Posted inଖେଳ

କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କଲେ ଫ୍ରାନ୍ସ ରାଷ୍ଟ୍ରଦୂତ ଇମାନୁଏଲ

ଭୁବନେଶ୍ୱର,୬।୩(ସ୍ପୋଟର୍‌ସ ବ୍ୟୁରୋ): ଭାରତରେ ନିଯୁକ୍ତ ଫ୍ରାନ୍ସ ରାଷ୍ଟ୍ରଦୂତ ଇମାନୁଏଲ ଲେନାନ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି। ଜାଭିୟର ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟ ଆଣ୍ଡ ବିଜ୍‌ନେସ୍‌ (ଏକ୍ସଆଇଏମ୍‌ବି)ସ୍ଥିତ ସ୍ପୋଟର୍‌ସ ଇଣ୍ଡଷ୍ଟ୍ରି ମ୍ୟାନେଜମେଣ୍ଟ ଅଫ୍‌ ଜାଭିୟର ଏମିଲନ ବିଜ୍‌ନେସ ସ୍କୁଲ (ଏକ୍ସଇବିଏସ୍‌)ରେ ଦେଶର ପ୍ରଥମ ଇଣ୍ଡୋ ଫ୍ରେଞ୍ଚ୍‌ ଡୁଆଲ ଡିଗ୍ରୀ ମାଷ୍ଟର୍ସ ପ୍ରୋଗ୍ରାମ ଲଞ୍ଚ୍‌ କରିବା ପରେ ସେ ଶୁକ୍ରବାର କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରିଥିଲେ। ଇମାନୁଏଲଙ୍କ ସମେତ କନ୍‌ସୁଲ ଜେନେରାଲ, କୋଲକାତାରେ ନିୟୋଜିତ ଫ୍ରାନ୍ସର କନସୁଲେଟ୍‌ ଜେନେରାଲ ଭିର୍ଜିନ କୋର୍ଟେଭାଲ, ଏକ୍ସଇବିଏସ୍‌ର ଅଧିକାରୀ ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଅଧିକାରୀମାନେ କଳିଙ୍ଗ ଷ୍ଟାଡିୟମ କମ୍ପ୍ଲେକ୍ସ ବୁଲି ଦେଖିଥିଲେ। ସେଠାରେ କ୍ରୀଡ଼ା ବିଭାଗ ସ୍ବତନ୍ତ୍ର ସଚିବ ଆର. ଭିନିଲ କ୍ରିଷ୍ଣା କ୍ରୀଡ଼ାର ଉନ୍ନତି ପାଇଁ ଓଡ଼ିଶାର ସ୍ବତନ୍ତ୍ର ପ୍ରୟାସ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଅନ୍ୟ ରାଜ୍ୟଗୁଡିକଠାରୁ ଓଡ଼ିଶା କିଭଳି ନୂଆ ପ୍ରୟାସ ଆରମ୍ଭ କରିଛି ସେ ବିଷୟରେ କହିଥିଲେ। ଇମାନୁଏଲ ହାଇପରଫର୍ମାନ୍ସ ସେଣ୍ଟର (ଏଚ୍‌ପିସି)- ଓଡ଼ିଶା ନାଭାଲ ଟାଟା ହକି ହାଇପରଫର୍ମାନ୍ସ ସେଣ୍ଟର ଓ ଅଭିନବ ବିନ୍ଦ୍ରା ଟାର୍ଗେଟିଂ ପରଫର୍ମାନ୍ସ (ଏବିଟିବି) ଗସ୍ତ କରିଥିଲେ।
ହକି ହାଇପରଫର୍ମାନ୍ସ ସେଣ୍ଟରରେ ଇମାନୁଏଲ ଟ୍ରେନି କ୍ୟାଡେଟ୍‌ମାନଙ୍କ ସହ ଆଲୋଚନା କରିଥିଲେ ଓ ହକି ଷ୍ଟିକ୍‌ରେ କେତୋଟି ଶଟ୍‌ ମାରିଥିଲେ। ଇମାନୁଏଲଙ୍କ ଉପସ୍ଥିତିରେ ଖେଳାଳିମାନେ ବେଶ୍‌ ଉତ୍ସାହିତ ହୋଇଥିଲେ। ଏଚ୍‌ପିସି ପ୍ରୋଜେକ୍ଟ ଡାଇରେକ୍ଟର ରାଜୀବ ସେଠ ଓଡ଼ିଶା ହକିର ଇକୋସିଷ୍ଟମ୍‌ ନେଇ ବିସ୍ତୃତ ଭାବେ ସୂଚନା ଦେଇଥିଲେ। କ୍ୟାଡେଟ୍‌ମାନଙ୍କୁ ଉତ୍ସାହିତ କରିବା ପାଇଁ ଇମାନୁଏଲ ମଧ୍ୟ କିଛି କହିଥିଲେ।
ଏହାପରେ ଏଟିବିପି ସ୍ପୋଟର୍‌ସ ସାଇନ୍ସ ସେଣ୍ଟରରେ ସେ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରାଙ୍କ ସହ ଭର୍ଚୁଆଲ ଭାବେ କଥା ହୋଇଥିଲେ। ସେଣ୍ଟର ମୁଖ୍ୟ ପ୍ରଦୀପ ପିଲେ ବାୟୋ ମେକାନିକାଲ ଆସେସମେଣ୍ଟ ଓ ରିହାବିଲିଟେଶନ ସୁବିଧା ସୁଯୋଗ ନେଇ ବିସ୍ତୃତ ବିବରଣୀ ଦେଇଥିଲେ। ଶେଷରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପ୍ରମୁଖ ସଚିବ ବିଶାଳ କୁମାର ଦେବ ରାଜ୍ୟରେ କ୍ରୀଡ଼ାର ଯାତ୍ରା ସମ୍ପର୍କରେ ବିବରଣୀ ଦେଇଥିଲେ। ରାଜ୍ୟରେ କିପରି କ୍ରୀଡ଼ାର ବିଶ୍ୱସ୍ତରୀୟ ଭିତ୍ତିଭୂମି ବିକାଶ ହୋଇଛି ଏବଂ ହାଇପରଫର୍ମାନ୍ସ ସେଣ୍ଟର ଓ ଗ୍ରାସ୍‌ରୁଟ ପ୍ରୋଗ୍ରାମ ସମ୍ପର୍କରେ ଇମାନୁଏଲଙ୍କୁ ବୁଝାଇଥିଲେ। କଳିଙ୍ଗ ଷ୍ଟାଡିୟମରେ ଥିବା ଭିତ୍ତିଭୂମି ଓ ସୁବିଧା ସୁଯୋଗ ଦେଖି ସେ ଆନନ୍ଦିତ ହୋଇଥିଲେ ଓ ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିବାହ ପୂର୍ବରୁ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିଲେ ଧୋନୀ, ଜାଣିଲେ…

ନୂଆଦିଲ୍ଲୀ,୨୦।୪: ମହେନ୍ଦ୍ର ସିଂ ଧୋନି ଆଜିକାଲି ଆଇପିଏଲ୨୦୨୪ରେ ଖେଳୁଥିବା ନଜର ଆସିଛନ୍ତି । ଧୋନୀ ଚଳିତ ସିଜନରେ ଚେନ୍ନାଇ ପାଇଁ ଅଧିନାୟକ ଭାବରେ ନୁହେଁ ବରଂ...

ଋତୁରାଜ-ରାହୁଲଙ୍କ ଉପରେ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ଗୋଟିଏ ଭୁଲ ଯୋଗୁ ଦେବାକୁ ପଡ଼ିଲା ଜରିମାନା

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ ଦିନକୁ ଦିନ ଅଧିକ ରୋମାଞ୍ଚକର ହୋଇଯାଉଛି। ଟୁର୍ନାମେଣ୍ଟର ୩୪ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ...

ଚେନ୍ନାଇର ସମ୍ମାନଜନକ ସ୍କୋର

ଲକ୍ଷ୍ନୌ, ୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସମ୍ମାନଜନକ ସ୍କୋର କରିଛି। ରବୀନ୍ଦ୍ର...

ସେମିଫାଇନାଲରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୦।୪(ତପନ ସ୍ବାଇଁ): ଇତିହାସ ରଚିଲା ଓଡ଼ିଶା ଏଫ୍‌ସି। ଅତିରିକ୍ତ ସମୟରେ ଇସାକ ଭନଲାଲରୁଆତଫେଲାଙ୍କ ଗୋଲ ବଳରେ ଓଡ଼ିଶା ଏଫ୍‌ସି ପ୍ରଥମଥର ପାଇଁ ଇଣ୍ଡିଆନ ସୁପର...

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri