ଜମି ଦେବା ନାଁରେ ୩୩ ଲକ୍ଷ ଠକେଇ, ଜଣେ ଗିରଫ

ଭୁବନେଶ୍ୱର,୧୫।୨(ବ୍ୟୁରୋ): ଭୁବନେଶ୍ୱରରେ ଜମି କିଣି ଦେବାକୁ କହି ୩୩ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ରବିବାର ଖଣ୍ଡଗିରି ଥାନା ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ କେନ୍ଦ୍ରାପଡ଼ା ଅଞ୍ଚଳର ସଂଗ୍ରାମ ମହ୍ଲ(୪୨)। ସେ କିଛିଦିନ ହେବ ଭୁବନେଶ୍ୱର ବରମୁଣ୍ଡା ଜଗନ୍ନାଥ ବିହାରରେ ରହୁଥିଲେ। ଏଥିରେ ସମ୍ପୃକ୍ତ ଥିବା ସଂଗ୍ରାମଙ୍କ ଶ୍ୱଶୁର ଫେରାର ହୋଇଯାଇଛନ୍ତି। ତାଙ୍କୁ ଗିରଫ କରିବା ପାଇଁ ପୋଲିସ ଅଧିକ ତଦନ୍ତ କରୁଛି। ସୂଚନା ଅନୁଯାୟୀ, ଏକାମ୍ରକାନନରେ ଘରବାଡ଼ି ଜାଗା କରାଇ ଦେବାକୁ କହି ପ୍ରଶାନ୍ତ କୁମାର ବାଗ ନାମକ ଜଣେ ବ୍ୟକ୍ତିଙ୍କଠାରୁ ୨୦୦୩ରେ ସଂଗ୍ରାମ ଓ ତାଙ୍କ ଶ୍ୱଶୁର ୩୩ଲକ୍ଷ ଟଙ୍କା ନେଇଥିଲେ। ପରେ ତାଙ୍କୁ ଜମି ଦେଇ ନ ଥିଲେ କି ଟଙ୍କା ଫେରାଇ ନ ଥିଲେ। ଏ ନେଇ ପ୍ରଶାନ୍ତ ତାଙ୍କ ନିକଟକୁ ବାରମ୍ବାର ଯିବାପରେ ୨୦୦୮ରେ ୨ ମାସ ମଧ୍ୟରେ ଟଙ୍କା ଫେରାଇ ଦେବାକୁ ଅଭିଯୁକ୍ତଦ୍ୱୟ ଏକ ଏଗ୍ରିମେଣ୍ଟ କରିଥିଲେ। ମାତ୍ର ଅଭିଯୁକ୍ତଦ୍ୱୟ ୨୦୧୫ରେ ୨ଲକ୍ଷ ଟଙ୍କା ଓ ୨୦୧୬ରେ ୫୦ହଜାର ଟଙ୍କା ପ୍ରଶାନ୍ତକୁ ଦେଇଥିଲେ। ଏହାପରଠାରୁ ଆଉ ଟଙ୍କା ନ ଦେଇ ବାରମ୍ବାର ଫାଙ୍କୁଥିଲେ। ଶୁକ୍ରବାର ପ୍ରଶାନ୍ତ ଟଙ୍କା ମାଗିବାକୁ ଅଭିଯୁକ୍ତଙ୍କ ଘରକୁ ଯାଇଥିବାବେଳେ ପ୍ରଶାନ୍ତଙ୍କୁ ଗାଲିଗୁଲଜ କରିବା ସହ ଟଙ୍କା ମାଗିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏ ନେଇ ପ୍ରଶାନ୍ତ ଥାନାର ଦ୍ୱାରସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଫେରିଲା ଶୀତ: ଘନ କୁହୁଡ଼ି ନେଇ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୬।୨(ବ୍ୟୁରୋ): ରାଜ୍ୟକୁ ପୁଣି ଶୀତ ଲହରି ଫେରିଛି। ଦୁଇଦିନ ଧରି ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା। ଶନିବାର ବର୍ଷା ନ ଥିଲେ ମଧ୍ୟ ଦିନରେ ଖରା...

ସନ୍ଧ୍ୟା ୬ଟାରୁ ଦୋକାନ ବଜାର ବନ୍ଦ କଲା ପୋଲିସ

ବାଲିଅନ୍ତା,୨୧ା୩ (ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ କମିଶନରେଟ ପୋଲିସ ଅଧୀନ ବାଲିଅନ୍ତା ଥାନା ପକ୍ଷରୁ ଶୁକ୍ରବାରଠାରୁ ପଦକ୍ଷେପ ନିଆଯାଇଛି। ଶୁକ୍ରବାର ସନ୍ଧ୍ୟା ୬ଟାଠାରୁ...

‘ବିଦେଶକୁ ମେଡିକାଲ ପଢ଼ିବାକୁ ଭାରତୀୟ କାହିଁକି ଯାଉଛନ୍ତି’

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଇନ୍ଦିରାଗାନ୍ଧୀ ସ୍ମାରକୀ ପାଠାଗାର ଆନୁକୂଲ୍ୟରେ ‘ବିଦେଶକୁ ମେଡିକାଲ ପଢିବାକୁ ଭାରତୀୟ କାହିଁକି ଯାଉଛନ୍ତି’ ଶୀର୍ଷକ ମାସିକ ପାଠ୍ୟଚକ୍ର ସ୍ଥାନୀୟ ୟୁନିଟ-୯ ଠାରେ ଶନିବାର ଅନୁଷ୍ଠିତ...

ନିଜ ସ୍ବାର୍ଥକୁ ଗୁରୁତ୍ୱ ଦେଉଛନ୍ତି ବିରୋଧୀ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୨।୯(ବ୍ୟୁରୋ):  ବିରୋଧୀ ଦଳଗୁଡିକ କୃଷକଙ୍କ ଅପେକ୍ଷା ନିଜ ସ୍ବାର୍ଥକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଯାହା ଦୁଃଖର ବିଷୟ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।...

Featured Video Play Icon

ଏଥର ହେବନି ବାଲିଯାତ୍ରା, ଆମେ ଦୁଃଖିତ

ଭାଇଚାରାର ସହର କଟକ । କାର୍ତ୍ତିକ ମାସ ହେଲେ ସିଲଭର ସିଟିରେ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା କଥା ମନେ ପଡେ । କାର୍ତ୍ତିକ ମାସ ଆରମ୍ଭ...

ଅନ୍‌ଲାଇନ୍‌ରେ ହେବ ବିପିୟୁଟି ପରୀକ୍ଷା

ଭୁବନେଶ୍ୱର,୧୨।୬(ବ୍ୟୁରୋ)-ଏଥର ଅନ୍‌ଲାଇନ୍‌ରେ ବିପିୟୁଟି ପରୀକ୍ଷା ହେବ। ଅନଲାଇନ୍‌ରେ ଇଞ୍ଜିନିୟରିଂ କଲେଜର ଅଷ୍ଟମ ସେମିଷ୍ଟର ପରୀକ୍ଷା ହେବ। ଜୁଲାଇ ପ୍ରଥମରୁ ଦ୍ୱିତୀୟ ସପ୍ତାହ ଭିତରେ ଅନ୍‌ଲାଇନ୍‌ରେ ଏହି...

‘ସଚେତନ ହେବା, ସୁରକ୍ଷିତ ରହିବା’

ଭୁବନେଶ୍ୱର,୨୩।୩(ବ୍ୟୁରୋ): କରୋନା ମୁକାବିଲା ଲାଗି ଜରୁରୀ ସେବାରେ ନିୟୋଜିତ ଥିବା ଡାକ୍ତର, ନର୍ସ, ସ୍ବାସ୍ଥ୍ୟ ଏବଂ ସଫେଇ କର୍ମଚାରୀ, ପରିବହନ କାର୍ଯ୍ୟରେ ନିୟୋଜିତ ଥିବା ବ୍ୟକ୍ତି,...

ନନ୍ଦନକାନନରେ ପୁଣି ଚାଲିବ ରୋପ୍‌ୱେ, ଟଏ ଟ୍ରେନ୍‌

ବାରଙ୍ଗ,୭।୧୦(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଦଶହରା ଭେଟି ଦେବାକୁ ଯାଉଛନ୍ତି କର୍ତ୍ତୃପକ୍ଷ। ନନ୍ଦନକାନନରେ ଥିବା ବହୁ ପ୍ରତୀକ୍ଷିତ ଟଏଟ୍ରେନ ଓ...

Advertisement
Archives

Model This Week