ଓଡ଼ିଶାରେ ପ୍ରମୁଖ ବ୍ରିଜ୍‌ ଦୁର୍ଘଟଣା: ବମିଖାଲରୁ ବଲାଙ୍ଗୀର ଯାଏ

ଭୁବନେଶ୍ୱର,୩୧ା୧୦ (ବ୍ୟୁରୋ): ଭୁବନେଶ୍ୱରର ବମିଖାଲଠାରୁ ବଲାଙ୍ଗୀର ଯାଏ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଅନେକ ବ୍ରିଜ୍‌ ଭୁଶୁଡ଼ିବା ଘଟଣା ଦେଖିବାକୁ ମିଳିଛି। ସେଥିରେ କେତେକ ପୁରୁଣା ବ୍ରିଜ୍‌ ହୋଇଥିବାବେଳେ ଆଉ କେତେକ ନିର୍ମାଣାଧୀନ ଅବସ୍ଥାରେ ଭାଙ୍ଗିପଡ଼ିଛି। ବେଶି ପୂର୍ବର କଥା ନୁହଁ, ଗତ ୫ ବର୍ଷ ମଧ୍ୟରେ ଘଟିଥିବା କିଛି ପ୍ରମୁଖ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାକୁ ଆସିଛି। ଏଥିରେ କିଛି ଲୋକଙ୍କ ମୃତ୍ୟୁ ଘଟିବା ସହ ଅନେକେ ଗୁରୁତର ଆହତ ହୋଇଛନ୍ତି। କେବଳ ସେତିକି ନୁହେଁ, ରାଜ୍ୟର ଶତାଧିକ ବ୍ରିଜ୍‌, ଓଭରବ୍ରିଜ୍‌ ଶୋଚନୀୟ ଅବସ୍ଥାରେ ରହିଛି, ଯାହା ରାଜଧାନୀ ଭୁବନେଶ୍ୱରରୁ ଜାଣିହେବ। ଏହି ମହାନଗରକୁ ପ୍ରବେଶ କରୁଥିବା ରାସ୍ତାଗୁଡ଼ିକର ବ୍ରିଜ୍‌ ଭାଙ୍ଗିରୁଜି ଗଲାଣି। ବ୍ରିଜ୍‌ ବାଡ଼ାରେ ରଙ୍ଗ ଦେଇ ଦୃଷ୍ଟି ହଟାଇବାକୁ ଚେଷ୍ଟା କରାଯାଉଛି। କିନ୍ତୁ ବ୍ରିିଜ୍‌ ଉପରେ ଅନେକ ଗର୍ତ୍ତ ଏବଂ ଫାଟ ଦେଖିବାକୁ ମିଳୁଛି। କୁଆଖାଇ ନଦୀ ଉପରେ ଟଙ୍କପାଣି ବ୍ରିଜ୍‌ ଏବଂ ଶିଶୁଭବନ-ମାଉସୀ ମା’ ମନ୍ଦିର ଓଭରବ୍ରିଜ୍‌କୁ ଏହାର ଉଦାହରଣ ଭାବେ ନିଆଯାଇପାରେ।
-୨୯ ଏପ୍ରିଲ ୨୦୨୦: ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ତମିଅଁା-ମୁଦଲସର ସୁକ୍‌ତେଲ ନଦୀ ବ୍ରିଜ୍‌ ମରାମତି ବେଳେ ଭୁଶୁଡ଼ି ପଡ଼ିଥିଲା। ବ୍ରିଜ୍‌ ସ୍ଲାବ୍‌ ତଳେ ଚାପି ହୋଇ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨୦୧୪ରେ ଉକ୍ତ ବ୍ରିଜ୍‌ ନିର୍ମାଣ ଆରମ୍ଭ ହୋଇଥିଲା। ୨୦୧୫ ଜୁଲାଇରେ ନିର୍ମାଣ ଶେଷ ହୋଇଥିବାବେଳେ ୭ କୋଟି ଟଙ୍କା ବ୍ୟୟ ହୋଇଥିଲା। ନିର୍ମାଣ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଥିବାରୁ ଠିକାସଂସ୍ଥା ରାମକୁମାର ଅଗ୍ରଓ୍ବାଲ ଇଞ୍ଜିନିୟରିଂ ପ୍ରାଇଭେଟ୍‌ ଲିମିଟେଡ୍‌କୁ ପୁରସ୍କୃତ କରାଯାଇଥିଲା। କିନ୍ତୁ ୨୦୨୦ ପ୍ରାରମ୍ଭରେ ବ୍ରିଜ୍‌ର ପିଲର ଦବି ଯିବାରୁ ନିମ୍ନମାନର କାମ ହୋଇଥିବା ନେଇ ଅଭିଯୋଗ ଉଠିଥିଲା। ହେଲେ କାର୍ଯ୍ୟାନୁଷ୍ଠାନ ବଦଳରେ ମରାମତି କାମ କରାଯାଉଥିବାବେଳେ ବ୍ରିଜ୍‌ ସ୍ଲାବ୍‌ ଭୁଶୁଡ଼ି ପଡ଼ିଥିଲା।

-୯ ସେପ୍ଟେମ୍ବର ୨୦୨୧: ସମ୍ବଲପୁର ଜିଲା କୁଚିଣ୍ଡା ସହର ନିକଟ ୪୯ ନଂ. ଜାତୀୟ ରାଜପଥରେ ଥିବା ଝୁଲେନ ପୋଲ (ଲୁହା ବ୍ରିଜ୍‌) ଭୁଶୁଡ଼ି ପଡ଼ିଥିଲା। ଏକ ପଥର ବୋଝେଇ ଡମ୍ପର ଉକ୍ତ ପୋଲ ଦେଇ ଯାଉଥିବାବେଳେ ଏହି ଅଘଟଣ ଘଟିଥିଲା। ପୋଲର କଂକ୍ରିଟ୍‌ ଅଂଶ ସହ ଡମ୍ପର ତଳକୁ ଖସି ପଡ଼ିଥିଲା। ଏଥିରେ ଡମ୍ପର ଚାଳକ ଗୁରୁତର ଆହତ ହୋଇଥିଲେ।
-୯ ମାର୍ଚ୍ଚ ୨୦୨୨: କଟକ ଛତ୍ରବଜାରରୁ ମାଲ୍‌ଗୋଦାମକୁ ସଂଯୋଗ କରୁଥିବା ପୁରୁଣା ପୋଲର ମରାମତି କାର୍ଯ୍ୟ ଚାଲିଥିବାବେଳେ ସାଇଡ୍‌ ଓ୍ବାଲ୍‌ ଭୁଶୁଡ଼ି ପଡ଼ିଥିଲା। ଫଳରେ ୩ଜଣ ମାଟି ତଳେ ଚାପି ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ମୃତ୍ୟୁ ଘଟିଥିଲାବେଳେ ଜଣେ ଗୁରୁତର ଆହତ ହୋଇଥିଲେ।
-୧୦ ଅଗଷ୍ଟ ୨୦୨୨: ନୂଆପଡ଼ା ଜିଲା ସଦର ମହକୁମାଠାରୁ ଛତିଶଗଡ଼କୁ ସଂଯୋଗ କରୁଥିବା ଜୋଙ୍କ ନଦୀ ବ୍ରିଜ୍‌ ସାରାବଙ୍ଗଠାରେ ଭାଙ୍ଗିଯାଇଥିଲା। ପ୍ରବଳ ବର୍ଷା ଯୋଗୁ ଏହି ଅଘଟଣ ଘଟିଥିବାବେଳେ ୫୦ରୁ ଊର୍ଦ୍ଧ୍ୱ ଗଁା ସମେତ ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।
-୧୬ ଅଗଷ୍ଟ ୨୦୨୨: କୋରାପୁଟ-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ବଙ୍ଗଳାଗୁଡ଼ା-ଲେନ୍ଦିରିମାଳିଗୁଡ଼ା ମଧ୍ୟରେ ଥିବା ଏକ ପୁରୁଣା ବ୍ରିଜ୍‌ ଭୁଶୁଡ଼ିପଡ଼ିଥିଲା। ଲଗାଣ ବର୍ଷା ଯୋଗୁ ବ୍ରିଜ୍‌ ଭାଙ୍ଗି ଖସିଯିବାରୁ କୋରାପୁଟ ଓ ପୋଡ଼ାଗଡ଼ ମଧ୍ୟରେ ଯାତାୟାତ ବନ୍ଦ ହୋଇଯାଇଥିଲା। ରକ୍ଷଣାବେକ୍ଷଣ ଅଭାବରୁ ୩୦ ବର୍ଷରୁ ଊର୍ଦ୍ଧ୍ୱ ପୁରୁଣା ଏହି ବ୍ରିଜ୍‌ର ଏକ ପାର୍ଶ୍ୱରେ ଦୀର୍ଘଦିନ ହେଲା ଫାଟ ରହିଥିଲା। କିନ୍ତୁ ତାହାର ମରାମତି କରା ନ ଯିବାରୁ ଏହି ଅଘଟଣ ଘଟିଥିଲା ବୋଲି ସ୍ଥାନୀୟ କ୍ଷୋଭ ପ୍ରକାଶ କରିଥିଲେ।
ରାଜ୍ୟର ଅନେକ ସ୍ଥାନରେ ନିର୍ମାଣାଧୀନ ଅବସ୍ଥାରେ ବ୍ରିଜ୍‌ ଭୁଶୁଡ଼ି ଧନଜୀବନ ହାନି ହେବା ଭଳି ଘଟଣା ନିୟମିତ ବ୍ୟବଧାନରେ ଦେଖିବାକୁ ମିଳୁଛି। ସେଥିମଧ୍ୟରୁ ୧୦ ସେପ୍ଟେମ୍ବର ୨୦୧୭ରେ ରାଜଧାନୀ ଭୁବନେଶ୍ୱରରେ ଚହଳ ପଡ଼ିଯାଇଥିଲା। ନିର୍ମାଣାଧୀନ ବମିଖାଲ ଓଭରବ୍ରିଜ୍‌ର କଂକ୍ରିଟ୍‌ ଛାତ ପଡ଼ୁଥିବାବେଳେ ତାହା ୨୫ ଫୁଟ ତଳକୁ ଖସିପଡ଼ିଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ଜଣେ ଶିଶୁ ସମେତ ୧୦ଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ଏହି ଓଭରବ୍ରିଜ୍‌କୁ ପଣ୍ଡା ଇନ୍‌ଫ୍ରା ସଂସ୍ଥା ନିର୍ମାଣ କରିଥିବାବେଳେ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଥିଲା। ଅଘଟଣ ପରେ ରାଜ୍ୟ ସରକାର ୨ଜଣ ଯନ୍ତ୍ରୀଙ୍କୁ ନିଲମ୍ବିତ କରିଥିଲେ। ଏହାର କିଛିଦିନ ପରେ ଅର୍ଥାତ୍‌ ୨୦୧୭ ସେପ୍ଟେମ୍ବର ୨୪ରେ ବରଗଡ଼ ଜିଲା ଜୀରା ନଦୀରେ ନିର୍ମାଣାଧୀନ ବ୍ରିଜ୍‌ ଭୁଶୁଡ଼ିପଡ଼ିବାରୁ ୭ଜଣ ଆହତ ହୋଇଥିଲେ। ୨୦୧୮ ଅକ୍ଟୋବର ୧୪ରେ ସୁନ୍ଦରଗଡ଼ର ଦାତ୍ରମ୍‌ ନାଳ ଉପରେ ତିଆରି ଚାଲିଥିବା ଏକ ବ୍ରିଜ୍‌ର ସ୍ଲାବ୍‌ ଖସିପଡ଼ିବାରୁ ୩୦ ଆହତ ହୋଇଥିଲେ। ସେହିପରି ବାଲେଶ୍ୱରର ଫୁଲାଡ଼ି ଛକ ନିକଟ ବୁଢ଼ାବଳଙ୍ଗ ନଦୀରେ ନିର୍ମାଣାଧୀନ ଏକ ପୋଲର ସେଣ୍ଟ୍ରିଂ ୨୦୨୦ ମେ ୨୧ ତାରିଖରେ ଭୁଶୁଡ଼ି ପଡ଼ିଥିଲା। ଅବହେଳା ଏବଂ ନିମ୍ନମାନର କାର୍ଯ୍ୟ ଯୋଗୁ ୨୦୨୧ ଜାନୁୟାରୀ ୧୦ରେ ନବରଙ୍ଗପୁର ଜିଲା ବଡ଼କୁମାରୀ ପଞ୍ଚାୟତ ଅଧୀନ ତାଲାପଦର ନାଗୀନଦୀ ଉପରେ ବିଜୁ ସେତୁ ଯୋଜନାରେ ତିଆରି ଚାଲିଥିବା ବ୍ରିଜ୍‌ର ୪ର୍ଥ ସ୍ଲାବ୍‌ ଖସି ପଡ଼ିଥିଲା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୩ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ଘଟଣାକୁ ନେଇ ତତ୍କାଳୀନ ଉନ୍ନୟନ କମିଶନର ପ୍ରଦୀପ ଜେନା ଆପରାଧିକ ମାମଲା ରୁଜୁ କରି ଠିକାଦାର ଆଶିଷ ବିଶ୍ୱାଳ, ଏସ୍‌ଡିଓ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କରିବା ପାଇଁ ନବରଙ୍ଗପୁର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଅଗ୍ନି-୧’ର ପ୍ରଶିକ୍ଷଣ ଉତ୍‌କ୍ଷେପଣ ସଫଳ: ୧ ହଜାର କି.ଗ୍ରା. ପର୍ଯ୍ୟନ୍ତ ବହନ କରିବ ଯୁଦ୍ଧାସ୍ତ୍ର

ବାଲେଶ୍ୱର,୭ା୧୨(ମାନସ ବିଶ୍ୱାଳ): ଭଦ୍ରକ ଜିଲା ଧାମରାସ୍ଥିତ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଗୁରୁବାର ସ୍ବଳ୍ପ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ‘ଅଗ୍ନି-୧’ର ପ୍ରଶିକ୍ଷଣ ଉତ୍‌କ୍ଷେପଣ ସଫଳ ହୋଇଛି।...

ବରଯାତ୍ରୀଙ୍କୁ ପେଟ୍ରୋଲ ବଣ୍ଟା ଯାଉଥିଲା ବେଳେ ଲାଗିଲା ନିଆଁ : ୫ ବର୍ଷର ଶିଶୁ ଜୀବନ୍ତ ଦଗ୍ଧ

ଭୁବନେଶ୍ୱର,୭।୧୨: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ନିଆଁ ଲାଗି ୫ ବର୍ଷର...

ଖେଳ ଦେଖି ଘରକୁ ଫେରୁଥିଲେ ସେନା କର୍ମଚାରୀ, ସଂଘବଦ୍ଧ ଆକ୍ରମଣରେ ଚାଲିଗଲା ଜୀବନ

ଛତ୍ରପୁର,୭ା୧୨(ଦିଲ୍ଲୀପ ସାମଲ): ଖେଳ ଦେଖି ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ଜୀବନ ହାରିଛନ୍ତି ଜଣେ ଭାରତୀୟ ସେନା କର୍ମଚାରୀ ।...

ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକରଚଢ଼ାଉ: ମିଳିଲା ନଗଦ ୫୦ କୋଟି ଟଙ୍କା

ବୌଦ୍ଧ/ଭୁବନେଶ୍ୱର(ଅଜିତ କୁମାର ବାରିକ/ସତ୍ୟଜିତ୍‌ ରାଉତ), ୭।୧୨ଓଡ଼ିଶାରେ ସାଧାରଣ ନିର୍ବାଚନ ପୂର୍ବରୁ ଆକ୍ସ ମୋଡରେ ଆୟକର ବିଭାଗ। ରାଜ୍ୟର ବିଭିନ୍ନ ସ୍ଥାନରେ ଛାପା ମାରିଛି ଆୟକର ବିଭାଗ।...

ଅମଳ ବେଳେ ଭିଜିଲା ଧାନ ଫସଲ

ଲାଠୋର/ଖପ୍ରାଖୋଲ, ୭ା୧୨(ଭୁବନେଶ୍ୱର ବାରିକ/ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଅଞ୍ଚଳରେ ମଙ୍ଗଳବାର ରାତିରୁ ଲଗାଣ ବର୍ଷା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। କ୍ଷେତରେ ଅମଳ...

ପୁନରୁଦ୍ଧାର ଅପେକ୍ଷାରେ ଗୌରଚରଣଙ୍କ ସ୍ମୃତିପୀଠ

ବେଗୁନିଆ,୭।୧୨(ହର ପ୍ରସନ୍ନ ପଣ୍ଡା)କବି ଦ୍ୱିଜ ଗୌରଚରଣ ଅଧିକାରୀ ଜନସାଧାରଣଙ୍କ ମାନସ ପଟରେ ଉଭେଇ ଯିବାକୁ ବସିଛନ୍ତି। ଏପରିକି ତାଙ୍କର ସ୍ମୃତି ପୀଠ ମଧ୍ୟ ମାଟିରେ ଲୀନ...

ଚାଲିଲାନି ଗ୍ୟାସ୍‌ଚୁଲା, ମଶାଣିରୁ ଫେରିଲା ମୃତଦେହ

ଭୁବନେଶ୍ୱର, ୭।୧୨ (ବନ୍ଦନା ସେଠୀ)ଚାଲିଲାନି ଗ୍ୟାସ୍‌ ଚୁଲା ମେଶିନ। ଫଳରେ ମଶାଣିରୁ ଫେରିଲା ମୃତଦେହ। ମଙ୍ଗଳବାର ବିଏମ୍‌ସି ଅଧୀନ ପଟିଆସ୍ଥିତ ଜଳିମୁଣ୍ଡା ସାହି ଶ୍ମଶାନରେ ଏଭଳି...

ଦୂରଦୃଷ୍ଟି ଅଭାବରୁ ଦୁର୍ଦ୍ଦଶା

ଭୁବନେଶ୍ୱର,୭ା୧୨(ଅନିଲ ଦାସ)ରାଜ୍ୟର ମୁଖଶାଳା କୁହାଯାଉଥିବା ରାଜଧାନୀ ଭୁବନେଶ୍ୱର ମହାନଗରର ଅବ୍ୟବସ୍ଥିତ ବର୍ଜ୍ୟବସ୍ତୁ ପରିଚାଳନା ସହରବାସୀଙ୍କ ପାଇଁ ଅଭିଶାପ ପାଲଟିଗଲାଣି। ଗତ କିଛି ମାସ ହେବ ସୈନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri