Posted inଖେଳ

ପାକିସ୍ତାନ ସୁପର ଲିଗରୁ ଓହରିଲେ ଆଫଗାନିସ୍ତାନ ଖେଳାଳି; ବଢ଼ିଲା ବିବାଦ

ନୂଆଦିଲ୍ଲୀ,୧୨।୨: ପାକିସ୍ତାନ ସୁପର ଲିଗ୍ (PSL) ର ୧୧ତମ ସଂସ୍କରଣ ନିଲାମ ପୂର୍ବରୁ ବଡ଼ ବିବାଦ ଦେଖାଦେଇଛି। ଆଫଗାନିସ୍ତାନର ଷ୍ଟାର୍ କ୍ରିକେଟରମାନେ ଶେଷ ମୂହୁର୍ତ୍ତରେ ଏହି ନିଲାମରୁ ନିଜ ନାମ ପ୍ରତ୍ୟାହାର କରିନେଇଛନ୍ତି। ଦୁଇ ଦେଶ ମଧ୍ୟରେ ଖରାପ ହେଉଥିବା କୂଟନୈତିକ ସମ୍ପର୍କ ଏବଂ ସୋସିଆଲ ମିଡିଆରେ ଜାରି ରହିଥିବା ବିରୋଧ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଆଫଗାନିସ୍ତାନର ବିସ୍ଫୋରକ ଓପନର୍ ରହମାନୁଲ୍ଲା ଗୁରବାଜଙ୍କୁ ପେଶାୱାର ଜାଲମି ଫ୍ରାଞ୍ଚାଇଜ୍ ସିଧାସଳଖ ଚୁକ୍ତିବଦ୍ଧ କରିବା ପରେ ବିବାଦ ଆରମ୍ଭ ହୋଇଥିଲା। ଏହି ଚୁକ୍ତିକୁ ନେଇ ସୋସିଆଲ ମିଡିଆରେ ପ୍ରବଳ ବିରୋଧ ହେବା ସହ ଗୁରବାଜ ନିଜକୁ ଲିଗ୍‌ରୁ ଦୂରେଇ ରଖିଥିଲେ। ଏହି ଘଟଣା ପରେ ଅନ୍ୟ ଆଫଗାନିସ୍ତାନ ଖେଳାଳିମାନେ ମଧ୍ୟ ସମାନ ପରିସ୍ଥିତିର ସାମ୍ନା କରିବା ଭୟରେ ନିଲାମରୁ ଓହରି ଯାଇଥିଲେ।

ପ୍ରଥମେ ନିଲାମ ପାଇଁ ପଞ୍ଜିକୃତ କରିଥିବା କିନ୍ତୁ ପରେ ଓହରି ଯାଇଥିବା ପ୍ରମୁଖ ଖେଳାଳିମାନେ ହେଲେ ମହମ୍ମଦ ନବୀ, ମୁଜିବ୍ ଉର ରହମାନ, ଫଜଲ ହକ୍ ଫାରୁକି, ସେଦ୍ଦିକୁଲ୍ଲା ଅଟଲ୍ ଏବଂ ୱାକାର ସଲାମଖେଲ୍।

ଏହି ଘଟଣା ପରେ ପିଏସଏଲ୍‌ର ସିଇଓ ସଲମାନ ନାସିର ସ୍ୱୀକାର କରିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ଥିବା ତିକ୍ତ ସମ୍ପର୍କର ପ୍ରଭାବ ନିଲାମ ଉପରେ ପଡ଼ିଛି। ସେ କହିଛନ୍ତି “ଗୁରବାଜଙ୍କୁ ଦଳରେ ସାମିଲ କରିବା ପରେ ସୋସିଆଲ ମିଡିଆରେ ବ୍ୟାପକ ବିରୋଧ ହୋଇଥିଲା। ଏହି କାରଣରୁ ଗୁରବାଜ ନିଜକୁ ବାଦ୍ ଦେଲେ ଏବଂ ଅନ୍ୟ ଖେଳାଳିମାନେ ମଧ୍ୟ ଏହି ବିବାଦରୁ ବର୍ତ୍ତିବା ପାଇଁ ନିଲାମରୁ ଦୂରେଇ ରହିବାକୁ ଶ୍ରେୟସ୍କର ମଣିଲେ।” ତେବେ କିଛି ଆଫଗାନିସ୍ତାନ ଖେଳାଳି ନିଲାମ ତାଲିକାରେ ଥିଲେ ମଧ୍ୟ କୌଣସି ଫ୍ରାଞ୍ଚାଇଜ୍ ସେମାନଙ୍କୁ କିଣିବା ପାଇଁ ଆଗ୍ରହ ଦେଖାଇନଥିବା ସେ ଦାବି କରିଛନ୍ତି।

ଗତ ବର୍ଷ ଶେଷ ଭାଗରେ ପାକିସ୍ତାନ ସେନା ଆଫଗାନିସ୍ତାନର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏୟାର ଷ୍ଟ୍ରାଇକ୍ କରିବା ପରେ ଦୁଇ ଦେଶର ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ଆଫଗାନିସ୍ତାନ ଖେଳାଳିମାନେ ପାକିସ୍ତାନ ସରକାରଙ୍କୁ ସୋସିଆଲ ମିଡିଆରେ କଡ଼ା ସମାଲୋଚନା କରିଥିଲେ, ଯାହା ଏବେ ଖେଳ ମଇଦାନରେ ମଧ୍ୟ ପ୍ରତିଫଳିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?