ ପିଲାମାନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।
ସି˚ହ
ସି˚ହ
ଏକାଦଶସ୍ଥ ଚନ୍ଦ୍ରଙ୍କ ଗ୍ରହ ସାନ୍ନିଧ୍ୟ କାରଣରୁ ଅଧିକାଂଶ କ୍ଷେତ୍ରରେ ଭାବପ୍ରବଣତା ବୃଦ୍ଧିପାଇବ। କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ସମୟ କଟାଇବେ। ସମସ୍ୟା ସମାଧାନ କରିବାକୁ ଯାଇ ଦୃଢ଼ତାର ସହ ପାରିବାରିକ ଶୃଙ୍ଖଳା ରକ୍ଷା କରିପାରିବେ।
କନ୍ୟା
କର୍ମଭାବସ୍ଥ ଗ୍ରହମାନଙ୍କ ସୁପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। ବିଭିନ୍ନ ସମସ୍ୟା ମଧ୍ୟରେ ଉନ୍ନୟନ କାମ ବାଧାପ୍ରାପ୍ତ ହେବାରୁ ରକ୍ଷା ମିଳିଯିବ। କିନ୍ତୁ ବନ୍ଧୁ ଗହଣରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହୋଇପଡିବେ। କଳା, ସାହିତ୍ୟ, କ୍ରୀଡ଼ା କ୍ଷେତ୍ରରେ ସଫଳତା ମିଳିପାରେ।
ତୁଳା
ତୁଳା
ଆଜିର ଫେରନ୍ତା ବାଟରେ ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ଦଶମସ୍ଥ ଗ୍ରହଜନିତ କାରଣରୁ ଉପର ଅଧିକାରୀଙ୍କ ସମ୍ମୁଖରେ ନିଜର ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ। ସହକର୍ମୀମାନଙ୍କ କୃତ ମିଥ୍ୟାଗୁଜବ ସାମୟିକ ମନକୁ ଆତଙ୍କିତ କରିପାରେ। ଯାତ୍ରା, ପ୍ରଶାସନ, କଳା, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି।
ବିଛା
ବିଛା
ଭାଗ୍ୟସ୍ଥଗ୍ରହ ଜନିତ ସମସ୍ୟା ଲାଗି ରହିଥିଲେ ମଧ୍ୟ କାମ ହାସଲ କରି ସଫଳତା ପ୍ରାପ୍ତ କରିବେ। ପାରିବାରିକ କ୍ଷେତ୍ରରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ। କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ବିଭିନ୍ନ ପ୍ରକାର କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଖାଦ୍ୟପେୟ ଠିକ୍‌ ରହି ନ ପାରେ।
ଧନୁ
ଧନୁ
ଆଜି ବନ୍ଧୁମାନଙ୍କ ନିମନ୍ତ୍ରଣ କ୍ରମେ ଆକସ୍ମିକ ଭାବରେ ଆମୋଦ ପ୍ରମୋଦର ମଉକା ଜୁଟିବ। ବୃହସ୍ପତିଙ୍କ ପ୍ରଭାବରୁ ପଡ଼ୋଶୀଙ୍କ ସାହାଯ୍ୟ ହେତୁ ସମସ୍ୟାର ସମାଧାନ ଘଟିବ। କର୍ମକ୍ଷେତ୍ରରେ ଆଳସ୍ୟ ଓ ଅବହେଳାରୁ କୈଫିୟତ ଦେବାକୁ ପଡିପାରେ। ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିପାରେ।
ମକର
ମକର
ସମସ୍ୟାର ସରଳ ସମାଧାନ ହେବାରେ ବନ୍ଧୁମାନଙ୍କ ସାହାଯ୍ୟ ଓ ସହାନୁଭୂତି ଅବିସ୍ମରଣୀୟ ରହିବ। କୌଣସି ମୂଲ୍ୟବାନ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। ହଠାତ୍‌ ଘରର ବରାଦ ଅନୁସାରେ ଗୃହୋପକରଣ କ୍ରୟ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଦୂର ହେବ।
କୁମ୍ଭ
କୁମ୍ଭ
ରାହୁଙ୍କ ପ୍ରଭାବରେ ବନ୍ଧୁ ଦେଇଥିବା ପ୍ରତିଶ୍ରୁତିରେ ଖିଲାପ କରିପାରନ୍ତି। ସହକର୍ମୀମାନଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ କରିପାରନ୍ତି। ଆଜିର ପ୍ରାତଃ ଭ୍ରମଣ ବେଶ୍‌ ଆନନ୍ଦଦାୟକ ହେବ।
ମୀନମୀନ
ରାଶିସ୍ଥ ଗ୍ରହପ୍ରଭାବରୁ ନୂତନ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି। ପୂର୍ବଭାଦ୍ରପଦ ନକ୍ଷତ୍ର ବାରମ୍ବାର ଅସଫଳ ହେବା କାରଣରୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଆଜି ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟକର ହୋଇଯିବ। ବ୍ୟବସାୟ,ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବାର ଆଶା ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଜୁଲାଇ ୩୧ ତାରିଖ – Daily Horoscope

ମେଷ ପରିବାରରେ ଅଯଥା ସନ୍ଦେହ ଓ ଭୁଲ୍‍ ବୁଝାମଣାଜନିତ ମତପାର୍ଥକ୍ୟର ଆଶଙ୍କା ରହିଛି। ବନ୍ଧୁଙ୍କ ଦୁଃଖଦ ପରିସ୍ଥିତି ପାଇଁ ମନ ଛଟପଟ ହୋଇପାରେ। କର୍ମକ୍ଷେତ୍ରରେ ସୁସମ୍ପର୍କ ଅଭାବରୁ…

ରାଶିଫଳ: ଗୁରୁବାର, ଜୁଲାଇ ୩୦ ତାରିଖ – Daily Horoscope

ମେଷ ଆଜିର ଗ୍ରହଯୋଗ ଆପଣଙ୍କୁ ଅର୍ଥ,ବିଳାସବ୍ୟସନ, ସନ୍ତାନସୁଖ,ନୂତନମୈତ୍ରୀ ସୃଷ୍ଟିକରି ମୁହଁରେ ହସ ଫୁଟାଇବେ। ସାମାନ୍ୟ କଥାରୁ ପାରିବାରିକ ସମସ୍ୟା ଦେଖାଦେଇପାରେ। ଶନି ପ୍ରଭାବରୁ ବିଭିନ୍ନ ଝାମେଲା ମଧ୍ୟରେ…

ରାଶିଫଳ: ବୁଧବାର, ଜୁଲାଇ ୨୯ ତାରିଖ – Daily Horoscope

ମେଷ ବିଭିନ୍ନ ସମସ୍ୟା ମଧ୍ୟରେ କର୍ମକ୍ଷେତ୍ରରେ ଅସ୍ଥିରତା ଲାଗିରହିବ। ପାରିବାରିକ କ୍ଷେତ୍ରରେ ମତାନ୍ତର ଓ ବିତର୍କ ଜନିତ ଅଶାନ୍ତ ପରିସ୍ଥିତିର ଆଶଙ୍କା ଦେଖାଦେବ। ନିଜ ପରିସରର ଭଦ୍ରବ୍ୟକ୍ତିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri