୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ମାଗଣା ରାଶନ…

ନୂଆଦିଲ୍ଲୀ,୨୪।୧୧: ଏବେ ଆସନ୍ତା ୨୦୨୨ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଗରିବ ଲୋକଙ୍କୁ ମାଗଣା ରାଶନ ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି। ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅନ୍ତର୍ଗତ ଆରମ୍ଭ ହୋଇଥିବା ଏହି ଯୋଜନାର ସମୟ ସୀମା ୩୦ ନଭେମ୍ବରରେ ଶେଷ ହେଉଥିଲା। କରୋନା ମହାମାରୀ ଯୋଗୁ ଗରିବ ଲୋକଙ୍କ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ଯୋଜନା ଲାଗୁ କରାଯାଇଥିଲା। କ୍ୟାବିନେଟ ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ଅନୁରାଗ ଠାକୁର କହିଛନ୍ତି ଯେ ଏଥିପାଇଁ  ଅତିରିକ୍ତ ୫,୩୩୪୪ କୋଟି ଟଙ୍କା ଖର୍ଚ୍ଚ ହେବ।

ଏହି ଯୋଜନାରେ ପ୍ରାୟ ୮୦ କୋଟି ଲୋକ ଉପକୃତ ହେବେ। ଏପର୍ଯ୍ୟନ୍ତ ୬୦୦ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟକୁ ଏଥିପାଇଁ ଅନୁମୋଦନ ମିଳିଛି । ଏହି ଯୋଜନାର କାର୍ଯ୍ୟକାଳ ବଢ଼ାଇବା ଦ୍ୱାରା ଯୋଜନାରେ ମୋଟ ୨.୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ।

ଏହି ଯୋଜନାରେ ଗରିବ ଲୋକଙ୍କୁ ଜଣପିଛା ମାସକୁ ୫ କିଲୋଗ୍ରାମ୍‌ ଖାଦ୍ୟଶସ୍ୟ ମାଗଣାରେ ଯୋଗାଇ ଦିଆଯାଉଛି।

ଅନୁରାଗ ଠାକୁର କହିଛନ୍ତି ଯେ ତିନି କୃଷି ଆଇନ ପ୍ରତ୍ୟାହାର ପାଇଁ କ୍ୟାବିନେଟ ମଧ୍ୟ ଏକ ବିଲ ଅନୁମୋଦନ କରିଛି। ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପରେ ଏହି ବିଲ ସଂସଦରେ ଆଗତ ହେବ। ଏଥିସହ ଏମଏସପିକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ଏକ କମିଟି ଗଠନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିବା ସେ ସୂଚନା ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

ଭାଜପା ସହ ବଡ଼ ଗେମ ଖେଳିଦେଲେ ଡିକେ ଶିବକୁମାର! କ୍ରସ-ଭୋଟିଂ କରି ୫ ଆସନ ହାସଲ କଲେ

ବେଙ୍ଗାଲୁରୁ,୧୮।୬: ଡି.କେ. ଶିବକୁମାର କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନୀ ପ୍ରତିଯୋଗିତାରେ, ଗୁରୁବାର (ଜୁନ ୧୮, ୨୦୨୬) ଶାସକ କଂଗ୍ରେସ ଦଳ ସାତଟି ବିଧାନସଭା ପରିଷଦ…

ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ବରିଷ୍ଠ IPS ଦୟାଲ ଗଙ୍ଗଓ୍ବାର ସସ୍‌ପେଣ୍ଡ

ଭୁବନେଶ୍ୱର,୧୮।୬: ବହୁ ଚର୍ଚ୍ଚିତ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ରାଜ୍ୟ ପୋଲିସ ବିଭାଗ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବରିଷ୍ଠ ଆଇପିଏସ (IPS) ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ…

NEET ମାମଲାରେ ଟେଲିଗ୍ରାମ ବନାମ ସରକାର: ସରକାର ହ୍ବାଟସଆପ-ଫେସବୁକକୁ ଛାଡି କେବଳ ଟେଲିଗ୍ରାମକୁ କାହିଁକି ବ୍ୟାନ କଲେ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୧୮।୬: NEET ପେପର୍‌ ଲିକ ମାମଲା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ଭାରତ ସରକାର ବୁଧବାର ଟେଲିଗ୍ରାମ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଛନ୍ତି। ଜୁନ ୨୨…

ଭାଜପାରେ ଯୋଗଦେବେ ହେମନ୍ତ ସୋରେନ! NDA ବିଧାୟକ ଦେଲେ ବଡ଼ ଅଫର

ରାଞ୍ଚି,୧୮।୬: ଝାଡ଼ଖଣ୍ଡରେ ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂ ପରେ, ଭାଜପା ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ପରିମଳ ନାଥୱାନୀ ବିଜୟୀ ହୋଇଥିଲେ। କଂଗ୍ରେସକୁ ଝଟକା ଲାଗିଥିଲା କାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri