ପୁଞ୍ଜିନିବେଶ ନାଁରେ ଆଇଟି ପ୍ରୋଫେସନାଲଙ୍କ ଠାରୁ ୧୯ ଲକ୍ଷ ୮୪ ହଜାର ଟଙ୍କା ଠକେଇ

କଟକ,୨୬।୧୧: ପୁଞ୍ଜିନିବେଶ ନାଁରେ ଜଣେ ଆଇଟି ପ୍ରୋଫେସନାଲଙ୍କ ଠାରୁ ୧୯ ଲକ୍ଷ ୮୪ ହଜାର ଟଙ୍କା ଠକେଇ କରିବା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଅଭିଯୁକ୍ତ ହେଉଛନ୍ତି ଛତିଶଗଡ, ରାୟପୁରର ଅଶ୍ୱିନୀ ପାଲ (୪୧ ବର୍ଷ)। ଅଭିଯୁକ୍ତଙ୍କ ବିରୋଧରେ ପ୍ରାୟ ୨୩ଟି ଠକେଇ ଅଭିଯୋଗ ରହିଛି । ପୋଲିସ ଅଭିଯୁକ୍ତଙ୍କ ନିକଟରୁ ମୋବାଇଲ, ସିମ୍ କାର୍ଡ, ଆଧାର କାର୍ଡ, ପାନ୍ କାର୍ଡ ଜବତ କରାଯାଇଛି।

ଅଭିଯୋଗ ଅନୁଯାୟୀ, ହ୍ୱାଟସଆପ୍ ଜରିଆରେ ଘରେ ବସି ରୋଜଗାର କରିବାକୁ +୧(୬୭୨)୮୮୮୧୦୦୩ ନମ୍ବରରୁ ଅଭିଯୋଗକାରୀଙ୍କ ନିକଟକୁ ଏକ ମେସେଜ୍ ଆସିଥିଲା। ଏ ସମ୍ପର୍କରେ ସେ ହ୍ୱାଟ୍ସଆପ୍ ଆକାଉଣ୍ଟ ବ୍ୟବହାରକାରୀଙ୍କୁ ପଚାରିଥିଲେ। କେବଳ ୟୁଟ୍ୟୁବ୍ ଆକାଉଣ୍ଟ ସଦସ୍ୟତା ଗ୍ରହଣ କରି ପ୍ରତିବଦଳରେ ତାଙ୍କୁ ୫୦ ଟଙ୍କା ମିଳିବ ବୋଲି ସାଇବର ଠକ ଜଣକ କହିଥିଲେ ।

ଅଧିକ ରୋଜଗାର ବିଷୟରେ ଚିନ୍ତା କରି ସେ ପର୍ଯ୍ୟାୟକ୍ରମେ ସାଇବର ଠକଙ୍କ ନିର୍ଦ୍ଦେଶ ପାଳନ କରିଥିଲେ । ପରେ ଠକମାନେ ତାଙ୍କୁ ଏକ ଟେଲିଗ୍ରାମ ଗ୍ରୁପରେ ଯୋଡ଼ିଵା ସହ ୟୁଟ୍ୟୁବ୍ ଆକାଉଣ୍ଟର ସଦସ୍ୟତା ଗ୍ରହଣର ସ୍କ୍ରିନ୍ ସଟ୍ ସେୟାର କରିବାକୁ ନିର୍ଦେଶ ଦେଇଥିଲେ।

ଏହାପରେ ଅନ୍ୟ ଜଣେ ଠକ ତାଙ୍କୁ ନିବେଶ ଯୋଜନାରେ ଟଙ୍କା ଜମା କରି ଏହି ପ୍ଲାଟଫର୍ମରେ ଅଧିକ ଟଙ୍କା ରୋଜଗାର କରିପାରିବେ ବୋଲି ପ୍ରବର୍ତ୍ତାଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ସାଇବର ଠକମାନେ ତାଙ୍କୁ ୧୨,୬୦୦/- ଏବଂ ୧୫୫୦/- ଟଙ୍କା ମଧ୍ୟ ଫେରସ୍ତ କରିଥିଲେ । ଯାହା ଦ୍ୱାରା ଅଭିଯୋଗକାରୀ ଜଣକ ଠକ ମାନଙ୍କୁ ବିଶ୍ୱାସ କରିବା ଆରମ୍ଭ କଲେ। ପରେ ସାଇବର ଠକଙ୍କ ନିର୍ଦ୍ଦେଶକ୍ରମେ ସେ ୮ଟି କାରବାରରେ ନିଜ ଆକାଉଣ୍ଟରୁ ଚାରିଟି ଭିନ୍ନ ଭିନ୍ନ ଆକାଉଣ୍ଟରେ ୧୯,୮୪,୦00- ଟଙ୍କା ଜମା କରିଥିଲେ। କେବଳ ସେତିକିରେ କଥା ସରି ନ ଥିଲା।

ଅଭିଯୋଗକାରୀଙ୍କୁ ଟ୍ରେଡିଂ ଏବଂ ଭଲ ରିଟର୍ଣ୍ଣ ପାଇଁ ବିଟ୍ କଏନ୍ କିଣିବା ପାଇଁ http://viacom1.com ଉପରେ ଗୋଟିଏ ଆକାଉଣ୍ଟ ଖୋଲିବାକୁ ମଧ୍ୟ ଅନୁରୋଧ କରିଥିଲେ। ବିପୁଳ ପରିମାଣର ଟଙ୍କା ଜମା କରିବା ସତ୍ତ୍ୱେ ଠକମାନେ ତାଙ୍କ ୱାଲେଟ ଜରିଆରେ ଟଙ୍କା ଉଠାଇବାକୁ ଦେଇନଥିଲେ ବରଂ ଆୟକର ମଞ୍ଜୁରୀ ପାଇଁ ମଧ୍ୟ ବିପୁଳ ଟଙ୍କା ମାଗିଥିଲେ।

ଶେଷରେ ଅଭିଯୋଗକାରୀ ହତାଶ ହୋଇ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଅଶ୍ୱିନୀ ପାଲକୁ ଗିରଫ କରିଛି।

ଅଭିଯୁକ୍ତ ଅଶ୍ୱିନୀ ଛତିଶଗଡ଼ର ମୋୱାସ୍ଥିତ ପାଣ୍ଡ୍ରିଠାରେ ଏକ ମେଡିସିନ୍ ଷ୍ଟୋର ଚଳାଉଥିଲେ ଏବଂ ଜଣେ ବ୍ୟକ୍ତିଙ୍କ ପ୍ରଭାବରେ ମହାମାୟା ମେଡ଼ିକାଲ ଷ୍ଟୋର ନାମରେ ଏକ ଆକାଉଣ୍ଟ ତିଆରି କରି ସାରା ଦେଶରେ ବିଭିନ୍ନ ପୀଡ଼ିତାଙ୍କଠାରୁ ଟଙ୍କା ପାଇବା ପାଇଁ ବ୍ୟବହାର କରଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

ଆଉନାହାନ୍ତି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ ରଥ: ଖେଳିଗଲା ଶୋକର ଛାୟା

ଦିଗପହଣ୍ଡି,୨୧।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଭୀମପୁର ଶାସନ ବାସିନ୍ଦା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ରଥ (୬୪)ଙ୍କ ହୃଦଘାତରେ ପରଲୋକ…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?