Posted inଖେଳ

ଟି୨୦ ବିଶ୍ୱକପ: ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କଲା ନାମ୍ବିୟା, ଖେଳିବେନି ଅଭିଷେକ

ନୂଆଦିଲ୍ଲୀ,୧୨।୨: ଟି୨୦ ବିଶ୍ୱକପ ୨୦୨୬ର ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରୁପ୍-ଏ ମ୍ୟାଚରେ ଗୁରୁବାର ଭାରତ ଓ ନାମ୍ବିୟା ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ନାମ୍ବିୟା ଅଧିନାୟକ ଗେରାର୍ଡ ଏରାସମସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତ ପ୍ରଥମେ ବ୍ୟାଟିଂ କରିବ।

ଭାରତୀୟ ଦଳ ପାଇଁ ସବୁଠାରୁ ବଡ଼ ଚିନ୍ତାଜନକ ଖବର ହେଉଛି ଓପନର୍ ଅଭିଷେକ ଶର୍ମାଙ୍କ ଅନୁପସ୍ଥିତି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସୂଚନା ଦେଇଛନ୍ତି ଯେ, ଅଭିଷେକ ଏବେ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ନାହାନ୍ତି ଏବଂ ସେ ଆଗାମୀ ଏକ କିମ୍ବା ଦୁଇଟି ମ୍ୟାଚ୍ ଖେଳିନପାରନ୍ତି। ତାଙ୍କ ସ୍ଥାନରେ ବିସ୍ଫୋରକ ବ୍ୟାଟର ସଞ୍ଜୁ ସାମସନଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି।

ନାମ୍ବିୟା ବିପକ୍ଷ ଏହି ମ୍ୟାଚ୍ ପାଇଁ ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ସଞ୍ଜୁ ସାମସନ ଅଭିଷେକ ଶର୍ମାଙ୍କ ବଦଳରେ ସୁଯୋଗ ପାଇଛନ୍ତି। ଜସପ୍ରୀତ ବୁମ୍ରା ମହମ୍ମଦ ସିରାଜଙ୍କ ସ୍ଥାନରେ ଷ୍ଟାର୍ ପେସର ବୁମ୍ରା ଦଳକୁ ଫେରିଛନ୍ତି।

ଟସ୍ ପରେ ସୂର୍ଯ୍ୟକୁମାର ଯାଦବ କହିଛନ୍ତି, “ଆମେ ପ୍ରଥମେ ବ୍ୟାଟିଂ କରିବାକୁ ଚାହୁଁଥିଲୁ, ତେଣୁ ଆମେ ଖୁସି। ସନ୍ଧ୍ୟାରେ କାକର ଏକ ବଡ଼ ଭୂମିକା ଗ୍ରହଣ କରିବ, କିନ୍ତୁ ପ୍ରଥମେ ବ୍ୟାଟିଂ କରି ବଡ ସ୍କୋର କରିବା ଦ୍ୱାରା ଆତ୍ମବିଶ୍ୱାସ ବଢ଼ିଥାଏ।”

ଭାରତ: ସଞ୍ଜୁ ସାମସନ, ଇଶାନ କିଷାନ (ଉଇକେଟ ରକ୍ଷକ), ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂହ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମ୍ରା ।

ନାମ୍ବିୟା: ଲୋରେନ ଷ୍ଟିନକାମ୍ପ, ଜାନ ଫ୍ରାଇଲିଙ୍କ, ଜେ.ଏନ. ଲଫ୍ଟି-ଇଟନ, ଗେରାର୍ଡ ଏରାସମସ (ଅଧିନାୟକ), ଜେ.ଜେ. ସ୍ମିଟ୍, ଜେନ ଗ୍ରୀନ (ଉଇକେଟ ରକ୍ଷକ), ରୁବେନ ଟ୍ରମ୍ପେଲମ୍ୟାନ, ମାଲାନ କ୍ରୁଗର, ବର୍ଣ୍ଣାଡ ସ୍କୋଲ୍ଟଜ, ବେନ ସିକୋଙ୍ଗୋ, ମ୍ୟାକ୍ସ ହେଙ୍ଗୋ ।


Enter your email to get our daily news in your inbox.

All Right Reserved By Dharitri.Com

୪୫ହଜାର ଟଙ୍କା ଖସିଲାଣି ସୁନାଦର, ଆଗକୁ ଲକ୍ଷେ ତଳକୁ ଖସିବ? ବିଶେଷଜ୍ଞଙ୍କ ବଡ଼ ବୟାନ

ଭୁବନେଶ୍ୱର, ୩୦।୬: ଗତ ପ୍ରାୟ ଏକ ବର୍ଷ ଧରି ସୁନା ବଜାରରେ ଲାଗି ରହିଥିବା ଅପ୍ରତ୍ୟାଶିତ ସୁନାମି ଏବେ ଶାନ୍ତ ପଡ଼ିଛି। ଲଗାତାର ଭାବେ ବୃଦ୍ଧି ପାଇ…

ଭିମସାର କର୍ମଚାରୀଙ୍କ ଅଚଳାଚଳ ସମ୍ପତ୍ତି ଠାବ:୧୦ ମୂଲ୍ୟବାନ ପ୍ଲଟ ସହ ବିପୁଳ ଟଙ୍କା

ସମ୍ବଲପୁର,୩୦।୬(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମସାର)ର ଷ୍ଟେୱାର୍ଡ ଅଶ୍ୱିନୀ ମେହେରଙ୍କ ନାମରେ ଆୟବର୍ହିଭୂତ ସମ୍ପତ୍ତି ଠାବ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ…

ସଂସଦର ସବୁଠାରୁ ଧନୀ ଏମ୍ପି କିଏ? ଜାଣନ୍ତୁ କେଉଁ ଦଳ ସବୁଠାରୁ ଅଧିକ ମାଲାମାଲ୍!

ନୂଆଦିଲ୍ଲୀ,୩୦।୬: ଦେଶର ସଂସଦରେ ରାଜନୀତି ସହିତ ସମ୍ପତ୍ତିର ପରିମାଣ ମଧ୍ୟ ନୂଆ ରେକର୍ଡ ସୃଷ୍ଟି କରୁଛି। ଗୋଟିଏ ପଟେ ଲୋକ ସଭାରେ କୋଟିପତି ଏମ୍ପିଙ୍କ ସଂଖ୍ୟା କ୍ରମାଗତ…

ବିଶ୍ୱକପରୁ ବାଦ ପଡ଼ିଲା ଜର୍ମାନୀ

ବୋଷ୍ଟନ,୩୦।୬: ଫିଫା ବିଶ୍ୱକପ୍‌ ୨୦୨୬ରେ ଏକ ବଡ଼ ବିପର୍ଯ୍ୟୟ ଘଟିଛି। ୪ ଥରର ଚାମ୍ପିୟନ ଜର୍ମାନୀ ବିଶ୍ୱକପର ରାଉଣ୍ଡ ଅଫ୍‌ ’32’ରୁ ପାରାଗୁଏ ବିପକ୍ଷରେ ପରାଜୟ ବରଣ…

ବାବୁଙ୍କ ଘରେ ବିଡ଼ା ବିଡ଼ା ଟଙ୍କା ଦେଖି ଭିଜିଲାନ୍ସ ଚକିତ: ୨୦ରୁ ଅଧିକରୁ ପ୍ଲଟ୍‌ ସହ ଘରୁ ମିଳିଲା…

ସମ୍ବଲପୁର,୩୦।୬(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମସାର)ର ପ୍ରତିଷ୍ଠାନ(ଏଷ୍ଟାବ୍ଲିଶମେଣ୍ଟ) ଅଧିକାରୀ ତଥା କାର୍ଯ୍ୟାଳୟ ଅଧିକ୍ଷକ ଧନୁର୍ଦ୍ଧର ବିଶ୍ୱାଳଙ୍କ ନାମରେ ଆୟ ବର୍ହିଭୂତ…

ବଢିଲା ରବି ଧାନ ସଂଗ୍ରହ ଅବଧି: ଯୋଗାଣ ମନ୍ତ୍ରୀ ଦେଲେ ବଡ଼ ସୂଚନା

ଭୁବନେଶ୍ୱର,୩୦।୬: ରବି ଧାନ ସଂଗ୍ରହ ଅବଧି ଜୁଲାଇ ୩ ତାରିଖ ଯାଏ ବୃଦ୍ଧି କରିଛନ୍ତି ସରକାର। ଅବଧି ବୃଦ୍ଧି ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା…

Women’s T20 World Cup 2026 Prize Money: ବିଜୟୀ ଟିମ ଉପରେ ହେବ କୋଟି କୋଟି ଟଙ୍କା ବର୍ଷା, ଉପ ବିଜେତାବି ହେବେ ମାଲାମାଲ

ନୂଆଦିଲ୍ଲୀ,୩୦।୬: ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ବହୁ ପୂର୍ବରୁ ICC ମହିଳା T20 ବିଶ୍ୱକପ 2026 ପାଇଁ ପୁରସ୍କାର ରାଶି ଘୋଷଣା କରିଥିଲା। ଏହି ସଂସ୍କରଣ ପାଇଁ ମୋଟ…

ଧାର୍ମିକ ଦୁର୍ନୀତି

ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ବାବ୍ରୀ ମସ୍‌ଜିଦ୍‌ ବିବାଦରେ ସମାଧାନ ଘଟିବା ପରେ ସେହି ସ୍ଥାନରେ ଶ୍ରୀରାମ ମନ୍ଦିର ସ୍ଥାପନ ହୋଇ ୨୨ ଜାନୁଆରୀ ୨୦୨୪ରେ ରାମଲାଲାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri