Posted inଫୁରସତ

ଗୋବରରୁ ଉତ୍ପନ୍ନ ହେବ ବିଜୁଳି

ଗାଈ ଗୋବରର ଉପକାରିତା ବିଷୟରେ ବହୁତ ଶୁଣିଥିବେ। ବାୟୋଗ୍ୟାସ, ଗୋବର ଗ୍ୟାସ, ଖତ ଏବଂ ଗୋବରରୁ ଦୀପ ତିଆରି ହୋଇଥିବା ସମ୍ପର୍କରେ ବି ପୂର୍ବରୁ ଜାଣିଥିବେ। ଏଥିସହିତ କିଛି ଲୋକ ଗୋବର ଖାଇବାର ଉପକାରିତା ବିଷୟରେ ମଧ୍ୟ କହିଥିବା ଶୁଣିଥିବେ। ନିକଟରେ ଜଣେ ଡାକ୍ତରଙ୍କ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓରେ ଡାକ୍ତର ଜଣକ ଗୋବର ଖାଇବାର ଉପକାରିତା ବିଷୟରେ କହୁଥିବାର ନଜର ଆସିଥିଲେ।

ଏତେସବୁ ପରେ ଏବେ ଗୋବର ବିଷୟରେ ଆଉ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ଗୋବରରୁ ବର୍ତ୍ତମାନ ବିଦ୍ୟୁତ୍‌ ଉତ୍ପନ୍ନ ହେବ। ବ୍ରିଟିଶ କୃଷକମାନେ ଗୋବରରୁ ବିଦ୍ୟୁତ ପାଇଁ ଏକ ବିକଳ୍ପ ପ୍ରସ୍ତୁତ କରିଛନ୍ତି। କୃଷକଙ୍କ ଏକ ଗୋଷ୍ଠୀ ଅନୁଯାୟୀ, ସେମାନେ ଗୋବରରୁ ଏପରି ପାଉଡର ପ୍ରସ୍ତୁତ କରିଛନ୍ତି, ଯେଉଁଥିରୁ ବ୍ୟାଟେରୀ ତିଆରି ହୋଇପାରିବ।

ବ୍ରିଟେନର କୃଷକମାନେ ଏକ କିଲୋଗ୍ରାମ ଗୋବରରୁ ପର୍ଯ୍ୟାପ୍ତ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ କରିଛନ୍ତି, ଯାହା କ୍ରମାଗତ ଭାବରେ ୫ ଘଣ୍ଟା ପାଇଁ ଏକ ଭ୍ୟାକ୍ୟୁମ୍‌ କ୍ଲିନର୍‌ ଚାଲିପାରବ। ଗୋବରର ପାଉଡର ତିଆରି କରି ଏହି ବ୍ୟାଟେରୀ ପ୍ରସ୍ତୁତ କରାଯାଇଛି। ଗୋବରରୁ ଅତି କମ୍‌ରେ ତିନୋଟି ଘର ବର୍ଷସାରା ଆରାମରେ ବିଦ୍ୟୁତ୍‌ ପାଇପାରିବେ। ଏହା ବ୍ୟତୀତ କେବଳ ଏକ କିଲୋଗ୍ରାମ ଗୋବରରୁ ୩.୭୫ କିଲୋୱାଟ ବିଦ୍ୟୁତ୍‌ ଉତ୍ପାଦନ ହୋଇପାରିବ। ଏଭଳି ପରିସ୍ଥିତିରେ ଯଦି ୪, ୬୦,୦୦୦ ଗାଈଙ୍କ ଗୋବରରୁ ବିଦ୍ୟୁତ୍‌ ତିଆରି ହୁଏ, ତେବେ ୧୨ ଲକ୍ଷ ଘରକୁ ବିଦ୍ୟୁତ୍‌ ଯୋଗାଣ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ମୂଳାର ଉପକାରିତା

ମୂଳା ଖାଇବା ଦ୍ୱାରା ଶରୀରକୁ ଅନେକ ଉପକାର ମିଳେ। କାରଣ ଏଥିରେ ଭରି ରହିଥାଏ ଭିଟାମିନ୍‌ ସି ସମେତ ଅନେକ ଉପକାରୀ ପୋଷଣ ତତ୍ତ୍ୱ; ଯଦ୍ଦ୍ବାରା...

୫ ବର୍ଷଧରି ଯୁବତୀଙ୍କୁ ରଖାଯାଇଛି ପଞ୍ଜୁରୀରେ, କାରଣ ଜାଣିଲେ…

୫ ବର୍ଷ ଧରି ଫିଲିପାଇନ୍ସର ଜଣେ ମହିଳାଙ୍କୁ ଏକ ପଞ୍ଜୁରୀରେ ରଖାଯାଇଛି। ଯଦିଓ ତାଙ୍କ ପରିବାର ଲୋକେ ଦାବି କରିଛନ୍ତି ଯେ, ଏହା ତାଙ୍କ ସୁରକ୍ଷା...

ବଧିରଙ୍କୁ କର୍ମ ନିଯୁକ୍ତି ଦେବା ପାଇଁ ‘ସାଇଲେଣ୍ଟ କାଫେ’

ବଧିର ବ୍ୟକ୍ତିମାନଙ୍କୁ କର୍ମନିଯୁକ୍ତି ଦେବା ପାଇଁ ଷ୍ଟାରବକ୍ସ ନାମକ ଏକ କମ୍ପାନୀ ଏଇ କିଛିଦିନ ତଳେ ଚାଇନାର ଗୁଆଙ୍ଗଝୁଠାରେ ସାଇଲେଣ୍ଟ କାଫେର ଶୁଭାରମ୍ଭ କରିଛି। ଏହି...

ମାଟ୍ରିକ ପରୀକ୍ଷା ଦେବାକୁ ଆସିଥିଲେ ଛାତ୍ରୀ, ହଠାତ୍‌ ପ୍ରେମିକଙ୍କୁ ଦେଖି କରିନେଲେ ବିବାହ

ପାଟଣା,୨୧।୨: ବିହାରର କଟିହାରରେ ଅଜବ ପ୍ରେମର ଏକ ଗଜବ କାହାଣୀ ଦେଖିବାକୁ ମିଳିଛି। ଜଣେ ଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାକୁ ସେଣ୍ଟରକୁ ଆସିଥିଲେ। ଉକ୍ତ ସେଣ୍ଟରକୁ...

ଜୋମାଟୋ-ସ୍ବିଗୀ ଡେଲିଭରୀ ବୟଙ୍କ ବନ୍ଧୁତା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ…

ନୂଆଦିଲ୍ଲୀ,୧୭।୭ : ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜୋମାଟୋ-ସ୍ବିଗୀ ଡେଲିଭରୀ ବୟଙ୍କ ବନ୍ଧୁତା ଦେଖିବାକୁ ମିଳୁଛି। ୮ ସେକେଣ୍ଡର...

କଲ୍‌ଗର୍ଲ କରୁଛନ୍ତି ଲୋକଙ୍କ କରୋନା ଟେଷ୍ଟ, ବେଶ୍ୟାଳୟ ପାଲଟିଛି କୋଭିଡ୍‌ ସେଣ୍ଟର

ବର୍ଲିନ,୧୨।୫: କରୋନା ଭାଇରସ ସମଗ୍ର ବିଶ୍ୱକୁ କବଳିତ କରିରଖିଛି। ପ୍ରତ୍ୟେକ ମଣିଷ ନିଜ ନିଜ ସ୍ତରରେ ଏହି ମହାମାରୀ ସହ ଲଢ଼ିବା ପାଇଁ ପ୍ରୟାସ ଜାରି...

ନାଗୁଣୀକୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲା ନାଗ, ଚର୍ଚ୍ଚାରେ ଅନନ୍ୟ ପ୍ରେମକାହାଣୀ

ମଣିଷର ପ୍ରେମକାହାଣୀ ବିଷୟରେ ଆପଣ ଶୁଣିଥିବେ, ହେଲେ ବିହାରର ଗୋପାଳଗଞ୍ଜ ଜିଲାର ଭୋରେ ବ୍ଲକ ଅଞ୍ଚଳରେ ନାଗ-ନାଗୁଣୀଙ୍କ ପ୍ରେମକାହାଣୀ ଚର୍ଚ୍ଚାର ବିଷୟ ପାଲଟିଛି। ଜିଲାର ଭୋପାଟପୁରା...

କେହି ମାଲିକଙ୍କ ଘର କବାଟ ବାଡେଇଲେ ଛାତ ଉପରୁ ଥାଇ ଇଟା ଫିଙ୍ଗିଥାଏ ଏହି କୁକୁର; ଏବେ ଘଟିଲା କିଛି…

ପଶୁମାନଙ୍କ ମଧ୍ୟରେ ସବୁଠାରୁ ବିଶ୍ୱାସୀ କୁକୁର ବୋଲି କୁହାଯାଏ। କାରଣ ସେ ମାଲିକର ସୁରକ୍ଷା କରିବା ସହ ତାଙ୍କର ସବୁକଥା ଅକ୍ଷରେ ଅକ୍ଷରେ ପାଳନ କରିଥାଏ।...

Advertisement
Archives

Model This Week