ପୁଣି ରିମାଣ୍ଡରେ ଆସିବେ ରସିକିଆ ଠକ

ଭୁବନେଶ୍ୱର,୧୦ା୮(ସୂର୍ଯ୍ୟକାନ୍ତ ବେହେରା): ମିଥ୍ୟା ପରିଚୟ ଦେଇ ୫ ମହିଳାଙ୍କୁ ବିବାହ କରି ଲକ୍ଷାଧିକ ଟଙ୍କା, ଗାଡ଼ି ଆଦି ଠକିଥିବା ସତ୍ୟଜିତ୍‌ ସାମଲଙ୍କୁ ପୁଣି ଥରେ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ। ଏନେଇ କ୍ୟାପିଟାଲ ଥାନା ପୋଲିସ ଗୁରୁବାର କୋର୍ଟରେ ୧୦ ଦିନିଆ ରିମାଣ୍ଡ ଆବେଦନ କରିଥିଲା। କୋର୍ଟ ୫ ଦିନ ଅନୁମତି ଦେଇଥିବା ସୂଚନା ମିଳିଛି। ଫଳରେ ପୋଲିସ ଶନିବାରଠାରୁ ସତ୍ୟଜିତଙ୍କୁ ଝାରପଡା ଜେଲରୁ ଆଣି ଦ୍ୱିତୀୟ ଥର ମାରାଥନ ଜେରା କରି ଅଧିକ ତଥ୍ୟ ହାସଲ କରିବ ବୋଲି ଆଶା ରଖିଛି। ଇତିମଧ୍ୟରେ ସତ୍ୟଜିତ୍‌ ବ୍ୟବହାର କରୁଥିବା ଆଉ ଏକ କାରକୁ ପୋଲିସ ଜବତ କରିଛି। ଉକ୍ତ ଗାଡ଼ିରେ ସତ୍ୟଜିତ ବ୍ରହ୍ମପୁର ଯାଇ ଜଣେ ମହିଳାଙ୍କଠାରୁ ୧.୬୦ ଲକ୍ଷ ଟଙ୍କା କ୍ୟାଶ୍‌ ଆକାରରେ ଆଣିଥିଲେ। ମହିଳା ଜଣକ ସୁନା ବନ୍ଧା ପକାଇ ସତ୍ୟଜିତଙ୍କୁ ଟଙ୍କା ଦେଇଥିବା ଜଣାପଡିଛି। ଅନ୍ୟପକ୍ଷରେ ସମ୍ପୃକ୍ତ ମହିଳା ମଧ୍ୟ ସତ୍ୟଜିତଙ୍କ ନାମରେ ଥାନାରେ ଠକେଇ ଅଭିଯୋଗ କରିଛନ୍ତି। ଫଳରେ ଏହି ରସିକିଆ ଠକଙ୍କ ନାଁରେ କ୍ୟାପିଟାଲ ଥାନାରେ ହୋଇଥିବା ଠକେଇ ମାମଲା ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଏଥିସହ ସତ୍ୟଜିତଙ୍କ ଠକେଇ ଗୁମର ଖୋଲିବା ପାଇଁ ଗଠନ ହୋଇଥିବା ୨ଟି ଟିମ୍‌ ପୀଡିତାମାନଙ୍କ ସହ ଆଲୋଚନା ଚଳାଇଛି। ଗୋଟିଏ ଟିମ୍‌ ରାଜ୍ୟ ବାହାରେ ଓ ଆଉ ଏକ ଟିମ୍‌ ଓଡ଼ିଶାର ପୀଡିତାଙ୍କୁ ଭେଟି ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବାକୁ ଅପିଲ କରିଛି। ଏଥିପାଇଁ କୌଣସି ଭୟ ନ କରିବାକୁ କହିବା ସହ ସମସ୍ତ ପୀଡ଼ିତାଙ୍କ ପରିଚୟ ଗୋପନୀୟ ରହିବ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି। ପୂର୍ବରୁ ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ବେଳେ ସତ୍ୟଜିତ୍‌ଙ୍କ ବୟାନ ଆଧାରରେ ପୋଲିସ ଚନ୍ଦ୍ରଶେଖରପୁରସ୍ଥିତ ଭଡ଼ାଘରୁ ଲାପଟପ୍‌, ପେନ୍‌ଡ୍ରାଇଭ୍‌ ଓ ପାସ୍‌ପୋର୍ଟ, ନକଲି ଆଇଡି କାର୍ଡ ଆଦି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଜବତ କରି ଫୋରେନ୍‌ସିକ ଲ୍ୟାବ୍‌କୁ ପଠାଇଛି। ଏଥିରୁ ମଧ୍ୟ ସତ୍ୟଜିତ୍‌ଙ୍କ ଠକେଇ ସାମ୍ରାଜ୍ୟର ନୂଆ ତଥ୍ୟ ପଦାକୁ ଆସିପାରେ ବୋଲି ପୋଲିସ ଆଶା ରଖିଛି।
ପ୍ରକାଶ ଯେ, ସତ୍ୟଜିତ ନିଜକୁ ପୋଲିସ, ସିବିଆଇ ଅଫିସର ଭଳି ଭିନ୍ନ ଭିନ୍ନ ପରିଚୟ ଦେଇ ମାଟ୍ରିମୋନିଆଲ ସାଇଟ୍‌ରେ ୪୯ରୁ ଅଧିକ ମହିଳାଙ୍କ ସହ ସମ୍ପର୍କ ବଢ଼ାଇଥିଲେ। ଜଣେ ମହିଳାଙ୍କୁ ବୈଦିକ ରୀତିରେ ବିବାହ କରିଥିବାବେଳେ ବହୁ ମହିଳାଙ୍କ ସହ ବିବାହ ଏଗ୍ରିମେଣ୍ଟ କରି ଶାରୀରିକ ସମ୍ପର୍କ ରଖି ଠକେଇ କରିଥିଲେ। ତେବେ ଠକେଇର ଶିକାର ୨ ମହିଳା ସତ୍ୟଜିତଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି। ସତ୍ୟଜିତ୍‌ ଜଣଙ୍କଠାରୁ ୩୬ଲକ୍ଷ ଟଙ୍କା ଓ କାର୍‌ ନେଇଥିବାବେଳେ ଅନ୍ୟଜଣଙ୍କଠାରୁ ୮ଲକ୍ଷ ଟଙ୍କା ଓ ଏକ ବୁଲେଟ୍‌ ଠକି ନେଇଥିବା ଅଭିଯୋଗ ପରେ ସତ୍ୟଜିତଙ୍କୁ ପୋଲିସ୍‌ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଲିଯାତ୍ରାରେ ରକ୍ତପାତ: ଛୁରାମାଡ଼ରେ ଜଣେ ମୃତ, ଅନ୍ୟଜଣେ ଗୁରୁତର

କଲ୍ୟାଣସିଂହପୁର, ୯।୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିଖରପାଇ ବାଲିଯାତ୍ରାରେ ଘଟିଛି ଏକ ଅଭାବନୀୟ ଘଟଣା। ସାମାନ୍ୟ ବଚସାକୁ କେନ୍ଦ୍ର କରି…

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ୟୁକେର ୫୦ ଶ୍ରେଷ୍ଠ ଆକାଂକ୍ଷୀ ବ୍ୟବସାୟୀଙ୍କ ତାଲିକାରେ ଓଡ଼ିଆ ଉଦ୍ୟୋଗୀ ଅରୁଣ କର

ଭୁବନେଶ୍ୱର,୧୦।୯: ଓଡ଼ିଶାରୁ ବ୍ରିଟେନ୍‌ର ବ୍ୟବସାୟିକ ମଞ୍ଚରେ ଅରୁଣ କରଙ୍କ ଉଲ୍ଲେଖନୀୟ ସଫଳତା। ସେନା ଜୀବନରୁ ଉଦ୍ୟୋଗ ଜଗତକୁ ପ୍ରବେଶ କରି ସଫଳତା ହାସଲ କରିଥିବା ଅରୁଣଙ୍କୁ ଏଲ୍‌ଡିସି…

ବଙ୍ଗୋପସାଗରରେ ୧୩ ତାରିଖ ବେଳକୁ ଲଘୁଚାପ!

ଭୁବନେଶ୍ୱର,୧୦।୯ ବଙ୍ଗୋପସାଗରରେ ଆସନ୍ତା ୧୩ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଥାଇଲ୍ୟାଣ୍ଡ ଉପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?