୮ ବର୍ଷ ଧରି ଏନ୍‌ଆଇବି ନାଁରେ ଠକେଇ, ୨ ଗିରଫ

ବଲାଙ୍ଗୀର, ୧୯।୧ (ବୀରେନ୍ଦ୍ର କୁମାର ଝାଙ୍କର): ନ୍ୟାଶନାଲ ଇଣ୍ଟେଲିଜେନ୍ସ ବ୍ୟୁରୋ (ଏନ୍‌ଆଇବି) ନାଁରେ ଜାଲ୍‌ ଗୋଇନ୍ଦା ବିଭାଗ ଖୋଲି ବଲାଙ୍ଗୀର ସମେତ ଆନ୍ତଃ ରାଜ୍ୟ ସ୍ତରରେ ସକ୍ରିୟ ଥିବା ଏକ ବଡ଼ଧରଣର ସାଇବର ଠକ ଦଳର ପର୍ଦ୍ଦାଫାଶ ଜିଲା ପୋଲିସ କରିଛି। ଏହି ମାମଲାରେ ପୋଲିସ ରାଜ୍ୟ ବାହାରୁ ମୁଖ୍ୟ ଅଭିଯୁକ୍ତ ଢେଙ୍କାନାଳ ଜିଲା କଣ୍ଟାବଣିଆ ଥାନା ମଙ୍ଗଳାପୁରର ମାତୃ ପ୍ରସାଦ ସେଠୀ ଓରଫ୍‌ ସିଆର ନନ୍ଦ (୫୪) ଓ ସହ ଅଭିଯୁକ୍ତ କୋଲକାତା ରବୀନ୍ଦ୍ରନଗର ଥାନା ନିବାସୀ ଗୋପାଳ କୁମାର ସ (୩୫)ଙ୍କୁ ଗିରଫ କରିଛି। ବଲାଙ୍ଗୀର ପୋଲିସ ଏକାଧିକ ସ୍ଥାନରେ ଚଢ଼ାଉ କରି ୨୫ଟି କମ୍ପ୍ୟୁଟର ସିଷ୍ଟମ, ପ୍ରିଣ୍ଟର ଓ ଅନ୍ୟାନ୍ୟ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ, ନଗଦ ୨ ଲକ୍ଷ ୭ ହଜାର ଟଙ୍କା, ୧୨ଟି ମୋବାଇଲ ଫୋନ, ୮ଟି ସିମ୍‌କାର୍ଡ, ୨୪ଟି ବ୍ୟାଙ୍କ ପାସ୍‌ବୁକ୍‌ ଓ ଏଟିଏମ୍‌ କାର୍ଡ, ୧୫ଟି ଜାଲ୍‌ ଆଇଡି କାର୍ଡ, ପୋଲିସ ଗାଡ଼ିରେ ବ୍ୟବହୃତ ହେଉଥିବା ଏକ ହଳଦିଆ ବତି, ୪ଟି ଭଡ଼ା କାରକୁ ପୋଲିସ ଜବତ କରିଛି। ବଲାଙ୍ଗୀର ଏସ୍‌ପି ଋଷିକେଶ ଖିଲାରି ଶନିବାର ସ୍ଥାନୀୟ ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀ କରି ଏହି ଆନ୍ତଃ ରାଜ୍ୟ ସାଇବର ଠକ ଦଳ ସମ୍ପର୍କରେ ସୂଚନା ଦେଇଛନ୍ତି।
ସହରରେ ନ୍ୟାଶନାଲ ଇଣ୍ଟେଲିଜେନ୍ସ ବ୍ୟୁରୋ (ଏନ୍‌ଆଇବି) ନଁାରେ ଏକ ଜାଲ୍‌ ଗୋଇନ୍ଦା ବିଭାଗ ଖୋଲି ବେକାର ଯୁବତୀଯୁବକଙ୍କୁ ଚାକିରି ପ୍ରଲୋଭନ ଦେଖାଇ ଟଙ୍କା ଠକେଇ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା। ଏଭଳି ଅଭିଯୋଗ ପରେ ବଲାଙ୍ଗୀର ସାଇବର ଥାନାରେ ଏକ ମାମଲା (୧/୨୫) ରୁଜୁ କରାଯାଇଥିଲା। ବଲାଙ୍ଗୀର ଏସ୍‌ପି ଖିଲାରି ଆଡିସିନାଲ ଏସ୍‌ପି ହିମାଂଶୁ ବେହେରାଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ ଗଠନ କରି ଏହି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ବେଳେ ୨୦୧୬ରୁ ନ୍ୟାଶନାଲ ଇଣ୍ଟେଲିଜେନ୍ସ ବ୍ୟୁରୋ ନଁାରେ ୱେବ୍‌ସାଇଟ୍‌ ଖୋଲି ଓଡ଼ିଶା, ତେଲଙ୍ଗାନା, ମହାରାଷ୍ଟ୍ର ସମେତ ଅନ୍ୟ ରାଜ୍ୟରେ ସକ୍ରିୟ ରହିଥିବା ଏହି ସାଇବର ଠକ ଗ୍ୟାଙ୍ଗ୍‌ କିଛିବର୍ଷ ତଳେ ବଲାଙ୍ଗୀର ସହରର ଗୋକୁଳ ଧାମରେ ଏକ ହାଇଫାଇ ଅଫିସ ଖୋଲିଥିଲେ। ଏହି ଅଫିସରୁ ବିଭିନ୍ନ ଚାକିରି ଆଶାୟୀ ଯୁବତୀ, ଯୁବକଙ୍କୁ ଚାକିରି ଦେବା ନଁାରେ ଟାର୍ଗେଟ କରୁଥିଲେ। ସେମାନଙ୍କୁ ଏନ୍‌ଆଇବିରେ ଚାକିରି ଦେବା ନଁାରେ ଲକ୍ଷାଧିକ ଟଙ୍କା ଅସୁଲ କରୁଥିଲେ। ୱେବ୍‌ ସାଇଟ୍‌ରେ ଉପଲବ୍ଧ ବିଭିନ୍ନ ରାଜ୍ୟର ଏନ୍‌ଆଇବି ତଥ୍ୟ ଦେଖାଇ ଆଶାୟୀଙ୍କୁ ଏହା ଏକ ଠିକ୍‌ ସଂସ୍ଥା ବୋଲି ବିଶ୍ୱାସ ଜନ୍ମାଉ ଥିଲେ। ଏପରି କି କେତେଜଣ ଯୁବତୀଯୁବକଙ୍କୁ ଏନ୍‌ଆଇବିର ବିଭିନ୍ନ ବିଭାଗ ଅଧିକାରୀ ଭାବେ ନିଯୁକ୍ତିପତ୍ର ମଧ୍ୟ ଦେଇଥିଲେ। ଯେଉଁମାନଙ୍କୁ ନିଯୁକ୍ତିପତ୍ର ଦେଇଥିଲେ ସେମାନଙ୍କୁ ଜାଲ ଆଇଡି କାର୍ଡ ମଧ୍ୟ ପ୍ରଦାନ କରିଥିଲେ। କଲିକତାରୁ ସମସ୍ତ ଆଇଡି କାର୍ଡ ତିଆରି କରୁଥିଲେ। ଏହାସହିତ ଏଫ୍‌ସିଆରଏ ଆକାଉଣ୍ଟ (ଫରେନ୍‌ କଣ୍ଟ୍ରିବ୍ୟୁଶନ୍‌ ରେଗୁଲେଶନ୍‌ ଆକ୍ଟ) ଖୋଲା ଯାଇଥିବା କଥା କହି ଏହି ଦୁଇ ଠକ ବିଭିନ୍ନ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଆଦାୟ କରୁଥିଲେ। ଆକାଂକ୍ଷା ଟ୍ରଷ୍ଟ, ସ୍ବାଧୀନ ସଂକଳ୍ପ, ଅତୁଲ୍ୟ ଫାଉଣ୍ଡେଶନ, କୁବେର ମେମୋରିଆଲ୍‌ ଟ୍ରଷ୍ଟ, କଲ୍ୟାଣୀ ଫାଉଣ୍ଡେଶନ, ମାତୃମୟୀ ଫାଉଣ୍ଡେଶନ୍‌, ଓବାସା ଏବଂ ନ୍ୟାଶନାଲ ଇଣ୍ଟେଲିଜେନ୍ସ ବ୍ୟୁରୋନାଁରେ ସାଇନ୍‌ବୋର୍ଡ ଲଗାଇ ବିଭିନ୍ନ ସ୍ଥାନରେ ଅଫିସ ମଧ୍ୟ ଖୋଲିଥିଲେ। ବଲାଙ୍ଗୀରର ଗୋକୁଳ ଧାମ୍‌, ଖଲିଆପାଲି ଓ ରାଜେନ୍ଦ୍ରପଡ଼ାଠାରେ ବିଭିନ୍ନ ଟ୍ରଷ୍ଟ ଓ ଏନ୍‌ଆଇବି ସାଇନବୋର୍ଡ ଲଗାଇ ଅଫିସ ଖୋଲିଥିଲେ। ପୋଲିସ ଉକ୍ତ ସ୍ଥାନରେ ଚଢ଼ାଉ କରି ବିଭିନ୍ନ ସାମଗ୍ରୀ, ସାଇନ୍‌ବୋର୍ଡ ଓ କମ୍ପ୍ୟୁଟର ସାମଗ୍ରୀ ସହ ଆନୁଷଙ୍ଗିକ ସାମଗ୍ରୀ ଜବତ କରିଛି। ଏହା ସହିତ ବିଭିନ୍ନ ଜିଲାର ଯୁବତୀ ଯୁବକଙ୍କ ଜାଲ୍‌ ଗୋଇନ୍ଦା ଅଫିସରଙ୍କ ଆଇଡି କାର୍ଡ, ଆଫିଡାଭିଟ୍‌୍‌ ଓ ନିଯୁକ୍ତିପତ୍ରକୁ ପୋଲିସ ଜବତ କରିଛି। ବଲାଙ୍ଗୀର ସମେତ ସୋନପୁର ଜିଲାରେ ମଧ୍ୟ ଏନ୍‌ଆଇବିର ଏକ ଜାଲ୍‌ ଅଫିସ ଖୋଲିଥିବା ଏସ୍‌ପି ଖିଲାରି ସୂଚନା ଦେଇଛନ୍ତି। ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଏସ୍‌ପି କହିଛନ୍ତି। ଖବରଦାତା ସମ୍ମିଳନୀରେ ଆଡିଶନାଲ ଏସ୍‌ପି ବେହେରା, ସଦର ଏସ୍‌ଡିପିଓ ପ୍ରଦୀପ କୁମାର ସାହୁ, ସାଇବର ଥାନାଧିକାରୀ ଭାରତୀ ନାଏକ, ଟାଉନ୍‌ ଥାନା ଆଇଆଇସି ଅବନୀ ସାହୁ, ଲକ୍ଷ୍ମୀଯୋର ଥାନାଧିକାରୀ ଅନିତା ପ୍ରଧାନ, ସାଇବର ଥାନା ଇନ୍ସପେକ୍ଟର ଦେବାଶିଷ ନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଙ୍ଗମାନଙ୍କ ସହ ଯାଇଥିଲେ ହୋଲି ଖେଳି, ଫେରିଲେନି ଘରକୁ …

ଗଞ୍ଜାମ,୧୬।୩: ଗଞ୍ଜାମ ଜିଲା ପୋଡମପେଟା ଗାଁ ନିକଟ ସମୁଦ୍ର କୂଳରେ ଏକ ଅଘଟଣ ଘଟିଛି। ହୋଲି ଖେଳି ସମୁଦ୍ରରେ ଗାଧୋଇବା ବେଳେ ପାଣିରେ ବୁଡି ଜଣେ...

ରମାକାନ୍ତ ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: କହିଲେ କରିହେବନି ତାଙ୍କ ଭୂମିକାକୁ ଅସ୍ବୀକାର

ଭୁବନେଶ୍ୱର,୧୬ । ୩ : ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥିତଯଶା କବି  ରମାକାନ୍ତ ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି...

ସାପକୁ କଚାଡି ମାରିଲେ, ପରେ ସାଙ୍ଗରେ ନେଇ ପହଁଚିଲେ ମେଡିକାଲ

ଉଦଳା,୧୬।୩(ସନ୍ତୋଷ କୁମାର ବାଛିନି): ସାପକୁ କଚାଡି ମାରିଲେ ଆଉ ସାପକୁ ନେଇ ସାଙ୍ଗରେ ପହଁଚିଲେ ମେଡିକାଲ। ଯୁବକଙ୍କୁ କାମୁଡ଼ିଲା ନାଗ ସାପ। ୩ ରୁ ୪...

ଅଙ୍ଗୁର ଗାଡିକୁ ପିଟିଲା ଟ୍ରକ: ଯେତେ ପାରିଲେ ବୋହିନେଲେ

ଯାଜପୁର,୧୬।୩: ଯାଜପୁର କୁଆଖିଆ ନିକଟରେ ରବିବାର ସକାଳୁ ସକାଳୁ ଘଟିଛି ଏଦ ସଡ଼କ ଦୁର୍ଘଟଣା। ଏକ ଅଙ୍ଗୁର ବୋଝେଇ ଗାଡିକୁ ପିଟିଲା ଆଉ ଏକ ଟ୍ରକ।...

ଚିକିତ୍ସାଧୀନ ଅବସ୍ଥାରେ ଅଙ୍ଗନୱାଡିି କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୬ ନଂ ୱାର୍ଡ ନିମନ୍ତେ ନିଯୁକ୍ତ ଅଙ୍ଗନୱାଡିି କର୍ମୀ ଟିକିନା ମେକାପଙ୍କ ଅକାଳ ଦେହାନ୍ତ ହୋଇଛି।...

ଶ୍ରୀମନ୍ଦିର ଭିତରେ ପଶିଲା ସ୍ପାଏ କ୍ୟାମେରା: ଯୁବକଙ୍କୁ ଗିରଫ ପରେି ଜେରା

ପୁରୀ,୧୬।୩: ଶ୍ରୀମନ୍ଦିର ଭିତରେ ପଶିଲା ସ୍ପାଏ କ୍ୟାମେରା। ସ୍ପାଏ କ୍ୟାମେରାରେ ସୁଟିଂ ବେଳେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ସେ ହେଲେ ୨୬ ବର୍ଷୀୟ ଭାସ୍କର...

ରାଜନୈତିକ ବିବାଦ: ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିନିଧିଙ୍କୁ ଆକ୍ରମଣ କଲେ ସରପଞ୍ଚଙ୍କ ସମର୍ଥକ

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଏମପି ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିନିଧିଙ୍କୁ ଆକ୍ରମଣ। ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗଡଗୋବିନ୍ଦପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବ୍ରହ୍ମପୁର ଏମପି...

ଗୁଣିଗାରେଡ଼ି ସନ୍ଦେହ: ନାବାଳକଙ୍କ ଛୁରାମାଡ଼ରେ ଜଣେ ଗୁରୁତର

ରେଢ଼ାଖୋଲ,୧୩।୧୬: ଗୁଣିଗାରେଡ଼ି ସନ୍ଦେହରେ ଛୁରାମାଡ଼ରେ ଜଣେ ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲା ଚାରମାଳ ଅଞ୍ଚଳରେ। ସବୁଠୁ ବଡ଼କଥା ହେଲା ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri