ଓଡ଼ିଶାରେ ପ୍ରମୁଖ ବ୍ରିଜ୍‌ ଦୁର୍ଘଟଣା: ବମିଖାଲରୁ ବଲାଙ୍ଗୀର ଯାଏ

ଭୁବନେଶ୍ୱର,୩୧ା୧୦ (ବ୍ୟୁରୋ): ଭୁବନେଶ୍ୱରର ବମିଖାଲଠାରୁ ବଲାଙ୍ଗୀର ଯାଏ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଅନେକ ବ୍ରିଜ୍‌ ଭୁଶୁଡ଼ିବା ଘଟଣା ଦେଖିବାକୁ ମିଳିଛି। ସେଥିରେ କେତେକ ପୁରୁଣା ବ୍ରିଜ୍‌ ହୋଇଥିବାବେଳେ ଆଉ କେତେକ ନିର୍ମାଣାଧୀନ ଅବସ୍ଥାରେ ଭାଙ୍ଗିପଡ଼ିଛି। ବେଶି ପୂର୍ବର କଥା ନୁହଁ, ଗତ ୫ ବର୍ଷ ମଧ୍ୟରେ ଘଟିଥିବା କିଛି ପ୍ରମୁଖ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାକୁ ଆସିଛି। ଏଥିରେ କିଛି ଲୋକଙ୍କ ମୃତ୍ୟୁ ଘଟିବା ସହ ଅନେକେ ଗୁରୁତର ଆହତ ହୋଇଛନ୍ତି। କେବଳ ସେତିକି ନୁହେଁ, ରାଜ୍ୟର ଶତାଧିକ ବ୍ରିଜ୍‌, ଓଭରବ୍ରିଜ୍‌ ଶୋଚନୀୟ ଅବସ୍ଥାରେ ରହିଛି, ଯାହା ରାଜଧାନୀ ଭୁବନେଶ୍ୱରରୁ ଜାଣିହେବ। ଏହି ମହାନଗରକୁ ପ୍ରବେଶ କରୁଥିବା ରାସ୍ତାଗୁଡ଼ିକର ବ୍ରିଜ୍‌ ଭାଙ୍ଗିରୁଜି ଗଲାଣି। ବ୍ରିଜ୍‌ ବାଡ଼ାରେ ରଙ୍ଗ ଦେଇ ଦୃଷ୍ଟି ହଟାଇବାକୁ ଚେଷ୍ଟା କରାଯାଉଛି। କିନ୍ତୁ ବ୍ରିିଜ୍‌ ଉପରେ ଅନେକ ଗର୍ତ୍ତ ଏବଂ ଫାଟ ଦେଖିବାକୁ ମିଳୁଛି। କୁଆଖାଇ ନଦୀ ଉପରେ ଟଙ୍କପାଣି ବ୍ରିଜ୍‌ ଏବଂ ଶିଶୁଭବନ-ମାଉସୀ ମା’ ମନ୍ଦିର ଓଭରବ୍ରିଜ୍‌କୁ ଏହାର ଉଦାହରଣ ଭାବେ ନିଆଯାଇପାରେ।
-୨୯ ଏପ୍ରିଲ ୨୦୨୦: ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ତମିଅଁା-ମୁଦଲସର ସୁକ୍‌ତେଲ ନଦୀ ବ୍ରିଜ୍‌ ମରାମତି ବେଳେ ଭୁଶୁଡ଼ି ପଡ଼ିଥିଲା। ବ୍ରିଜ୍‌ ସ୍ଲାବ୍‌ ତଳେ ଚାପି ହୋଇ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨୦୧୪ରେ ଉକ୍ତ ବ୍ରିଜ୍‌ ନିର୍ମାଣ ଆରମ୍ଭ ହୋଇଥିଲା। ୨୦୧୫ ଜୁଲାଇରେ ନିର୍ମାଣ ଶେଷ ହୋଇଥିବାବେଳେ ୭ କୋଟି ଟଙ୍କା ବ୍ୟୟ ହୋଇଥିଲା। ନିର୍ମାଣ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଥିବାରୁ ଠିକାସଂସ୍ଥା ରାମକୁମାର ଅଗ୍ରଓ୍ବାଲ ଇଞ୍ଜିନିୟରିଂ ପ୍ରାଇଭେଟ୍‌ ଲିମିଟେଡ୍‌କୁ ପୁରସ୍କୃତ କରାଯାଇଥିଲା। କିନ୍ତୁ ୨୦୨୦ ପ୍ରାରମ୍ଭରେ ବ୍ରିଜ୍‌ର ପିଲର ଦବି ଯିବାରୁ ନିମ୍ନମାନର କାମ ହୋଇଥିବା ନେଇ ଅଭିଯୋଗ ଉଠିଥିଲା। ହେଲେ କାର୍ଯ୍ୟାନୁଷ୍ଠାନ ବଦଳରେ ମରାମତି କାମ କରାଯାଉଥିବାବେଳେ ବ୍ରିଜ୍‌ ସ୍ଲାବ୍‌ ଭୁଶୁଡ଼ି ପଡ଼ିଥିଲା।

-୯ ସେପ୍ଟେମ୍ବର ୨୦୨୧: ସମ୍ବଲପୁର ଜିଲା କୁଚିଣ୍ଡା ସହର ନିକଟ ୪୯ ନଂ. ଜାତୀୟ ରାଜପଥରେ ଥିବା ଝୁଲେନ ପୋଲ (ଲୁହା ବ୍ରିଜ୍‌) ଭୁଶୁଡ଼ି ପଡ଼ିଥିଲା। ଏକ ପଥର ବୋଝେଇ ଡମ୍ପର ଉକ୍ତ ପୋଲ ଦେଇ ଯାଉଥିବାବେଳେ ଏହି ଅଘଟଣ ଘଟିଥିଲା। ପୋଲର କଂକ୍ରିଟ୍‌ ଅଂଶ ସହ ଡମ୍ପର ତଳକୁ ଖସି ପଡ଼ିଥିଲା। ଏଥିରେ ଡମ୍ପର ଚାଳକ ଗୁରୁତର ଆହତ ହୋଇଥିଲେ।
-୯ ମାର୍ଚ୍ଚ ୨୦୨୨: କଟକ ଛତ୍ରବଜାରରୁ ମାଲ୍‌ଗୋଦାମକୁ ସଂଯୋଗ କରୁଥିବା ପୁରୁଣା ପୋଲର ମରାମତି କାର୍ଯ୍ୟ ଚାଲିଥିବାବେଳେ ସାଇଡ୍‌ ଓ୍ବାଲ୍‌ ଭୁଶୁଡ଼ି ପଡ଼ିଥିଲା। ଫଳରେ ୩ଜଣ ମାଟି ତଳେ ଚାପି ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ମୃତ୍ୟୁ ଘଟିଥିଲାବେଳେ ଜଣେ ଗୁରୁତର ଆହତ ହୋଇଥିଲେ।
-୧୦ ଅଗଷ୍ଟ ୨୦୨୨: ନୂଆପଡ଼ା ଜିଲା ସଦର ମହକୁମାଠାରୁ ଛତିଶଗଡ଼କୁ ସଂଯୋଗ କରୁଥିବା ଜୋଙ୍କ ନଦୀ ବ୍ରିଜ୍‌ ସାରାବଙ୍ଗଠାରେ ଭାଙ୍ଗିଯାଇଥିଲା। ପ୍ରବଳ ବର୍ଷା ଯୋଗୁ ଏହି ଅଘଟଣ ଘଟିଥିବାବେଳେ ୫୦ରୁ ଊର୍ଦ୍ଧ୍ୱ ଗଁା ସମେତ ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।
-୧୬ ଅଗଷ୍ଟ ୨୦୨୨: କୋରାପୁଟ-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ବଙ୍ଗଳାଗୁଡ଼ା-ଲେନ୍ଦିରିମାଳିଗୁଡ଼ା ମଧ୍ୟରେ ଥିବା ଏକ ପୁରୁଣା ବ୍ରିଜ୍‌ ଭୁଶୁଡ଼ିପଡ଼ିଥିଲା। ଲଗାଣ ବର୍ଷା ଯୋଗୁ ବ୍ରିଜ୍‌ ଭାଙ୍ଗି ଖସିଯିବାରୁ କୋରାପୁଟ ଓ ପୋଡ଼ାଗଡ଼ ମଧ୍ୟରେ ଯାତାୟାତ ବନ୍ଦ ହୋଇଯାଇଥିଲା। ରକ୍ଷଣାବେକ୍ଷଣ ଅଭାବରୁ ୩୦ ବର୍ଷରୁ ଊର୍ଦ୍ଧ୍ୱ ପୁରୁଣା ଏହି ବ୍ରିଜ୍‌ର ଏକ ପାର୍ଶ୍ୱରେ ଦୀର୍ଘଦିନ ହେଲା ଫାଟ ରହିଥିଲା। କିନ୍ତୁ ତାହାର ମରାମତି କରା ନ ଯିବାରୁ ଏହି ଅଘଟଣ ଘଟିଥିଲା ବୋଲି ସ୍ଥାନୀୟ କ୍ଷୋଭ ପ୍ରକାଶ କରିଥିଲେ।
