ମାଗଣା ଓ ମହରଗ

ଡ.ପ୍ରଫୁଲ୍ଲ କୁମାର ସାହୁ

ଏବେ ଭୟଙ୍କର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି ଶ୍ରୀଲଙ୍କା। ଖାଦ୍ୟପଦାର୍ଥ, ତୈଳ, ରନ୍ଧନ ଗ୍ୟାସ୍‌, ଔଷଧ ଓ ଦୁଗ୍ଧ ଇତ୍ୟାଦି ଅତ୍ୟାବଶ୍ୟକ ଜିନିଷର ଘୋର ଅଭାବ। ଦର ଆକାଶଛୁଆଁ । ଶ୍ରୀଲଙ୍କା ମୁଦ୍ରା ରୁପିରେ ଚାଉଳ କିଲୋ ୨ଶହ ଓ ରୋଷେଇ ଗ୍ୟାସ୍‌ ୪ ହଜାର ଉପରେ। ଶହେ ଟଙ୍କା ଦେବାକୁ ପଡୁଛି କପେ ଚା’ ପିଇବା ପାଇଁ। ଅତି ଦୟନୀୟ ଅବସ୍ଥା। କୁହାଯାଉଛି ଦୀର୍ଘଦିନ ପର୍ଯ୍ୟନ୍ତ କ୍ଷମତାରେ ରହିବା ଲକ୍ଷ୍ୟରେ ସେଠାକାର ସରକାର ବହୁ ସଂଖ୍ୟାରେ ମାଗଣା ବାଣ୍ଟିବା ଯୋଜନା ଚଳାଇ ରଖିବା ଫଳରେ ଏଭଳି ଆର୍ଥିକ ସଙ୍କଟ ଭିତରକୁ ଠେଲି ହୋଇଗଲା ଦେଶ।
ଶ୍ରୀଲଙ୍କାରେ ଏହି ଆର୍ଥିକ ପରିସ୍ଥିତିକୁ ନେଇ ଆମ ଦେଶରେ ଏବେ ଜୋର୍‌ ଧରିଛି ଚର୍ଚ୍ଚା। ଏଠାରେ ହୁ ହୁ ହୋଇ ବଢୁଥିବା ଦରଦାମ୍‌କୁ ଦେଖି ଭାରତରେ ଶ୍ରୀଲଙ୍କା ପରିସ୍ଥିତି ଉପୁଜିପାରେ ବୋଲି ଆଶଙ୍କା ବ୍ୟକ୍ତ କଲେଣି ଅନେକ ଲୋକ। କେବଳ ସାଧାରଣ ଲୋକ ନୁହନ୍ତି, ମାଗଣା ବଣ୍ଟନ ବ୍ୟବସ୍ଥାକୁ ନେଇ ଉଦ୍‌ବେଗ ପ୍ରକାଶ କଲେଣି ଅନେକ ବରିଷ୍ଠ ପ୍ରଶାସନିକ ଅଧିକାରୀ। ସେମାନଙ୍କ ଆଶଙ୍କା ଅନୁଯାୟୀ ବିଭିନ୍ନ ରାଜ୍ୟରେ ଚାଲିଥିବା ମାଗଣା ବଣ୍ଟନ ବ୍ୟବସ୍ଥା ଯୋଗୁ ସମ୍ପୃକ୍ତ ରାଜ୍ୟ ଋଣଯନ୍ତାରେ ପଡ଼ିବା ସଙ୍ଗେ ସଙ୍ଗେ ସଙ୍କଟ ଭିତରକୁ ଟାଣି ହୋଇଯିବ ଜାତୀୟ ଅର୍ଥନୀତି। ସେମାନଙ୍କ ଆଶଙ୍କା ସତ ହୋଇପାରେ, ମାତ୍ର ସେମାନେ କହିବାକୁ ଭୁଲି ଯାଇଛନ୍ତି କେବଳ ରାଜ୍ୟଗୁଡ଼ିକ ନୁହନ୍ତି, କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ବଣ୍ଟା ଯାଉଛି ମାଗଣା ରାଶନ, ଗ୍ୟାସ୍‌ ସଂଯୋଗ, ପକ୍କା ଘର, ବିଦ୍ୟୁତ୍‌, ଶୌଚାଳୟ ଓ ସ୍ବାସ୍ଥ୍ୟବୀମା ଆଦି ଯୋଜନା।
ସାଧାରଣତଃ ଦାରିଦ୍ର୍ୟ ଦୂରୀକରଣ ଲକ୍ଷ୍ୟରେ କାର୍ଯ୍ୟକାରୀ ହୁଏ କଲ୍ୟାଣକାରୀ ଯୋଜନା। ଗୋଟିଏ ଦଶନ୍ଧି ପୂର୍ବରୁ ପ୍ରତିଦିନ ଖବରକାଗଜରେ ପୃଷ୍ଠା ମଣ୍ଡନ କରୁଥିଲା ଅନାହାର ମୃତ୍ୟୁ। ତା’ର ପ୍ରତିକାର ପାଇଁ ୨୦୧୩ରେ ପ୍ରଣୟନ ହେଲା ଖାଦ୍ୟ ସୁରକ୍ଷା ଆଇନ। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ମାଗଣାରେ କିମ୍ବା ରିହାତି ଦରରେ ମିଳିଲା ଚାଉଳ ଓ ଗହମ ଇତ୍ୟାଦି ଖାଦ୍ୟଶସ୍ୟ। ଏହାଦ୍ୱାରା ଦେଶର ମଥାରୁ ଅନାହାର ମୃତ୍ୟୁଜନିତ କଳଙ୍କ ଲିଭିଲା ସତ କିନ୍ତୁ ହଟିଲାନି ଦାରିଦ୍ର୍ୟ। କେବଳ ଖାଦ୍ୟ ସୁରକ୍ଷା ଆଇନ ନୁହେଁ, ସ୍ବାଧୀନତା ପରଠାରୁ ଗରିବ ହଟେଇବା ପାଇଁ ଦେଶରେ କାର୍ଯ୍ୟକାରୀ ହୋଇଛି ଯୋଜନା ପରେ ଯୋଜନା। ମାତ୍ର ଏତେସବୁ ଯୋଜନା ସତ୍ତ୍ୱେ ଗରିବ ଓ ଗରିବୀ ବାଟ ଚାଲିଛନ୍ତି ହାତ ଧରାଧରି ହୋଇ। ମନରେ ପ୍ରଶ୍ନ ଉଠେ କ’ଣ ପାଇଁ ହଟୁନି ଦାରିଦ୍ର୍ୟ? କାହିଁକି ଲମ୍ବି ଲମ୍ବି ଯାଉଛି ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ତାଲିକା? ବିଶେଷଜ୍ଞଙ୍କ ମତରେ ଏହାର ମୂଳ କାରଣ ହେଉଛି କଲ୍ୟାଣକାରୀ ଯୋଜନାର ନକାରାମତ୍କ ପ୍ରଭାବ। ଅନ୍ୟଭାବରେ କହିଲେ କଲ୍ୟାଣକାରୀ ଯୋଜନାର ଆଭିମୁଖ୍ୟ ଅର୍ଥନୀତିକୁ ଛାଡ଼ି ରାଜନୀତିକୁ ଜାବୁଡ଼ି ଧରିବା ଫଳରେ ବାଟବଣା ହେଉଛି ଯୋଜନା। ଏକଥା ସତ୍ୟ ଯେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଦେବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ବିଶେଷ କରି ଭିନ୍ନକ୍ଷମ ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ଓ ବିଧବା ଭତ୍ତା ଆଦି ନିର୍ଦ୍ଦିଷ୍ଟ ବର୍ଗ ପାଇଁ ଉଦ୍ଦିଷ୍ଟ ଯୋଜନାଗୁଡ଼ିକୁ ଚଳେଇ ରଖିବା ସରକାରଙ୍କର ପ୍ରାଥମିକ ଦାୟିତ୍ୱ। ସାଧାରଣତଃ ଏସବୁ ଯୋଜନା ସମ୍ପର୍କରେ ସରକାର ସଂସଦ ବା ବିଧାନସଭାରେ ଘୋଷଣା କରନ୍ତି ଏବଂ ଏହା କାର୍ଯ୍ୟାନ୍ବିତ ହୁଏ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟାରେ। ମାତ୍ର ରାଜନୀତିକୁ ଜାବୁଡ଼ି ଧରିଥିବା ଯୋଜନାଗୁଡ଼ିକ ସଂସଦ କିମ୍ବା ବିଧାନ ସଭାରେ ନୁହେଁ, ନିର୍ଦ୍ଦିଷ୍ଟ ଦଳର ମୁଖ୍ୟଙ୍କ ଦ୍ୱାରା ଘୋଷଣା ହୋଇଥାଏ ନିର୍ବାଚନ ସଭାରେ। ଏସବୁ ଯୋଜନାର ଭଲମନ୍ଦ ଦିଗ ଉପରେ ବିତର୍କ ହୁଏନି କି ଏଥିପାଇଁ ନ ଥାଏ ଅର୍ଥ ବିଭାଗର ମଞ୍ଜୁରୀ।
ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ମାଗଣାରେ ଖାଦ୍ୟଶସ୍ୟ ବାଣ୍ଟିବା ରାଜନୀତି ନୁହେଁ, ଏହା ଅର୍ଥନୀତିର କଥା। ଏହି ତୁଷ୍ଟୀକରଣ ରାଜନୀତି ଯୋଗୁ ହିତାଧିକାରୀ ଚୟନରେ ଚଞ୍ଚକତା ହେଉଛି ଏବଂ ଲମ୍ବିଯାଉଛି ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ତାଲିକା। ଏହାଦ୍ୱାରା ଅକ୍ଷମ ଲୋକ ତ ସକ୍ଷମ ହୋଇପାରୁନି, ବରଂ ସକ୍ଷମ ଲୋକଟା ଅକ୍ଷମର ଅଭିନୟ କରୁଛି ମାଗଣା ମୋହରେ ପଡ଼ି । କହିଲେ ଦେଖି, କର୍ମକୁଶଳୀ ମଣିଷଟା ଯଦି ଶ୍ରମକାତର ହୋଇଯାଏ ତେବେ କେମିତି ହଟିବ ଦାରିଦ୍ର୍ୟ?
ସରକାର ଜାଣନ୍ତି, ଯେତେ ଯାହା ମାଗଣା ବାଣ୍ଟିଲେ ବି କେବେ ହଟିବନି ଦାରିଦ୍ର୍ୟ। ଏଥିପାଇଁ ଆବଶ୍ୟକ ଉତ୍ତମ ରୋଜଗାର ସମ୍ବଳିତ ସୁରକ୍ଷିତ କର୍ମନିଯୁକ୍ତି। ମାତ୍ର ନିଯୁକ୍ତିକୁ ଅଣଦେଖା କରି ସରକାର ତିଆରି କରୁଛନ୍ତି ମାଗଣା ବଣ୍ଟନ ବ୍ୟବସ୍ଥା।
ଅର୍ଥାତ୍‌ ସରକାର ପରୋକ୍ଷରେ ଚାହୁଁଛନ୍ତି ଲୋକେ ପରାଙ୍ଗପୁଷ୍ଟ ହୋଇ ରହନ୍ତୁ ଏବଂ ସବୁଦିନ ପାଇଁ ନିର୍ଭର କରନ୍ତୁ ସରକାରୀ ସହାୟତା ଉପରେ। ଏହାଦ୍ୱାରା ଜୈବିକ ଦାରିଦ୍ର୍ୟ କମୁଛି ସତ, ମାତ୍ର ମାନସିକ ଦାରିଦ୍ର୍ୟ ଭିତରକୁ ଠେଲି ହୋଇଯାଉଛି ହିତାଧିକାରୀ।
ସେ ବୁଝିପାରୁନି ଏସବୁ ମାଗଣା ବଣ୍ଟନ ବ୍ୟବସ୍ଥାର ଭିତିରି କଥା। ସେ ଦାବି ନ କଲେ ମଧ୍ୟ କାହିଁକି ତାଙ୍କ ଉପରେ ଅଜାଡ଼ି ଦିଆଯାଉଛି ଏତେ ସବୁ ମାଗଣା ଜିନିଷ। ଏହି ମାଗଣା ବଣ୍ଟନର ଶ୍ରେୟ ନେବା ପାଇଁ ପୁଣି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବାରମ୍ବାର ଝଗଡ଼ା ଲାଗୁଛି କାହିଁକି? କେନ୍ଦ୍ର କହୁଛି ଇଏ ମୋ ପଇସା ଏବଂ ରାଜ୍ୟ କହୁଛି ମୋର। ମାତ୍ର ତାହା କେନ୍ଦ୍ରର ନୁହେଁ କି ରାଜ୍ୟର ନୁହେଁ ଲୋକଙ୍କ ଟିକସ୍‌ ପଇସା।
ସରକାର କେବଳ ସେ ପଇସାର ଉତ୍ତରଦାୟୀ। ଲୋକଙ୍କ ପଇସାକୁ ମାଗଣା ବଣ୍ଟନ ବ୍ୟବସ୍ଥାକୁ ନେଇ ଗଣମାଧ୍ୟମରେ ପ୍ରକାଶିତ ଏକ ରୋଚକ କଥାଟିଏ- ଥରେ ମେଣ୍ଢାମାନଙ୍କର ରାଜା ଘୋଷଣା କଲେ ଯେ, ଏଥର ଶୀତଦିନେ ଘୋଡ଼ି ହୋଇ ଶୋଇବା ପାଇଁ ପ୍ରତ୍ୟେକ ମେଣ୍ଢାଙ୍କୁ ରାଜାଙ୍କ ତରଫରୁ ମିଳିବ ଦୁଇଟି କରି କମ୍ବଳ। ଏକଥା ଶୁଣିବା ମାତ୍ରେ ମେଣ୍ଢାମାନଙ୍କର ଖୁସି କହିଲେ ନ ସରେ। ସେମାନେ ଏକାଠି ହୋଇ ରାଜାଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଜଣାଇବା ସହିତ ଆରମ୍ଭ କରିଦେଲେ ନୃତ୍ୟଗୀତ। ଗୋଟିଏ ମେଣ୍ଢା କିନ୍ତୁ ଅନ୍ୟମାନଙ୍କ ଖୁସିର କାରଣ ବୁଝି ନ ପାରି ଚିନ୍ତାମଗ୍ନ ହୋଇ ଠିଆ ହୋଇଥିଲା ସାମାନ୍ୟ ଦୂରରେ। ଅନ୍ୟମାନେ ତା’ର ଉଦାସୀନତାର କାରଣ ସମ୍ପର୍କରେ ପ୍ରଶ୍ନ କଲାରୁ କହିଲା, ତମେମାନେ ରାଜାଙ୍କ ଘୋଷଣା ଶୁଣି ଖୁସି ହେଉଛ ସତ, ହେଲେ ତମେ କେହି କେବେ ଭାବିନାହଁ ତା’ର ପରିଣାମ ସମ୍ପର୍କରେ। ଏହା ରାଜାଙ୍କର ବଦାନ୍ୟତା ଭାବି ତାକୁ ଧନ୍ୟବାଦ ଦେବା ପୂର୍ବରୁ ଥରୁଟିଏ ଭାବିଲ ଦେଖି ଏତେ କମ୍ବଳ ପାଇଁ ରାଜା ପଶମ ପାଇବେ କେଉଁଠୁ ?
ଅଧ୍ୟକ୍ଷ, ଫୁଲମତୀ ହେମ୍ବ୍ରମ ମହାବିଦ୍ୟାଳୟ,
ପଡ଼ିଆବେଡ଼ା, ମୟୂରଭଞ୍ଜ
ମୋ:୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri