୨୪ ମୃତକଙ୍କ ଭତ୍ତା ଟଙ୍କା ଆତ୍ମସାତ୍‌

ଯାଜପୁର,୧୬ା୧୧(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲାରେ ତୃଣମୂଳଠାରୁ ଆରମ୍ଭ କରି ଉଚ୍ଚପଦସ୍ଥ କେତେଜଣ ଅଧିକାରୀ ହରିଲୁଟ କରୁଛନ୍ତି ା ଏହି ଘଟଣା ଏବେ ସମାଜ ପାଇଁ ଚିନ୍ତାର କାରଣ ହୋଇଛି। ଜିଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବିରିପଟା ଗ୍ରାମ ପଞ୍ଚାୟତକୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ। ଏହି ପଞ୍ଚାୟତର ୨୪ ଜଣ ଭୂତ ଅବା ମୃତ ବ୍ୟକ୍ତିଙ୍କ ନାମରେ ବିଭିନ୍ନ ଯୋଜନାରେ ଭତ୍ତା ଉଠାଯାଇଛି। ଏନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ୪ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ) ସ୍ନିଗ୍ଧା ସାହୁ, ଶ୍ୟାମସୁନ୍ଦର ତିୟୁ, ସୂର୍ଯ୍ୟମଣି ପଟ୍ଟନାୟକ ଓ ବୀରେନ୍ଦ୍ର କୁମାର ମଲିକଙ୍କୁ ୨ ଲକ୍ଷ ୨୮ ହଜାର ୫୦୦ ଟଙ୍କା ଫେରସ୍ତ କରିବାକୁ ଦଶରଥପୁର ବିଡିଓ ନିର୍ଦ୍ଦେଶ ଜାରି କରିଛନ୍ତି। ଏହାବାଦ୍‌ ଉପରୋକ୍ତ ୪ ଅଧିକାରୀଙ୍କୁ ୩ ଦିନ ମଧ୍ୟରେ ଲିଖିତ ଭାବେ କାରଣ ଦର୍ଶାଇବାକୁ ଉକ୍ତ ନିର୍ଦ୍ଦେଶରେ ଦର୍ଶାଇଛନ୍ତି। ତେବେ ଉପରୋକ୍ତ ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କୁ ସୁରକ୍ଷା ଦେବାକୁ ସବୁ ପ୍ରକାରର ଉଦ୍ୟମ ଚାଲିଥିବା ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ହୋଇଛି।
ଅଭିଯୋଗ ଅନୁଯାୟୀ, ଦଶରଥପୁର ବ୍ଲକରେ ପ୍ରାୟ ୪ ବର୍ଷ ମଧ୍ୟରେ ମୃତ ଭତ୍ତା ହିତାଧିକାରୀଙ୍କ ନାମକୁ ତାଲିକାରୁ ବାଦ୍‌ ନ ଦେଇ ସେମାନଙ୍କ ନାମରେ ଆସୁଥିବା ଅର୍ଥକୁ ଉପରୋକ୍ତ ଅଧିକାରୀମାନେ ଆତ୍ମସାତ୍‌ କରୁଥିଲେ। ଜିଲାସ୍ତରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଡିଜିଟାଲ ମାଧ୍ୟମରେ ଭତ୍ତା ପ୍ରଦାନ କରିବାକୁ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ହେଲେ ଏବେ ବି ଜିଲାରେ ଭତ୍ତା ଟଙ୍କା ହରିଲୁଟ କରିବାକୁ କେତେଜଣ ଅସାଧୁ କର୍ମଚାରୀ ଡିଜିଟାଲ ମାଧ୍ୟମକୁ ଗ୍ରହଣ କରିବାକୁ ରାଜି ହୋଇନାହାନ୍ତି। ଏହି କ୍ରମରେ ନକଲି ଟିପ ଚିହ୍ନ ଦେଇ ମୃତବ୍ୟକ୍ତିଙ୍କ ନାମରେ ଭତ୍ତା ଉଠାଣ ହେଉଛି। ବିଭିନ୍ନ ଭତ୍ତା ଯୋଜନାରେ ହିତାଧିକାରୀ ପିଛା ମାସକୁ ୫୦୦, ୭୦୦ ଓ ୧୦୦୦ ଟଙ୍କା ଲେଖାଏଁ ଉଠାଣ ହୋଇଥିବା ଅଭିଯୋଗ ହୋଇଛି। ତେବେ ଜିଲାରେ ଏଭଳି ଭାବେ ଶତାଧିକ ମୃତ ହିତାଧିକାରୀଙ୍କ ନାମରେ ବାର୍ଦ୍ଧକ୍ୟ ଭତ୍ତା ହଡପ ହେଉଥିବା ମତପ୍ରକାଶ ପାଇଛି। ଏହାବାଦ୍‌ ପ୍ରକୃତ ହିତାଧିକାରୀ ଚିହ୍ନଟରେ ମଧ୍ୟ ଅନିୟମିତତା ହେଉଥିବାରୁ ଅନେକ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ରହିଥିବା ପୂର୍ବରୁ ଅଭିଯୋଗ ହୋଇସାରିଛି। ଏହି କ୍ରମରେ ସୂଚନା ଅଧିକାର ଆଇନ ତଥ୍ୟ ବଳରେ ମିଳିଥିବା ନଥିପତ୍ରକୁ ଆଧାର କରି ପଞ୍ଚାୟତବାସୀଙ୍କ ପକ୍ଷରୁ ଘନଶ୍ୟାମ ଜେନା ଓ ଅନ୍ୟମାନେ ଯାଜପୁର ଜିଲାପାଳଙ୍କ ନିକଟରେ ଅକ୍ଟୋବର ୧୨ରେ ଲିଖିତ ଅଭିଯୋଗ କରିଥିଲେ। ଜିଲାପାଳ ଏ ସମ୍ପର୍କରେ ତଦନ୍ତ ନିମନ୍ତେ ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଗତ ୧୨ା୧୦ା୨୦୨୩ ରେ ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ଆଧାର କରି ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଦଶରଥପୁର ବିଡିଓଙ୍କୁ ଆବଶ୍ୟକ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ପରାମର୍ଶ ଦେଇଥିଲେ । ଦଶରଥପୁର ବିଡିଓଙ୍କ ନିର୍ଦ୍ଦେଶକ୍ରମେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ସ୍ବାଧୀନ କ୍ରିଷ୍ଣାବାଳା ଅଭିଯୋଗ ସମ୍ପର୍କରେ ତଦନ୍ତ ପୂର୍ବକ ମୋଟ ୮୬ ଜଣ ହିତାଧିକାରୀଙ୍କ ମଧ୍ୟରୁ ୨୪ ହିତାଧିକାରୀଙ୍କ ମୃତ୍ୟୁ ପରେ ତାଙ୍କ ନାମରେ ଅର୍ଥ ଉଠା ଯାଇଥିବାର ପ୍ରମାଣ ପାଇଥିଲେ । ମୃତବ୍ୟକ୍ତିଙ୍କ ନାମରେ ଭତ୍ତା ଅର୍ଥ ହଡପ ହୋଇଥିବାର ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହେବାପରେ ସେ ଦଶରଥପୁର ବିଡ଼ିଓଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଏହାକୁ ଭିତ୍ତିକରି ବିଡ଼ିଓ ଆକାଶ ପଟ୍ଟନାୟକ ପତ୍ରସଂଖ୍ୟା ୬୦୫୬/୯ା୧୧ା୨୦୨୩ରେ ପିଇଓ ବୀରେନ୍ଦ୍ର ମଲିକଙ୍କୁ ୧ ଲକ୍ଷ ୧୨ ହଜାର ୨ ଶହ ଟଙ୍କା, ପିଇଓ ସ୍ନିଗ୍ଧା ସାହୁଙ୍କୁ ୫୮ ହଜାର ୫ ଶହ ଟଙ୍କା, ସୂର୍ଯ୍ୟମଣି ପଟ୍ଟନାୟକଙ୍କୁ ୫୪ ହଜାର ୧ ଶହ ଟଙ୍କା ଓ ଶ୍ୟାମସୁନ୍ଦର ଟିୟୁଙ୍କୁ ୩ ହଜାର ୭ ଶହ ଟଙ୍କା ବ୍ଲକ ପ୍ରଶାସନ ନିକଟରେ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ବଡ଼ଚଣା ଓ ବିଞ୍ଝାରପୁର ବ୍ଲକରେ ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଅର୍ଥ ହଡପ ହୋଇଥିବା ପ୍ରମାଣିତ ହୋଇଥିଲା। କିନ୍ତୁ ଦାୟିତ୍ୱରେ ଥିବା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ସୁରକ୍ଷା ଦେଇ କାର୍ଯ୍ୟାନୁଷ୍ଠାନକୁ କୋହଳ କରାଗଲା। ଫଳରେ ଜିଲାରେ ଏଭଳି ମୃତବ୍ୟକ୍ତିଙ୍କ ନାମରେ ଅର୍ଥ ହଡପ ଅଭିଯୋଗ ମାମଲା ବଢି ଚାଲିଛି ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?