ରାଜ୍ୟର ଅନେକ ସ୍ଥାନରେ ନିର୍ମାଣାଧୀନ ଅବସ୍ଥାରେ ବ୍ରିଜ୍‌ ଭୁଶୁଡ଼ି ଧନଜୀବନ ହାନି ହେବା ଭଳି ଘଟଣା ନିୟମିତ ବ୍ୟବଧାନରେ ଦେଖିବାକୁ ମିଳୁଛି। ସେଥିମଧ୍ୟରୁ ୧୦ ସେପ୍ଟେମ୍ବର ୨୦୧୭ରେ ରାଜଧାନୀ ଭୁବନେଶ୍ୱରରେ ଚହଳ ପଡ଼ିଯାଇଥିଲା। ନିର୍ମାଣାଧୀନ ବମିଖାଲ ଓଭରବ୍ରିଜ୍‌ର କଂକ୍ରିଟ୍‌ ଛାତ ପଡ଼ୁଥିବାବେଳେ ତାହା ୨୫ ଫୁଟ ତଳକୁ ଖସିପଡ଼ିଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ଜଣେ ଶିଶୁ ସମେତ ୧୦ଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ଏହି ଓଭରବ୍ରିଜ୍‌କୁ ପଣ୍ଡା ଇନ୍‌ଫ୍ରା ସଂସ୍ଥା ନିର୍ମାଣ କରିଥିବାବେଳେ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଥିଲା। ଅଘଟଣ ପରେ ରାଜ୍ୟ ସରକାର ୨ଜଣ ଯନ୍ତ୍ରୀଙ୍କୁ ନିଲମ୍ବିତ କରିଥିଲେ। ଏହାର କିଛିଦିନ ପରେ ଅର୍ଥାତ୍‌ ୨୦୧୭ ସେପ୍ଟେମ୍ବର ୨୪ରେ ବରଗଡ଼ ଜିଲା ଜୀରା ନଦୀରେ ନିର୍ମାଣାଧୀନ ବ୍ରିଜ୍‌ ଭୁଶୁଡ଼ିପଡ଼ିବାରୁ ୭ଜଣ ଆହତ ହୋଇଥିଲେ। ୨୦୧୮ ଅକ୍ଟୋବର ୧୪ରେ ସୁନ୍ଦରଗଡ଼ର ଦାତ୍ରମ୍‌ ନାଳ ଉପରେ ତିଆରି ଚାଲିଥିବା ଏକ ବ୍ରିଜ୍‌ର ସ୍ଲାବ୍‌ ଖସିପଡ଼ିବାରୁ ୩୦ ଆହତ ହୋଇଥିଲେ। ସେହିପରି ବାଲେଶ୍ୱରର ଫୁଲାଡ଼ି ଛକ ନିକଟ ବୁଢ଼ାବଳଙ୍ଗ ନଦୀରେ ନିର୍ମାଣାଧୀନ ଏକ ପୋଲର ସେଣ୍ଟ୍ରିଂ ୨୦୨୦ ମେ ୨୧ ତାରିଖରେ ଭୁଶୁଡ଼ି ପଡ଼ିଥିଲା। ଅବହେଳା ଏବଂ ନିମ୍ନମାନର କାର୍ଯ୍ୟ ଯୋଗୁ ୨୦୨୧ ଜାନୁୟାରୀ ୧୦ରେ ନବରଙ୍ଗପୁର ଜିଲା ବଡ଼କୁମାରୀ ପଞ୍ଚାୟତ ଅଧୀନ ତାଲାପଦର ନାଗୀନଦୀ ଉପରେ ବିଜୁ ସେତୁ ଯୋଜନାରେ ତିଆରି ଚାଲିଥିବା ବ୍ରିଜ୍‌ର ୪ର୍ଥ ସ୍ଲାବ୍‌ ଖସି ପଡ଼ିଥିଲା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୩ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ଘଟଣାକୁ ନେଇ ତତ୍କାଳୀନ ଉନ୍ନୟନ କମିଶନର ପ୍ରଦୀପ ଜେନା ଆପରାଧିକ ମାମଲା ରୁଜୁ କରି ଠିକାଦାର ଆଶିଷ ବିଶ୍ୱାଳ, ଏସ୍‌ଡିଓ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କରିବା ପାଇଁ ନବରଙ୍ଗପୁର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri