Posted inଜାତୀୟ

ଚାଇନା ଋଣ ଆପ୍‌ରେ ବଢ଼ୁଛି ଠକେଇ

ନୂଆଦିଲ୍ଲୀ,୩୧ା୧୦: ଚାଇନାର ଋଣ ଆପ୍‌ଗୁଡ଼ିକ ଜରିଆରେ ଭାରତରେ ଅନେକ ବଡ଼ ଧରଣର ଠକେଇ ସାମ୍ନାକୁ ଆସିଛି। ଏହି ଆପ୍‌ରେ ଋଣ ପ୍ରଦାନ ଆଳରେ ଲୋକଙ୍କୁ ହଇରାଣ, ବ୍ଲାକ୍‌ମେଲ କରାଯାଉଛି। ରିକଭରି ଏଜେଣ୍ଟମାନଙ୍କ ପ୍ରାଦୁର୍ଭାବ ବଢ଼ୁଥିବାରୁ ଲୋକେ ଆମତ୍ହତ୍ୟା କରିବାକୁ ମଧ୍ୟ ବାଧ୍ୟ ହେଉଛନ୍ତି। ତେଣୁ ଏପରି ଆପ୍‌ଗୁଡ଼ିକୁ ତୁରନ୍ତ ଚିହ୍ନଟ କରି କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଚାଇନା ପରିଚାଳିତ ଲୋନ୍‌ ଆପ୍‌ଗୁଡ଼ିକୁ ଭାରତର ଜାତୀୟ ସୁରକ୍ଷା, ଅର୍ଥନୀତି ଓ ନାଗରିକଙ୍କ ନିରାପତ୍ତା ପାଇଁ ଏକ ବଡ଼ ବିପଦ ବୋଲି ଦର୍ଶାଇଛି। ମନ୍ତ୍ରଣାଳୟର ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ସାରା ଦେଶରେ ବେଆଇନ ଋଣପ୍ରଦାନକାରୀ ଡିଜିଟାଲ ଆପ୍‌ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ଆପ୍‌ଗୁଡ଼ିକ ଜରିଆରେ ଲୋକଙ୍କୁ ସ୍ବଳ୍ପକାଳୀନ ଋଣ ଓ ମାଇକ୍ରୋକ୍ରେଡିଟ୍‌ ଦିଆଯାଉଛି। ଋଣ ପ୍ରଦାନ ବାବଦକୁ ପ୍ରସେସିଂ ଫି ଓ ହିଡେନ୍‌ ଚାର୍ଜେସ୍‌ ସହ ଉଚ୍ଚ ହାରରେ ସୁଧ ଅସୁଲ କରାଯାଉଛି। ବିଶେଷକରି ସ୍ବଳ୍ପ ଆୟକାରୀ ଓ ଦୁର୍ବଳ ବର୍ଗର ଲୋକଙ୍କୁ ଟାର୍ଗେଟ କରାଯାଉଛି।

ଏପରି କି ଲ୍ୟାଣ୍ଡର୍ସ ଋଣ ଗ୍ରହୀତାଙ୍କ କଣ୍ଟାକ୍ଟ ନମ୍ବର, ଫଟୋ, ଭିଡିଓ ଭଳି ବ୍ୟକ୍ତିଗତ ଅନ୍ତରଙ୍ଗ ତଥ୍ୟ ହାତେଇ ପରବର୍ତ୍ତୀ ସମୟରେ ସେମାନଙ୍କୁ ବ୍ଲାକ୍‌ମେଲ ଓ ହଇରାଣ କରୁଛନ୍ତି। ଭାରତରେ ଏହି ବେଆଇନ ଆପ୍‌ ଜରିଆରେ ଋଣ ନେଇଥିବା ଅନେକ ବ୍ୟକ୍ତି ଆମତ୍ହତ୍ୟା କରିଥିବାର ବହୁ ନଜିର ରହିଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଆହୁରି କହିଛି, ଏପରି ବେଆଇନ ଲ୍ୟାଣ୍ଡିଂ ଆପ୍‌ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ରେଗୁଲେଟେଡ୍‌ ଏନ୍‌ଣ୍ଟିଟିଜ୍‌ (ଆର୍‌ଇ) ହୋଇ ନ ଥିବାରୁ ସେଗୁଡ଼ିକ ଏସ୍‌ଏମ୍‌ଏସ୍‌, ଡିଜିଟାଲ ବିଜ୍ଞାପନ, ଚାଟ୍‌ ମେସେଞ୍ଜର୍ସ ଏବଂ ମୋବାଇଲ୍‌ ଆପ୍ଲିକେଶନ୍‌ ଷ୍ଟୋରର ଫାଇଦା ଉଠାଇ ଲାଭବାନ ହେଉଛନ୍ତି। ଋଣ ଗ୍ରହୀତାମାନଙ୍କୁ ଲୋନ୍‌ ନେବା ପୂର୍ବରୁ ନିଜର କଣ୍ଟାକ୍ଟସ୍‌, ଲୋକେଶନ ଓ ଫୋନ୍‌ ଷ୍ଟୋରେଜ ସମ୍ପର୍କିତ ଡେଟା ଦେବାକୁ ପଡ଼ିଥାଏ।

ଏପରି ସମ୍ବେଦନଶୀଳ ତଥ୍ୟକୁ ନେଇ ଲ୍ୟାଣ୍ଡର୍ସ ସେମାନଙ୍କୁ ହଇରାଣ କରିଥାଆନ୍ତି, ଯାହାକି ଆର୍‌ବିଆଇର ଫେୟାର ପ୍ରାକ୍ଟିସେସ୍‌ କୋଡ୍‌ର ଖୋଲାଖୋଲି ଉଲ୍ଲଂଘନ। ତେଣୁ ଏପରି ସଙ୍ଗଠିତ ଅପରାଧ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଏଭଳି ଆପ୍‌ଗୁଡ଼ିକୁ ବର୍ଜନ କରିବା ପାଇଁ ଜିଲା ସ୍ତରରେ ସଚେତନତା ସୃଷ୍ଟି ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ପ୍ରକାଶ ଯେ, ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନିଲଣ୍ଡରିଂ ମାମଲାଗୁଡ଼ିକର ତଦନ୍ତ କରି ଚାଇନା ନିୟନ୍ତ୍ରିତ ଲୋନ୍‌ ଆପ୍‌ଗୁଡ଼ିକର ୯.୨୦ କୋଟି ଟଙ୍କା ଫ୍ରିଜ୍‌ କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ପରେ ପ୍ରତାରଣା ଦେଲେ କହ୍ନେଇ: ବିଧବାଙ୍କୁ ବଳାତ୍କାର ପରେ…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପୋଲିସ କହ୍ନେଇ ମହାନ୍ତି(୨୬) ନାମକ ଜଣେ ଯୁବକଙ୍କୁ ବଳାତ୍କାର ଓ ଠକେଇ ମାମଲାରେ ଗିରଫ କରି…

୧୫୦ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ଦ୍ୱିତୀୟଥର ଘଟିଲା ଏହି ଘଟଣା: ବିରଳ ରେକର୍ଡ କଲେ ଏହି ବ୍ୟାଟ୍ସମ୍ୟାନ୍‌

ଡର୍ବାନ,୧୨।୧୦:ଟେଷ୍ଟ କ୍ରିକେଟ୍‌ରେ ବେଳେବେଳେ ଏପରି କିଛି ବିରଳ ରେକର୍ଡ ଦେଖିବାକୁ ମିଳେ, ଯାହା କ୍ରିକେଟ୍‌ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡର୍ବାନର କିଙ୍ଗ୍ସମିଡ…

ମାତ୍ର ୩୫ ପଇସାରେ ୧୦ ଲକ୍ଷର ବୀମା କଭର୍‌! କାହାକୁ ମିଳିବ ଏହି ଲାଭ, ଜାଣନ୍ତୁ ରେଳବାଇର ନିୟମ

ନୂଆଦିଲ୍ଲୀ, ୧୨।୧୦: ଯଦି ଆପଣ ନିୟମିତ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଅନଲାଇନରେ ଟିକେଟ ବୁକ କରୁଛନ୍ତି, ତେବେ ଟିକେଟ ବୁକିଂ ସମୟରେ ମିଳୁଥିବା ରେଳ ଯାତ୍ରା…

ମୁହଁତୋଡ ଜବାବ ଦେଲେ କ୍ୟାଟ୍ରିନା: କହୁ କହୁ କହିଦେଲେ…

ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌। ଓଜନ ବୃଦ୍ଧିକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେବାପରେ ଏବେ ସେ ନିଜ ଷ୍ଟାଇଲିସ ଲୁକକୁ ନେଇ ସାଉଁଟିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?