Posted inଜାତୀୟ

ଚାଇନା ଋଣ ଆପ୍‌ରେ ବଢ଼ୁଛି ଠକେଇ

ନୂଆଦିଲ୍ଲୀ,୩୧ା୧୦: ଚାଇନାର ଋଣ ଆପ୍‌ଗୁଡ଼ିକ ଜରିଆରେ ଭାରତରେ ଅନେକ ବଡ଼ ଧରଣର ଠକେଇ ସାମ୍ନାକୁ ଆସିଛି। ଏହି ଆପ୍‌ରେ ଋଣ ପ୍ରଦାନ ଆଳରେ ଲୋକଙ୍କୁ ହଇରାଣ, ବ୍ଲାକ୍‌ମେଲ କରାଯାଉଛି। ରିକଭରି ଏଜେଣ୍ଟମାନଙ୍କ ପ୍ରାଦୁର୍ଭାବ ବଢ଼ୁଥିବାରୁ ଲୋକେ ଆମତ୍ହତ୍ୟା କରିବାକୁ ମଧ୍ୟ ବାଧ୍ୟ ହେଉଛନ୍ତି। ତେଣୁ ଏପରି ଆପ୍‌ଗୁଡ଼ିକୁ ତୁରନ୍ତ ଚିହ୍ନଟ କରି କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଚାଇନା ପରିଚାଳିତ ଲୋନ୍‌ ଆପ୍‌ଗୁଡ଼ିକୁ ଭାରତର ଜାତୀୟ ସୁରକ୍ଷା, ଅର୍ଥନୀତି ଓ ନାଗରିକଙ୍କ ନିରାପତ୍ତା ପାଇଁ ଏକ ବଡ଼ ବିପଦ ବୋଲି ଦର୍ଶାଇଛି। ମନ୍ତ୍ରଣାଳୟର ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ସାରା ଦେଶରେ ବେଆଇନ ଋଣପ୍ରଦାନକାରୀ ଡିଜିଟାଲ ଆପ୍‌ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ଆପ୍‌ଗୁଡ଼ିକ ଜରିଆରେ ଲୋକଙ୍କୁ ସ୍ବଳ୍ପକାଳୀନ ଋଣ ଓ ମାଇକ୍ରୋକ୍ରେଡିଟ୍‌ ଦିଆଯାଉଛି। ଋଣ ପ୍ରଦାନ ବାବଦକୁ ପ୍ରସେସିଂ ଫି ଓ ହିଡେନ୍‌ ଚାର୍ଜେସ୍‌ ସହ ଉଚ୍ଚ ହାରରେ ସୁଧ ଅସୁଲ କରାଯାଉଛି। ବିଶେଷକରି ସ୍ବଳ୍ପ ଆୟକାରୀ ଓ ଦୁର୍ବଳ ବର୍ଗର ଲୋକଙ୍କୁ ଟାର୍ଗେଟ କରାଯାଉଛି।

ଏପରି କି ଲ୍ୟାଣ୍ଡର୍ସ ଋଣ ଗ୍ରହୀତାଙ୍କ କଣ୍ଟାକ୍ଟ ନମ୍ବର, ଫଟୋ, ଭିଡିଓ ଭଳି ବ୍ୟକ୍ତିଗତ ଅନ୍ତରଙ୍ଗ ତଥ୍ୟ ହାତେଇ ପରବର୍ତ୍ତୀ ସମୟରେ ସେମାନଙ୍କୁ ବ୍ଲାକ୍‌ମେଲ ଓ ହଇରାଣ କରୁଛନ୍ତି। ଭାରତରେ ଏହି ବେଆଇନ ଆପ୍‌ ଜରିଆରେ ଋଣ ନେଇଥିବା ଅନେକ ବ୍ୟକ୍ତି ଆମତ୍ହତ୍ୟା କରିଥିବାର ବହୁ ନଜିର ରହିଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଆହୁରି କହିଛି, ଏପରି ବେଆଇନ ଲ୍ୟାଣ୍ଡିଂ ଆପ୍‌ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ରେଗୁଲେଟେଡ୍‌ ଏନ୍‌ଣ୍ଟିଟିଜ୍‌ (ଆର୍‌ଇ) ହୋଇ ନ ଥିବାରୁ ସେଗୁଡ଼ିକ ଏସ୍‌ଏମ୍‌ଏସ୍‌, ଡିଜିଟାଲ ବିଜ୍ଞାପନ, ଚାଟ୍‌ ମେସେଞ୍ଜର୍ସ ଏବଂ ମୋବାଇଲ୍‌ ଆପ୍ଲିକେଶନ୍‌ ଷ୍ଟୋରର ଫାଇଦା ଉଠାଇ ଲାଭବାନ ହେଉଛନ୍ତି। ଋଣ ଗ୍ରହୀତାମାନଙ୍କୁ ଲୋନ୍‌ ନେବା ପୂର୍ବରୁ ନିଜର କଣ୍ଟାକ୍ଟସ୍‌, ଲୋକେଶନ ଓ ଫୋନ୍‌ ଷ୍ଟୋରେଜ ସମ୍ପର୍କିତ ଡେଟା ଦେବାକୁ ପଡ଼ିଥାଏ।

ଏପରି ସମ୍ବେଦନଶୀଳ ତଥ୍ୟକୁ ନେଇ ଲ୍ୟାଣ୍ଡର୍ସ ସେମାନଙ୍କୁ ହଇରାଣ କରିଥାଆନ୍ତି, ଯାହାକି ଆର୍‌ବିଆଇର ଫେୟାର ପ୍ରାକ୍ଟିସେସ୍‌ କୋଡ୍‌ର ଖୋଲାଖୋଲି ଉଲ୍ଲଂଘନ। ତେଣୁ ଏପରି ସଙ୍ଗଠିତ ଅପରାଧ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଏଭଳି ଆପ୍‌ଗୁଡ଼ିକୁ ବର୍ଜନ କରିବା ପାଇଁ ଜିଲା ସ୍ତରରେ ସଚେତନତା ସୃଷ୍ଟି ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ପ୍ରକାଶ ଯେ, ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନିଲଣ୍ଡରିଂ ମାମଲାଗୁଡ଼ିକର ତଦନ୍ତ କରି ଚାଇନା ନିୟନ୍ତ୍ରିତ ଲୋନ୍‌ ଆପ୍‌ଗୁଡ଼ିକର ୯.୨୦ କୋଟି ଟଙ୍କା ଫ୍ରିଜ୍‌ କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ରାଇଡ୍‌ରେ ବାହାରିଲେ ’ସ୍ପାଇଡର୍‌ମ୍ୟାନ, ସ୍ପାଇଡର୍‌ ଓମେନ୍‌’, ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୨୬।୪: ସୁପରହିଟ୍, ସ୍ପାଇଡରମ୍ୟାନ୍ ଏବଂ ସ୍ପାଇଡର୍-ଓମେନ୍‌ ପୋଷାକ ପିନ୍ଧି ବାଇକ୍‌ ରାଇଡ୍‌ କରୁଥିବା ଜଣେ ଯୁବକ ଏବଂ ଯୁବତୀଙ୍କୁ ପୋଲିସ ଗିରଫ କରିଛି। ଦକ୍ଷିଣ ପଶ୍ଚିମ...

ଆଜି ଗଣତନ୍ତ୍ର ପାଇଁ ବିଜୟର ଦିନ:ମୋଦି

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ପ୍ରଚାର ଚାଲିଛି। ତୃତୀୟ ପର୍ଯ୍ୟାୟରେ ବିହାରର ଅରାରିଆରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି।...

ସନ୍ଦେଶଖାଲି ମାମଲାରେ ସିବିଆଇ ଚଢ଼ାଉ

କୋଲକାତା,୨୬ା୪: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଶୁକ୍ରବାର ଅନେକ ସ୍ଥାନରେ ଚଢ଼ାଉ କରିଛି। ଅନୁସନ୍ଧାନକାରୀ ସଂସ୍ଥା ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ...

ନୋଟାକୁ ସର୍ବାଧିକ ଭୋଟ ମିଳିବାରୁ ପୁନର୍ବାର ନିର୍ବାଚନ କରିବାକୁ ଦାବି, ନିର୍ବାଚନ କମିଶନଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୪: ଭୋଟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଶୁକ୍ରବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସମୟରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।...

ସିସୋଡିଆଙ୍କୁ ଝଟ୍‌କା, ମେ’ ୮ ପର୍ଯ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ଏକ୍ସାଇଜ ମାମଲାରେ ହୋଇଥିବା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ମେ ୮ ପର୍ଯ୍ୟନ୍ତ...

ରାହୁଲଙ୍କୁ ଶାହାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନ ପାଇଁ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି...

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

ପଶ୍ଚିମବଙ୍ଗରେ ଟିଏମସି ଘୋଟାଲା କରୁଛି: ମୋଦି

କୋଲକାତା,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri